ପେନସନଭୋଗୀଙ୍କ ପାଇଁ ବଡ଼ ଖବର: ନିୟମ ବଦଳାଇଲେ ମୋଦି ସରକାର, କୋଟି କୋଟି ଲୋକଙ୍କୁ ହେବ ସିଧାସଳଖ ଲାଭ
Advertisement
Article Detail0/zeeodisha/odisha872678

ପେନସନଭୋଗୀଙ୍କ ପାଇଁ ବଡ଼ ଖବର: ନିୟମ ବଦଳାଇଲେ ମୋଦି ସରକାର, କୋଟି କୋଟି ଲୋକଙ୍କୁ ହେବ ସିଧାସଳଖ ଲାଭ

ନୂତନ ବିଜ୍ଞପ୍ତିରେ କୁହାଯାଇଛି ଯେ ବର୍ତ୍ତମାନ ତତକ୍ଷଣାତ୍ ମେସେଜିଂ ସଲ୍ୟୁସନ୍ ଆପ୍ 'ସନ୍ଦେଶ' ଓ ସରକାରୀ କାର୍ଯ୍ୟାଳୟରେ ଯୋଗଦେବା ପାଇଁ ଆଧାର ପ୍ରାମାଣିକିକରଣକୁ ମଧ୍ୟ ସ୍ବେଚ୍ଛାକୃତ କରାଯାଇଛି ।

ପେନସନଭୋଗୀଙ୍କ ପାଇଁ ବଡ଼ ଖବର: ନିୟମ ବଦଳାଇଲେ ମୋଦି ସରକାର, କୋଟି କୋଟି ଲୋକଙ୍କୁ ହେବ ସିଧାସଳଖ ଲାଭ

ନୂଆଦିଲ୍ଲୀ: ମୋଦି ସରକାର (Modi Govt) ଙ୍କ ଦ୍ୱାରା ଜାରି କରାଯାଇଥିବା ନୂତନ ନିୟମ ଅନୁଯାୟୀ, ବର୍ତ୍ତମାନ ଡିଜିଟାଲ୍ ଭାବରେ ଜୀବନ ପ୍ରମାଣପତ୍ର ଅର୍ଥାତ ଲାଇଫ ସାର୍ଟିଫିକେଟ (life certificate) ପାଇବା ପାଇଁ ଆଧାର (Aadhaar) ସ୍ୱେଚ୍ଛାକୃତ କରାଯାଇଛି । ଇଲେକ୍ଟ୍ରୋନିକ୍ସ ଏବଂ ଆଇଟି ମନ୍ତ୍ରଣାଳୟ ତରଫରୁ ଏହି ବିଷୟରେ ବିଜ୍ଞପ୍ତି ପ୍ରକାଶ ପାଇଛି । ଏଥିରେ କୁହାଯାଇଛି ଯେ, ଜୀବନ ପ୍ରମାଣ ପାଇଁ ଆଧାରର ପ୍ରମାଣିକତା ସ୍ବେଚ୍ଛାକୃତ ଭିତ୍ତିରେ ହେବ ।

ଅଧିକ ପଢ଼ନ୍ତୁ:-ହୋଲି ପୂର୍ବରୁ ରେଳ ଯାତ୍ରୀଙ୍କ ପାଇଁ ଗୁଡ୍ ନ୍ୟୁଜ୍! ରେଲୱେ ପୁଣି ଘୋଷଣା କଲା ଅନେକ ସ୍ୱତନ୍ତ୍ର ଟ୍ରେନ୍, ଦେଖନ୍ତୁ ପୁରା ଲିଷ୍ଟ୍

ନୂତନ ବିଜ୍ଞପ୍ତିରେ କୁହାଯାଇଛି ଯେ ବର୍ତ୍ତମାନ ତତକ୍ଷଣାତ୍ ମେସେଜିଂ ସଲ୍ୟୁସନ୍ ଆପ୍ 'ସନ୍ଦେଶ' ଓ ସରକାରୀ କାର୍ଯ୍ୟାଳୟରେ ଯୋଗଦେବା ପାଇଁ ଆଧାର ପ୍ରାମାଣିକିକରଣକୁ ମଧ୍ୟ ସ୍ବେଚ୍ଛାକୃତ କରାଯାଇଛି ।

ବୃଦ୍ଧମାନଙ୍କୁ ରିହାତି ଦେବା ପାଇଁ ପେନସନଭୋଗୀମାନଙ୍କ (pensioners) ପାଇଁ ଡିଜିଟାଲ୍ ଲାଇଫ୍ ସାର୍ଟିଫିକେଟ୍ ଆରମ୍ଭ ହୋଇଥିଲା । ପେନସନ ନେବା ପାଇଁ ନିଜ ଜୀବତ ହେବାର ପ୍ରମାଣ ଦେବା ଲାଗି ସେମାନଙ୍କୁ ଲମ୍ୱା ଯାତ୍ରା କରି ପେନସନ୍‌ ବିତରଣ ଏଜେନ୍ସି ସମ୍ମୁଖରେ ହାଜର ହେବାକୁ ପଡୁଥିଲା ।

ଅଧିକ ପଢ଼ନ୍ତୁ:-୫ ମାସ ପରେ ଦେଶରେ ରେକର୍ଡ ସଂଖ୍ୟକ କୋରୋନା ସଂକ୍ରମିତ ଚିହ୍ନଟ, ଗତ ୨୪ ଘଣ୍ଟାରେ ସାମ୍ନାକୁ ଆସିଲା ଏତିକି ମାମଲା...

ଏହା ପରେ ଲୋକମାନେ ଯେଉଁଠାରୁ କାର୍ଯ୍ୟ କରୁଥିଲେ, ସେଠାରୁ ଜୀବନ ପ୍ରମାଣପତ୍ର ଆଣିବାକୁ ପଡୁଥଲା ଏବଂ ଏହାକୁ ପେନସନ୍ ବିତରଣ ଏଜେନ୍ସିରେ ଦାଖଲ କରିବାକୁ ପଡୁଥିଲା । ଡିଜିଟାଲ ଉପାୟରେ ଜୀବନ ପ୍ରମାଣପତ୍ର ପ୍ରଦାନ କରିବାର ସୁବିଧା ପାଇବା ପରେ ପେନସନଭୋଗୀମାନେ ନିଜେ ସଂଗଠନ କିମ୍ବା ଏଜେନ୍ସି ସମ୍ମୁଖରେ ହାଜର ହେବା ବାଧ୍ୟତାମୂଳକରୁ ମୁକ୍ତି ପାଇଛନ୍ତି ।

ଅଧିକ ପଢ଼ନ୍ତୁ:-PF ଖାତାଧାରୀଙ୍କ ପାଇଁ ଖୁସି ଖବର, ଏହି ବଡ଼ ଘୋଷଣା କଲେ ମୋଦି ସରକାର

ଅନେକ ପେନସନଭୋଗୀ ଏହି ମାମଲାରେ ଅଭିଯୋଗ କରିଛନ୍ତି ଯେ ଆଧାର କାର୍ଡ ଅଭାବରୁ ସେମାନଙ୍କୁ ପେନସନ୍ ପାଇବାରେ ଅସୁବିଧାର ସମ୍ମୁଖୀନ ହେବାକୁ ପଡ଼ିଛି କିମ୍ବା ସେମାନଙ୍କର ଆଙ୍ଗୁଠି ଚିହ୍ନ ମେଳ ଖାଉ ନାହିଁ । ଏଥିପାଇଁ କିଛି ସରକାରୀ ସଂଗଠନ ୨୦୧୮ରେ ଏକ ବିକଳ୍ପ ଉପାୟ ଖୋଜିଥିଲେ । ବର୍ତ୍ତମାନ ଜାରି ବିଜ୍ଞପ୍ତି ମାଧ୍ୟମରେ ଡିଜିଟାଲ ଜୀବନ ପ୍ରମାଣପତ୍ର ପ୍ରଦାନ ପାଇଁ ଆଧାର ସ୍ବେଚ୍ଛାକୃତ କରାଯାଇଛି ।