ରେଳ ଯାତ୍ରୀଙ୍କ ପାଇଁ ଗୁଡ୍ ନ୍ୟୁଜ୍! ରେଲୱେ ଘୋଷଣା କଲା ଅନେକ ସ୍ୱତନ୍ତ୍ର ଟ୍ରେନ୍, ଦେଖନ୍ତୁ ପୁରା ଲିଷ୍ଟ୍
Advertisement
Article Detail0/zeeodisha/odisha854130

ରେଳ ଯାତ୍ରୀଙ୍କ ପାଇଁ ଗୁଡ୍ ନ୍ୟୁଜ୍! ରେଲୱେ ଘୋଷଣା କଲା ଅନେକ ସ୍ୱତନ୍ତ୍ର ଟ୍ରେନ୍, ଦେଖନ୍ତୁ ପୁରା ଲିଷ୍ଟ୍

ପଶ୍ଚିମ ରେଳପଥ ଦ୍ୱାରା ପରିଚାଳିତ ଏହି ଟ୍ରେନ୍ ଗୁଡିକରେ ଯାତ୍ରା ପୂର୍ବରୁ ସିଟ୍ ବୁକ୍ କରିବା ଏବଂ ଯାତ୍ରା ସମୟରେ କୋଭିଡ୍-19 ପ୍ରୋଟୋକଲ୍ ଅନୁସରଣ କରିବା ଆବଶ୍ୟକ ହେବ । ଆସନ୍ତୁ ବର୍ତ୍ତମାନ ଜାଣିବା କେଉଁ ରୁଟରେ ସ୍ପେଶାଲ ଟ୍ରେନର ଘୋଷଣା କରାଯାଇଛି ।

ରେଳ ଯାତ୍ରୀଙ୍କ ପାଇଁ ଗୁଡ୍ ନ୍ୟୁଜ୍! ରେଲୱେ ଘୋଷଣା କଲା ଅନେକ ସ୍ୱତନ୍ତ୍ର ଟ୍ରେନ୍, ଦେଖନ୍ତୁ ପୁରା ଲିଷ୍ଟ୍

ନୂଆଦିଲ୍ଲୀ: ଯାତ୍ରୀମାନଙ୍କ ସୁବିଧାକୁ ଦୃଷ୍ଟିରେ ରଖି ଭାରତୀୟ ରେଳ (Indian Railways) କ୍ରମାଗତ ଭାବରେ ନୂତନ ସ୍ୱତନ୍ତ୍ର ଟ୍ରେନ (Special Trains) ର ସଞ୍ଚାଳନ ଘୋଷଣା କରୁଛି । ବର୍ତ୍ତମାନ ପଶ୍ଚିମ ରେଳ (Western Railway) ବିଭିନ୍ନ ମାର୍ଗରେ ଅନେକ ନୂତନ ସ୍ୱତନ୍ତ୍ର ଟ୍ରେନ୍ ଚଳାଇବାକୁ ନିଷ୍ପତ୍ତି ନେଇଛି । ଏହା ବ୍ୟତୀତ ପଶ୍ଚିମ ରେଳ ଟ୍ରେନ ସଂଖ୍ୟା 02944/43 ବୃଦ୍ଧି କରିବାକୁ ନିଷ୍ପତ୍ତି ନେଇଛି । ଇନ୍ଦୌର ଓ ଦୌଣ୍ଡ ରେଳ ଷ୍ଟେସନ ମଧ୍ୟରେ ଚାଲୁଥିବା ଟ୍ରେନ୍ ବର୍ତ୍ତମାନ ସପ୍ତାହରେ ୬ ଦିନ ଚାଲିବ । ପଶ୍ଚିମ ରେଳପଥ ଦ୍ୱାରା ପରିଚାଳିତ ଏହି ଟ୍ରେନ୍ ଗୁଡିକରେ ଯାତ୍ରା ପୂର୍ବରୁ ସିଟ୍ ବୁକ୍ କରିବା ଏବଂ ଯାତ୍ରା ସମୟରେ କୋଭିଡ୍-19 ପ୍ରୋଟୋକଲ୍ ଅନୁସରଣ କରିବା ଆବଶ୍ୟକ ହେବ । ଆସନ୍ତୁ ବର୍ତ୍ତମାନ ଜାଣିବା କେଉଁ ରୁଟରେ ସ୍ପେଶାଲ ଟ୍ରେନର ଘୋଷଣା କରାଯାଇଛି ।

ଅଧିକ ପଢ଼ନ୍ତୁ:-ପେଟ୍ରୋଲ-ଡିଜେଲ: ଏହି ୪ଟି ରାଜ୍ୟ ହ୍ରାସ କଲେ ଟ୍ୟାକ୍ସ, ଏବେ କେନ୍ଦ୍ର-ବାକି ରାଜ୍ୟ ଉପରେ ବଢ଼ିଲା ଚାପ

୧.09009 ମୁମ୍ବାଇ ସେଣ୍ଟ୍ରାଲରୁ ନୂଆଦିଲ୍ଲୀ ଦୁରନ୍ତୋ ସ୍ପେଶାଲ୍ ଏକ୍ସପ୍ରେସ୍ (ସପ୍ତାହରେ ଦୁଇ ଦିନ)- ଏହି ସ୍ୱତନ୍ତ୍ର ଟ୍ରେନ୍ ପ୍ରତ୍ୟେକ ସୋମବାର ଓ ଶୁକ୍ରବାର ଫେବୃଆରୀ ୨୬ରୁ ରାତି ୨୩.୦୦ରେ ମୁମ୍ବାଇ ସେଣ୍ଟ୍ରାଲ୍ ରେଳ ଷ୍ଟେସନ ଛାଡିବ । ପରଦିନ ଅପରାହ୍ନ ୧୫.୫୫ରେ ନୂଆଦିଲ୍ଲୀରେ ପହଞ୍ଚିବ ।

୨. 09010 ନୂଆଦିଲ୍ଲୀରୁ ମୁମ୍ବାଇ ସେଣ୍ଟ୍ରାଲ ଦୁରନ୍ତୋ ସ୍ପେଶାଲ ଏକ୍ସପ୍ରେସ (ସପ୍ତାହରେ ଦୁଇ ଦିନ) - ଏହି ସ୍ୱତନ୍ତ୍ର ଟ୍ରେନ ପ୍ରତ୍ୟେକ ମଙ୍ଗଳବାର ଏବଂ ଶନିବାର ରାତି ୨୨.୧୦ରେ ନୂଆଦିଲ୍ଲୀ ରେଳ ଷ୍ଟେସନରୁ ପ୍ରସ୍ଥାନ କରିବ । ପରଦିନ ଅପରାହ୍ନ ୧୫.୩୫ରେ ମୁମ୍ବାଇ ସେଣ୍ଟ୍ରାଲରେ ପହଞ୍ଚିବ ।

୩. 09289 ବାନ୍ଦ୍ରା ଟର୍ମିନାସରୁ ମହୁୱା ସୁପରଫାଷ୍ଟ ସ୍ପେଶାଲ୍ (ସପ୍ତାହରେ ଗୋଟିଏ ଦିନ) - ଏହି ଟ୍ରେନ୍ ଫେବୃଆରୀ ୨୬ରୁ ପ୍ରତି ଶୁକ୍ରବାର ଦିନ  ୧୬.୪୫ରେ ବାନ୍ଦ୍ରା ଟର୍ମିନାସ୍ ରେଳ ଷ୍ଟେସନରୁ ଛାଡିବ । ପରଦିନ ସକାଳ ୬.୪୫ରେ ମହୁୱାରେ ପହଞ୍ଚିବ ।

୪. 09290 ମହୁୱା ଠାରୁ ବାନ୍ଦ୍ରା ଟର୍ମିନାସ୍ ସୁପରଫାଷ୍ଟ ସ୍ପେଶାଲ୍ (ସପ୍ତାହରେ ଗୋଟିଏ ଦିନ) - ଏହି ସ୍ୱତନ୍ତ୍ର ଟ୍ରେନ୍ ଫେବୃଆରୀ ୨୭ରୁ ପ୍ରତି ଶନିବାର ରାତି ୧୯.୨୦ରେ ମହୁୱାରୁ ଚାଲିବ ଏବଂ ପରଦିନ ସକାଳ ୯.୩୦ରେ ବାନ୍ଦ୍ରା ଟର୍ମିନାସରେ ପହଞ୍ଚିବ ।

୫. 09293 ବାନ୍ଦ୍ରା ଟର୍ମିନାସରୁ ମହୁୱା ସୁପରଫାଷ୍ଟ ସ୍ପେଶାଲ୍ (ସପ୍ତାହରେ ଗୋଟିଏ ଦିନ) - ଏହି ଟ୍ରେନ୍ ମାର୍ଚ୍ଚ ୩ରୁ ବାନ୍ଦ୍ରା ଟର୍ମିନାସ୍ ରେଳ ଷ୍ଟେସନରୁ ପ୍ରତ୍ୟେକ ବୁଧବାର  ଅପରାହ୍ନ ୧୬.୪୫ରେ ଛାଡି ପରଦିନ ସକାଳ ୬.୪୫ରେ ମହୁୱାରେ ପହଞ୍ଚିବ ।

ଅଧିକ ପଢ଼ନ୍ତୁ:-LPG ସବସିଡିର ଟଙ୍କା ଯଦି ଆପଣଙ୍କ ଆକାଉଣ୍ଟରେ ଆସୁନାହିଁ, ତେବେ କରନ୍ତୁ ଏହି କାମ

୬. 09294 ମହୁୱାରୁ ବାନ୍ଦ୍ରା ଟର୍ମିନାସ୍ ସୁପରଫାଷ୍ଟ ସ୍ପେସିଆଲ୍ (ସପ୍ତାହରେ ଗୋଟିଏ ଦିନ) - ଏହି ସ୍ୱତନ୍ତ୍ର ଟ୍ରେନ୍ ମାର୍ଚ୍ଚ ୪ରୁ ପ୍ରତ୍ୟେକ ଗୁରୁବାର ୧୯.୨୦ରେ ପ୍ରସ୍ଥାନ କରିବ ଏବଂ ପରଦିନ ସକାଳ ୯.୩୦ରେ ବାନ୍ଦ୍ରା ଟର୍ମିନାସରେ ପହଞ୍ଚିବ ।

୭. 09336 ଇନ୍ଦୌରରୁ ଗାନ୍ଧୀଧାମ୍ ସୁପରଫାଷ୍ଟ ସ୍ପେଶାଲ୍ (ସପ୍ତାହରେ ଗୋଟିଏ ଦିନ) - ଫେବୃଆରୀ ୨୮ରୁ ଇନ୍ଦୌରରୁ ଏହି ଟ୍ରେନ୍ ପ୍ରତ୍ୟେକ ରବିବାର ରାତି ୨୩.୩୦ରେ ପ୍ରସ୍ଥାନ କରିବ । ଏହି ଟ୍ରେନ୍ ପରଦିନ ଦିବା ୧୪.୦୦ରେ ଗାନ୍ଧୀଧାମରେ ​​ପହଞ୍ଚିବ ।

୮. 09335 ଗାନ୍ଧୀଧାମରୁ ଇନ୍ଦୌର ସାପ୍ତାହିକ ସୁପରଫାଷ୍ଟ ସ୍ପେଶାଲ୍- ଏହି ସ୍ୱତନ୍ତ୍ର ଟ୍ରେନ୍ ମାର୍ଚ୍ଚ ୧ରୁ ପ୍ରତି ସୋମବାର ସନ୍ଧ୍ୟା ୧୮.୧୫ରେ ଗାନ୍ଧୀଧାମ୍ ରେଳ ଷ୍ଟେସନରୁ ଚାଲିବ ବୋଲି ପାଇଁ ସ୍ଥିର ହୋଇଛି । ପରଦିନ ଏହି ସ୍ୱତନ୍ତ୍ର ଟ୍ରେନ୍ ସକାଳ ୮.୫୫ରେ ଇନ୍ଦୌରରେ ପହଞ୍ଚିବ ।

୯. 09507 ଇନ୍ଦୋରରୁ ଉଜ୍ଜୈନ୍ ସ୍ପେଶାଲ୍ (ଦୈନିକ) - ଏହି ଟ୍ରେନ ମାର୍ଚ୍ଚ ୧ରୁ ପ୍ରତ୍ୟେକ ଦିନ ଇନ୍ଦୌରରୁ ସନ୍ଧ୍ୟା ୧୮.୦୦ରେ ଛାଡ଼ିବ ଏବଂ ସେହି ଦିନ ଅପରାହ୍ନ ୨୦.୦୫ରେ ଉଜ୍ଜୈନରେ ପହଞ୍ଚିବ ।

୧୦. 09506 ଉଜ୍ଜୈନରୁ ଇନ୍ଦୌର ସ୍ପେଶାଲ୍ (ଦୈନିକ) - ଏହି ଟ୍ରେନ୍ ମାର୍ଚ୍ଚ ୪ରୁ ସକାଳ ୮.୧୦ରେ ଉଜ୍ଜୈନରୁ ଛାଡ଼ିବ ଏବଂ ସେହି ଦିନ ସକାଳ ୧୦.୪୦ରେ ଇନ୍ଦୌରରେ ପହଞ୍ଚିବ ।

ଅଧିକ ପଢ଼ନ୍ତୁ:-ଏଲଜେପିକୁ ଲାଗିଲା ବଡ଼ ଝଟକା, ବିଜେପିରେ ସାମିଲ ହେଲେ ଦଳର ଏକମାତ୍ର MLC

୧୧. 09518 ଉଜ୍ଜୈନରୁ ନାଗଦା ରେଳ ଷ୍ଟେସନ (ଦୈନିକ) - ଏହି ସ୍ୱତନ୍ତ୍ର ଟ୍ରେନ ମାର୍ଚ୍ଚ ୨ରୁ ଆରମ୍ଭ ହେବ । ଉଜ୍ଜୈନରୁ ଏହି ଟ୍ରେନ୍ ପ୍ରତିଦିନ ସକାଳ ୭ଟାରେ ଚାଲିବ ଏବଂ ସକାଳ ୮.୨୫ରେ ନାଗଦା ପହଞ୍ଚିବ ।

୧୨. 09517 ନାଗଦାରୁ ଉଜ୍ଜୈନ ସ୍ପେଶାଲ୍ (ଦୈନିକ)- ଏହି ସ୍ୱତନ୍ତ୍ର ଟ୍ରେନ୍ ନାଗଦାରୁ ମାର୍ଚ୍ଚ ୩ରୁ ଦୈନିକ ସନ୍ଧ୍ୟା ୧୮.୦୦ରେ ଛାଡ଼ିବ ଏବଂ ୧୯.୪୦ରେ ଉଜ୍ଜୈନରେ ପହଞ୍ଚିବ  ।

୧୩. 09554 ଉଜ୍ଜୈନରୁ ନାଗଦା ସ୍ପେଶାଲ୍ (ଦୈନିକ)- ଏହି ସ୍ୱତନ୍ତ୍ର ଟ୍ରେନ୍ ମାର୍ଚ୍ଚ ୧ରୁ ଦୈନିକ ସନ୍ଧ୍ୟା ୨୦.୪୦ରେ ଉଜ୍ଜୈନରୁ ଛାଡି ରାତି ୨୨.୧୦ରେ ନାଗଦାରେ ପହଞ୍ଚିବ ।

୧୪. 09553 ନାଗଦାରୁ ଉଜ୍ଜୈନ୍ ସ୍ପେଶାଲ (ଦୈନିକ)- ଏହି ଯାତ୍ରୀବାହୀ ଟ୍ରେନ୍ ପ୍ରତିଦିନ ମାର୍ଚ୍ଚ ୧ରୁ ରାତି ୨୩.୩୫ରେ ଛାଡ଼ିବ । ପରଦିନ ରାତି ୦୧.୦୫ରେ ଉଜ୍ଜୈନରେ ପହଞ୍ଚିବ ।