ରେଳ ଯାତ୍ରୀଙ୍କ ପାଇଁ ଗୁଡ୍ ନ୍ୟୁଜ୍! ବାତିଲ ଟ୍ରେନକୁ ପୁନଃ ଆରମ୍ଭ କଲା ରେଲୱେ, ଦେଖନ୍ତୁ ଲିଷ୍ଟ୍
Advertisement
Article Detail0/zeeodisha/odisha927609

ରେଳ ଯାତ୍ରୀଙ୍କ ପାଇଁ ଗୁଡ୍ ନ୍ୟୁଜ୍! ବାତିଲ ଟ୍ରେନକୁ ପୁନଃ ଆରମ୍ଭ କଲା ରେଲୱେ, ଦେଖନ୍ତୁ ଲିଷ୍ଟ୍

କେନ୍ଦ୍ରୀୟ ରେଳବାଇ (Central Railway) ମୁମ୍ବାଇ ଓ ପୁଣେ / ମନମାଡ / ଜାଲନା ମଧ୍ୟରେ ଚାଲୁଥିବା ସ୍ୱତନ୍ତ୍ର ଟ୍ରେନକୁ ପୁନଃ ଆରମ୍ଭ କରିବାକୁ ନିଷ୍ପତ୍ତି ନେଇଛି । ରେଳବାଇ ଜୁନ ୨୫ରୁ ଏହି ଟ୍ରେନ୍ ଗୁଡିକୁ ପୁନର୍ବାର ସେବା ଦେବ ।

ରେଳ ଯାତ୍ରୀଙ୍କ ପାଇଁ ଗୁଡ୍ ନ୍ୟୁଜ୍! ବାତିଲ ଟ୍ରେନକୁ ପୁନଃ ଆରମ୍ଭ କଲା ରେଲୱେ, ଦେଖନ୍ତୁ ଲିଷ୍ଟ୍

ନୂଆଦିଲ୍ଲୀ: Indian Railways/IRCTC Latest Updates: ଗତ କିଛି ଦିନ ହେବ ଯାତ୍ରୀଙ୍କ ସୁବିଧା ପାଇଁ ଭାରତୀୟ ରେଳ (Indian Railways) ଅନେକ ଟ୍ରେନ୍ (Trains) ପୁନଃ ଆରମ୍ଭ କରୁଛି । ବର୍ତ୍ତମାନ ରେଳବାଇ ତାଲିକା (Train List) ଜାରି କରି ବିଭିନ୍ନ ମାର୍ଗରେ ଟ୍ରେନ୍ ସେବା ଆରମ୍ଭ କରିଛି । କେବଳ ଏତିକି ନୁହେଁ ଅନେକ ଟ୍ରେନର ଯାତ୍ରା ମଧ୍ୟ ବୃଦ୍ଧି କରାଯାଇଛି । ଉତ୍ତର ରେଳ (Northern Railway), କେନ୍ଦ୍ରୀୟ ରେଳ (Central Railway) ତାଲିକା ପ୍ରକାଶ କରି କୋରୋନା ଅବଧି ମଧ୍ୟରେ ବାତିଲ ହୋଇଥିବା ଟ୍ରେନର ସଞ୍ଚାଳନ ଆରମ୍ଭ କରିଛି ।

ଅଧିକ ପଢ଼ନ୍ତୁ:-ଟିକା ନ ଲଗାଇଲେ ବିଧାନସଭାରେ ବିଧାୟକଙ୍କୁ ମିଳିବନି ଏଣ୍ଟ୍ରି, ବାଚସ୍ପତିଙ୍କ ଆଦେଶ

କେନ୍ଦ୍ରୀୟ ରେଳବାଇ (Central Railway) ମୁମ୍ବାଇ ଓ ପୁଣେ / ମନମାଡ / ଜାଲନା ମଧ୍ୟରେ ଚାଲୁଥିବା ସ୍ୱତନ୍ତ୍ର ଟ୍ରେନକୁ ପୁନଃ ଆରମ୍ଭ କରିବାକୁ ନିଷ୍ପତ୍ତି ନେଇଛି । ରେଳବାଇ ଜୁନ ୨୫ରୁ ଏହି ଟ୍ରେନ୍ ଗୁଡିକୁ ପୁନର୍ବାର ସେବା ଦେବ ।

୧. ଟ୍ରେନ୍ ନମ୍ବର 02123/02124 ଛତ୍ରପତି ଶିବାଜୀ ମହାରାଜ ଟର୍ମିନାସ୍-ପୁଣେ ମଧ୍ୟରେ ଜୁନ୍ ୨୫ରୁ ୨୬ ମଧ୍ୟରେ ସେବା ଯୋଗାଇବ ।

୨. ଟ୍ରେନ୍ ନମ୍ବର 01007/01008 ଛତ୍ରପତି ଶିବାଜୀ ମହାରାଜ ଟର୍ମିନସ୍ - ପୁଣେ ମଧ୍ୟରେ ଜୁନ୍ ୨୬ ଠାରୁ ସେବା ଯୋଗାଇବ ।

୩. ସେହିଭଳି ଟ୍ରେନ୍ ନମ୍ବର 01008 ପୁଣେ-ଛତ୍ରପତି ଶିବାଜୀ ମହାରାଜ ଟର୍ମିନାସରୁ ଜୁନ ୨୬ ତାରିଖରୁ ଚାଲିବ ।

୪. ଟ୍ରେନ୍ ନମ୍ବର 02271 ଛତ୍ରପତି ଶିବାଜୀ ମହାରାଜ ଟର୍ମିନାସ୍-ଜାଲନା ଜୁନ ୨୫ରୁ ଚଳାଚଳ କରିବ ।

୫. ଟ୍ରେନ୍ ନମ୍ବର 02272 ଜଲନା- ଛତ୍ରପତି ଶିବାଜୀ ମହାରାଜ ଟର୍ମିନାସ୍ ଜୁନ୍ ୨୬ରୁ ଚାଲିବ ।

୬. ଟ୍ରେନ୍ ନମ୍ବର 02109 ଛତ୍ରପତି ଶିବାଜୀ ମହାରାଜ ଟର୍ମିନାସ୍ - ମାନମାଦ ପଞ୍ଚାବତୀ ସ୍ୱତନ୍ତ୍ର ଟ୍ରେନ୍ ଜୁନ୍ ୨୬ରୁ ଚାଲିବ ।

୭. ଟ୍ରେନ୍ ନମ୍ବର 02110 ମାନମାଦ୍-ଛତ୍ରପତି ଶିବାଜୀ ମହାରାଜ ଟର୍ମିନାସ୍ ପାଇଁ ଚାଲିବ ।

ଅଧିକ ପଢ଼ନ୍ତୁ:-ନିଜକୁ ହିନ୍ଦୁ କହି ତିନି ସନ୍ତାନର ମା' ସହ କଲା ବିବାହ, ଏମିତି ସାମ୍ନାକୁ ଆସିଲା ସତ

ଏହି ପରି ଉତ୍ତର ରେଳ (Northern Railway) ମଧ୍ୟ ଟ୍ରେନ୍ ନଂ 09205 ପୋରବନ୍ଦର-ହାୱଡ଼ା ଦ୍ୱି-ସାପ୍ତାହିକ (ବୁଧବାର ଓ ଗୁରୁବାର) ସୁପରଫାଷ୍ଟ ଫେଷ୍ଟିଭାଲ୍ ସ୍ପେଶାଲ୍ ଜୁନ୍ ୩୦ ଠାରୁ ଆଗାମୀ ସୂଚନା ପର୍ଯ୍ୟନ୍ତ ବୃଦ୍ଧି କରାଯାଇଛି ।

ସେପଟେ କେନ୍ଦ୍ରୀୟ ରେଳବାଇ (Central Railway) ମୁମ୍ବାଇ ଓ ୟୁପି ମଧ୍ୟରେ ସାପ୍ତାହିକ ସ୍ୱତନ୍ତ୍ର ଟ୍ରେନ୍ ଚଳାଇବାକୁ ନିଷ୍ପତ୍ତି ନେଇଛି । କେନ୍ଦ୍ରୀୟ ରେଳ ମୁମ୍ବାଇ ଏବଂ ଗୋରଖପୁର ମଧ୍ୟରେ ଏହି ଟ୍ରେନ୍ ଚଲାଇବ ।

ଅଧିକ ପଢ଼ନ୍ତୁ:-ଜମ୍ମୁ କଶ୍ମୀରକୁ ନେଇ ପ୍ରଧାନମନ୍ତ୍ରୀ ମୋଦିଙ୍କ ସହ ବଡ଼ ବୈଠକ: ଜାଣନ୍ତୁ ଆସୁଛନ୍ତି କେଉଁ କେଉଁ ନେତା, ଦେଖନ୍ତୁ ପୁରା ଲିଷ୍ଟ୍

୧. ଟ୍ରେନ୍ ନମ୍ବର 01355 ଲୋକମାନ୍ୟ ତିଲକ ଟର୍ମିନାସରୁ ଗୋରଖପୁର ପର୍ଯ୍ୟନ୍ତ ସପ୍ତାହରେ ଥରେ ଚାଲିବ । ଏହି ଟ୍ରେନ୍ ଜୁନ୍ ୨୯, ଜୁଲାଇ ୨ ଏବଂ ଜୁଲାଇ ୧୩ରେ ଯାତ୍ରୀମାନଙ୍କୁ ସେବା ଯୋଗାଇବ । 

୨. ଟ୍ରେନ୍ ନମ୍ବର 01356 ଗୋରଖପୁରରୁ ଲୋକମାନିଆ ତିଲକ ଟର୍ମିନାସକୁ ଫେରିବ । ଏହି ଟ୍ରେନ୍ ଜୁଲାଇ ୧ରୁ ସେବା ଯୋଗାଇବ । ଏହା ବ୍ୟତୀତ ଟ୍ରେନ୍ ଜୁଲାଇ ୮ ଓ ୧୫ରେ ସେବା ଯୋଗାଇବ । ଟ୍ରେନ୍ ନମ୍ବର 05401 ଗୋରଖପୁର - ଲୋକମାନ୍ୟ ତିଲକ ଟର୍ମିନାସ ସ୍ପେଶାଲ ଜୁନ୍ ୨୩ରୁ ଯାତ୍ରୀମାନଙ୍କ ଆରମ୍ଭ ହୋଇଛି । ସେହିଭଳି ଏହା ଜୁନ୍ ୩୦ ଓ ଜୁଲାଇ ୭ରେ ମଧ୍ୟ ସେବା ଯୋଗାଇବ ।

୩. ଟ୍ରେନ୍ ନମ୍ବର 05402 ଲୋକମାନ୍ୟ ତିଲକ ଟର୍ମିନାସରୁ ଗୋରଖପୁରକୁ ଫେରିବ । ଏହି ଟ୍ରେନ୍ ଜୁନ୍ ୨୫, ଜୁଲାଇ ୨ ଏବଂ ଜୁଲାଇ ୯ରେ ଚାଲିବ ।