ଯେତେବେଳେ ଗ୍ରାହକମାନେ ସେମାନଙ୍କର ମୋବାଇଲ୍ ଆପ୍ କିମ୍ବା ପୋର୍ଟାଲ୍ ମାଧ୍ୟମରେ LPG ରିଫିଲ୍ ବୁକ୍ କରନ୍ତି, ସେମାନେ ନିଜ ଅଞ୍ଚଳରେ ବିତରକଙ୍କ ତାଲିକା ଦେଖିବେ । ଗ୍ରାହକ LPG ରିଫିଲ୍ ଡେଲିଭରୀ ପ୍ରାପ୍ତ ପାଇଁ ନିଜ ଅଞ୍ଚଳ ପାଇଁ ପ୍ରଯୁଜ୍ୟ ତାଲିକାରୁ ଯେକୌଣସି ବିତରକ ଚୟନ କରିପାରିବେ ।
Trending Photos
ନୂଆଦିଲ୍ଲୀ: LPG Gas Cylinder: ଦେଶର ତିନିଟି ସରକାରୀ କମ୍ପାନୀ HPCL, BPCL ଏବଂ IOC LPG ଗ୍ରାହକଙ୍କୁ ବଡ଼ ରିହାତି ପ୍ରଦାନ କରି ଏକ ବଡ଼ ଘୋଷଣା କରିଛନ୍ତି । ବର୍ତ୍ତମାନ ଗ୍ରାହକମାନେ ଯେକୌଣସି ବିତରକଙ୍କଠାରୁ LPG ରିଫିଲ୍ ପାଇପାରିବେ । ଆଜ୍ଞା ହଁ, ଗ୍ରାହକମାନେ ବର୍ତ୍ତମାନ ତୈଳ ମାର୍କେଟିଂ କମ୍ପାନୀଗୁଡିକ (OMCs) ର ସେହି ଡେଲିଭରୀ ବିତରକମାନଙ୍କ ମଧ୍ୟରୁ ଯେକୌଣସି ଜଣକୁ ଚୟନ କରିପାରିବେ, ଯେଉଁମାନେ ସେମାନଙ୍କ ଅଞ୍ଚଳରେ LPG ବିତରଣ କରୁଛନ୍ତି । ପାଇଲଟ୍ ପର୍ଯ୍ୟାୟରେ ଏହି ଅନନ୍ୟ ସୁବିଧା ଗୁରୁଗାଓଁ, ପୁଣେ, ରାଞ୍ଚି, ଚଣ୍ଡିଗଡ଼, କୋଏମ୍ବାଟୁରରେ ଉପଲବ୍ଧ ହେବ । ଏହି ସେବାର ଶୁଭାରମ୍ଭ ମଧ୍ୟ ହୋଇସାରିଛି । ସରଳ ଶବ୍ଦରେ ଯଦି ଆପଣ ଇଣ୍ଡେନ (Indane) ର ଗ୍ରାହକ, ତେବେ ଆପଣ ଭାରତ ଗ୍ୟାସ୍ (Bharat Gas) ଓ ଏଚପି ଗ୍ୟାସ (HP Gas) ର LPG ସିଲିଣ୍ଡର ମଧ୍ୟ ଅର୍ଡର କରିପାରିବେ ।
ଅଧିକ ପଢ଼ନ୍ତୁ:-ଦେଶରେ ଦିନକରେ ସାମ୍ନାକୁ ଆସିଲା ଏତିକି ମାମଲା, ୫୬୦ ସଂକ୍ରମିତଙ୍କ ମୃତ୍ୟୁ
ଯେତେବେଳେ ଗ୍ରାହକମାନେ ସେମାନଙ୍କର ମୋବାଇଲ୍ ଆପ୍ କିମ୍ବା ପୋର୍ଟାଲ୍ ମାଧ୍ୟମରେ LPG ରିଫିଲ୍ ବୁକ୍ କରନ୍ତି, ସେମାନେ ନିଜ ଅଞ୍ଚଳରେ ବିତରକଙ୍କ ତାଲିକା ଦେଖିବେ । ଗ୍ରାହକ LPG ରିଫିଲ୍ ଡେଲିଭରୀ ପ୍ରାପ୍ତ ପାଇଁ ନିଜ ଅଞ୍ଚଳ ପାଇଁ ପ୍ରଯୁଜ୍ୟ ତାଲିକାରୁ ଯେକୌଣସି ବିତରକ ଚୟନ କରିପାରିବେ । ଏହି ସେବା ନା କେବଳ ବର୍ଦ୍ଧିତ ପସନ୍ଦ ମାଧ୍ୟମରେ ଗ୍ରାହକଙ୍କୁ ସଶକ୍ତ କରିବ ବରଂ ଗ୍ରାହକଙ୍କୁ ସର୍ବୋତ୍ତମ ଶ୍ରେଣୀର ସେବା ଯୋଗାଇବା ଏବଂ ସେମାନଙ୍କର କାର୍ଯ୍ୟଦକ୍ଷତା ମୂଲ୍ୟାୟନରେ ଉନ୍ନତି ଆଣିବା ପାଇଁ ବିତରକମାନଙ୍କ ମଧ୍ୟରେ ସୁସ୍ଥ ପ୍ରତିଯୋଗିତାକୁ ମଧ୍ୟ ପ୍ରେରିତ କରିବ ।
ଅଧିକ ପଢ଼ନ୍ତୁ:-ପିଏମ ମୋଦିଙ୍କ ସହ ସାକ୍ଷାତ ପରେ ଏହି ରାଜ୍ୟ ନେଲା କୋରୋନା ଉପରେ ବଡ଼ ନିଷ୍ପତ୍ତି
ତୈଳ କମ୍ପାନୀଗୁଡିକ ୱେବ୍ ପୋର୍ଟାଲ୍ ଓ ମୋବାଇଲ୍ ଆପ୍ ମାଧ୍ୟମରେ ଗ୍ରାହକଙ୍କୁ LPG ସଂଯୋଗର ଅନଲାଇନ୍ ସ୍ଥାନାନ୍ତରର ସୁବିଧା ମଧ୍ୟ ପ୍ରଦାନ କରିବେ । ଗ୍ରାହକମାନେ ସେମାନଙ୍କର ପଞ୍ଜୀକୃତ ଲଗଇନ୍ ବ୍ୟବହାର କରି ନିଜ ଅଞ୍ଚଳରେ ବିତରକଙ୍କ ତାଲିକାରୁ OMC ବିତରକ ଚୟନ କରିପାରିବେ । ଏଠାରେ ସେମାନେ ସେମାନଙ୍କର LPG ସଂଯୋଗକୁ ପୋର୍ଟ କରିବାର ବିକଳ୍ପ ବାଛିବା ପାଇଁ ଏକ ସୁଯୋଗ ପାଇବେ । ସୋର୍ସ ବିତରକଙ୍କ ପାଖରେ ଗ୍ରାହକଙ୍କ ସହିତ ଯୋଗାଯୋଗ କରିବା ଓ ତାଙ୍କୁ ଏହି ସୁବିଧା ଜାରି କରିବାର ବିକଳ୍ପ ହୋଇଥାଏ ।
ଅଧିକ ପଢ଼ନ୍ତୁ:-ମଦ ପିଇ ଶୋଇପଡ଼ିଲେ ଷ୍ଟେସନ୍ ମାଷ୍ଟର, ଘଣ୍ଟା ଘଣ୍ଟା ଅଟକି ରହିଲା ଏକାଧିକ ଏକ୍ସପ୍ରେସ ଟ୍ରେନ୍
ଯଦି ଗ୍ରାହକ ନିଶ୍ଚିତ ହୁଅନ୍ତି, ତେବେ ସେ ୩ ଦିନର ନିର୍ଦ୍ଧାରିତ ସମୟ ମଧ୍ୟରେ ପୋର୍ଟେବିଲିଟି ଅନୁରୋଧ ପ୍ରତ୍ୟାହାର କରିପାରିବେ । ଏହା ନ କରିବା ଉପରେ ସ୍ୱୟଂଚାଳିତ ଭାବରେ ମନୋନୀତ ବିତରକଙ୍କ ନିକଟକୁ ସଂଯୋଗ ସ୍ଥାନାନ୍ତର ହୋଇଯିବ । ଏହି ସୁବିଧା ନିଃଶୁଳ୍କ ଅଟେ ଓ ଏହି ସୁବିଧା ପାଇଁ କୌଣସି ଶୁଳ୍କ କିମ୍ବା ସ୍ଥାନାନ୍ତର ଦେୟ ଦେବାକୁ ପଡ଼ିବ ନାହିଁ । ମେ ୨୦୨୧ରେ ୫୫,୭୫୯ ପୋର୍ଟେବିଲିଟି ଅନୁରୋଧ OMC ଦ୍ୱାରା ସଫଳତାର ସହିତ ପୂରଣ ହୋଇଛି ।