ଦେଶର ପ୍ରଥମ ସାଟେଲାଇଟ ଟିଭି ଚ୍ୟାନେଲ 'Zee Tv' ଲଞ୍ଚ ହେବା ପୂର୍ବରୁ ଏସେଲ ଗ୍ରୁପ୍ ଅଧ୍ୟକ୍ଷ ଡ.ସୁଭାଷ ଚନ୍ଦ୍ରାଙ୍କ ନେତୃତ୍ୱରେ ଜୀ ଏଣ୍ଟରଟେନମେଣ୍ଟ ଏଣ୍ଟରପ୍ରାଇଜେସ ଲିମିଟେଡ ୧୯୯୧ ମସିହା ଡିସେମ୍ବର ୧୫ ତାରିଖରେ ସ୍ଥାପିତ ହୋଇଥିଲା ।
Trending Photos
ନୂଆଦିଲ୍ଲୀ: 'ଜୀ ଟିଭି' (Zee TV) ହେଉଛି ଏକ ଭାରତୀୟ ହିନ୍ଦୀ ଚ୍ୟାନେଲ । ଯାହା ଖୁବ୍ କମ୍ ସମୟରେ ପ୍ରତ୍ୟେକ ଭାରତୀୟଙ୍କ ଅତି ପ୍ରିୟ ହୋଇପାରିଛି । ବର୍ତ୍ତମାନ ଜୀ ଟିଭି ଘରେ ଘରେ ମନୋରଞ୍ଜନର ସାଧନ ପାଲଟିଛି । ଏହା ଅକ୍ଟୋବର ୧ରେ ପ୍ରତିଷ୍ଠିତ ହୋଇଥିଲା ଓ ୨ ଅକ୍ଟୋବର ୧୯୯୨ରେ ପ୍ରସାରଣ ଆରମ୍ଭ ହୋଇଥିଲା ଏବଂ ଏହା ଭାରତର ପ୍ରଥମ ହିନ୍ଦୀ ସାଟେଲାଇଟ ଚ୍ୟାନେଲ ପାଲଟିଲା । ଜୀ ଟିଭିକୁ ଡକ୍ଟର ସୁଭାଷ ଚନ୍ଦ୍ରାଙ୍କ ଦ୍ୱାରା ୧ ଅକ୍ଟୋବର ୧୯୯୨ରେ ମହାରାଷ୍ଟ୍ରର ମୁମ୍ବାଇରେ ଏକ ହିନ୍ଦୀ ଚ୍ୟାନେଲ ଭାବରେ ପ୍ରତିଷ୍ଠିତ ହୋଇଥିଲା । ଏହା ପୂର୍ବରୁ ଷ୍ଟାର ଟିଭି ସହିତ ମିଳିତ ଭାବରେ ଏହି ଚ୍ୟାନେଲ ତିଆରି କରାଯାଇଥିଲା । କିନ୍ତୁ ଯେତେବେଳେ ଷ୍ଟାର ଟିଭି ଏକ ଆମେରିକୀୟ କମ୍ପାନୀ ଦ୍ୱାରା କିଣାଗଲା, ଏହା ସମ୍ପୂର୍ଣ୍ଣ ସମାପ୍ତ ହୋଇଯାଇଥିଲା । ଏହାପରେ ଜୀ ମାର୍ଚ୍ଚ ୧୯୯୫ରେ ଇଂଲଣ୍ଡରେ ଓ ୧୫ ଜୁଲାଇ ୧୯୯୮ରେ ଆମେରିକାରେ ଏହାର ଚ୍ୟାନେଲ ପ୍ରତିଷ୍ଠା କରିଥିଲେ । ଏହା ପ୍ରଥମ ଭାରତୀୟ ଚ୍ୟାନେଲ ଯିଏ ୟୁରୋପରେ ମଧ୍ୟ ଦେଖାଯିବାକୁ ଲାଗିଲା । ଏହାର କିଛି କାର୍ଯ୍ୟକ୍ରମ ଓ ବିଜ୍ଞାପନ ଆମେରିକାରେ ଇଂରାଜୀରେ ପ୍ରଦର୍ଶିତ ହୋଇଥାଏ । ଏହାର HD ସଂସ୍କରଣ ପ୍ରଥମେ ଭାରତରେ ପ୍ରଦର୍ଶିତ ହୋଇଥିଲା । ୫ ସେପ୍ଟେମ୍ବର ୨୦୧୨ରେ ଆମେରିକାରେ ଏହାର HD ସଂସ୍କରଣ ଡିଶ୍ ନେଟୱାର୍କ ଦ୍ୱାରା ପ୍ରଦର୍ଶିତ ହୋଇଥିଲା ।
ଦେଶର ପ୍ରଥମ ସାଟେଲାଇଟ ଟିଭି ଚ୍ୟାନେଲ 'Zee Tv' ଲଞ୍ଚ ହେବା ପୂର୍ବରୁ ଏସେଲ ଗ୍ରୁପ୍ ଅଧ୍ୟକ୍ଷ ଡ.ସୁଭାଷ ଚନ୍ଦ୍ରାଙ୍କ ନେତୃତ୍ୱରେ ଜୀ ଏଣ୍ଟରଟେନମେଣ୍ଟ ଏଣ୍ଟରପ୍ରାଇଜେସ ଲିମିଟେଡ ୧୯୯୧ ମସିହା ଡିସେମ୍ବର ୧୫ ତାରିଖରେ ସ୍ଥାପିତ ହୋଇଥିଲା ।
ଡ. ସୁଭାଷ ଚନ୍ଦ୍ରା ହରିୟାଣାର ଆଦମପୁରରେ ଏକ ଅଗ୍ରୱାଲ ବଣିଆ ପରିବାରରେ ଜନ୍ମଗ୍ରହଣ କରିଥିଲେ। ତାଙ୍କର ପ୍ରାରମ୍ଭିକ ଦିନ ବେଶ କଷ୍ଟସାଧ୍ୟ ଥିଲା । ସେହି ସମୟରେ ତାଙ୍କ ପରିବାରର ୩.୫ ଲକ୍ଷ ଟଙ୍କାର ଋଣ ହେତୁ ତାଙ୍କର ଶିକ୍ଷା ଗ୍ରହଣ କରିବାର ରାସ୍ତା ଅସୁବିଧାରେ ପରିପୂର୍ଣ୍ଣ ଥିଲା । ବିଦ୍ୟାଳୟ ଛାଡିବା ପରେ ସେ ତାଙ୍କ ପରିବାର ବ୍ୟବସାୟରେ ଯୋଗ ଦେଇ ଭାରତୀୟ ଖାଦ୍ୟ ନିଗମ ଏଫସିଆଇ ସହିତ ଘନିଷ୍ଠ ଭାବେ କାର୍ଯ୍ୟ କରିଥିଲେ । ଡକ୍ଟର ଚନ୍ଦ୍ରା ତାଙ୍କ ପ୍ରତିଭା ଓ ଚିନ୍ତାଧାରା ସହିତ ଏଫସିଆଇ ସଂସ୍ଥାକୁ ପ୍ରଭାବିତ କରିଥିଲେ । ଖାଦ୍ୟ ଶସ୍ୟକୁ ସୁରକ୍ଷିତ କରିବା ଦିଗରେ କାର୍ଯ୍ୟ କରିଥିଲେ ।
'ଏସେଲ ୱାର୍ଲ୍ଡ' ଗଠନ
ଏହା ପରେ ଡକ୍ଟର ଚନ୍ଦ୍ରା ଆମେରିକାର ଡିଜ୍ନିଲ୍ୟାଣ୍ଡରୁ ପ୍ରେରଣା ପାଇ ଦେଶରେ ଏକ ଦୁଃସାହସିକ ଶିଳ୍ପ ପାର୍କ ଆରମ୍ଭ କରିବାକୁ ନିଷ୍ପତ୍ତି ନେଇଥିଲେ । ଏପରି ଭାବେ ସେ ୧୯୮୯ ମସିହାରେ ଦେଶର ପ୍ରଥମ ମନୋରଞ୍ଜନ ପାର୍କ ଏସେଲ ୱାର୍ଲ୍ଡ ନିର୍ମାଣ ପାଇଁ ମୁମ୍ବାଇ ଠାରେ ଜମି କ୍ରୟ କରିଥିଲେ ।
"ଏସେଲ ୱାର୍ଲ୍ଡ" ଏବଂ 'Zee Tv' ଡକ୍ଟର ଚନ୍ଦ୍ରା ଦେଶର ପ୍ରଥମ ସାଟେଲାଇଟ୍ ଟେଲିଭିଜନ ପ୍ରଦାନକାରୀ କମ୍ପାନୀ 'Dish TV' ଲଞ୍ଚ କରିଥିଲେ । ଏହା ସହିତ ଦେଶର ଯୁବପିଢିଙ୍କୁ ପ୍ରେରଣା ଦେବା ଉଦ୍ଦେଶ୍ୟରେ 'ଡ ସୁଭାଷ ଚନ୍ଦ୍ରା ଶୋ' (Dr.Subhash Chandra ShoW) ନାମକ ଏକ କାର୍ଯ୍ୟକ୍ରମ ଆରମ୍ଭ କରିଥିଲେ ।
ତାଙ୍କର ବିଶାଳ ତଥା ସଫଳ କ୍ୟାରିଅର ପାଇଁ ଡକ୍ଟର ଚନ୍ଦ୍ରାଙ୍କୁ ଅନେକ ପୁରସ୍କାରରେ ସମ୍ମାନିତ କରାଯାଇଛି । ତାଙ୍କୁ 'ଗ୍ଲୋବାଲ ଇଣ୍ଡିଆନ୍ ଏଣ୍ଟରଟେନମେଣ୍ଟ ପର୍ସନାଲିଟି ଅଫ୍ ଦି ଇୟର' ପୁରସ୍କାରରେ ସମ୍ମାନିତ କରାଯାଇଛି । ଡ. ଚନ୍ଦ୍ରାଙ୍କୁ ମିଳିଥିବା ଅନ୍ୟାନ୍ୟ ସମ୍ମାନଜନକ ପୁରସ୍କାର ମଧ୍ୟରେ 'ଏଣ୍ଟରପ୍ରାଇଜର୍ ଅଫ୍ ଦି ଇୟର ଆୱାର୍ଡ', 'ବିଜନେସ୍ ଷ୍ଟାଣ୍ଡାର୍ଡର ବିଜନେସ୍ ଅଫ୍ ଦି ଇୟର' ଏବଂ 'ଇଣ୍ଡିଆନ୍ ନ୍ୟୁଜ୍ ବ୍ରୋଡକାଷ୍ଟିଂ' ଆଦି ପୁରସ୍କାର ଅନ୍ତର୍ଭୂକ୍ତ ।
ଆସନ୍ତୁ ଜାଣିବା ଜୀ ଟିଭିର କିଛି ବିଶେଷ ଧାରାବାହିକ ବିଷୟରେ...
ତାରା
ତାରା (Tara) ହେଉଛି ଏକ ଭାରତୀୟ ଟିଭି ସିରିଏଲ ଯାହା ଜି ଟିଭି ଚ୍ୟାନେଲରେ ପ୍ରସାରିତ ହୋଇଥିଲା । ଯାହା ମୁଖ୍ୟ ଚରିତ୍ର ତାରାର ଜୀବନର ସୁଖ ଦୁଃଖ ଉପରେ ଆଧାରିତ ଥିଲା । ଏହି ଶୋ' ସମସାମୟିକ ସହରୀ ମହିଳାମାନଙ୍କ ଉପରେ ପ୍ରଥମ ଭାରତୀୟ ସିରିଏଲ ଭାବରେ ଜଣାଶୁଣା ଥିଲା ଏବଂ ପ୍ରାୟ ପାଞ୍ଚ ବର୍ଷ ଧରି ଚାଲିଥିବା ପ୍ରଥମ ହିନ୍ଦୀ ଭାଷୀ ଧାରାବାହିକ ଥିଲା । ଏହି ଧାରାବାହିକରେ ତାରାର ଜୀବନ ଉପରେ ଧ୍ୟାନ ଦେବା ବ୍ୟତୀତ ତାଙ୍କର ଅନ୍ୟ ତିନି ବନ୍ଧୁ କାଞ୍ଚନ, ଦେବରାଣୀ ଅର୍ଜୁ ଏବଂ ଶିନାଙ୍କ ଜୀବନୀ ମଧ୍ୟ ଦେଖାଯାଇଥିଲା ।
ଅନ୍ତାକ୍ଷରୀ
ଟାଇଟନ ଅନ୍ତାକ୍ଷରୀ (Titan Antakshari) ମଧ୍ୟ ଅନ୍ତାକ୍ଷରୀ, କ୍ଲୋଜ ଅପ୍ ଅନ୍ତାକ୍ଷରୀ, ସାନସୁଇ ଅନ୍ତାକ୍ଷରୀ, ଫେୟାର-ଡିଲ ଅନ୍ତାକ୍ଷରୀ ଏବଂ ଟାଇଟନ ଅନ୍ତାକ୍ଷରୀ ଭାବେ ଜଣାଶୁଣା । ଏହା ଏକ ଭାରତୀୟ ମ୍ୟୁଜିକାଲ ଗେମ୍ ଶୋ' (Indian musical game show) ଯାହା ପ୍ରତି ଶୁକ୍ରବାର ଜୀ ଟିଭିରେ ପ୍ରସାରିତ ହେଉଥିଲା । ଏହି ଶୋ'କୁ ପୂର୍ବରୁ ସାନସୁଇ ଅନ୍ତାକ୍ଷରୀ କୁହାଯାଉଥିଲା । ୧୯୯୪ରୁ ୨୦୦୫ ପର୍ଯ୍ୟନ୍ତ ପଲ୍ଲବୀ ଯୋଶୀ (Pallavi Joshi) ଓ ଅନ୍ନୁ କପୁର (Annu Kapoor) ଏହି କାର୍ଯ୍ୟକ୍ରମରେ ହୋଷ୍ଟ କରିଥିଲେ ।
ହମ୍ ପାଞ୍ଚ୍
'ହମ୍ ପାଞ୍ଚ୍' (Hum Paanch) ZEE ଟିଭିର ଏକ ଲୋକପ୍ରିୟ ପୁରୁଣା ଧାରାବାହିକ । ଏହା ଏପରି ଏକ ସିରିଏଲ୍, ଯାହାକୁ ୯୦ ଦଶକରେ ସମସ୍ତେ ନିଶ୍ଚୟ ଦେଖିଥିବେ । ଏହି କମେଡି ସିରିଏଲର ଲୋକପ୍ରିୟତା 'ଦେଖ୍ ଭାଇ ଦେଖ୍' (Dekh Bhai Dekh) ସିରିଏଲ ଭଳି ଥିଲା । ଏହା ଅଲ୍ ଟାଇମ୍ ଫେବରେଟ ଧାରାବାହିକର ଆଖ୍ୟା ପାଇଛି । ୧୯୯୫ରେ ପ୍ରଥମେ ଦର୍ଶକଙ୍କ ସାମ୍ନାରେ ଆସିଥିବା ଏହି ସିରିଏଲ ୧୯୯୯ ପର୍ଯ୍ୟନ୍ତ ଦର୍ଶକଙ୍କୁ ମନୋରଞ୍ଜଜନ ଜାରି ରଖିଥିଲା, ଯାହାକି ସେହି ସମୟର ସବୁଠାରୁ ଲମ୍ବା ଚାଲୁଥିବା ସିରିଏଲ ଥିଲା । ଏହାର ଲୋକପ୍ରିୟତାକୁ ଦୃଷ୍ଟିରେ ରଖି ୨୦୦୫ରେ ପୁଣି ଥରେ ଏହାର ସିଜନ୍ ୨ ରିଲିଜ କରାଯାଇଥିଲା । ଯାହା ୨୦୦୬ର ମଧ୍ୟଭାଗ ପର୍ଯ୍ୟନ୍ତ ପ୍ରସାରିତ ହୋଇଥିଲା ।
ଅଧିକ ପଢ଼ନ୍ତୁ:-ସାଧାରଣ ଜନତାଙ୍କୁ ବଡ଼ ଝଟକା; ପୁଣି ବଢ଼ିଲା LPG ସିଲିଣ୍ଡର ଦର, ଜାଣନ୍ତୁ କ'ଣ ରହିଛି ରେଟ୍
ଅଧିକ ପଢ଼ନ୍ତୁ:-ମହାମେଣ୍ଟରେ ଫାଟ! ଉପନିର୍ବାଚନରେ RJD ବିରୋଧରେ ପ୍ରାର୍ଥୀ ଓହ୍ଲାଇବ କଂଗ୍ରେସ
ଅଧିକ ପଢ଼ନ୍ତୁ:-ପୁଣି ବଢ଼ିଲା ତୈଳ ଦର, ଚେକ୍ କରନ୍ତୁ ଆପଣଙ୍କ ସହରରେ କ'ଣ ରହିଛି ପେଟ୍ରୋଲ-ଡିଜେଲର ନୂଆ ରେଟ୍
ଅଧିକ ପଢ଼ନ୍ତୁ:-ଏହି ରାଜ୍ୟର ପୌର ନିର୍ବାଚନରେ ବିଜେପିକୁ ମିଳିଲା ବଡ଼ ସଫଳତା, ଜାଣନ୍ତୁ କ'ଣ ରହିଛି କଂଗ୍ରେସର ସ୍ଥିତି