ଯାତ୍ରୀଙ୍କ ପାଇଁ ଖୁସି ଖବର! ପାର୍ବଣ ଋତୁରେ ଟ୍ରେନରେ କରନ୍ତୁ ମାଗଣାରେ ଯାତ୍ରା, ରେଲୱେ ଦେଉଛି ଏହି ଖାସ୍ ସୁବିଧା
Advertisement

ଯାତ୍ରୀଙ୍କ ପାଇଁ ଖୁସି ଖବର! ପାର୍ବଣ ଋତୁରେ ଟ୍ରେନରେ କରନ୍ତୁ ମାଗଣାରେ ଯାତ୍ରା, ରେଲୱେ ଦେଉଛି ଏହି ଖାସ୍ ସୁବିଧା

Indian Railways: ରେଲୱେ ତରଫରୁ ଝିଅମାନଙ୍କୁ  ସ୍ନାତକୋତ୍ତର MST ରୁ ଦ୍ୱିତୀୟ ଶ୍ରେଣୀରେ ମାଗଣାରେ ଯାତ୍ରା କରିବାର ସୁବିଧା ମିଳିଥାଏ । ଏହା ବ୍ୟତୀତ ଯଦି ଆମେ ପୁଅମାନଙ୍କ ବିଷୟରେ ଆଲୋଚନା କରୁ, ତେବେ ସେମାନଙ୍କୁ ମଧ୍ୟ ଦ୍ୱାଦଶ ଶ୍ରେଣୀ ପର୍ଯ୍ୟନ୍ତ MST ମାଧ୍ୟମରେ ଦ୍ୱିତୀୟ ଶ୍ରେଣୀରେ ମାଗଣା ଯାତ୍ରା କରିବାକୁ ଅନୁମତି ଦିଆଯାଇଛି । 

ଯାତ୍ରୀଙ୍କ ପାଇଁ ଖୁସି ଖବର! ପାର୍ବଣ ଋତୁରେ ଟ୍ରେନରେ କରନ୍ତୁ ମାଗଣାରେ ଯାତ୍ରା, ରେଲୱେ ଦେଉଛି ଏହି ଖାସ୍ ସୁବିଧା

ନୂଆଦିଲ୍ଲୀ: Indian Railways: ଟ୍ରେନରେ ଯାତ୍ରା କରୁଥିବା ଯାତ୍ରୀଙ୍କ ପାଇଁ ଏକ ବଡ଼ ଖୁସି ଖବର ଅଛି । ଯଦି ଆପଣ ମଧ୍ୟ ଏହି ପାର୍ବଣ ଋତୁ (Festive Season) ରେ ଟ୍ରେନ୍ ଯୋଗେ ନିଜ ଘରକୁ ଯିବାକୁ ଯୋଜନା କରୁଛନ୍ତି । ତେବେ ବର୍ତ୍ତମାନ ଆପଣ ଭାରତୀୟ ରେଲୱେରେ ମାଗଣା (Free Travel in Train) ରେ ଯାତ୍ରା କରିପାରିବେ । ରେଲୱେ (Indian Railways) ତରଫରୁ ସମସ୍ତ ସମସ୍ତ ବର୍ଗ ଓ ସମସ୍ତ ପ୍ରକାରର ଲୋକଙ୍କ ପାଇଁ ଅଲଗା ଅଲଗା ସୁବିଧା ଯୋଗାଇ ଦିଆଯାଉଛି । ଯାହାର ଲାଭ ଆପଣ ଉଠାଇପାରିବେ ।

ଆପଣଙ୍କୁ କହି ରଖୁଛୁ ଯେ, ରେଲୱେ ତରଫରୁ ଟିକେଟ୍ ଉପରେ ଅନେକ ପ୍ରକାରର ରିହାତି ଦିଆଯାଉଛି । ଏଥି ସହିତ ଅନେକ ଲୋକ ମାଗଣାରେ ଯାତ୍ରା କରିବାର ସୁବିଧା ମଧ୍ୟ ପାଆନ୍ତି । IRCTC ତରଫରୁ ଟ୍ରେନରେ ଅନେକ ଡିସ୍କାଉଣ୍ଟ ମିଳିଥାଏ । ବେରୋଜଗାର ଯୁବକଙ୍କ ଟିକେଟ୍ ଉପରେ ୫୦ରୁ ୧୦୦ ପ୍ରତିଶତ ଡିସ୍କାଉଣ୍ଟ ରହିଥାଏ ।  ରେଲୱେ ତରଫରୁ ଛାତ୍ରମାନଙ୍କୁ ଘରୁ ସ୍କୁଲ କିମ୍ୱା କଲେଜ ଯିବା ଆସିବା, ଭ୍ରମଣ, ବିଦେଶୀ ଛାତ୍ରଙ୍କ ଭ୍ରମଣ, ରିସର୍ଚ୍ଚ ୱର୍କ ସମ୍ୱନ୍ଧିତ ଭ୍ରମଣ ଆଦି ସମେତ ଅନେକ କାରଣରୁ ଟ୍ରେନରେ ଯାତ୍ରା କରିବା ପାଇଁ ରିହାତି ମିଳିଥାଏ । ଏହା ବ୍ୟତୀତ ୫୮ ବର୍ଷର ମହିଳା ଓ ୬୦ ବର୍ଷର ପୁରୁଷମାନଙ୍କୁ ମଧ୍ୟ ଟ୍ରେନ୍ ଟିକେଟରେ ରିହାତି ଦିଆଯାଇଥାଏ ।

ରେଲୱେ ତରଫରୁ ଝିଅମାନଙ୍କୁ  ସ୍ନାତକୋତ୍ତର MST ରୁ ଦ୍ୱିତୀୟ ଶ୍ରେଣୀରେ ମାଗଣାରେ ଯାତ୍ରା କରିବାର ସୁବିଧା ମିଳିଥାଏ । ଏହା ବ୍ୟତୀତ ଯଦି ଆମେ ପୁଅମାନଙ୍କ ବିଷୟରେ ଆଲୋଚନା କରୁ, ତେବେ ସେମାନଙ୍କୁ ମଧ୍ୟ ଦ୍ୱାଦଶ ଶ୍ରେଣୀ ପର୍ଯ୍ୟନ୍ତ MST ମାଧ୍ୟମରେ ଦ୍ୱିତୀୟ ଶ୍ରେଣୀରେ ମାଗଣା ଯାତ୍ରା କରିବାକୁ ଅନୁମତି ଦିଆଯାଇଛି । ଇଣ୍ଟରଭ୍ୟୁ ଦେବାକୁ ଯାଉଥିବା ବେକାର ଯୁବକମାନଙ୍କୁ ସ୍ଲିପର ଶ୍ରେଣୀର ଟିକେଟରେ ୫୦ ପ୍ରତିଶତ ରିହାତି ଓ ଦ୍ୱିତୀୟ ଶ୍ରେଣୀ ଟିକେଟରେ ୧୦୦ ପ୍ରତିଶତ ରିହାତି ମିଳିଥାଏ ।

ଅଧିକ ପଢ଼ନ୍ତୁ:-ଆମେରିକା ପୁଣି ପାକିସ୍ତାନ ପାଇଁ କଲା ଏହି ବଡ଼ ଘୋଷଣା, ଭାରତକୁ ଝଟକା!

ଅଧିକ ପଢ଼ନ୍ତୁ:-ରାସନ କାର୍ଡଧାରୀଙ୍କ ପାଇଁ ଲାଗିଲା ଲଟେରୀ, ଅକ୍ଟୋବରରୁ ମୋଦି ସରକାର ଦେବେ ଏହି ଖାସ୍ ସୁବିଧା!

ଅଧିକ ପଢ଼ନ୍ତୁ:-ବିଜେପିର ନୂଆ ରାଷ୍ଟ୍ରୀୟ ଅଧ୍ୟକ୍ଷ ପାଇଁ ହେବ ନାହିଁ ନିର୍ବାଚନ, ଏହି ବ୍ୟକ୍ତି ପୁଣି ସମ୍ଭାଳିବେ କମାଣ

 

ସେପଟେ ଆଜି ଅନେକ ଟ୍ରେନ ଡାଇଭର୍ଟ, ରିଶିଡ୍ୟୁଲ ଏବଂ ବାତିଲ କରାଯାଇଛି । ଏହି ଡାଇଭର୍ଟ, ରିଶିଡ୍ୟୁଲ ଏବଂ ବାତିଲ ଟ୍ରେନ୍ ଗୁଡିକରେ ଏକ୍ସପ୍ରେସ ଟ୍ରେନ୍, ମେଲ୍ ଟ୍ରେନ୍ ଏବଂ ସମସ୍ତ ତିନି ପ୍ରକାରର ପ୍ରିମିୟମ୍ ଟ୍ରେନ୍ ସାମିଲ ରହିଛି । ଆଜି ଅର୍ଥାତ୍ ସେପ୍ଟେମ୍ୱର ୨୭ରେ ରେଲୱେ ମୋଟ ୧୯୫ ଟ୍ରେନ୍ ସଂପୂର୍ଣ୍ଣ ବା ଆଂଶିକ ଭାବେ ବାତିଲ କରିବାକୁ ନିଷ୍ପତ୍ତି ନେଇଛି । ବାତିଲ ହୋଇଥିବା ଟ୍ରେନଗୁଡ଼ିକ ମଧ୍ୟରୁ ଉତ୍ତର ପ୍ରଦେଶ, ଝାରଖଣ୍ଡ, ଛତିଶଗଡ଼, ମହାରାଷ୍ଟ୍ର, ଦିଲ୍ଲୀ, ମଧ୍ୟ ପ୍ରଦେଶ, ପଶ୍ଚିମବଙ୍ଗ, ଓଡ଼ିଶା, କର୍ଣ୍ଣାଟକ, ଆନ୍ଧ୍ର ପ୍ରଦେଶ ଏବଂ ବିହାର ଯାଉଥିବା ଟ୍ରେନ ସାମିଲ ରହିଛି । ବିଗତ କିଛି ଦିନ ଧରି ଦିଲ୍ଲୀ, ଉତ୍ତର ପ୍ରଦେଶ, ଓଡିଶା, ମହାରାଷ୍ଟ୍ର, ମଧ୍ୟ ପ୍ରଦେଶ, ଝାଡଖଣ୍ଡ, ପଶ୍ଚିମବଙ୍ଗ ଆଦି ଦେଶର ଅନେକ ସ୍ଥାନରେ ପ୍ରବଳ ବର୍ଷା ହୋଇଆସୁଛି । ରେଳ ଚଳାଚଳ ଉପରେ ଏହାର ସିଧାସଳଖ ପ୍ରଭାବ ପଡିଥାଏ । ଏହା ସହିତ ଟ୍ରାଫିକ୍ ବ୍ଲକ୍ ଓ ରେଳ ଟ୍ରାକ୍ ମରାମତି ଯୋଗୁଁ ଟ୍ରେନ୍ ଗୁଡିକ ମଧ୍ୟ ବାତିଲ୍ କରିବାକୁ ପଡିଛି । ପ୍ରତିଦିନ ଶହ ଶହ ଟ୍ରେନ୍ ରେଳ ଟ୍ରାକ୍ ଦେଇ ଯାଇଥାଏ ।