ଆଜି ପୁଣି ଖୋଲୁଛି କରତାରପୁର କରିଡର, ଜାଣନ୍ତୁ କେବେଠାରୁ ଆରମ୍ଭ ହେବ ପଞ୍ଜୀକରଣ
Advertisement
Article Detail0/zeeodisha/odisha1029296

ଆଜି ପୁଣି ଖୋଲୁଛି କରତାରପୁର କରିଡର, ଜାଣନ୍ତୁ କେବେଠାରୁ ଆରମ୍ଭ ହେବ ପଞ୍ଜୀକରଣ

କରତାରପୁର କରିଡର ପାଇଁ ପଞ୍ଜୀକରଣ ବୁଧବାର ଅର୍ଥାତ ନଭେମ୍ୱର ୧୭ ଠାରୁ ଆରମ୍ଭ ହେବ । ନଭେମ୍ବର ୧୮ ଅର୍ଥାତ୍ ଗୁରୁବାର ୨୫୦ ତୀର୍ଥଯାତ୍ରୀ କରତାରପୁର ଗୁରୁଦ୍ୱାର ପରିଦର୍ଶନ କରିପାରିବେ ।

ଆଜି ପୁଣି ଖୋଲୁଛି କରତାରପୁର କରିଡର, ଜାଣନ୍ତୁ କେବେଠାରୁ ଆରମ୍ଭ ହେବ ପଞ୍ଜୀକରଣ

ନୂଆଦିଲ୍ଲୀ: Kartarpur Corridor: ପାକିସ୍ତାନ ସ୍ଥିତ ଶିଖମାନଙ୍କ ବହୁ ପୂଜନୀୟ ତୀର୍ଥସ୍ଥଳୀ ପର୍ଯ୍ୟନ୍ତ ଯିବା ପାଇଁ କରତାରପୁର ସାହିବ କରିଡର (Kartarpur Sahib Corridor) ଆଜିଠାରୁ ଖୋଲାଯିବ । କେନ୍ଦ୍ର ମନ୍ତ୍ରୀ ଅମିତ ଶାହ (Amit Shah) ମଙ୍ଗଳବାର ଏହାର ଘୋଷଣା କରିଛନ୍ତି । କେନ୍ଦ୍ର ସରକାରଙ୍କ ଏହି ନିଷ୍ପତ୍ତିକୁ ପଞ୍ଜାବର ମୁଖ୍ୟମନ୍ତ୍ରୀ ଚରଣଜୀ ସିଂ ଚାନ୍ନି (Punjab CM Charanji Singh Channi), ରାଜ୍ୟ କଂଗ୍ରେସ ସଭାପତି ନବଜୋତ ସିଂ ସିଦ୍ଧୁ (State Congress President Navjot Singh Sidhu) ଏବଂ ପୂର୍ବତନ ସିଏମ କ୍ୟାପଟେନ ଅମରିନ୍ଦର ସିଂ (former CM Captain Amarinder Singh) ସ୍ୱାଗତ କରିଛନ୍ତି । ଏହା ସହିତ ସିଏମ୍ ଚାନ୍ନି ପ୍ରଥମ ଦଳ ସହିତ ପୂରା କ୍ୟାବିନେଟ୍  କରତାରପୁର ଗୁରୁଦ୍ୱାର ସାହେବ ଯିବେ ବୋଲି ଘୋଷଣା କରିଛନ୍ତି ।

କ’ଣ କହିଲା ଚାନ୍ନି?

କେନ୍ଦ୍ର ସରକାର (Central Government) ଙ୍କ ଏହି ଘୋଷଣା ପରେ ପଞ୍ଜାବର ମୁଖ୍ୟମନ୍ତ୍ରୀ ଚାନ୍ନି ଟ୍ୱିଟ୍ କରି କହିଛନ୍ତି ଯେ, "ଗୁରୁ ନାନକ ଦେବ ଜୀଙ୍କର ୫୫୨ ତମ ପ୍ରକାଶ ପର୍ବ ଅବସରରେ କରତାରପୁର ସାହିବ କରିଡର ଖୋଲିବା ନିଷ୍ପତ୍ତିକୁ ମୁଁ ହୃଦୟରୁ ସ୍ୱାଗତ କରୁଛି । ଏହି ନିଷ୍ପତ୍ତିରୁ ସେହି ଲକ୍ଷ ଲକ୍ଷ ଶ୍ରଦ୍ଧାଳୁଙ୍କ ମନୋକାମନା ପୂରଣ ହେବ ଯେଉଁମାନେ କୋରୋନା ଯୋଗୁଁ ଦର୍ଶନରୁ ବଞ୍ଚିତ ରହିଯାଇଥିଲେ ।"

ଗୃହମନ୍ତ୍ରୀ କହିଛନ୍ତି ଯେ, ନଭେମ୍ବର ୧୯ରେ ଶ୍ରୀ ଗୁରୁ ନାନକ ଦେବ ଜୀଙ୍କର ପ୍ରକାଶ ଉତ୍ସବ  ପାଳନ କରିବାକୁ ଦେଶ ପ୍ରସ୍ତୁତ ହେଉଛି ଓ ସେ ବିଶ୍ୱାସ କରନ୍ତି ଯେ ଏହି ପଦକ୍ଷେପ ସାରା ଦେଶରେ ଅଧିକ ଆନନ୍ଦ ଏବଂ ଉତ୍ସାହ ଯୋଗାଇବ । ଶିରୋମଣି ଅକାଳୀ ଦଳର ପ୍ରମୁଖ ସୁଖବୀର ସିଂ ବାଦଲ ମଧ୍ୟ କେନ୍ଦ୍ରର ଏହି ପଦକ୍ଷେପକୁ ପ୍ରଶଂସା କରିଛନ୍ତି ।

ପଞ୍ଜୀକରଣ କେବେଠୁ ଆରମ୍ଭ ହେବ?

କରତାରପୁର କରିଡର ପାଇଁ ପଞ୍ଜୀକରଣ ବୁଧବାର ଅର୍ଥାତ ନଭେମ୍ୱର ୧୭ ଠାରୁ ଆରମ୍ଭ ହେବ । ନଭେମ୍ବର ୧୮ ଅର୍ଥାତ୍ ଗୁରୁବାର ୨୫୦ ତୀର୍ଥଯାତ୍ରୀ କରତାରପୁର ଗୁରୁଦ୍ୱାର ପରିଦର୍ଶନ କରିପାରିବେ ।

ଏଠାରେ କହି ରଖୁଛୁ ଯେ, କରତାରପୁର କରିଡର ଶିଖ ଧର୍ମର ପ୍ରତିଷ୍ଠାତା ଗୁରୁ ନାନକ ଦେବ ଜୀଙ୍କର ଶେଷ ବିଶ୍ରାମ ସ୍ଥାନ ଗୁରୁଦ୍ୱାର ଦରବାର ସାହେବ, ପାକିସ୍ତାନ ସ୍ଥିତ ପଞ୍ଜାବର ଗୁରୁଦାସପୁର ଜିଲ୍ଲାର ଡେରା ବାବା ନାନକ ଗୁରୁଦ୍ୱାର ସହିତ ସଂଯୋଗ କରେ । କୋରୋନା ସଂକ୍ରମଣ ଯୋଗୁଁ ମାର୍ଚ୍ଚ ୨୦୨୦ରୁ ଏହି ଯାତ୍ରା ବନ୍ଦ ହୋଇଯାଇଥିଲା । 

ଏହା ବି ପଢ଼ନ୍ତୁ:-ପୁଣି ବଢ଼ିଲା କୋରୋନା ମାମଲା, ଦିନକରେ ଚିହ୍ନଟ ହେଲେ ଏତିକି ସଂକ୍ରମିତ

ଏହା ବି ପଢ଼ନ୍ତୁ:-ଅଶୋଧିତ ତୈଳ ମୂଲ୍ୟରେ ହ୍ରାସ, ଜାଣନ୍ତୁ ଆପଣଙ୍କ ସହରରେ ଶସ୍ତା ନା ମହଙ୍ଗା ହେଲା ପେଟ୍ରୋଲ-ଡିଜେଲ

ଏହା ବି ପଢ଼ନ୍ତୁ:-ଦିଲ୍ଲୀ-NCR ରେ ସ୍କୁଲ-କଲେଜ ପରବର୍ତ୍ତୀ ଆଦେଶ ପର୍ଯ୍ୟନ୍ତ ବନ୍ଦ, ୫୦ ପ୍ରତିଶତ କର୍ମଚାରୀ ଘରୁ କରିବେ କାମ, ଜାଣନ୍ତୁ CAQM ର ପୂରା ଆଦେଶ

ଏହା ବି ପଢ଼ନ୍ତୁ:-ପ୍ରତିଦିନ ସକାଳେ ଉଠି ଗରମ ପାଣିରେ ଏହା ମିଶାଇ ପିଇଲେ ମିଳିଥାଏ ଜବରଦସ୍ତ ଲାଭ