ଆସିଯାଇଛି ଅକ୍ଟୋବର ପାଇଁ LPG ସିଲିଣ୍ଡରର ନୂଆ ଦର, ଜାଣନ୍ତୁ କ'ଣ ରହିଛି ରେଟ୍
Advertisement
Article Detail0/zeeodisha/odisha997371

ଆସିଯାଇଛି ଅକ୍ଟୋବର ପାଇଁ LPG ସିଲିଣ୍ଡରର ନୂଆ ଦର, ଜାଣନ୍ତୁ କ'ଣ ରହିଛି ରେଟ୍

LPG Gas Cylinder Price Hike: ଏଲପିଜି ସିଲିଣ୍ଡରର ମୂଲ୍ୟ (LPG Gas Cylinder Price) ପୁଣି ଥରେ ବୃଦ୍ଧି କରାଯାଇଛି । କିନ୍ତୁ ଆଶ୍ୱସ୍ତିକର ଖବର ଏହା ଯେ ଏହି ବୃଦ୍ଧି ୧୯ କିଲୋଗ୍ରାମ ବ୍ୟବସାୟିକ ସିଲିଣ୍ଡର (19 kg commercial cylinders) ରେ ହୋଇଛି । 

ଆସିଯାଇଛି ଅକ୍ଟୋବର ପାଇଁ LPG ସିଲିଣ୍ଡରର ନୂଆ ଦର, ଜାଣନ୍ତୁ କ'ଣ ରହିଛି ରେଟ୍

ନୂଆଦିଲ୍ଲୀ: LPG Gas Cylinder Price Hike: ଏଲପିଜି ସିଲିଣ୍ଡରର ମୂଲ୍ୟ (LPG Gas Cylinder Price) ପୁଣି ଥରେ ବୃଦ୍ଧି କରାଯାଇଛି । କିନ୍ତୁ ଆଶ୍ୱସ୍ତିକର ଖବର ଏହା ଯେ ଏହି ବୃଦ୍ଧି ୧୯ କିଲୋଗ୍ରାମ ବ୍ୟବସାୟିକ ସିଲିଣ୍ଡର (19 kg commercial cylinders) ରେ ହୋଇଛି । ବର୍ତ୍ତମାନ ଦିଲ୍ଲୀର ୧୯ କିଲୋଗ୍ରାମ ବ୍ୟବସାୟିକ ଏଲପିଜି ସିଲିଣ୍ଡର ୧୬୯୩ ଟଙ୍କାରୁ ୧୭୩୬.୫୦ ଟଙ୍କାକୁ ବୃଦ୍ଧି ପାଇଛି । ସେହିପରି କୋଲକାତାରେ ୧୯ କିଲୋଗ୍ରାମ ବ୍ୟବସାୟିକ ସିଲିଣ୍ଡରର ମୂଲ୍ୟ ୧୮୦୫.୫ ଟଙ୍କାରେ ପହଞ୍ଚିଛି, ଯାହା ପୂର୍ବେ ୧୭୭୦.୫୦ ଟଙ୍କା ଥିଲା ।

ଏଥି ସହିତ ଅଣ-ସବସିଡି ଘରୋଇ ଏଲପିଜି ସିଲିଣ୍ଡରର ମୂଲ୍ୟ ସ୍ଥିର ରହିଛି । ତେବେ ଅଶୋଧିତ ତୈଳ ମୂଲ୍ୟ ବୃଦ୍ଧିକୁ ଦୃଷ୍ଟିରେ ରଖି ଏଥର ଏଲପିଜି ସିଲିଣ୍ଡର (LPG Gas Cylinder) ର ମୂଲ୍ୟ ୧୦୦୦ ଟଙ୍କା ଅତିକ୍ରମ କରିବ ବୋଲି ଆଶଙ୍କା କରାଯାଉଥିଲା । ବର୍ତ୍ତମାନ ଦିଲ୍ଲୀରେ ୧୪.୨ କିଲୋଗ୍ରାମ ଏଲପିଜି ସିଲିଣ୍ଡରର ମୂଲ୍ୟ ୮୮୪.୫୦ ଟଙ୍କା ରହିଛି । କୋଲକାତାରେ ୧୪.୨ କିଲୋଗ୍ରାମ ଏଲପିଜି ସିଲିଣ୍ଡର ୯୧୧ ଟଙ୍କା, ମୁମ୍ବାଇରେ ୮୮୪.୫୦ ଟଙ୍କା, ଚେନ୍ନାଇରେ ୯୦୦.୫୦ ଟଙ୍କା, ଭୁବନେଶ୍ୱରରେ ୯୧୧ ଟଙ୍କା ଏବଂ ଲକ୍ଷ୍ନୌରେ ୯୨୨.୫୦ ଟଙ୍କା ରହିଛି ।

ସୂଚନାଯୋଗ୍ୟ, ତୈଳ କମ୍ପାନୀଗୁଡିକ ପ୍ରତ୍ୟେକ ମାସର ୧ ଓ ୧୫ ତାରିଖରେ LPG ର ମୂଲ୍ୟ ସମୀକ୍ଷା କରନ୍ତି । ଗତ ମାସ ଅର୍ଥାତ ସେପ୍ଟେମ୍ୱର ମାସରେ ଘରୋଇ ଏଲପିଜି ସିଲିଣ୍ଡରର ମୂଲ୍ୟ ବୃଦ୍ଧି ଘଟିଥିଲା । ସେପ୍ଟେମ୍ବର ୧ରେ ଏଲପିଜି ସିଲିଣ୍ଡର ମୂଲ୍ୟ (LPG Gas Cylinder Price) ୨୫ ଟଙ୍କା ବୃଦ୍ଧି କରାଯାଇଥିଲା । ଏହାପୂର୍ବରୁ ଅଗଷ୍ଟ ୧୮ରେ ପେଟ୍ରୋଲିୟମ କମ୍ପାନୀ ଗ୍ୟାସ ସିଲିଣ୍ଡରର ମୂଲ୍ୟ (LPG Gas Cylinder Price) ୨୫ ଟଙ୍କା ବୃଦ୍ଧି କରିଥିଲେ । କେବଳ ଏତିକି ନୁହେଁ, ୧୯ କିଲୋଗ୍ରାମ ବାଣିଜ୍ୟିକ ସିଲିଣ୍ଡରର ମୂଲ୍ୟ ମଧ୍ୟ ବୃଦ୍ଧି ପାଇଥିଲା । ଏହାର ମୂଲ୍ୟ ସିଲିଣ୍ଡର ପିଛା ୭୫ ଟଙ୍କା ବୃଦ୍ଧି କରାଯାଇଥିଲା । 

ଆପଣଙ୍କୁ କହି ରଖୁଛୁ ଯେ ଜୁଲାଇ ଓ ଅଗଷ୍ଟରେ ମୂଲ୍ୟ ବୃଦ୍ଧି କରାଯାଇଥିଲା । ମେ ଓ ଜୁନ୍ ମାସରେ ଘରୋଇ ସିଲିଣ୍ଡର ମୂଲ୍ୟ (LPG Gas Cylinder Price) ରେ କୌଣସି ପରିବର୍ତ୍ତନ ହୋଇନଥିଲା । ଏପ୍ରିଲରେ ଏଲପିଜି ସିଲିଣ୍ଡରର ମୂଲ୍ୟ ୧୦ ଟଙ୍କା ହ୍ରାସ କରାଯାଇଥିଲା । ଦିଲ୍ଲୀରେ ଏଲପିଜି ସିଲିଣ୍ଡରର ମୂଲ୍ୟ ଚଳିତ ବର୍ଷ ଜାନୁଆରୀରେ ୬୯୪ ଟଙ୍କା ଥିଲା, ଯାହା ଫେବୃଆରୀରେ ସିଲିଣ୍ଡର ପିଛା ୭୧୯ ଟଙ୍କା ହୋଇଯାଇଥିଲା । ଫେବୃଆରୀ ୧୫ ରେ ଏହାର ମୂଲ୍ୟ ୭୬୯ ଟଙ୍କାକୁ ପହଞ୍ଚିଥିଲା । ଏହା ପରେ ଫେବୃଆରୀ ୨୫ରେ ଏଲପିଜି ସିଲିଣ୍ଡରର ମୂଲ୍ୟ ୭୯୪ ଟଙ୍କାକୁ ବୃଦ୍ଧି ପାଇଥିଲା । ମାର୍ଚ୍ଚରେ ଏଲପିଜି ସିଲିଣ୍ଡରର ମୂଲ୍ୟ ୮୧୯ ଟଙ୍କାରେ ପହଞ୍ଚିଥିଲା ।

ଏପରି ଚେକ୍ କରନ୍ତୁ LPG ମୂଲ୍ୟ

ଏଲପିଜି ସିଲିଣ୍ଡରର ମୂଲ୍ୟ ଚେକ୍ କରିବାକୁ ହେଲେ ଆପଣଙ୍କୁ ସରକାରୀ ତୈଳ କମ୍ପାନୀର ୱେବସାଇଟକୁ ଯିବାକୁ ପଡିବ । ଏଠାରେ କମ୍ପାନୀଗୁଡିକ ପ୍ରତି ମାସରେ ନୂତନ ଦର ପ୍ରଦାନ କରନ୍ତି । (https://iocl.com/Products/IndaneGas.aspx) ଏହି ଲିଙ୍କରେ ଆପଣ ନିଜ ସହରର ଗ୍ୟାସ୍ ସିଲିଣ୍ଡରର ମୂଲ୍ୟ ଯାଞ୍ଚ କରିପାରିବେ ।

ଅଧିକ ପଢ଼ନ୍ତୁ:-ପୁଣି ବଢ଼ିଲା ପେଟ୍ରୋଲ-ଡିଜେଲର ଦାମ୍, ଚେକ୍ କରନ୍ତୁ ଆପଣଙ୍କ ସହରରେ କ'ଣ ରହିଛି ରେଟ୍

ଅଧିକ ପଢ଼ନ୍ତୁ:-ବର୍ତ୍ତମାନ ଚାହିଁ କି ମଧ୍ୟ ତାଲିବାନକୁ ସାହାଯ୍ୟ କରିପାରୁନି ପାକିସ୍ତାନ, ଏହା ହେଉଛି କାରଣ

ଅଧିକ ପଢ଼ନ୍ତୁ:-ଭବାନୀପୁରରେ ମମତାଙ୍କ ଭାଗ୍ୟ ପରୀକ୍ଷା!