ଉତ୍ତର ପଶ୍ଚିମ ରେଳବାଇର ଡେପୁଟି ମ୍ୟାନେଜର (ଜେନେରାଲ୍) ଓ ମୁଖ୍ୟ ଜନସମ୍ପର୍କ ଅଧିକାରୀ ଲେଫ୍ଟନାଣ୍ଟ ଶଶି କିରଣଙ୍କ ଅନୁଯାୟୀ, ୧୪ଟି ଟ୍ରେନର ସଞ୍ଚାଳନ ନିମ୍ନ ଅନୁସାରେ ପୁନଃ ଆରମ୍ଭ ହେଉଛି: -
Trending Photos
ନୂଆଦିଲ୍ଲୀ: Indian Railways/IRCTC Latest Updates: କୋରୋନା ଭୂତାଣୁର ଦ୍ୱିତୀୟ ଲହର (Second Wave of Coronavirus) ଯୋଗୁଁ ବିଗିଡ଼ି ଥିବା ପରିସ୍ଥିତି ବର୍ତ୍ତମାନ ଧୀରେ ଧୀରେ ସୁଧୁରିବାରେ ଲାଗିଛି । ରାଜ୍ୟଗୁଡିକରେ ଲାଗୁ ହୋଇଥିବା ଲକଡାଉନ୍ (Lockdown) ବର୍ତ୍ତମାନ ଅନଲକ୍ କରାଯାଉଛି । ଯାତ୍ରୀଙ୍କ ଅଭାବ ହେତୁ ବାତିଲ ହୋଇଥିବା ଟ୍ରେନ୍ଗୁଡ଼ିକୁ (Trains) ପୁନଃ ସଞ୍ଚାଳନ କରିବାକୁ ନିଷ୍ପତ୍ତି ନିଆଯାଉଛି । ଏହି କ୍ରମରେ ବାତିଲ ହୋଇଥିବା ୧୪ଟି ସ୍ୱତନ୍ତ୍ର ଟ୍ରେନକୁ ପୁନଃ ଆରମ୍ଭ କରିବାକୁ ଉତ୍ତର ପଶ୍ଚିମ ରେଳ (North Western Railway) ନିଷ୍ପତ୍ତି ନେଇଛି ।
ଅଧିକ ପଢ଼ନ୍ତୁ:-କାଲିଠୁ ବଦଳିବ ପାଗ: ବଢିବ ବର୍ଷାର ପରିମାଣ, ୧୪ ଯାଏଁ ବର୍ଷିବ!
ଏଥିମଧ୍ୟରେ ଦୈନିକ ସ୍ପେଶାଲ୍, ସପ୍ତାହରେ ୩ ଦିନ ଓ ୪ ଦିନ ଚାଲୁଥିବା ଟ୍ରେନ୍ ପ୍ରମୁଖ ସାମିଲ ରହିଛି, ଯାହା ଜୁନ୍ ୧୧ରୁ ପୁନଃ ଆରମ୍ଭ ହେବ । ରେଳବାଇ ମଧ୍ୟ ଯାତ୍ରୀମାନଙ୍କୁ ଅନୁରୋଧ କରିଛି ଯେ ୱେବସାଇଟ୍ https://enquiry.indianrail.gov.in/mntes କିମ୍ବା NTES ଆପ୍ ରୁ ଟ୍ରେନର ପ୍ରକୃତ ଆଗମନ-ପ୍ରସ୍ଥାନ ସୂଚନା ପ୍ରାପ୍ତ କରନ୍ତୁ ।
ଉତ୍ତର ପଶ୍ଚିମ ରେଳବାଇର ଡେପୁଟି ମ୍ୟାନେଜର (ଜେନେରାଲ୍) ଓ ମୁଖ୍ୟ ଜନସମ୍ପର୍କ ଅଧିକାରୀ ଲେଫ୍ଟନାଣ୍ଟ ଶଶି କିରଣଙ୍କ ଅନୁଯାୟୀ, ୧୪ଟି ଟ୍ରେନ (Trains) ର ସଞ୍ଚାଳନ ନିମ୍ନ ଅନୁସାରେ ପୁନଃ ଆରମ୍ଭ ହେଉଛି: -
୧. ଟ୍ରେନ୍ ନମ୍ବର 02981, କୋଟା-ଶ୍ରୀଗଙ୍ଗାନଗର ସ୍ୱତନ୍ତ୍ର ରେଳ ସେବା (ସପ୍ତାହରେ ୪ ଦିନ) ୧୧.୦୬.୨୦୨୧ରୁ ଆରମ୍ଭ ହେବ ।
୨. ଟ୍ରେନ୍ ନମ୍ବର 02982, ଶ୍ରୀଗଙ୍ଗାନଗର - କୋଟା ସ୍ପେଶାଲ ରେଳ ସେବା (ସପ୍ତାହରେ ୪ ଦିନ) ୧୩.୦୬.୨୦୨୧ରୁ ଆରମ୍ଭ ହେବ ।
୩. ଟ୍ରେନ୍ ନମ୍ବର 02997, ଝାଲାୱାର-ଶ୍ରୀଗଙ୍ଗାନଗର ସ୍ୱତନ୍ତ୍ର ରେଳ ସେବା (ସପ୍ତାହରେ ୩ ଦିନ) ୧୩.୦୬.୨୦୨୧ରୁ ଆରମ୍ଭ ହେବ ।
୪. ଟ୍ରେନ୍ ନମ୍ବର 02998, ଶ୍ରୀଗଙ୍ଗାନଗର - ଝାଲାୱାର୍ ସ୍ୱତନ୍ତ୍ର ରେଳ ସେବା (ସପ୍ତାହରେ ୩ ଦିନ) ୧୨.୦୬.୨୦୨୧ରୁ ଆରମ୍ଭ ହେବ ।
୫. ଟ୍ରେନ୍ ନମ୍ବର 09807, କୋଟା - ହିସାର ଭାୟା - ଲୋହାରୁ ସ୍ୱତନ୍ତ୍ର ରେଳ ସେବା (ସପ୍ତାହରେ ୪ ଦିନ) ୦୯.୦୬.୨୦୨୧ରୁ ଆରମ୍ଭ ହେବ ।
୬. ଟ୍ରେନ୍ ନମ୍ବର 09808, ହିସାର - କୋଟା ଭାୟା - ଲୋହରୁ ସ୍ୱତନ୍ତ୍ର ରେଳ ସେବା (ସପ୍ତାହରେ ୪ ଦିନ) ୧୦.୦୬.୨୦୨୧ରୁ ଆରମ୍ଭ ହେବ ।
୭. ଟ୍ରେନ୍ ନମ୍ବର 09813, କୋଟା - ହିସାର ଭାୟା - ଚୁରୁ ସ୍ୱତନ୍ତ୍ର ରେଳ ସେବା (ସପ୍ତାହରେ ୩ ଦିନ) ୧୦.୦୬.୨୦୨୧ରୁ ଆରମ୍ଭ ହେବ ।
ଅଧିକ ପଢ଼ନ୍ତୁ:-କେନ୍ଦ୍ର କର୍ମଚାରୀଙ୍କ ପାଇଁ ଡବଲ ଗୁଡ୍ ନ୍ୟୁଜ୍! ମହଙ୍ଗା ଭତ୍ତା ସହିତ ଏବେ Appraisal ରୁ ମଧ୍ୟ ବଢ଼ିବ ଦରମା
୮. ଟ୍ରେନ୍ ନମ୍ବର 09814, ହିସାର - କୋଟା ଭାୟା - ଚୁରୁ ସ୍ୱତନ୍ତ୍ର ରେଳ ସେବା (ସପ୍ତାହରେ ୩ ଦିନ) ୧୧.୦୬.୨୦୨୧ରୁ ଆରମ୍ଭ ହେବ ।
୯. ଟ୍ରେନ୍ ନମ୍ବର 02455, ଦିଲ୍ଲୀ ସରାଇ ରୋହିଲ୍ଲା - ବିକାନର୍ ଭାୟା - ଶ୍ରୀ ଗଙ୍ଗାନଗର ସ୍ୱତନ୍ତ୍ର ରେଳ ସେବା (ଦୈନିକ) ୧୪.୦୬.୨୦୨୧ରୁ ଆରମ୍ଭ ହେବ ।
୧୦. ଟ୍ରେନ୍ ନମ୍ବର 02456, ବିକାନର୍ - ଦିଲ୍ଲୀ ସରାଇ ରୋହିଲ୍ଲା ଭାୟା - ଶ୍ରୀ ଗଙ୍ଗାନଗର ସ୍ୱତନ୍ତ୍ର ରେଳ ସେବା (ଦୈନିକ) ୧୫.୦୬.୨୦୨୧ରୁ ଆରମ୍ଭ ହେବ ।
୧୧. ଟ୍ରେନ୍ ନମ୍ବର 04021, ଦିଲ୍ଲୀ ସରାଇ ରୋହିଲ୍ଲା - ଜୟପୁର ଭାୟା - ଲୋହାରୁ ସ୍ୱତନ୍ତ୍ର ରେଳ ସେବା (ସପ୍ତାହରେ ୩ ଦିନ) ୧୫.୦୬.୨୦୨୧ରୁ ଆରମ୍ଭ ହେବ ।
୧୨. ଟ୍ରେନ୍ ନମ୍ବର 04022, ଜୟପୁର - ଦିଲ୍ଲୀ ସରାଇ ରୋହିଲ୍ଲା ଭାୟା - ଲୋହାରୁ ସ୍ୱତନ୍ତ୍ର ରେଳ ସେବା (ସପ୍ତାହରେ ୩ ଦିନ) ୧୬.୦୬.୨୦୨୧ରୁ ଆରମ୍ଭ ହେବ ।
୧୩. ଟ୍ରେନ୍ ନମ୍ବର 04525, ଅମ୍ବାଲା-ଶ୍ରୀଗଙ୍ଗାନଗର ସ୍ୱତନ୍ତ୍ର ରେଳ ସେବା (ଦୈନିକ) ୧୪.୦୬.୨୦୨୧ରୁ ଆରମ୍ଭ ହେବ ।
୧୪. ଟ୍ରେନ୍ ନମ୍ବର 04526, ଶ୍ରୀ ଗଙ୍ଗାନଗର - ଅମ୍ବାଲା ସ୍ୱତନ୍ତ୍ର ରେଳ ସେବା (ଦୈନିକ) ୧୪.୦୬.୨୦୨୧ରୁ ଆରମ୍ଭ ହେବ ।