ରେଳବାଇ (Railways) ଯାତ୍ରୀମାନଙ୍କୁ ହେଲ୍ପଲାଇନ ନମ୍ବର ୧୩୯ ମାଧ୍ୟମରେ ସମସ୍ତ ସ୍ୱତନ୍ତ୍ର ଟ୍ରେନ ସେବାର ନୂତନ ଟାଇମ୍ ଟେବୁଲ ଯାଞ୍ଚ କରିବାକୁ ପରାମର୍ଶ ଦେଇଛି ।
Trending Photos
ନୂଆଦିଲ୍ଲୀ: Indian Railways: କୋରୋନା ମହାମାରୀର ଦ୍ୱିତୀୟ ଲହର (Second Wave of Coronavirus) ଏବେ ମନ୍ଥର ହେବାରେ ଲାଗିଛି । ଏଭଳି ପରିସ୍ଥିତିରେ ଭାରତୀୟ ରେଳବାଇ (Indian Railways) ବର୍ତ୍ତମାନ ଟ୍ରେନ୍ ସେବା (Train Services) କୁ ବିସ୍ତାର କରୁଛି । ଉତ୍ତର ରେଳ ଜୋନ୍ (Northern Railway Zone) ସଂରକ୍ଷିତ ମେଲ୍ / ଏକ୍ସପ୍ରେସ ସ୍ପେଶାଲ ଟ୍ରେନକୁ ଅଣ ସଂରକ୍ଷିତ (Unreserved Trains) ରେ ବଦଳାଇ ଦେଇଛି । ବର୍ତ୍ତମାନ ଅଣ ସଂରକ୍ଷିତ ଟ୍ରେନ୍ (unreserved trains) ମଧ୍ୟ ପୂର୍ବ ପରି ଦୈନିକ ଚାଲୁଛି ।
ରେଳବାଇ (Railways) ଯାତ୍ରୀମାନଙ୍କୁ ହେଲ୍ପଲାଇନ ନମ୍ବର ୧୩୯ ମାଧ୍ୟମରେ ସମସ୍ତ ସ୍ୱତନ୍ତ୍ର ଟ୍ରେନ ସେବାର ନୂତନ ଟାଇମ୍ ଟେବୁଲ ଯାଞ୍ଚ କରିବାକୁ ପରାମର୍ଶ ଦେଇଛି । ଏହା ବ୍ୟତୀତ ଯାତ୍ରୀମାନେ ଭାରତୀୟ ରେଳବାଇର ୱେବସାଇଟ୍ (https://indianrailways.gov.in) କୁ ଯାଇ ଏହି ସ୍ୱତନ୍ତ୍ର ଟ୍ରେନର ସବିଶେଷ ତଥ୍ୟ ଯାଞ୍ଚ କରିପାରିବେ । ତେବେ ରେଳବାଇ କହିଛି ଯେ ସମସ୍ତ ଯାତ୍ରୀ ନିଶ୍ଚିତ କରିବା ଉଚିତ ଯେ ଏହି ଯାତ୍ରା ସମୟରେ କେନ୍ଦ୍ର ଏବଂ ରାଜ୍ୟ ସରକାରଙ୍କ ସମସ୍ତ କୋଭିଡ-19 ସମ୍ବନ୍ଧୀୟ ନିୟମ ପାଳନ କରାଯାଉ ।
ଏଠାରେ ଦେଖନ୍ତୁ ଟ୍ରେନର ତାଲିକା
୧. ଟ୍ରେନ୍ ନମ୍ବର 04640- ଫିରୋଜପୁର କ୍ୟାଣ୍ଟ ରେଳ ଷ୍ଟେସନରୁ ସାହିବଜାଦା ଅଜିତ ସିଂ ନଗର (ମୋହାଲି) ରେଳ ଷ୍ଟେସନ ପର୍ଯ୍ୟନ୍ତ ପ୍ରତିଦିନ ଚାଲିବ ।
୨. ଟ୍ରେନ୍ ନମ୍ବର 04639- ସାହିବଜାଦା ଅଜିତ ସିଂ ନଗର (ମୋହାଲି) ରେଳ ଷ୍ଟେସନରୁ ଫିରୋଜପୁର କ୍ୟାଣ୍ଟ ରେଳ ଷ୍ଟେସନ ପର୍ଯ୍ୟନ୍ତ ପ୍ରତିଦିନ ଚାଲିବ ।
୩. ଟ୍ରେନ୍ ନମ୍ବର 04488- ଫିରୋଜପୁର କ୍ୟାଣ୍ଟ ରେଳ ଷ୍ଟେସନରୁ ଚଣ୍ଡିଗଡ଼ ଜଙ୍କସନ ରେଳ ଷ୍ଟେସନ ପର୍ଯ୍ୟନ୍ତ ଦୈନିକ ଚାଲିବ ।
୪. ଟ୍ରେନ୍ ନମ୍ବର 04487- ଚଣ୍ଡିଗଡ଼ ଜଙ୍କସନ ରେଳ ଷ୍ଟେସନରୁ ଫିରୋଜପୁର କ୍ୟାଣ୍ଟ ରେଳ ଷ୍ଟେସନ ପର୍ଯ୍ୟନ୍ତ ଦୈନିକ ଚାଲିବ ।
୫. ଟ୍ରେନ୍ ନମ୍ବର 04669- ଫିରୋଜପୁର କ୍ୟାଣ୍ଟ ରେଳ ଷ୍ଟେସନରୁ ହନୁମାନଗଢ଼ ଜଙ୍କସନ ରେଳ ଷ୍ଟେସନ ପର୍ଯ୍ୟନ୍ତ ଦୈନିକ ଚାଲିବ ।
୬. ଟ୍ରେନ୍ ନମ୍ବର 04670- ହନୁମାନଗଢ଼ ଜଙ୍କସନ ରେଳ ଷ୍ଟେସନରୁ ଫିରୋଜପୁର କ୍ୟାଣ୍ଟ ରେଳ ଷ୍ଟେସନ ପର୍ଯ୍ୟନ୍ତ ଦୈନିକ ଚାଲିବ ।
୭. ଟ୍ରେନ୍ ନମ୍ବର 04538- ନାଙ୍ଗାଲ୍ ଡ୍ୟାମ୍ ରେଳ ଷ୍ଟେସନରୁ ଅମୃତସର ଜଙ୍କସନ ରେଳ ଷ୍ଟେସନ ପର୍ଯ୍ୟନ୍ତ ଦୈନିକ ଚାଲିବ ।
୮. ଟ୍ରେନ୍ ନମ୍ବର 04537- ଅମୃତସର ଜଙ୍କସନ ରେଳ ଷ୍ଟେସନରୁ ନାଙ୍ଗାଲ ଡ୍ୟାମ ରେଳ ଷ୍ଟେସନ ପର୍ଯ୍ୟନ୍ତ ପ୍ରତିଦିନ ଚାଲିବ ।
୯. ଟ୍ରେନ୍ ନମ୍ବର 04489- ଅମୃତସର ଜଙ୍କସନ ରେଳ ଷ୍ଟେସନରୁ ପଠାନକୋଟ ଜଙ୍କସନ ରେଳ ଷ୍ଟେସନ ପର୍ଯ୍ୟନ୍ତ ଦୈନିକ ଚାଲିବ ।
୧୦. ଟ୍ରେନ୍ ନମ୍ବର 04490- ପଠାନକୋଟ ଜଙ୍କସନ ରେଳ ଷ୍ଟେସନରୁ ଅମୃତସର ଜଙ୍କସନ ରେଳ ଷ୍ଟେସନ ପର୍ଯ୍ୟନ୍ତ ଦୈନିକ ଚାଲିବ ।
ଅଧିକ ପଢ଼ନ୍ତୁ:-୪୫ ଲକ୍ଷ ଚାଷୀଙ୍କ ଠାରୁ ଫେରାଇ ନିଆଯିବ 'ପିଏମ କିସାନ ନିଧି ଯୋଜନା'ର ଟଙ୍କା
ଅଧିକ ପଢ଼ନ୍ତୁ:-ଜାରି ହେଲା ଆଜିର ଡିଜେଲ-ପେଟ୍ରୋଲର ନୂଆ ଦାମ୍, ଚେକ୍ କରନ୍ତୁ ଆପଣଙ୍କ ସହରରେ କ'ଣ ରହିଛି ରେଟ୍
ଅଧିକ ପଢ଼ନ୍ତୁ:-କେବଳ ୨ ଚାମଚ ମେଥିର ସେବନ ପୁରୁଷଙ୍କ ଯୌନ ସ୍ୱାସ୍ଥ୍ୟ ପାଇଁ ହୋଇଥାଏ ବହୁତ ଲାଭଦାୟକ, ଜାଣନ୍ତୁ କିପରି...
ଅଧିକ ପଢ଼ନ୍ତୁ:-ଦେଶରେ ପୁଣି ଦିନକରେ ଚିହ୍ନଟ ହେଲା ୪୦ ହଜାରରୁ ଉର୍ଦ୍ଧ୍ୱ ମାମଲା, ଆଖି ବୁଜିଲେ ଏତିକି ସଂକ୍ରମିତ