ଆସିଯାଇଛି ଫେବୃଆରୀ ପାଇଁ LPG ସିଲିଣ୍ଡରର ନୂଆ ଦର, ଜାଣନ୍ତୁ କ'ଣ ରହିଛି ରେଟ୍
Advertisement

ଆସିଯାଇଛି ଫେବୃଆରୀ ପାଇଁ LPG ସିଲିଣ୍ଡରର ନୂଆ ଦର, ଜାଣନ୍ତୁ କ'ଣ ରହିଛି ରେଟ୍

ସେପଟେ ଜାନୁଆରୀରେ ରୋଷେଇ ଘରେ ବ୍ୟବହୃତ ବିନା ସବସିଡିଯୁକ୍ତ ୧୪.୨ କିଲୋଗ୍ରାମ ସିଲିଣ୍ଡରର ମୂଲ୍ୟରେ ଆଇଓସି କୌଣସି ପରିବର୍ତ୍ତନ କରିଥିଲା । କିନ୍ତୁ ୧୯ କିଲୋଗ୍ରାମ ସିଲିଣ୍ଡରର ମୂଲ୍ୟ ବୃଦ୍ଧି କରାଯାଇଥିଲା ।

ଆସିଯାଇଛି ଫେବୃଆରୀ ପାଇଁ LPG ସିଲିଣ୍ଡରର ନୂଆ ଦର, ଜାଣନ୍ତୁ କ'ଣ ରହିଛି ରେଟ୍

ନୂଆଦିଲ୍ଲୀ: ଭାରତୀୟ ଅଏଲ ମାର୍କେଟିଂ କମ୍ପାନୀଗୁଡ଼ିକ ଫେବୃଆରୀ ମାସ ପାଇଁ ଏଲପିଜି ଗ୍ୟାସ ସିଲିଣ୍ଡର ମୂଲ୍ୟ (LPG Gas Cylinder Price) ଜାରି କରିଦେଇଛନ୍ତି । ଘରୋଇ ଗ୍ୟାସ ସିଲିଣ୍ଡରର ମୂଲ୍ୟ ବୃଦ୍ଧି ହୋଇନାହିଁ । ଅର୍ଥାତ୍ ଏହାର ପୁରୁଣା ଦରରେ ସିଲିଣ୍ଡର ଉପଲବ୍ଧ ହେବ । ଅନ୍ୟପଟେ ୧୯ କିଲୋଗ୍ରାମ ବ୍ୟବସାୟିକ ସିଲିଣ୍ଡରର ମୂଲ୍ୟ ୧୯୧ ଟଙ୍କା ବୃଦ୍ଧି କରାଯାଇଛି । ଅର୍ଥାତ୍ ଦିଲ୍ଲୀରେ ୧୩୪୯ ଟଙ୍କାରେ ଉପଲବ୍ଧ ସିଲିଣ୍ଡର ବର୍ତ୍ତମାନ ୧୫୪୦ ଟଙ୍କାରେ ମିଳିବ । ଏଜେନ୍ସିରୁ ମିଳିଥିବା ସୂଚନା ଅନୁଯାୟୀ, ପାଞ୍ଚ କିଲୋଗ୍ରାମ ଏଲପିଜି ସିଲିଣ୍ଡରର ମୂଲ୍ୟ ୪୪୫ ଟଙ୍କା ରହିଛି ।

ଅଧିକ ପଢ଼ନ୍ତୁ:-ଭୁଶୁଡ଼ି ପଡ଼ିବ କି ଦିଦିଙ୍କ ଗଡ, ନା ବିଜେପିର ସ୍ୱପ୍ନକୁ ଧୂଳିସାତ କରିଦେବ ଲୋକପ୍ରିୟତା?

ସେପଟେ ଜାନୁଆରୀରେ ରୋଷେଇ ଘରେ ବ୍ୟବହୃତ ବିନା ସବସିଡିଯୁକ୍ତ ୧୪.୨ କିଲୋଗ୍ରାମ ସିଲିଣ୍ଡରର ମୂଲ୍ୟରେ ଆଇଓସି କୌଣସି ପରିବର୍ତ୍ତନ କରିଥିଲା । କିନ୍ତୁ ୧୯ କିଲୋଗ୍ରାମ ସିଲିଣ୍ଡରର ମୂଲ୍ୟ ବୃଦ୍ଧି କରାଯାଇଥିଲା । ଆଇଓସି ୱେବସାଇଟରେ ଦିଲ୍ଲୀରେ ୧୪.୨ କିଲୋଗ୍ରାମ ଅଣ ସବସିଡିଯୁକ୍ତ ଏଲପିଜି ସିଲିଣ୍ଡର ୬୯୪ ଟଙ୍କା ରହିଛି । କୋଲକାତାରେ ଏହାର ମୂଲ୍ୟ ୭୨୦.୫୦ ଟଙ୍କା, ମୁମ୍ବାଇରେ ୬୯୪ ଟଙ୍କା ଏବଂ ଚେନ୍ନାଇରେ ୭୧୦ ଟଙ୍କା ରହିଛି । 

ଏହାପୂର୍ବରୁ ଡିସେମ୍ବର ମାସରେ ଆଇଓସି ଦୁଇଥର ଏଲପିଜି ମୂଲ୍ୟ ବୃଦ୍ଧି କରିଥିଲା, ଫଳରେ ଦର ୧୦୦ ଟଙ୍କା ବଢ଼ିଯାଇଥିଲା । ଡିସେମ୍ବର ୩ରେ ୫୦ ଟଙ୍କା ବୃଦ୍ଧି ଘଟିଥିଲା । ଏହା ପରେ ଡିସେମ୍ବର ୧୫ରେ ମୂଲ୍ୟ ୫୦ ଟଙ୍କା ବୃଦ୍ଧି କରାଯାଇଥିଲା । ଡିସେମ୍ବରରେ ସବସିଡି ବିନା ୧୪.୨ କିଲୋଗ୍ରାମ ଘରୋଇ ଏବଂ ୧୯ କିଲୋଗ୍ରାମ ବାଣିଜ୍ୟିକ ସିଲିଣ୍ଡରରେ ଏହି ବୃଦ୍ଧି କରାଯାଇଥିଲା ।

ଅଧିକ ପଢ଼ନ୍ତୁ:-LIC ର ଏହି ପଲିସିରେ ୧ ଲକ୍ଷ ଟଙ୍କା ନିବେଶ ପରେ ଆଜୀବନ ପାଇପାରିବେ ବାର୍ଷିକ ୧୨ ହଜାର ଟଙ୍କା, ଜାଣନ୍ତୁ କେମିତି...

ଗ୍ୟାସ ସିଲିଣ୍ଡର ଉପରେ ସବସିଡି ପ୍ରଦାନ କରୁଛନ୍ତି ସରକାର 

ଆପଣ ଜାଣିବା ଉଚିତ ଯେ, ସରକାର ବର୍ଷକୁ ୧୪.୨ କିଲୋଗ୍ରାମର ୧୨ଟି ସିଲିଣ୍ଡର ସବସିଡି ଦିଅନ୍ତି । ଏହାଠାରୁ ଅଧିକ ସିଲିଣ୍ଡିର ନେଲେ ଆପଣଙ୍କୁ ବଜାର ମୂଲ୍ୟରେ କିଣିବାକୁ କରିବାକୁ ପଡିବ । ତୈଳ କମ୍ପାନୀଗୁଡିକ ପ୍ରତି ମାସରେ ଗ୍ୟାସ ସିଲିଣ୍ଡରର ମୂଲ୍ୟ ସ୍ଥିର କରନ୍ତି ।

ଅଧିକ ପଢ଼ନ୍ତୁ:-ରେଳ ଯାତ୍ରୀଙ୍କ ପାଇଁ ବହୁତ ବଡ଼ ଖୁସି ଖବର, ଫେବୃଆରୀ ୧ରୁ ପୁଣି ଆରମ୍ଭ ହେଉଛି ଏହି ସେବା

ଏହିପରି ଆପଣ ଚେକ୍ କରିପାରିବେ LPG ମୂଲ୍ୟ 

ଏଲପିଜି ସିଲିଣ୍ଡରର ମୂଲ୍ୟ ଚେକ୍ କରିବାକୁ ହେଲେ ଆପଣଙ୍କୁ ସରକାରୀ ତୈଳ କମ୍ପାନୀର ୱେବସାଇଟକୁ ଯିବାକୁ ପଡିବ । ଏଠାରେ ଥିବା କମ୍ପାନୀଗୁଡିକ ପ୍ରତି ମାସରେ ନୂତନ ରେଟ୍ ପ୍ରଦାନ କରନ୍ତି । https://iocl.com/Products/IndaneGas.aspx ଏହି ଲିଙ୍କରେ, ଆପଣ ନିଜ ସହରର ଗ୍ୟାସ୍ ସିଲିଣ୍ଡରର ମୂଲ୍ୟ ଚେକ୍ କରିପାରିବେ ।