ଆଫଗାନିସ୍ତାନରେ କଭରେଜ ସମୟରେ ଭାରତୀୟ ସାମ୍ବାଦିକ ଦାନିଶ ସିଦ୍ଦିକିଙ୍କୁ ହତ୍ୟା, ପୁଲିତଜର ପୁରସ୍କାରରେ ଥିଲେ ସମ୍ମାନିତ
Advertisement

ଆଫଗାନିସ୍ତାନରେ କଭରେଜ ସମୟରେ ଭାରତୀୟ ସାମ୍ବାଦିକ ଦାନିଶ ସିଦ୍ଦିକିଙ୍କୁ ହତ୍ୟା, ପୁଲିତଜର ପୁରସ୍କାରରେ ଥିଲେ ସମ୍ମାନିତ

ଆଫଗାନିସ୍ତାନ  (Afghanistan) ରେ ଭାରତୀୟ ଫଟୋ ସାମ୍ୱାଦିକ (Indian photojournalist) ଦାନିଶ ସିଦ୍ଦିକି (Danish Siddiqui) ଙ୍କୁ ହତ୍ୟା କରାଯାଇଛି । ଆଫଗାନିସ୍ତାନର ସାମ୍ପ୍ରତିକ ପରିସ୍ଥିତିକୁ କଭର କରିବା ପାଇଁ ରଏଟର୍ସ ଫଟୋ ସାମ୍ବାଦିକ (Reuters photojournalist) ଭାବେ ଦାନିଶ ସିଦ୍ଦିକି ଗତ କିଛି ଦିନ ଧରି ସେଠାରେ କାର୍ଯ୍ୟରତ ଥିଲେ ।

ଆଫଗାନିସ୍ତାନରେ କଭରେଜ ସମୟରେ ଭାରତୀୟ ସାମ୍ବାଦିକ ଦାନିଶ ସିଦ୍ଦିକିଙ୍କୁ ହତ୍ୟା, ପୁଲିତଜର ପୁରସ୍କାରରେ ଥିଲେ ସମ୍ମାନିତ

କାବୁଲ: ଆଫଗାନିସ୍ତାନ  (Afghanistan) ରେ ଭାରତୀୟ ଫଟୋ ସାମ୍ୱାଦିକ (Indian photojournalist) ଦାନିଶ ସିଦ୍ଦିକି (Danish Siddiqui) ଙ୍କୁ ହତ୍ୟା କରାଯାଇଛି । ଆଫଗାନିସ୍ତାନର ସାମ୍ପ୍ରତିକ ପରିସ୍ଥିତିକୁ କଭର କରିବା ପାଇଁ ରଏଟର୍ସ ଫଟୋ ସାମ୍ବାଦିକ (Reuters photojournalist) ଭାବେ ଦାନିଶ ସିଦ୍ଦିକି ଗତ କିଛି ଦିନ ଧରି ସେଠାରେ କାର୍ଯ୍ୟରତ ଥିଲେ । ଦାନିଶ ସିଦ୍ଦିକି ଦିଲ୍ଲୀର ବାସିନ୍ଦା ଥିଲେ । ଆଫଗାନିସ୍ତାନର ନ୍ୟୁଜ୍ ଚ୍ୟାନେଲ ଟୋଲୋ ନ୍ୟୁଜ୍ ସୂତ୍ରରୁ ଏହି ସୂଚନା ମିଳିଛି । ଦାନିଶ ସିଦ୍ଦିକିଙ୍କ ମୃତ୍ୟୁ କାନ୍ଦାହାର ପ୍ରଦେଶର ସ୍ପିନ୍ ବୋଲଡକ୍ ଅଞ୍ଚଳରେ ଘଟିଛି, ଯେଉଁଠାରେ ସେ ବର୍ତ୍ତମାନର ପରିସ୍ଥିତିକୁ କଭର୍ କରୁଥିଲେ ।

ଆମେ ଆପଣଙ୍କୁ କହି ରଖୁଛୁ ଯେ, ଆମେରିକୀୟ ସୈନିକଙ୍କ ପ୍ରତ୍ୟାହାର ପରଠାରୁ ଏଠାରେ ଭୟଙ୍କର ହିଂସା ଜାରି ରହିଛି । ଗତ କିଛି ଦିନ ହେବ କାନ୍ଦାହାର ସ୍ଥିତିର କଭରେଜ୍ ପାଇଁ ସିଦ୍ଦିକି ସେଠାକୁ ଯାଇଥିଲେ । ସିଦ୍ଦିକି ଟିଭି ସାମ୍ବାଦିକ ଭାବରେ ନିଜର କ୍ୟାରିଅର୍ ଆରମ୍ଭ କରିଥିଲେ ଏବଂ ପରେ ଫଟୋଗ୍ରାଫ୍ ସାମ୍ବାଦିକ ହୋଇଥିଲେ ।

ଅଧିକ ପଢ଼ନ୍ତୁ:-ଚେତାବନୀ: ଟିକା ଲଗାଇଥିବା ଲୋକମାନେ ହୋଇପାରନ୍ତି ଡେଲଟା ଭାରିଆଣ୍ଟର ବାହକ, ଯାହା ଅନ୍ୟମାନଙ୍କ ପାଇଁ ବିପଦ

ଦାନିଶ ସିଦ୍ଦିକି ତାଙ୍କ ସହକର୍ମୀ ଅଦନାନ୍ ଆବିଦିଙ୍କ ସହ ୨୦୧୮ରେ ପୁଲିତଜର ପୁରସ୍କାର (Pulitzer Prize) ଜିତିଥିଲେ । ସେତେବେଳେ ସେ ପୁଲିତଜର ପୁରସ୍କାର ଜିତିଥିବା ପ୍ରଥମ ଭାରତୀୟ ହୋଇଥିଲେ । ରୋହିଙ୍ଗ୍ୟା ଶରଣାର୍ଥୀ ସଙ୍କଟକୁ ଦାନିଶ୍ ମଧ୍ୟ କଭର୍ କରିଥିଲେ ।

ଦାନିଶ MCRC ଜାମିଆ ମିଲିଆ ଇସଲାମିଆ ନୂଆଦିଲ୍ଲୀରୁ ମାସ କମ୍ୟୁନିକେସନ୍ କୋର୍ସ କରିଥିଲେ । ଏହା ପରେ ସେ ଏକ ଟିଭି ସାମ୍ବାଦିକ ଭାବରେ ବିଭିନ୍ନ ଟିଭି ଚ୍ୟାନେଲ ସହ ଯୋଡ଼ିଥିଲେ । ଏହା ପରେ ସେ ଫଟୋଗ୍ରାଫି କ୍ଷେତ୍ରରେ ପ୍ରବେଶ କଲେ । ଦିଲ୍ଲୀରେ ଜନ୍ମଗ୍ରହଣ କରିଥିବା ଦାନିଶଙ୍କ ପରିବାର ଜାମିଆ ବିଶ୍ୱବିଦ୍ୟାଳୟ ନିକଟ ଗଫର ମଞ୍ଜିଲରେ ରୁହନ୍ତି । ତାଙ୍କ ପତ୍ନୀ ଜର୍ମାନ ଏବଂ ତାଙ୍କର ଦୁଇଟି ସନ୍ତାନ ଅଛନ୍ତି ।

ଭାରତରେ ଆଫଗାନିସ୍ତାନର ରାଷ୍ଟ୍ରଦୂତ ଫରିଦ ମାମୁନ୍ଦଜାଇ ଦାନିଶ ବିଷୟରେ ଲେଖିଛନ୍ତି, ଗତକାଲି ରାତିରେ କାନ୍ଦାହାରରେ ଜଣେ ବନ୍ଧୁ ଦାନିଶ ସିଦ୍ଦିକିଙ୍କ ହତ୍ୟାର ଦୁଃଖଦ ଖବରରୁ ଅତ୍ୟନ୍ତ ଦୁଃଖିତ ଅଛି । ଭାରତୀୟ ସାମ୍ବାଦିକ ତଥା ପୁଲିତଜର ପୁରସ୍କାର ବିଜେତା ଆଫଗାନିସ୍ତାନ ସୁରକ୍ଷା ବାହିନୀ ସହିତ ଥିଲେ ଯେତେବେଳେ ସେମାନଙ୍କୁ ଆତଙ୍କବାଦୀମାନେ ଆକ୍ରମଣ କରିଥିଲେ । କାବୁଲ ଯିବା ପୂର୍ବରୁ ମୁଁ ତାଙ୍କୁ ୨ ସପ୍ତାହ ପୂର୍ବରୁ ଭେଟିଥିଲି । ଫଟୋ ସାମ୍ବାଦିକତା ପ୍ରତି ତାଙ୍କର ଆଗ୍ରହ ଏବଂ ଆଫଗାନିସ୍ତାନ ପ୍ରତି ତାଙ୍କର ପ୍ରେମ ବିଷୟରେ ସେ କହିଥିଲେ । ତାଙ୍କୁ ସ୍ମରଣ କରାଯିବ । ମୁଁ ତାଙ୍କ ପରିବାର ଓ ରଏଟର୍ସ ପ୍ରତି ମୋର ଗଭୀର ସମବେଦନା ଜଣାଉଛି ।

ଅଧିକ ପଢ଼ନ୍ତୁ:-ଦେଶରେ ଦିନକରେ ସାମ୍ନାକୁ ଆସିଲା ଏତିକି ମାମଲା, ଆଖି ବୁଜିଲେ ୫୪୨ ସଂକ୍ରମିତ

ଏହାପୂର୍ବରୁ, ଜୁନ୍ ୧୩ରେ ଦାନିଶ୍ ସିଦ୍ଦିକି ଟ୍ୱିଟ୍ କରି ସୂଚନା ଦେଇଥିଲେ ଯେ ସେ ଯେଉଁ ଗାଡିରେ ଯାଉଥିଲେ ସେହି ଗାଡି ଉପରେ ଆକ୍ରମଣ କରାଯାଇଥିଲା । ସେ ଲେଖିଛନ୍ତି, ମୁଁ ଭାଗ୍ୟବାନ ଯେ ମୁଁ ନିରାପଦରେ ବଞ୍ଚିଛି ।

ଆଫଗାନିସ୍ତାନରେ ଚାଲିଥିବା ସଙ୍କଟକୁ କଭର୍ କରିବାକୁ ଯାଇଥିବା ଦାନିଶ ଲଗାତାର ସେଠାରେ ସ୍ଥିତିକୁ କ୍ୟାମେରାରେ କଏଦ କରି ନିଜ ଟ୍ୱିଟର ହ୍ୟାଣ୍ଡେଲରେ ସେୟାର କରୁଥିଲେ । ତାଙ୍କ ହ୍ୟାଣ୍ଡେଲ ମାଧ୍ୟମରେ ଦାନିଶ ଆଫଗାନିସ୍ତାନରୁ ଅନେକ ପ୍ରକାରର ଜୀବନ ଦେଖାଇବାକୁ ଚେଷ୍ଟା କରୁଥିଲେ ।