ରେଳ ପ୍ରଶାସନ ଦ୍ୱାରା ଜନସାଧାରଣଙ୍କ ସୁବିଧା ପାଇଁ ତଥା 05025 ମଉ-ଆନନ୍ଦ ବିହାର ଟର୍ମିନାସ୍ ଦ୍ୱି-ସାପ୍ତାହିକ ସ୍ୱତନ୍ତ୍ର ଟ୍ରେନ୍ ଜାନୁୟାରୀ ୨୪ ଏବଂ 05026 ଆନନ୍ଦ ବିହାର ଟର୍ମିନାସ୍-ମଉ ଦ୍ୱି-ସାପ୍ତାହିକ ସ୍ୱତନ୍ତ୍ର ଟ୍ରେନ୍ ଜାନୁଆରୀ ୨୫ରୁ ପରିଚାଳିତ ହେବ ।
Trending Photos
ନୂଆଦିଲ୍ଲୀ: ରେଳ ଯାତ୍ରୀଙ୍କ ପାଇଁ ପୁଣି ଆଶ୍ୱସ୍ତିକର ଖବର ଆସିଛି । ଭାରତୀୟ ରେଳୱେ (Indian Railways) ବଡ଼ ନିଷ୍ପତ୍ତି ନେଇଛି । ଯାହା ଦ୍ୱାରା ହଜାର ହଜାର ଯାତ୍ରୀ ଉପକୃତ ହେବ । ଭାରତୀୟ ରେଲୱେ ସ୍ୱତନ୍ତ୍ର ରୁଟରେ ସ୍ପେଶାଲ ଟ୍ରେନ୍ ସମ୍ବନ୍ଧରେ ଏହି ନିଷ୍ପତ୍ତି ନେଇଛି । ରେଲୱେ ଦିଲ୍ଲୀ ଓ ମୁମ୍ବାଇ ମଧ୍ୟରେ ଚାଲୁଥିବା ରାଜଧାନୀ ସୁପରଫାଷ୍ଟ ସ୍ପେଶାଲ ଟ୍ରେନ ଜାନୁଆରୀ ୧୯ରୁ ସାତ ଦିନ ଚଳାଇବାକୁ ଘୋଷଣା କରିଛି । ଏହି ବିଷୟରେ ସୂଚନା ଦେଇ କେନ୍ଦ୍ରୀୟ ରେଳବାଇ କହିଛି ଯେ ଛତ୍ରପତି ଶିବାଜୀ ମହାରାଜ ଟର୍ମିନାସ ମୁମ୍ବାଇ-ହଜରତ ନିଜାମୁଦ୍ଦିନ ରାଜଧାନୀ ସୁପରଫାଷ୍ଟ ସ୍ପେଶାଲ ଟ୍ରେନ ଜାନୁୟାରୀ ୧୯ରୁ ସାତ ଦିନ ଚାଲିବ ।
ଅଧିକ ପଢ଼ନ୍ତୁ:- ଆଧାରକୁ ତୁରନ୍ତ କରନ୍ତୁ ମୋବାଇଲ୍ ସହିତ ଲିଙ୍କ୍, ତେବେ ହିଁ ମିଳିବ ଜାନୁଆରୀ ୧୬ରୁ କୋରୋନା ଟିକା
ରେଳ ପ୍ରଶାସନ ଦ୍ୱାରା ଜନସାଧାରଣଙ୍କ ସୁବିଧା ପାଇଁ ତଥା 05025 ମଉ-ଆନନ୍ଦ ବିହାର ଟର୍ମିନାସ୍ ଦ୍ୱି-ସାପ୍ତାହିକ ସ୍ୱତନ୍ତ୍ର ଟ୍ରେନ୍ ଜାନୁୟାରୀ ୨୪ ଏବଂ 05026 ଆନନ୍ଦ ବିହାର ଟର୍ମିନାସ୍-ମଉ ଦ୍ୱି-ସାପ୍ତାହିକ ସ୍ୱତନ୍ତ୍ର ଟ୍ରେନ୍ ଜାନୁଆରୀ ୨୫ରୁ ପରିଚାଳିତ ହେବ । ଏହି ଟ୍ରେନଗୁଡିକର ସମସ୍ତ କୋଚ୍ ସଂରକ୍ଷିତ ଶ୍ରେଣୀର ହେବ । ଏହି ଟ୍ରେନର ଗଠନରେ ଜେନେରେଟର କମ ଲଗେଜ୍ ଯାନର ୦୨ କୋଚ୍, ସାଧାରଣ ଦ୍ୱିତୀୟ ଶ୍ରେଣୀର ୦୫ ତଥା ଏୟାର କଣ୍ଡିସନର ଦ୍ୱିତୀୟ ଶ୍ରେଣୀର ୦୨ ଟି କୋଚ୍ ସହିତ ମୋଟ ୨୧ଟି କୋଚ୍ ଲଗାଯିବ ।