BJP Hindu Voter: ୨୦୨୪ ନିର୍ବାଚନରେ ବିରୋଧୀଙ୍କୁ ହନ୍ତସନ୍ତ କରିବେ ବିଜେପି ହିନ୍ଦୁ ଭୋଟର! ୨୦୧୯ ନିର୍ବାଚନ ସମୟରୁ ରହିଛି ବିପଦ
Advertisement
Article Detail0/zeeodisha/odisha1571651

BJP Hindu Voter: ୨୦୨୪ ନିର୍ବାଚନରେ ବିରୋଧୀଙ୍କୁ ହନ୍ତସନ୍ତ କରିବେ ବିଜେପି ହିନ୍ଦୁ ଭୋଟର! ୨୦୧୯ ନିର୍ବାଚନ ସମୟରୁ ରହିଛି ବିପଦ

Indian Politics: ଭାରତୀୟ ରାଜନୀତିରେ ଧର୍ମ ଏକ ଅଭିନ୍ନ ଅଙ୍ଗ ହୋଇସାରିଛି। କାରଣ ଦେଶରେ ଅନୁଷ୍ଠିତ ହେଉଥିବା ଅନେକ ନିର୍ବାଚନରେ ଧର୍ମ କୌଣସି ଦଳର ପ୍ରାର୍ଥୀଙ୍କ ଭାଗ୍ୟ ନିର୍ଦ୍ଧାରଣ କରିବାରେ ଗୁରୁତ୍ୱପୂର୍ଣ୍ଣ ଭୂମିକା ଗ୍ରହଣ କରିଥାଏ।  

BJP Hindu Voter: ୨୦୨୪ ନିର୍ବାଚନରେ ବିରୋଧୀଙ୍କୁ ହନ୍ତସନ୍ତ କରିବେ ବିଜେପି ହିନ୍ଦୁ ଭୋଟର! ୨୦୧୯ ନିର୍ବାଚନ ସମୟରୁ ରହିଛି ବିପଦ

Lok Sabha Election 2024: ଗତ ୨୦୧୪ ପର ଠାରୁ ଲଗାତାର ୯ ବର୍ଷ ଧରି କେନ୍ଦ୍ରରେ କ୍ଷମତାସୀନ ରହିଛି ବିଜେପି  ଆଉ ପ୍ରଧାନମନ୍ତ୍ରୀ ଗାଦିରେ ବସିଛନ୍ତି ନରେନ୍ଦ୍ର ମୋଦି। ଆଜି ଠାରୁ ଆଉ ଠିକ ବର୍ଷ ପରେ ଅର୍ଥାତ ଆସନ୍ତା ୨୦୨୪ ବର୍ଷରେ ହେବାକୁ ଯାଉଛି ଅଷ୍ଟାଦଶ ଲୋକସଭା ନିର୍ବାଚନ। ଆଗାମୀ ୨୦୨୪ ଲୋକସଭା ନିର୍ବାଚନ ପାଇଁ ସମସ୍ତ ରାଜନୈତିକ ଦଳ ସେମାନଙ୍କରପ୍ରସ୍ତୁତିରେ ବ୍ୟସ୍ତ ଅଛନ୍ତି। ବିଶେଷକରି ବିଜେପି ଯିଏ ଏଥର ଲୋକସଭା ନିର୍ବାଚନରେ ହ୍ୟାଟ୍ରିକ ମାରିବାକୁ ଯୋଜନା କରିଛି। ହିନ୍ଦୁ ମତାଦାତଙ୍କ ପାଖରୁ ବିଜେପି ସର୍ବଦା ଭରସା ରଖିଥାଏ। କାରଣ ଦେଶରେ ହିନ୍ଦୁ ସମ୍ପ୍ରଦାୟ ହେଉଛି ବିଜେପି ଦଳର ମୂଳ ଭୋଟବ୍ୟାଙ୍କ। ଗତ ୨୦୧୯ ଲୋକସଭା ନିର୍ବାଚନରେ ବିଜେପି ଏକତରଫା ଭାବେ ​​ହିନ୍ଦୁ ଭୋଟ ପାଇବାରେ ସକ୍ଷମ ହୋଇଥିଲା। ହେଲେ ଏଥର ସମାନ କାହାଣୀ ଲେଖାଯିବା ନାଁ କୌଣସି ପରିବର୍ତ୍ତନ ହେବ ସେ ନେଇ ହୋଇଥିବା ଏକ ସର୍ଭେ ରିପୋର୍ଟ ସାମ୍ନାକୁ ଆସିଛି।

ପ୍ୟୁ ରିସର୍ଚ୍ଚ ସେଣ୍ଟର ପକ୍ଷରୁ ଏକ ସର୍ଭେ କରାଯାଇଛି। ଯେଉଁଥିରେ ପ୍ରାୟ ୩୦ ହଜାର ଲୋକ ଅଂଶଗ୍ରହଣ କରିଥିଲେ। ହିନ୍ଦୁ ସମ୍ପ୍ରଦାୟ କେଉଁ ଆଧାରରେ ବିଜେପି ଦଳକୁ ଭୋଟ୍ ଦେଇଛନ୍ତି ତାହା ଏହି ସର୍ବେକ୍ଷଣରେ ଭାଗ ନେଇଥିବା ନେଇ ଲୋକ କହିଥିଲେ। ଗତ ୨୦୧୯ ଲୋକସଭା ନିର୍ବାଚନରେ ୪୯% ହିନ୍ଦୁ ଭୋଟର ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀ ଏବଂ ବିଜେପି ଉଦ୍ଦେଶ୍ୟରେ ଭୋଟ ଦେଇଥିଲେ। ଯେଉଁ କାରଣରୁ ଦଳ ପୁଣି ଥରେ କେନ୍ଦ୍ରରେ କ୍ଷମତାସୀନ ହୋଇଥିଲା। ହିନ୍ଦୁ ଭୋଟ୍ ବ୍ୟାଙ୍କ ବଳରେ ବିଜେପି ଦେଶର ଶାସନ ଗାଦିରେ ବସିଛି। ଏହି ତଥ୍ୟ ଏନେଇ ହୋଇଥିବା ସର୍ବେକ୍ଷଣରୁ ଜଣାପଡ଼ିଛି। 

ଏହି ସର୍ବେକ୍ଷଣ ଅନୁଯାୟୀ ଦେଶର ଉତ୍ତର ଭାଗରେ ବସବାସ କରୁଥିବା ୬୮% ଏବଂ କେନ୍ଦ୍ରୀୟ ଅଞ୍ଚଳରେ ବସବାସ କରୁଥିବା ୬୫% ହିନ୍ଦୁ ବିଜେପିକୁ ଭୋଟ୍ ଦେଇଛନ୍ତି। ଏହି ଦୁଇଟି କ୍ଷେତ୍ରରେ ବିଜେପି ସର୍ବାଧିକ ଭୋଟ୍ ପାଇଛି। ଏଥିରେ ଦେଶର ରାଜଧାନୀ ଦିଲ୍ଲୀ ଏବଂ ଜନବହୁଳ ଉତ୍ତର ପ୍ରଦେଶ ମଧ୍ୟ ଅନ୍ତର୍ଭୂକ୍ତ ରହିଛି। ଅନ୍ୟପକ୍ଷରେ, ପୂର୍ବାଞ୍ଚଳର ୪୬% ଏବଂ ଦକ୍ଷିଣ ଭାରତରେ ମାତ୍ର ୧୯% ହିନ୍ଦୁ ଭୋଟର ବିଜେପିକୁ ଭୋଟ୍ ଦେଇଛନ୍ତି।

ଯଦି ଦକ୍ଷିଣ ଭାରତ କଥା କୁହାଯାଏ, ତାହେଲେ ୨୦ ପ୍ରତିଶତ ହିନ୍ଦୁ ଭୋଟର କହିଛନ୍ତି ଯେ ସେମାନେ ବିଜେପି ପରିବର୍ତ୍ତେ କଂଗ୍ରେସକୁ ସମର୍ଥନ କରିଛନ୍ତି। ଏହା ବ୍ୟତୀତ ୧୧ ପ୍ରତିଶତ ହିନ୍ଦୁ ମତଦାତାଙ୍କ ଭୋଟ ସେମାନେ ବସବାସ କରୁଥିବା ଅଞ୍ଚଳର ସ୍ଥାନୀୟ ରାଜନୈତିକ ପାଇଛନ୍ତି। ଦେଶର ଉତ୍ତର ଏବଂ କେନ୍ଦ୍ରାଞ୍ଚଳ ଠାରୁ ଭିନ୍ନ ଦକ୍ଷିଣାଞ୍ଚଳରେ ବସବାସ କରୁଥିବା ହିନ୍ଦୁଙ୍କ ମଧ୍ୟରେ ସ୍ଥାନୀୟ ଭାଷାକୁ ନେଇ ଏକ ପାର୍ଥକ୍ୟ ଦେଖିବାକୁ ମିଳିଛି। ସର୍ବେକ୍ଷଣରେ କୁହାଯାଇଛି ଯେ ଏଠାରେ ହିନ୍ଦୁ ଜାତୀୟତାବାଦୀ ଭାବନାର ଅଭାବ ରହିଛି।

ଏହି ସର୍ବେକ୍ଷଣରେ ଜଣାପଡ଼ିଛି ଯେ ରାଷ୍ଟ୍ରୀୟ ସ୍ତରରେ ୬୪ ପ୍ରତିଶତ ଲୋକ ବିଶ୍ୱାସ କରନ୍ତି ଯେ ଜଣେ ଭାରତୀୟ ହେବା ପାଇଁ ହିନ୍ଦୁ ହେବା ଆବଶ୍ୟକ। ଦେଶର କେନ୍ଦ୍ର ଭାଗରେ ଏପରି ୮୪% ପ୍ରତିଶତ ଲୋକ ଅଛନ୍ତି ଯେଉଁମାନେ ଭାରତୀୟ ହେବା ପାଇଁ ହିନ୍ଦୁ ହେବାର ଆବଶ୍ୟକତା ସମର୍ଥନ କରିଛି। ଦେଶର ଦକ୍ଷିଣ ଭାଗରେ ଏହି ଲୋକଙ୍କ ସଂଖ୍ୟା କେବଳ ୪୨ ପ୍ରତିଶତ ରହିଛି। ସେହିଭଳି ହିନ୍ଦୀ ଭାଷା ସମ୍ବନ୍ଧରେ ହିନ୍ଦୁ ବିଶ୍ୱାସ କରନ୍ତି ଯେ ଜଣେ ଭାରତୀୟ ହେବା ପାଇଁ ହିନ୍ଦୀ କହିବା ଆବଶ୍ୟକ। ଏହା ସହିତ ହିନ୍ଦୁଙ୍କ ମଧ୍ୟରେ ଯେଉଁମାନେ ଧର୍ମ ସେମାନଙ୍କ ଜୀବନର ଏକ ଗୁରୁତ୍ୱପୂର୍ଣ୍ଣ ଅଂଶ ବୋଲି କହିଛନ୍ତି, ସେମାନଙ୍କ ମଧ୍ୟରୁ ୫୨ ପ୍ରତିଶତ ଲୋକ ୨୦୧୯ ନିର୍ବାଚନରେ ବିଜେପି ପାଇଁ ଭୋଟ୍ ଦେଇଥିଲେ। ଏପରି ୩୨ ପ୍ରତିଶତ ଲୋକ ଅଛନ୍ତି ଯେଉଁମାନେ ବିଶ୍ୱାସ କରନ୍ତି ଯେ ଧର୍ମ ସେମାନଙ୍କ ଜୀବନର ଏକ ଗୁରୁତ୍ୱପୂର୍ଣ୍ଣ ଅଂଶ ନୁହେଁ, ସେମାନେ ମଧ୍ୟ ବିଜେପି ପାଇଁ ଭୋଟ୍ ଦେଇଛନ୍ତି।

ଜାତୀୟ ଦଳ ବ୍ୟତୀତ ଆଞ୍ଚଳିକ ଦଳର ସମର୍ଥନ ମଧ୍ୟ ଧର୍ମ ସହ ଜଡିତ। ଅନେକ ହିନ୍ଦୁ ମତଦାତା ବିଜେପି-କଂଗ୍ରେସ ବ୍ୟତୀତ ଆଞ୍ଚଳିକ ଦଳକୁ ଭୋଟ ଦେଇଛନ୍ତି। ଯେଉଁଥିରେ ସଂଖ୍ୟାଲଘୁ ଭୋଟର ମଧ୍ୟ ସାମିଲ ରହିଛନ୍ତି। ୧୪ ପ୍ରତିଶତ ବୌଦ୍ଧ ମତଦାତା କହିଛନ୍ତି ଯେ ସେମାନେ ବହୁଜନ ସମାଜ ପାର୍ଟି ପାଇଁ ଭୋଟ୍ ଦେଇଛନ୍ତି। ୧୬% ଶିଖ କହିଛନ୍ତି ଯେ ସେମାନେ ୨୦୧୯ ନିର୍ବାଚନରେ ଶିରୋମଣି ଅକାଳୀ ଦଳ ପାଇଁ ଭୋଟ୍ ଦେଇଛନ୍ତି।