ଯଦି ଆପଣ ନେଇଛନ୍ତି LIC ର କୌଣସି ପଲିସି, ତେବେ ତୁରନ୍ତ ଏପରି ଚେକ୍ କରନ୍ତୁ ମ୍ୟାଚ୍ୟୋରିଟି ଓ ପ୍ରିମିୟମର ଷ୍ଟେଟସ୍
Advertisement
Article Detail0/zeeodisha/odisha889035

ଯଦି ଆପଣ ନେଇଛନ୍ତି LIC ର କୌଣସି ପଲିସି, ତେବେ ତୁରନ୍ତ ଏପରି ଚେକ୍ କରନ୍ତୁ ମ୍ୟାଚ୍ୟୋରିଟି ଓ ପ୍ରିମିୟମର ଷ୍ଟେଟସ୍

ଏହା ବ୍ୟତୀତ, LIC ପଲିସି ଧାରକଙ୍କୁ ମୋବାଇଲ୍ ଆପ୍ କିମ୍ବା ୱେବସାଇଟ୍ ମାଧ୍ୟମରେ ଡିଜିଟାଲ୍ ପେମେଣ୍ଟ ସୁବିଧା ମିଳିଥାଏ । ବର୍ତ୍ତମାନ ଏଥିରେ ଆଉ ଏକ ନୂତନ ସେବା ଯୋଗ କରାଯାଇଛି । 

ଯଦି ଆପଣ ନେଇଛନ୍ତି LIC ର କୌଣସି ପଲିସି, ତେବେ ତୁରନ୍ତ ଏପରି ଚେକ୍ କରନ୍ତୁ ମ୍ୟାଚ୍ୟୋରିଟି ଓ ପ୍ରିମିୟମର ଷ୍ଟେଟସ୍

ନୂଆଦିଲ୍ଲୀ: ଯଦି ଆପଣଙ୍କ ପାଖରେ ମଧ୍ୟ ଭାରତୀୟ ଜୀବନ ବୀମା ନିଗମ (LIC) ର କୌଣସି ପଲିସି ରହିଛି ଏବଂ ଆପଣ ଏହାର ସାମ୍ପ୍ରତିକ ସ୍ଥିତି ଜାଣି ନାହାଁନ୍ତି, ତେବେ ଏଥିରେ ଚିନ୍ତା ହେବାର ଆବଶ୍ୟକତା ନାହିଁ । ଆପଣଙ୍କୁ ମ୍ୟାଚ୍ୟୋରିଟି ସ୍ଥିତି କିମ୍ବା ପ୍ରିମିୟମ୍ ବିଷୟରେ ଜାଣିବା ପାଇଁ ଅଫିସକୁ ଯିବାର ଆବଶ୍ୟକତା ନାହିଁ । ବର୍ତ୍ତମାନ ଆପଣ ଅନଲାଇନରେ LIC ପଲିସିର ସ୍ଥିତି ଯାଞ୍ଚ କରିପାରିବେ । କେବଳ ଏତିକି ନୁହେଁ, ଆପଣ ମେସେଜ ମାଧ୍ୟମରେ ଆପଣଙ୍କର ପଲିସିର ସ୍ଥିତି ମଧ୍ୟ ଜାଣିପାରିବେ । ଏଥିପାଇଁ ପଲିସି ଧାରକଙ୍କୁ କିଛି ସହଜ ପଦକ୍ଷେପ ଅନୁସରଣ କରିବାକୁ ପଡିବ ।

ଅଧିକ ପଢ଼ନ୍ତୁ:-ପ୍ରତିଦିନ ମାତ୍ର ୧୮୦ ଟଙ୍କା ଜମା କରି ଜଣେ ହୋଇପାରିବେ କୋଟିପତି, ଏହାସହ ମିଳିବ ୪୦ ହଜାର ଟଙ୍କାର ପେନସନ୍‌

ଏହା ବ୍ୟତୀତ, LIC ପଲିସି ଧାରକଙ୍କୁ ମୋବାଇଲ୍ ଆପ୍ କିମ୍ବା ୱେବସାଇଟ୍ ମାଧ୍ୟମରେ ଡିଜିଟାଲ୍ ପେମେଣ୍ଟ ସୁବିଧା ମିଳିଥାଏ । ବର୍ତ୍ତମାନ ଏଥିରେ ଆଉ ଏକ ନୂତନ ସେବା ଯୋଗ କରାଯାଇଛି । ବର୍ତ୍ତମାନ ଆପଣ ପଲିସି ପ୍ରିମିୟମର ପେମେଣ୍ଟ କିମ୍ୱା କୌଣସି ପ୍ରକାରର ପଲିସି ସହ ଜଡ଼ିତ ପେମେଣ୍ଟ Paytm ମାଧ୍ୟମରେ କରିପାରିବେ । LIC ନିଜର ସମସ୍ତ ଡିଜିଟାଲ୍ ପେମେଣ୍ଟ ସୁବିଧା ଯୋଗାଇବା ପାଇଁ Paytm କୁ ନିଯୁକ୍ତ କରିଛି ।

ଅଧିକ ପଢ଼ନ୍ତୁ:-ଭାରତକୁ 'ମୁଦ୍ରା ମନିପୁଲେଟର' ତାଲିକାରେ ରଖି ବଡ଼ ଝଟକା ଦେଲା ଆମେରିକା, ଜାଣନ୍ତୁ ଏହାର କ'ଣ ପଡ଼ିବ ପ୍ରଭାବ?

ଏହି ପରି ଯାଞ୍ଚ କରନ୍ତୁ ଅନଲାଇନ୍ ସ୍ଥିତି 

>> ଆପଣଙ୍କୁ LIC ପଲିସିର ଅନଲାଇନ୍ ସ୍ଥିତି ଜାଣିବା ପାଇଁ ପ୍ରଥମେ ଅଫିସିଆଲ୍ ୱେବସାଇଟ୍ https://www.licindia.in/ କୁ ଯିବାକୁ ପଡିବ । ଏଠାରେ ସ୍ଥିତି ଜାଣିବା ପାଇଁ ଆପଣଙ୍କୁ ପଞ୍ଜିକରଣ କରିବାକୁ ପଡିବ ।

>> ପଞ୍ଜୀକରଣ ପାଇଁ ଆପଣଙ୍କୁ କୌଣସି ଦେୟ ଦେବାକୁ ପଡିବ ନାହିଁ । ଏଥିପାଇଁ ଆପଣଙ୍କୁ ଆପଣଙ୍କର ଜନ୍ମ ତାରିଖ, ନାମ, ପଲିସି ନମ୍ବର ଦାଖଲ କରିବାକୁ ପଡିବ । ଥରେ ପଞ୍ଜୀକୃତ ହୋଇଗଲେ, ଆପଣ ଯେକୌଣସି ସମୟରେ ଆପଣଙ୍କର ସ୍ଥିତି ଯାଞ୍ଚ କରିପାରିବେ ।

>> ଯଦି ଆପଣ କୌଣସି ସୂଚନା ଚାହୁଁଛନ୍ତି, ତେବେ ଆପଣ 022 6827 6827 କୁ ମଧ୍ୟ କଲ କରିପାରିବେ । ଏହା ବ୍ୟତୀତ, ଆପଣ 9222492224 ନମ୍ବରକୁ LICHELP <ପଲିସି ସଂଖ୍ୟା> ଲେଖି ଏକ ମେସେଜ ମଧ୍ୟ ପଠାଇ ପାରିବେ । ଏଥିରେ ମେସେଜ ପଠାଇବା ଉପରେ ଟଙ୍କା କଟିବ ନାହିଁ ।

ଅଧିକ ପଢ଼ନ୍ତୁ:-ଭାରତରେ କୋରୋନା ଭାଙ୍ଗିଲା ବିଶ୍ୱର ସମସ୍ତ ରେକର୍ଡ: ୨୪ ଘଣ୍ଟା ମଧ୍ୟରେ ପ୍ରଥମ ଥର ପାଇଁ ୩ ଲକ୍ଷ ମାମଲା ଚିହ୍ନଟ, ୨୧୦୪ ସଂକ୍ରମିତଙ୍କ ମୃତ୍ୟୁ

SMS ମାଧ୍ୟମରେ କିପରି ପାଇବେ ସୂଚନା

>> ଆପଣ ମୋବାଇଲରୁ ଏକ SMS ପଠାଇ ପଲିସିର ସ୍ଥିତି ବିଷୟରେ ମଧ୍ୟ ସୂଚନା ପାଇପାରିବେ । ଏଥିପାଇଁ ଆପଣଙ୍କୁ 56677 କୁ ଏକ SMS ପଠାଇବାକୁ ପଡିବ ।

>> ଯଦି ଆପଣ ପଲିସିର ପ୍ରିମିୟମ୍ ଜାଣିବାକୁ ଚାହାଁନ୍ତି, ତେବେ ଆପଣ ASKLIC PREMIUM ଟାଇପ୍ କରି 56677 ନମ୍ବରକୁ SMS ପଠାଇ ପାରିବେ ।

>> ଯଦି ପଲିସି ଲେପ୍ସ ହୋଇଯାଇଛି ତ ଏଥିପାଇଁ ଆପଣଙ୍କୁ ASKLIC REVIVAL ଟାଇପ୍ କରି ଏହାକୁ SMS କରିବାକୁ ପଡିବ ।