ଶେଷ ହୋଇଯାଇଛି ଟିମ୍ ଇଣ୍ଡିଆର ଏହି ସବୁ ଘାତକ ଖେଳାଳିଙ୍କ କ୍ୟାରିଅର୍? ଦଳରେ ଫେରିବାର ସମସ୍ତ ରାସ୍ତା ହୋଇସାରିଛି ବନ୍ଦ!
Advertisement
Article Detail0/zeeodisha/odisha1044421

ଶେଷ ହୋଇଯାଇଛି ଟିମ୍ ଇଣ୍ଡିଆର ଏହି ସବୁ ଘାତକ ଖେଳାଳିଙ୍କ କ୍ୟାରିଅର୍? ଦଳରେ ଫେରିବାର ସମସ୍ତ ରାସ୍ତା ହୋଇସାରିଛି ବନ୍ଦ!

ଦଳରେ ପ୍ରତିଯୋଗିତା କ୍ରମାଗତ ଭାବେ ବୃଦ୍ଧି ପାଉଛି, ଯୁବ ଖେଳାଳିମାନେ ଘରୋଇ କ୍ରିକେଟ୍ ଓ ଆଇପିଏଲ (IPL) ରେ ଚମତ୍କାର ପ୍ରଦର୍ଶନ କରୁଛନ୍ତି, ଯାହା ଆଗାମୀ ଦିନରେ କିଛି ବଡ କ୍ରିକେଟରଙ୍କ ଏକଦିବସୀୟ ବା ODI କ୍ୟାରିୟରକୁ ଶେଷ କରିପାରେ । ଏହି ସମସ୍ତ ଖେଳାଳୀମାନଙ୍କ ବିଷୟରେ ଆସନ୍ତୁ ଜାଣିବା...

ଶେଷ ହୋଇଯାଇଛି ଟିମ୍ ଇଣ୍ଡିଆର ଏହି ସବୁ ଘାତକ ଖେଳାଳିଙ୍କ କ୍ୟାରିଅର୍? ଦଳରେ ଫେରିବାର ସମସ୍ତ ରାସ୍ତା ହୋଇସାରିଛି ବନ୍ଦ!

ନୂଆଦିଲ୍ଲୀ: ଟିମ୍ ଇଣ୍ଡିଆ (Team India) ରେ ଖେଳିବା ପ୍ରତ୍ୟେକ ଭାରତୀୟ କ୍ରିକେଟର (Indian Cricketer) ଙ୍କ ସ୍ୱପ୍ନ ହୋଇଥାଏ । ଭାରତ ଦେଶ ତଥା ବିଶ୍ୱକୁ କିଛି ସର୍ବୋତ୍ତମ ଖେଳାଳି ଦେଇଛି । ଏହି ଦଳରେ ପ୍ରତିଯୋଗିତା କ୍ରମାଗତ ଭାବେ ବୃଦ୍ଧି ପାଉଛି, ଯୁବ ଖେଳାଳିମାନେ ଘରୋଇ କ୍ରିକେଟ୍ ଓ ଆଇପିଏଲ (IPL) ରେ ଚମତ୍କାର ପ୍ରଦର୍ଶନ କରୁଛନ୍ତି, ଯାହା ଆଗାମୀ ଦିନରେ କିଛି ବଡ କ୍ରିକେଟରଙ୍କ ଏକଦିବସୀୟ ବା ODI କ୍ୟାରିୟରକୁ ଶେଷ କରିପାରେ । ଏହି ସମସ୍ତ ଖେଳାଳୀମାନଙ୍କ ବିଷୟରେ ଆସନ୍ତୁ ଜାଣିବା...

fallback

୧. ଅଜିଙ୍କ୍ୟ ରାହାନେ (Ajinkya Rahane)

ଭାରତୀୟ କ୍ରିକେଟ୍ ଦଳରେ ଅଜିଙ୍କ୍ୟ ରାହାଣେ (Ajinkya Rahane) ଜଣେ ବଡ଼ ଖେଳାଳି ଭାବରେ ଗଣାଯାଏ । ସେ ଟିମ୍ ଇଣ୍ଡିଆର ସମସ୍ତ ଫର୍ମାଟ୍ ଖେଳିଛନ୍ତି । ODI କ୍ରିକେଟରେ ଅଜିଙ୍କ୍ୟ ରାହାଣେ ୨୦୧୧ରେ ଭାରତ ପାଇଁ ଡେବ୍ୟୁ କରିଥିଲେ ଓ ଭାରତ ପାଇଁ ୯୦ଟି ODI ଖେଳିଛନ୍ତି । ୨୦୧୮ ଠାରୁ ରାହାନେ ଟିମ୍ ଇଣ୍ଡିଆର ODI ଦଳର ଅଂଶ ହୋଇନାହାଁନ୍ତି । ବର୍ତ୍ତମାନ ତାଙ୍କୁ ଟେଷ୍ଟ ସ୍ପେଶାଲିଷ୍ଟ୍ ଭାବରେ ଦେଖାଯାଉଛି । ଟିମ୍ ଇଣ୍ଡିଆ ପାଇଁ ମିଡିଲ୍ ଅର୍ଡରରେ ତାଙ୍କ ସ୍ଥାନରେ ସୁର୍ଯ୍ୟକୁମାର ଯାଦବ, ଶ୍ରେୟସ୍ ଆୟର ଏବଂ ଇଶାନ୍ କିଶାନ୍ ଭଲ ପ୍ରଦର୍ଶନ କରି ନିଜର ସ୍ଥାନ ନିଶ୍ଚିତ କରିଛନ୍ତି । ODI କ୍ରିକେଟ୍ ରେ ମଧ୍ୟ ରାହାଣେଙ୍କୁ ଅଣଦେଖା କରାଯାଇଛି । ଏହାକୁ ଦେଖି ଲାଗୁଛି ଯେ ରାହାନେ ବର୍ତ୍ତମାନ ହୁଏତ ତ ଏକଦିବସୀୟ କ୍ରିକେଟରେ କେବେ ବି ଖେଳୁ ନଥିବାର ଦେଖାଯାଇପାରେ ।

fallback

୨. ଇଶାନ୍ତ ଶର୍ମା (Ishant Sharma) 

ଟେଷ୍ଟ କ୍ରିକେଟର ନିୟମିତ ବୋଲର ଇଶାନ୍ତ ଶର୍ମାଙ୍କୁ ଦୀର୍ଘ ଦିନ ଧରି ODI କ୍ରିକେଟରେ ଦେଖିବାକୁ ମିଳିନାହିଁ । ୨୦୦୭ରେ ଦକ୍ଷିଣ ଆଫ୍ରିକା ବିପକ୍ଷରେ ଇଶାନ୍ତ ନିଜର ODI ଡେବ୍ୟୁ କରିଥିଲେ । ଇଶାନ୍ତ ଏପର୍ଯ୍ୟନ୍ତ ୮୦ଟି ODI ଖେଳିଛନ୍ତି, ଯେଉଁଥିରେ ସେ ୧୧୫ ୱିକେଟ୍ ନେବାରେ ସଫଳ ହୋଇଛନ୍ତି । ୨୦୧୬ ଠାରୁ ଇଶାନ୍ତ ଶର୍ମା ଗୋଟିଏ ବି ODI ଖେଳି ନାହାଁନ୍ତି । ଟିମ୍ ଇଣ୍ଡିଆରେ ନୂଆ ବୋଲର ପ୍ରସ୍ତୁତ କରାଯାଇଛି । ଦୀପକ ଚହର, ମହମ୍ମଦ ସିରାଜ ଏବଂ ନବଦୀପ ସୈନିଙ୍କ ଭଳି ଖେଳାଳି ତାଙ୍କ ସ୍ଥାନ ନେଇପାରେ । ODI କ୍ରିକେଟରେ ଇଶାନ୍ତ ନିଜ ସ୍ଥାନକୁ କେବେ ବି ପକ୍କା କରିପାରିବେ ନାହିଁ, ଯେଉଁଥିପାଇଁ ଏହି ସର୍ଟ ଫର୍ମାଟରେ ସ୍ଥାନ ପାଇବା ବର୍ତ୍ତମାନ ତାଙ୍କ ପାଇଁ ଏକ କଷ୍ଟକର କାର୍ଯ୍ୟ ।

fallback

୩. ମନୀଷ ପାଣ୍ଡେ (Manish Pandey)

ଟିମ୍ ଇଣ୍ଡିଆର ବ୍ୟାଟ୍ସମ୍ୟାନ୍ ମନୀଷ ପାଣ୍ଡେ ୨୦୧୫ରେ ଟିମ୍ ଇଣ୍ଡିଆ ପାଇଁ ନିଜର ODI ଡେବ୍ୟୁ କରିଥିଲେ । ସେ ଭାରତ ପାଇଁ ୨୮ଟି ODI ରେ ୫୫୫ ରନ୍ ସଂଗ୍ରହ କରିଛନ୍ତି, ଯେଉଁଥିରେ ଏକ ଚମତ୍କାର ଶତକ ସାମିଲ ରହିଛି । ସେ ଟିମ୍ ଇଣ୍ଡିଆରେ ନିଜ ସ୍ଥାନକୁ କେବେବି ପକ୍କା କରିପାରି ନାହିଁ । ତାଙ୍କର ଖରାପ ବ୍ୟାଟିଂ ହେତୁ ମିଡିଲ୍ ଅର୍ଡର ଉପରେ ଅଧିକ ଚାପ ରହୁଥିଲା । ଟିମ୍ ଇଣ୍ଡିଆ ପାଇଁ ସେ ୨୩ ଜୁଲାଇ ୨୦୨୧ରେ ଶ୍ରୀଲଙ୍କା ବିପକ୍ଷରେ ତାଙ୍କର ଶେଷ ODI ଖେଳିଥିଲେ ।

fallback

୪. ଦୀନେଶ କାର୍ତ୍ତିକ (Dinesh Karthik)

ଗତ ଦୁଇ ବର୍ଷ ଧରି ଟିମ୍ ଇଣ୍ଡିଆର ଡ୍ୟାସିଂ ବ୍ୟାଟ୍ସମ୍ୟାନ୍ ଦୀନେଶ କାର୍ତ୍ତିକ (Dinesh Karthik) ତାଙ୍କ ଖରାପ ଫର୍ମ ଯୋଗୁଁ ଟିମ୍ ଇଣ୍ଡିଆର ODI ଦଳର ଅଂଶ ହୋଇନାହାଁନ୍ତି । ସେ ୨୦୦୪ରେ ଭାରତ ପାଇଁ ନିଜର ODI ଡେବ୍ୟୁ କରିଥିଲେ, କିନ୍ତୁ ଭେଟେରାନ ବ୍ୟାଟ୍ସମ୍ୟାନ୍ ମହେନ୍ଦ୍ର ସିଂ ଧୋନିଙ୍କ ଉପସ୍ଥିତି ଯୋଗୁଁ ସେ ଅନେକ ସୁଯୋଗ ପାଇପାରିନଥିଲେ । କିନ୍ତୁ ଯେତେବେଳେ ବି ତାଙ୍କୁ ଟିମ୍ ଇଣ୍ଡିଆରେ ସ୍ଥାନ ଦିଆଯାଏ, ସେ କୌଣସି ବଡ଼ ଇନିଂସ ଖେଳି ପାରିନଥିଲେ । ଦୀନେଶ ଭାରତ ପାଇଁ ୯୪ଟି ODI ରେ ୧୭୫୨ ରନ୍ ସଂଗ୍ରହ କରିଛନ୍ତି । ବର୍ତ୍ତମାନ ଯୁବ ୱିକେଟକିପର ବ୍ୟାଟ୍ସମ୍ୟାନ୍ ଋଷଭ ପନ୍ତ ଟିମ୍ ଇଣ୍ଡିଆରେ ନିଜର ସ୍ଥାନ ନିଶ୍ଚିତ କରିଛନ୍ତି । ଏଭଳି ପରିସ୍ଥିତିରେ ତାଙ୍କ କ୍ୟାରିଅର ଉପରେ ବିପଦ ରହିଥିବାର ଦେଖାଯାଉଛି ।

ଏହା ବି ପଢ଼ନ୍ତୁ:-ତୈଳ କମ୍ପାନୀଗୁଡିକ ଜାରି କଲେ ଆଜିର ପେଟ୍ରୋଲ-ଡିଜେଲର ନୂଆ ଦାମ୍, ଗାଡ଼ିରେ ତେଲ ଭରିବା ପୂର୍ବରୁ ଚେକ୍ କରନ୍ତୁ ରେଟ୍