ଆନାକୋଣ୍ଡା-ଶେଷନାଗ ପରେ ରେଲୱେ ଚଳାଇଲା ଦୀର୍ଘତମ ଟ୍ରେନ୍ ବାସୁକି, ଜାଣନ୍ତୁ ଏହାର ବିଶେଷତା
Advertisement
Article Detail0/zeeodisha/odisha843805

ଆନାକୋଣ୍ଡା-ଶେଷନାଗ ପରେ ରେଲୱେ ଚଳାଇଲା ଦୀର୍ଘତମ ଟ୍ରେନ୍ ବାସୁକି, ଜାଣନ୍ତୁ ଏହାର ବିଶେଷତା

୩.୫ କିଲୋମିଟର ଲମ୍ବା ଏହି ଟ୍ରେନ୍ ଟାଣିବାକୁ ୫ଟି ଇଞ୍ଜିନ୍ ଲଗାଯାଇଛି । ପାଞ୍ଚଟି ଇଞ୍ଜିନ ମଧ୍ୟରେ ଉନ୍ନତ ସମନ୍ୱୟ ପାଇଁ ସେଗୁଡିକ ଇଲେକ୍ଟ୍ରୋନିକ୍ ସିଗନାଲ୍ ସହିତ ସଂଯୁକ୍ତ ହୋଇଛି ।

ଆନାକୋଣ୍ଡା-ଶେଷନାଗ ପରେ ରେଲୱେ ଚଳାଇଲା ଦୀର୍ଘତମ ଟ୍ରେନ୍ ବାସୁକି, ଜାଣନ୍ତୁ ଏହାର ବିଶେଷତା

ନୂଆଦିଲ୍ଲୀ: କୋରୋନା ଅବଧିରେ ନିୟମିତ ଟ୍ରେନ୍ ପରିଚାଳନା ବନ୍ଦ ରହିଛି । କିନ୍ତୁ ଏହାର ଲାଭ ଉଠାଇ ଭାରତୀୟ ରେଳ (Indian Railways) ଅନେକ ରେକର୍ଡ ସୃଷ୍ଟି କରିଛି । ଏହି କ୍ରମରେ ରେଳବାଇ ୨୯୫ ବଗି ଓ ୫ ଇଞ୍ଜିନ ବିଶିଷ୍ଟ ୩.୫ କିଲୋମିଟର ଲମ୍ୱା ବାସୁକି ଟ୍ରେନ୍ ସଫଳତାପୂର୍ବକ ଚଳାଇବାର ନୂଆ ରେକର୍ଡ ସୃଷ୍ଟି କରିଛି । ଏହା ହେଉଛି ଦୀର୍ଘତମ ଟ୍ରେନ୍ । ଏହା ଛତିଶଗଡର ଭିଲାଇରୁ କୋରବା ପର୍ଯ୍ୟନ୍ତ ଚାଲିଥିଲା ।​

ଅଧିକ ପଢ଼ନ୍ତୁ:-ସଚିନଙ୍କୁ ଉପଦେଶ ଦେଲେ ପାୱାର, କହିଲେ-ନିଜ କ୍ଷେତ୍ରଠାରୁ ଅଲଗା ବିଷୟ ଉପରେ କହିବା ବେଳେ...

୩.୫ କିଲୋମିଟର ଲମ୍ବା ଏହି ଟ୍ରେନ୍ ଟାଣିବାକୁ ୫ଟି ଇଞ୍ଜିନ୍ ଲଗାଯାଇଛି । ପାଞ୍ଚଟି ଇଞ୍ଜିନ ମଧ୍ୟରେ ଉନ୍ନତ ସମନ୍ୱୟ ପାଇଁ ସେଗୁଡିକ ଇଲେକ୍ଟ୍ରୋନିକ୍ ସିଗନାଲ୍ ସହିତ ସଂଯୁକ୍ତ ହୋଇଛି । ରେଳବାଇର ଏହି ପ୍ରୟାସ କମ୍ ସମୟ ମଧ୍ୟରେ ଅଧିକ ମାଲ ପରିବହନ କରିବାରେ ସାହାଯ୍ୟ କରିବ । କମ୍ ସମୟ, କମ୍ ମୂଲ୍ୟ, ଅଧିକ ସୁବିଧା ଏବଂ ଉନ୍ନତ ସୁରକ୍ଷା ହେତୁ ଭାରତୀୟ ରେଳ ଦେଶରେ ମାଲ ପରିବହନରେ ପସନ୍ଦଯୋଗ୍ୟ ପରିବହନ ପାଲଟିଛି ।

ଅଧିକ ପଢ଼ନ୍ତୁ:-କେରଳ ବିଧାନସଭା ନିର୍ବାଚନ ପୂର୍ବରୁ ବିଜେପିକୁ ଲାଗିଲା ବଡ଼ ଝଟକା, କଂଗ୍ରେସ ପାଇଁ ଭଲ ଖବର

ବାସୁକି କିଏ ଥିଲେ?

ହିନ୍ଦୁ ପୁରାଣ ଅନୁଯାୟୀ ବାସୁକି ଭଗବାନ ଶିବଙ୍କର ଜଣେ ପରମ ଭକ୍ତ ଥିଲେ । ବିଶ୍ୱାସ କରାଯାଏ ଯେ ନାଗ ପ୍ରଜାତିର ଲୋକମାନେ ପ୍ରଥମେ ହିଁ ଶିବଲିଙ୍ଗ ପୂଜାର ପ୍ରଚଳନ ଆରମ୍ଭ କରିଥିଲେ । ନାଗରାଜ ବାସୁକି ନାଗଲୋକର ରାଜା ବୋଲି ମାନ୍ୟତା ରହିଛି । କୁହାଯାଏ ଯେ ସମୁଦ୍ର ମନ୍ଥନ ସମୟରେ ବାସୁକି ନାଗକୁ ଦଉଡ଼ି ରୂପରେ ମେରୁ ପର୍ବତରେ ଘୋଡ଼ାଯାଇ ମନ୍ଥନ କରାଯାଇଥିଲା ।

ଅଧିକ ପଢ଼ନ୍ତୁ:-ରେଳ ଯାତ୍ରୀଙ୍କ ପାଇଁ ଗୁଡ୍ ନ୍ୟୁଜ୍! ରେଲୱେ ଘୋଷଣା କଲା ଅନେକ ସ୍ୱତନ୍ତ୍ର ଟ୍ରେନ୍, ଦେଖନ୍ତୁ ପୁରା ଲିଷ୍ଟ୍

ରେଳବାଇ ଏହା ପୂର୍ବରୁ ଶେଶନାଗ ନାମରେ ଭାରତର ଦୀର୍ଘତମ ଟ୍ରେନ୍ ଚଳାଉଥିଲା । ଚାରୋଟି ଟ୍ରେନ୍ ଯୋଡ଼ି ଏହା ଚଳାଯାଇଥିଲା । ତିନୋଟି ଟ୍ରେନ୍ ସଂଯୋଗ କରି ଶେଶନାଗ ପୂର୍ବରୁ ଆନାକୋଣ୍ଡା ଟ୍ରେନ୍ ଚଳାଯାଇଥିଲା ଏବଂ ବର୍ତ୍ତମାନ ବାସୁକି ନାଗ ଟ୍ରେନ୍ ଚାଲିଛି । ମାଲଗାଡ଼ି ଟ୍ରେନ୍ ପାଇଁ ପୃଥକ ଉତ୍ସର୍ଗୀକୃତ ମାଲ ପରିବହନ କରିଡର ନିର୍ମାଣ କରାଯାଇଛି । ଏହା ଉପରେ ଦେଢ଼ କିଲୋମିଟର ଲମ୍ବା ଟ୍ରେନ୍ ଚଳାଚଳ କରିବ ବୋଲି ଦାବି କରାଯାଉଛି ।