Japan Man Become A Dog: ଟୋକୋ (Toco) news.mynaviand ସହିତ ମଧ୍ୟ କଥା ହୋଇଛି, ସେ କହିଛନ୍ତି ଯେ ସେ ପିଲାଦିନରୁ ପଶୁ ପରି ଜୀବନଯାପନ କରିବାକୁ ଚାହୁଁଥିଲେ । ବିଶେଷକରି କୁକୁରମାନଙ୍କ ପ୍ରତି ତାଙ୍କର ବହୁତ ଭଲପାଇବା ଅଛି । ସେଥିପାଇଁ ବଡ଼ ହେବା ପରେ ସେ କୁକୁର ହେବା ପାଇଁ ଏକ ଅଦ୍ଭୁତ ନିଷ୍ପତ୍ତି ନେଇଥିଲେ । ତା’ପରେ ସେ ଜେପେଟ୍ କମ୍ପାନୀ ସହିତ ଯୋଗାଯୋଗ କଲେ...
Trending Photos
ନୂଆଦିଲ୍ଲୀ: Japan Man Become A Dog: ଜାପାନ (Japan) ର ଜଣେ ବ୍ୟକ୍ତି ପଶୁ ପରି ଦେଖାଯିବାର ଆଜୀବନ ସ୍ୱପ୍ନକୁ ପୂରଣ କରିନେଇଛନ୍ତି । ଟ୍ୱିଟର ୟୁଜର @toco_eevee ନିଜ ଫଟୋ ଟ୍ୱିଟରରେ ପୋଷ୍ଟ କରିଛନ୍ତି, ଯାହା ସମସ୍ତଙ୍କୁ ଚକିତ କରିଦେଇଛି । "କୋଲି" ନାମକ ଏକ କୁକୁରର ପ୍ରଜାତିରେ ତାଙ୍କର ଟ୍ରାନ୍ସଫର୍ମେଶନ, ଜେପେଟ (Zeppet) ନାମକ ଏକ ବୃତ୍ତିଗତ ଏଜେନ୍ସି ଦ୍ୱାରା କରାଯାଇଛି । ସ୍ଥାନୀୟ ଜାପାନୀ ନ୍ୟୁଜ୍ ଆଉଟଲେଟ୍ news.mynavi ଅନୁଯାୟୀ, ଜେପେଟ୍ କମ୍ପାନୀ ଚଳଚ୍ଚିତ୍ର, ବିଜ୍ଞାପନ, ମନୋରଞ୍ଜନ ସୁବିଧା ପାଇଁ ବହୁ ସଂଖ୍ୟାରେ ମୂର୍ତ୍ତି ଯୋଗାଇଥାଏ ଓ ଟିଭିରେ ଦେଖାଯାଉଥିବା ଜାପାନର ପ୍ରସିଦ୍ଧ ମାସ୍କଟ୍ ଚରିତ୍ରର ବେଶଭୂଷା ଆଉଟଫିଟର ମଧ୍ୟ ନିର୍ମାଣ କରିଥାଏ । ପୁରା ପୋଷାକର ମୂଲ୍ୟ ୧୨ ଲକ୍ଷ (୨ ମିଲିୟନ୍ ୟେନ୍) ରୁ ଅଧିକ ହେବ ଓ ଏହାକୁ ତିଆରି କରିବାକୁ ପ୍ରାୟ ୪୦ ଦିନ ସମୟ ଲାଗିଛି ।
ଟୋକୋ (Toco) news.mynaviand ସହିତ ମଧ୍ୟ କଥା ହୋଇଛି, ସେ କହିଛନ୍ତି ଯେ ସେ ପିଲାଦିନରୁ ପଶୁ ପରି ଜୀବନଯାପନ କରିବାକୁ ଚାହୁଁଥିଲେ । ବିଶେଷକରି କୁକୁରମାନଙ୍କ ପ୍ରତି ତାଙ୍କର ବହୁତ ଭଲପାଇବା ଅଛି । ସେଥିପାଇଁ ବଡ଼ ହେବା ପରେ ସେ କୁକୁର ହେବା ପାଇଁ ଏକ ଅଦ୍ଭୁତ ନିଷ୍ପତ୍ତି ନେଇଥିଲେ । ତା’ପରେ ସେ ଜେପେଟ୍ କମ୍ପାନୀ ସହିତ ଯୋଗାଯୋଗ କଲେ, ଯେଉଁଠାରୁ ସେ ନିଜ ପାଇଁ ଅଲ୍ଟ୍ରା ରିୟଲିଷ୍ଟିକ୍ କୁକୁର ପୋଷାକ ତିଆରି କରାଇଛନ୍ତି । ଏହାକୁ ପିନ୍ଧିବା ପରେ ସେ ପ୍ରକୃତ କୁକୁର ପରି ଦେଖାଯାଉଛନ୍ତି ।
ଆପଣଙ୍କୁ କହି ରଖୁଛୁ ଯେ, ଏହି ପୋଷାକ ପିନ୍ଧିବା ପରେ ସମସ୍ତେ ଟୋକୋକୁ କୁକୁର ବୋଲି ଭାବିବା ଆରମ୍ଭ କରନ୍ତି । ଏହି ପୋଷାକ ତିଆରି କରିବା ପାଇଁ ସେ ପୁରା ୨ ମିଲିୟନ୍ ୟେନ୍ ଅର୍ଥାତ୍ ୧୨ ଲକ୍ଷ ଟଙ୍କା ଖର୍ଚ୍ଚ କରିଛନ୍ତି । ଏକ ସାକ୍ଷାତକାରରେ ତାଙ୍କୁ ପଚାରା ଯାଇଥିଲା ଯେ, ସେ ନିଜ ଅଙ୍ଗକୁ ସ୍ୱତନ୍ତ୍ର ଭାବରେ ହଲାଇ ପାରୁଛନ୍ତି କି ନାହିଁ, ଯାହା ଉପରେ ସେ ଉତ୍ତର ଦେଇଛନ୍ତି ଯେ, "ପ୍ରତିବନ୍ଧକ ଅଛି, କିନ୍ତୁ ଆପଣ ଏହାକୁ ହଲାଇ ପାରିବେ । ତଥାପି ଯଦି ଆପଣ ଏହାକୁ ଅଧିକ ହଲାଇବେ ତେବେ ଏହା କୁକୁର ପରି ଦେଖାଯିବ ନାହିଁ ।"
ଏହା ବି ପଢ଼ନ୍ତୁ:-ଏଣିକି ପେ କମିଶନ ଆଧାରରେ ବଢ଼ିବନି ଦରମା, ପ୍ରତିବର୍ଷ ବେସିକ୍ ସାଲାରୀ ବୃଦ୍ଧି କରିବାର ଏହା ହେଉଛି ଫର୍ମୂଲା!
ଏହା ବି ପଢ଼ନ୍ତୁ:-ଲାଭ ବଦଳରେ ହେବ କ୍ଷତି! ଏମାନେ ଭୁଲରେ ବି ଖାଆନ୍ତୁ ନାହିଁ ଏହି ୫ଟି ଫଳ
ଟୋକୋଙ୍କ ନିଜସ୍ୱ ୟୁଟ୍ୟୁବ୍ ଚ୍ୟାନେଲ୍ ମଧ୍ୟ ଅଛି । ଏହି ଚ୍ୟାନେଲରେ ସେ ଏହାର ଅନେକ ଭିଡିଓ ଓପଲୋଡ କରିଛନ୍ତି । ଏହି କୁକୁର ପୋଷାକରେ ତାଙ୍କୁ ଚିହ୍ନିବା କଷ୍ଟକର । କାରଣ ସେ ଏହି ପୋଷାକରେ ଏକ ପ୍ରକୃତ କୁକୁର ଭଲି ଦେଖାଯାଉଛନ୍ତି । ଟୋକୋ କହିଛନ୍ତି ଯେ, ସେ ଏକ କୁକୁର ହୋଇ ବହୁତ ଖୁସି ଓ ତାଙ୍କ ଜୀବନର ଏକ ବଡ଼ ସ୍ୱପ୍ନ ପୂରଣ ହୋଇଛି ।