ଗୋବରରେ ତିଆରି ହେବ ବେଦିକ୍ ପେଣ୍ଟ: କେନ୍ଦ୍ରମନ୍ତ୍ରୀ ଗଡକରୀ
Advertisement
Article Detail0/zeeodisha/odisha809030

ଗୋବରରେ ତିଆରି ହେବ ବେଦିକ୍ ପେଣ୍ଟ: କେନ୍ଦ୍ରମନ୍ତ୍ରୀ ଗଡକରୀ

ଏହି ପେଣ୍ଟ ବା ରଙ୍ଗ ଇକୋ-ଫ୍ରେଣ୍ଡଲି, ଅଣ-ବିଷାକ୍ତ, ଆଣ୍ଟି-ବ୍ୟାକ୍ଟେରିଆଲ୍, ଆଣ୍ଟି-ଫଙ୍ଗଲ୍ ଏବଂ ଧୋଇବା ଉପଯୋଗୀ ହେବ। ଏହା ଚାରି ଘଣ୍ଟା ମଧ୍ୟରେ ଶୁଖିଯିବ। 

ଗୋବରରେ ତିଆରି ହେବ ପେଣ୍ଟ

ନୂଆଦିଲ୍ଲୀ: ଯଦି ନୂଆବର୍ଷରେ ନିଜ ଘର ରଙ୍ଗ କରିବାକୁ ଚାହୁଁଛନ୍ତି, ତେବେ ଟିକିଏ ରହିଯାଆନ୍ତୁ। କାରଣ ଖୁବଶୀଘ୍ର ଭାରତରେ ତିଆରି ହେବ ଉଚ୍ଚମାନକର ଶସ୍ତା ଭେଦିକ୍ ପେଣ୍ଟ। ଆମ ଭାରତରେ ଗୋବରର ଏକ ଧାର୍ମୀକ ମାନ୍ୟତା ଯୋଗୁଁ ଏହାକୁ ପୂଜା ପର୍ବାଣୀରେ ବ୍ୟବହାର କରାଯାଏ। ଏହା ବ୍ୟତୀତ କୃଷି କ୍ଷେତ୍ରରେ ଗୋବର ଖତ ଆକାରରେ ବ୍ୟବହୃତ ହୁଏ। ଗ୍ରାମାଞ୍ଚଳରେ ଲୋକ ଜାଳେଣୀ ଓ ଘର ଲିପିବା କାମରେ ବ୍ୟବହାର ମଧ୍ୟ କରନ୍ତି। ଏହା ଛଡା ଗୋବରକୁ ବିଭିନ୍ନ ଆୟୁର୍ବେଦ ଔଷଧରେ ମଧ୍ୟ ବ୍ୟବହାର କରାଯାଉଛି। ଆଉ ଏବେ ଗାଈର ଗୋବରରେ ପେଣ୍ଟ ତିଆରି ହେବ ବୋଲି କେନ୍ଦ୍ରମନ୍ତ୍ରୀ ନୀତିନ ଗଡକରୀ ଟ୍ୱିଟ କରି ଗୁରୁବାର ସୂଚନା ଦେଇଛନ୍ତି।

କେନ୍ଦ୍ରମନ୍ତ୍ରୀ (Nitin Gadkari) ତାଙ୍କ ଟ୍ୱିଟରେ କହିଛନ୍ତି, “ଖୁବ୍ ଶୀଘ୍ର ଆମେ ଖଦି ଏବଂ ଗ୍ରାମ ଶିଳ୍ପ ଆୟୋଗ (Khadi and Village Industries Commission) ମାଧ୍ୟମରେ ଗାଈ ଗୋବରରେ ନିର୍ମିତ ଏକ ‘ବୈଦିକ ରଙ୍ଗ ’ (Vedic Paint) ପ୍ରସ୍ତୁତ କରିବାକୁ ଯାଉଛୁ। ଏହା ଗ୍ରାମୀଣ ଅର୍ଥନୀତିକୁ ମଜବୁତ କରିବାରେ ସାହାଯ୍ୟ କରିବ ଏବଂ ଚାଷୀଙ୍କୁ ଅତିରିକ୍ତ ଆୟ ଦେବ। ଏହି ପେଣ୍ଟ ବା ରଙ୍ଗ ଇକୋ-ଫ୍ରେଣ୍ଡଲି, ଅଣ-ବିଷାକ୍ତ, ଆଣ୍ଟି-ବ୍ୟାକ୍ଟେରିଆଲ୍, ଆଣ୍ଟି-ଫଙ୍ଗଲ୍ ଏବଂ ଧୋଇବା ଉପଯୋଗୀ ହେବ। ଏହା ଚାରି ଘଣ୍ଟା ମଧ୍ୟରେ ଶୁଖିଯିବ। ଏହି ଉଦ୍ୟମ ପଶୁପାଳକଙ୍କୁ ବାର୍ଷିକ ୫୫ ହଜାର ଟଙ୍କା ପର୍ଯ୍ୟନ୍ତ ଅତିରିକ୍ତ ଆୟ ଯୋଗାଇବ।” 

ଗାଈ ଗୋବର ରଙ୍ଗର ଇତିହାସ

ଗୋବର (cow dung) ରେ ପେଣ୍ଟ ପ୍ରସ୍ତୁତ ହେବା କଥା ଯଦିଓ କେତେକଙ୍କ ପାଇଁ ଅଜବ ଲାଗୁଥାଇପାରେ, କିନ୍ତୁ  Kumarappa National Handmade Paper Institute (KNHPI)ର ବିଶେଷଜ୍ଞମାନେ ବର୍ଷ ବର୍ଷ ଧରି ଏହିପରି ପେଣ୍ଟ୍ ବିକଶିତ କରୁଛନ୍ତି। ଅଗଷ୍ଟ ୨୦୧୯ରେ କେନ୍ଦ୍ରମନ୍ତ୍ରୀ ଗିରିରାଜ ସିଂହ (Giriraj Singh) ଏକ ଫେସବୁକ୍ ପୋଷ୍ଟରେ ସୂଚନା ଦେଇଥିଲେ ଯେ, ଏହି ଅନୁଷ୍ଠାନ ଗାଈ ଗୋବରରୁ ରଙ୍ଗ ବିକଶିତ କରିଛନ୍ତି। ଏହାକୁ ସମଗ୍ର ଭାରତରେ ଉତ୍ପାଦନ ଉତ୍ପାଦନ କରାଯିବ। ଏହି ଉଦ୍ୟମ ପାଇଁ ପଶୁପାଳନଙ୍କ ଠାରୁ କେଲୋଗ୍ରାମ ପିଛା ୫ ଟଙ୍କାରେ ଗୋବର କିଣାଯିବ ବୋଲି ସେ କହିଥିଲେ। ପୂର୍ବରୁ KNHPI ଗୋବର ବ୍ୟବହାର କରି ହସ୍ତତନ୍ତ କାଗଜ, ହୋମ ସାମଗ୍ରୀ, ଉପହାର ସାମଗ୍ରୀ, ବ୍ୟାଗ୍, ଦୀପ ଆଦି ଅନେକ ଉତ୍ପାଦ ପ୍ରସ୍ତୁତ କରିସାରିଛି।

fallback

ଏକ ରିପୋର୍ଟ ଅନୁସାରେ, ଗୋବରରେ ପ୍ରସ୍ତୁତ ପେଣ୍ଟ (Cow Dung Paint) ନିୟମିତ ପେଣ୍ଟ ପରି ଦେଖାଯିବ। ଏହା ମୂଲ୍ୟ ବଜାରରେ ମିଳୁଥିବା ସାଧାରଣ ପେଣ୍ଟର ପ୍ରାୟ ଅଧା ହେବ। ଭେଦିକ ପେଣ୍ଟ ଲିଟର ପିଛା ପ୍ରାୟ ୧୧୦ ଟଙ୍କାରେ ଉପଲବ୍ଧ ହେବ ବୋଲି କୁହାଯାଇଛି। ସେହିପରି ଚଳିତ ଅକ୍ଟୋବରରେ ଏକ ହିନ୍ଦୀ ପତ୍ରିକା ଉଲ୍ଲେଖ କରିଥିଲା ଯେ, ଗୋବରରେ ପ୍ରସ୍ତୁତ ପେଣ୍ଟଙ୍କୁ ସାଧାରଣ ରଙ୍ଗ ଭଳି ଘରର କାନ୍ଥ, କାଠ ଓ ଧାତୁରେ ବ୍ୟବହାର କରାଯାଇପାରିବ। ଏହି ପେଣ୍ଟ ଜାତୀୟ ଏବଂ ଆନ୍ତର୍ଜାତୀୟ ମାନକ ସହିତ ସମାନ ହେବ। ଭେଦିକ ପେଣ୍ଟ ୨ରୁ ୩୦ ଲିଟର ପ୍ୟାକେଜିଂରେ ଉପଲବ୍ଧ ହେବ। ୧୦୦ କିଲୋଗ୍ରାମ ଗାଈ ଗୋବରରେ  ୩୦ରୁ ୪୦ ଲିଟର ପେଣ୍ଟ ପ୍ରସ୍ତୁତ ହୋଇପାରିବ ବୋଲି ପତ୍ରିକାରେ ଦାବି କରାଯାଇଛି।

Also Read: ଏହି ରାଜ୍ୟ ସରକାର କିଣିବେ ଗୋବର, କିଲୋଗ୍ରାମ ପ୍ରତି ମିଳିବ ଏତେ ଟଙ୍କା

ଗୋବର ପେଣ୍ଟ ଉପରେ ଗବେଷଣା 

୨୦୧୬ରେ  Vellore Institute of Technology  (VIT)ର ରସାୟନ ବିଜ୍ଞାନରେ ଆସିଷ୍ଟାଣ୍ଟ ପ୍ରଫେସର ଘାମଣ୍ଡେ ମାନସିଙ୍କ ତତ୍ତ୍ୱାବଧାନରେ ୫ ଜଣ ଛାତ୍ର ଗୋବର ପେଣ୍ଟର ଉତ୍ପାଦନ ଉପରେ ଏକ ରିପୋର୍ଟ ପ୍ରସ୍ତୁତ କରିଥିଲେ। ସେହି ରିପୋର୍ଟରେ ଦର୍ଶାଯାଇଛି ଯେ, ସାଧାରଣତଃ ଭାରତର ଗ୍ରାମାଞ୍ଚଳରେ ଅନେକ ଘରକୁ ଗୋବରରେ ଲିପନ୍ତି। ଆଣ୍ଟି-ବ୍ୟାକ୍ଟେରିଆ ଗୁଣ ପାଇଁ ଏହାକୁ ପ୍ରଶଂସା କରାଯାଏ ଏବଂ ଗୋବରକୁ ସର୍ବୋତ୍ତମ ପ୍ରାକୃତିକ କୀଟନାଶକ ବୋଲି ବିଶ୍ୱାସ କରାଯାଏ। କିଛି ଅଞ୍ଚଳରେ କଚ୍ଚା ଘରର କାନ୍ଥ ଲିପିବାପାଇଁ ଗାଈ ଗୋବରକୁ ଚୂନ ସହିତ ମିଶ୍ରଣ କରାଯାଏ।

ଗୋବର ପେଣ୍ଟ ବ୍ୟବହାରର ଲାଭ

ଗୋବର ପେଣ୍ଟ ବାୟୁର ଗୁଣରେ ଉନ୍ନତି ଆଣିପାରେ। ଏହା ଆଣ୍ଟିସେପ୍ଟିକ୍ ଅଟେ। ଗାଈ ଗୋବର ଶୀତତାପ ନିୟନ୍ତ୍ରଣର ଆବଶ୍ୟକତାକୁ ହ୍ରାସ କରିଥାଏ। କାରଣ ଏହା ଏକ ଇନସୁଲେଟର ଭାବରେ କାର୍ଯ୍ୟ କରେ। ଶୀତଦିନେ ଗୋବର ପରସ୍ତ ଘରକୁ ଗରମ ରଖେ | ଶୁଖିଲା ଗାଈ ଗୋବର ଦୁର୍ଗନ୍ଧହୀନ। VIT ଛାତ୍ରଙ୍କ ରିପୋର୍ଟ ଅନୁସାରେ ଗାଈ ଗୋବରରେ ନିର୍ମିତ ପେଣ୍ଟ ପାଇପଲାଇନରେ ଜଳକୁ ବାଷ୍ପୀକରଣରୁ ରକ୍ଷା କରାଯାଇପାରିବ।