ଯୁଦ୍ଧ ମଧ୍ୟରେ ପୁଟିନଙ୍କୁ ନେଇ ଆସିଲା ବହୁତ ବଡ଼ ଖବର, ଏହି ଗୁରୁତର ରୋଗରେ ପୀଡ଼ିତ ଅଛନ୍ତି ଋଷର ରାଷ୍ଟ୍ରପତି!
Advertisement
Article Detail0/zeeodisha/odisha1117214

ଯୁଦ୍ଧ ମଧ୍ୟରେ ପୁଟିନଙ୍କୁ ନେଇ ଆସିଲା ବହୁତ ବଡ଼ ଖବର, ଏହି ଗୁରୁତର ରୋଗରେ ପୀଡ଼ିତ ଅଛନ୍ତି ଋଷର ରାଷ୍ଟ୍ରପତି!

Russia-Ukraine War: 'ଡେଲି ଷ୍ଟାର ୟୁକେ'ର ଏକ ସ୍ୱତନ୍ତ୍ର ରିପୋର୍ଟରେ ଆମେରିକାର ସୂତ୍ରରୁ କୁହାଯାଇଛି ଯେ ଭ୍ଲାଦିମିର ପୁଟିନ (Putin) ଙ୍କ ମୁହଁରେ ଆଉ ପୂର୍ବ ପରି ହସ ନାହିଁ, ଯାହା ଦର୍ଶାଉଛି ଯେ ସେ ଯନ୍ତ୍ରଣାରେ ଅଛନ୍ତି । ସୂତ୍ରରୁ ଜଣାପଡିଛି ଯେ ଋଷର ରାଷ୍ଟ୍ରପତିଙ୍କ ପାଖରେ ବୋଧହୁଏ ଅଧିକ ସମୟ ନାହିଁ ଓ ସେ ଏହା ମଧ୍ୟ ଜାଣିଛନ୍ତି । ସେ ୟୁକ୍ରେନ ଉପରେ ଏଥି ପାଇଁ ଆକ୍ରମଣ କରିଛନ୍ତି ଯାହା ଦ୍ୱାରା ସେ ଉତ୍ତରାଧିକାରୀ ଛାଡି ଯାଇରିବେ । 

ଯୁଦ୍ଧ ମଧ୍ୟରେ ପୁଟିନଙ୍କୁ ନେଇ ଆସିଲା ବହୁତ ବଡ଼ ଖବର, ଏହି ଗୁରୁତର ରୋଗରେ ପୀଡ଼ିତ ଅଛନ୍ତି ଋଷର ରାଷ୍ଟ୍ରପତି!

ମସ୍କୋ: Russia-Ukraine War: ଋଷ (Russia) ଓ ୟୁକ୍ରେନ (Ukraine) ମଧ୍ୟରେ ଭୀଷଣ ଯୁଦ୍ଧ ଜାରି ରହିଛି । ଏହି ଲଢ଼େଇ ମଧ୍ୟରେ ଋଷର ରାଷ୍ଟ୍ରପତି ଭ୍ଲାଦିମିର ପୁଟିନ (Russian Presiden Vladimir Putin)  ଙ୍କ ସ୍ୱାସ୍ଥ୍ୟ ସମ୍ବନ୍ଧରେ ଆଶ୍ଚର୍ଯ୍ୟଜନକ ତଥ୍ୟ ସାମ୍ନାକୁ ଆସିଛି । ପେଣ୍ଟାଗନ୍ ଓ ୟୁକ୍ରେନର ଗୁଇନ୍ଦା ରିପୋର୍ଟ ଅନୁଯାୟୀ ପୁଟିନ ଅନ୍ତନଳୀ କର୍କଟ (Bowel Cancer) ସହିତ ଲଢ଼ୁଛନ୍ତି । ତାଙ୍କ ଚେହେରା ଫୁଲି ଯାଇଛି, ଯାହା ସୂଚାଇଥାଏ ଯେ ସେ ସୁସ୍ଥ ହେବା ପାଇଁ କେମୋଥେରାପି ଔଷଧ କିମ୍ବା ଷ୍ଟେରଏଡ (Chemotherapy Drugs or Steroids) ଗ୍ରହଣ କରୁଛନ୍ତି ।

'ଡେଲି ଷ୍ଟାର ୟୁକେ'ର ଏକ ସ୍ୱତନ୍ତ୍ର ରିପୋର୍ଟରେ ଆମେରିକାର ସୂତ୍ରରୁ କୁହାଯାଇଛି ଯେ ଭ୍ଲାଦିମିର ପୁଟିନ (Putin) ଙ୍କ ମୁହଁରେ ଆଉ ପୂର୍ବ ପରି ହସ ନାହିଁ, ଯାହା ଦର୍ଶାଉଛି ଯେ ସେ ଯନ୍ତ୍ରଣାରେ ଅଛନ୍ତି । ସୂତ୍ରରୁ ଜଣାପଡିଛି ଯେ ଋଷର ରାଷ୍ଟ୍ରପତିଙ୍କ ପାଖରେ ବୋଧହୁଏ ଅଧିକ ସମୟ ନାହିଁ ଓ ସେ ଏହା ମଧ୍ୟ ଜାଣିଛନ୍ତି । ସେ ୟୁକ୍ରେନ ଉପରେ ଏଥି ପାଇଁ ଆକ୍ରମଣ କରିଛନ୍ତି ଯାହା ଦ୍ୱାରା ସେ ଉତ୍ତରାଧିକାରୀ ଛାଡି ଯାଇରିବେ । ପେଣ୍ଟାଗନରେ କାର୍ଯ୍ୟ କରୁଥିବା ଜଣେ ପୂର୍ବତନ ସାମରିକ ଗୁଇନ୍ଦା ଅଧିକାରୀ କହିଛନ୍ତି ଯେ ପୁଟିନଙ୍କୁ ଅଧ୍ୟୟନ କରୁଥିବା ବିଶ୍ଳେଷକମାନେ ମନେ କରନ୍ତି ଯେ ସେ ଗୁରୁତର ଅସୁସ୍ଥ ଅଛନ୍ତି ଓ ଏହି କାରଣରୁ ସେ ଅଧିକ ଆକ୍ରମଣାତ୍ମକ ହୋଇପଡିଛନ୍ତି ।

ଜଣେ ସୂତ୍ର କହିଛନ୍ତି ଯେ, ଅତୀତରେ ଆମେ ତାଙ୍କୁ ହସୁଥିବାର ଦେଖିଛୁ, କିନ୍ତୁ ୨୦୨୨ ମସିହାରେ ତାଙ୍କର କେବଳ କିଛି ଫଟୋ ସାମ୍ନାକୁ ଆସିଛି, ଯେଉଁଥିରେ ସେ ହସୁଛନ୍ତି । ଚେହେରାରୁ ଜଣାପଡ଼ୁଛି ଯେ ଋଷର ରାଷ୍ଟ୍ରପତି ଯନ୍ତ୍ରଣା ଭୋଗୁଛନ୍ତି ଓ ଆମର ଲୋକମାନେ ମନେ କରନ୍ତି ଯେ କ୍ରୋଧର କାରଣ ହେଉଛି ଅତ୍ୟଧିକ ଯନ୍ତ୍ରଣା । ସୂତ୍ର କହିଛନ୍ତି ଯେ, ପୁଟିନ ଗୁରୁତର ଅସୁସ୍ଥ ଅଛନ୍ତି । ସେ ବୋଧହୁଏ କୋରୋନାକୁ ନେଇ ମଧ୍ୟ ଚିନ୍ତିତ, ତେଣୁ ସେ ନିଜ କର୍ମଚାରୀଙ୍କଠାରୁ ଏକ ଉପଯୁକ୍ତ ଦୂରତା ବଜାୟ ରଖନ୍ତି ।

ଏହା ବି ପଢ଼ନ୍ତୁ:-ହୋଲି ପୂର୍ବରୁ କର୍ମଚାରୀମାନଙ୍କୁ ମିଳିଲା ବଡ଼ ଉପହାର! ବଢ଼ିଲା ମହଙ୍ଗା ଭତ୍ତା

ଏହା ବି ପଢ଼ନ୍ତୁ:-ଦୁନିଆକୁ କଡ଼ା ଚେତାବନୀ ଦେଲା ପୁଟିନ, କଲେ ଏହି ବଡ଼ ଘୋଷଣା

ଏହା ବି ପଢ଼ନ୍ତୁ:-ଭାରତ ଉପରେ ପ୍ରତିବନ୍ଧକ ଲଗାଇବ ଆମେରିକା! ଏହା ରହିଛି କାରଣ

 

ପୂର୍ବତନ ବ୍ରିଟେନର ବୈଦେଶିକ ସଚିବ ତଥା ମେଡିକାଲ ଡାକ୍ତର ଲର୍ଡ ଓଭେନ କହିଛନ୍ତି ଯେ, ହୁଏତ ଭ୍ଲାଦିମିର ପୁଟିନ ମାଂସପେଶୀ ବୁଷ୍ଟିଂ ଡ୍ରଗ୍ସ (Muscle Boosting Drugs) ଗ୍ରହଣ କରୁଛନ୍ତି ଓ ତାଙ୍କ ଚେହେରା ପୂର୍ବାପେକ୍ଷା ବଦଳି ଯାଇଛି । ଆପଣ ତାଙ୍କ ଚେହେରାକୁ ଦେଖନ୍ତୁ, ଏହା ସମ୍ପୂର୍ଣ୍ଣ ଓଭାଲ୍ ହୋଇଯାଇଛି । ଏହାପୂର୍ବରୁ ଯେତେବେଳେ ତାଙ୍କୁ ଘୋଡା ଚଢ଼ିବା କିମ୍ବା ମାଛ ଧରିବା ସମୟରେ ଦେଖାଯାଇଥିଲା, ସେତେବେଳେ ତାଙ୍କ ଚେହେରା ପତଳା ଥିଲା । ଷ୍ଟେରଏଡ ଯୋଗୁଁ ଏହି ପରିବର୍ତ୍ତନ ଆସିଥାଇପାରେ । ଓଭେନ ଏହା ମଧ୍ୟ କହିଛନ୍ତି ଯେ ପୁଟିନ ସମ୍ଭବତଃ  ବଡି ବିଲଡର ହେବା ପାଇଁ ଆନାବୋଲିକ୍ ଷ୍ଟେରଏଡ ବ୍ୟବହାର କରନ୍ତି, ଏହା ରୋଗ ପ୍ରତିରୋଧକ କ୍ଷମତାକୁ ଦୁର୍ବଳ କରିଥାଏ ଏବଂ ବ୍ୟକ୍ତିଙ୍କ କୋରୋନା ରୋଗ ହେବାର ଆଶଙ୍କା ବଢ଼ାଇଥାଏ ।