୫-୧୦ ଟଙ୍କାର ଏହି କଏନ ଆପଣଙ୍କୁ କରିବ ଧନୀ! ମିଳିପାରେ ୧୦ ଲକ୍ଷ ଟଙ୍କା
Advertisement

୫-୧୦ ଟଙ୍କାର ଏହି କଏନ ଆପଣଙ୍କୁ କରିବ ଧନୀ! ମିଳିପାରେ ୧୦ ଲକ୍ଷ ଟଙ୍କା

ମିଡିଆ ରିପୋର୍ଟ ଅନୁଯାୟୀ, ଇଣ୍ଡିଆମାର୍ଟର ୱେବସାଇଟରେ ପୁରୁଣା ମୁଦ୍ରା ଏବଂ ନୋଟର ନିଲାମ କରାଯାଉଛି । ଯଦି ଆପଣ ପୁରୁଣା ଜିନିଷ ସଂଗ୍ରହ କରିବାକୁ ଭଲପାଉଛନ୍ତି, ତେବେ ଆପଣଙ୍କ ଏହି ସୌଖ ଆପଣଙ୍କୁ କୋଟିପତି କରିପାରେ ।

୫-୧୦ ଟଙ୍କାର ଏହି କଏନ ଆପଣଙ୍କୁ କରିବ ଧନୀ! ମିଳିପାରେ ୧୦ ଲକ୍ଷ ଟଙ୍କା

ନୂଆଦିଲ୍ଲୀ: କୋରୋନା ସଙ୍କଟରେ ଯଦି ଆପଣ ମଧ୍ୟ ରୋଜଗାର କରିବାର ସୁଯୋଗ ଖୋଜୁଛନ୍ତି, ତେବେ ଆପଣଙ୍କ ପାଖରେ ଘରେ ବସି କୋଟିପତି ହେବାର ସୁଯୋଗ ରହିଛି । ଏବଂ ସବୁଠାରୁ ଗୁରୁତ୍ୱପୂର୍ଣ୍ଣ କଥା ହେଉଛି ଏହା ପାଇଁ ଆପଣଙ୍କୁ କିଛି କରିବାର ଆବଶ୍ୟକତା ନାହିଁ । ଆପଣଙ୍କ ପାଖରେ କେବଳ ୫ ଏବଂ ୧୦ ଟଙ୍କା କଏନ ରହିବା  ଆବଶ୍ୟକ । ଆପଣଙ୍କୁ ଏହି ପୁରାତନ ମୁଦ୍ରାର ଫଟୋ ୱେବସାଇଟରେ ଦେବାକୁ ପଡିବ, ଯାହା ପରେ ଲୋକମାନେ ଆପଣଙ୍କ ମୁଦ୍ରା ପାଇଁ ଟଙ୍କା ଟେଣ୍ଡର କରିବେ ଏବଂ ଆପଣ ଏହି ମୁଦ୍ରାକୁ ବିକ୍ରୟ କରି ଲକ୍ଷ ଲକ୍ଷ ଟଙ୍କା ରୋଜଗାର କରିପାରିବେ । ଆସନ୍ତୁ ଆପଣଙ୍କୁ କହୁଛୁ ଏଥିପାଇଁ କେଉଁ ୫-୧୦ ଟଙ୍କାର କଏନ ଆବଶ୍ୟକ ହେବ । ଏବଂ ଆପଣ କିପରି ରୋଜଗାର କରିପାରିବେ-

ମିଡିଆ ରିପୋର୍ଟ ଅନୁଯାୟୀ, ଇଣ୍ଡିଆମାର୍ଟର ୱେବସାଇଟରେ ପୁରୁଣା ମୁଦ୍ରା ଏବଂ ନୋଟର ନିଲାମ କରାଯାଉଛି । ଯଦି ଆପଣ ପୁରୁଣା ଜିନିଷ ସଂଗ୍ରହ କରିବାକୁ ଭଲପାଉଛନ୍ତି, ତେବେ ଆପଣଙ୍କ ଏହି ସୌଖ ଆପଣଙ୍କୁ କୋଟିପତି କରିପାରେ । ଏଥିପାଇଁ ଆପଣଙ୍କୁ ୧୦ କିମ୍ବା ୫ ଟଙ୍କାର ସେହି କଏନ ଆବଶ୍ୟକ, ଯେଉଁଥିରେ ବୈଷ୍ଣୋ ଦେବୀଙ୍କ ଫଟୋ ରହିଥିବ । 

ଅଧିକ ପଢ଼ନ୍ତୁ:-ସରକାରୀ କର୍ମଚାରୀଙ୍କ ପାଇଁ ଖୁସି ଖବର ! ବେତନ ସହ ଜଡ଼ିତ ଗୁରୁତ୍ୱପୂର୍ଣ୍ଣ ନିୟମକୁ ପରିବର୍ତ୍ତନ କରିପାରେ ମୋଦି ସରକାର

ଆଜିକାଲି ଟଙ୍କା ରୋଜଗାରର ମାଧ୍ୟମ ଇ-କମର୍ସ ୱେବସାଇଟରେ ମଧ୍ୟ ଟ୍ରେଣ୍ଡ ହେଉଛି । ଯଦି ଆପଣଙ୍କର ମାତା ବୈଷ୍ଣୋ ଦେବୀଙ୍କର ୫ ଏବଂ ୧୦ ଟଙ୍କାର କଏନ ଅଛି, ତେବେ ଆପଣ ଏହାକୁ ବିକ୍ରି କରି ଟଙ୍କା ରୋଜଗାର କରିପାରିବେ । ଏହି ମୁଦ୍ରା ୨୦୦୨ ମସିହାରେ ଜାରି କରାଯାଇଥିଲା । ମାତା ରାଣୀଙ୍କ ଚିତ୍ର ହେତୁ ଲୋକମାନେ ଏହି ମୁଦ୍ରାଗୁଡ଼ିକୁ ବହୁତ ଭାଗ୍ୟବାନ ମନେ କରୁଛନ୍ତି । ହିନ୍ଦୁ ଧର୍ମରେ ମାତା ବୈଷ୍ଣୋ ଦେବୀଙ୍କୁ ପୂଜା କରାଯାଏ । ତେଣୁ ଲୋକମାନେ ଏହିପରି ମୁଦ୍ରା ପାଇଁ ଲକ୍ଷ ଲକ୍ଷ ଟଙ୍କା ଖର୍ଚ୍ଚ କରୁଛନ୍ତି ।

ଅଧିକ ପଢ଼ନ୍ତୁ:-ଗେରୁଆ ରଙ୍ଗରେ ରଙ୍ଗେଇ ହୋଇପାରୁ ନାହାଁନ୍ତି ଜ୍ୟୋତିରାଦିତ୍ୟ, ରଣନୀତି ଅନୁସାରେ ଦୂରତା ରକ୍ଷା କଲା ବିଜେପି!

ଆପଣ କେତେ ଟଙ୍କା ରୋଜଗାର କରିପାରିବେ ?

ଏହି ମୁଦ୍ରାଗୁଡ଼ିକୁ ନିଲାମରେ ବିକ୍ରି କରି ଆପଣ ୧୦ ଲକ୍ଷ ଟଙ୍କା ପର୍ଯ୍ୟନ୍ତ ରୋଜଗାର କରିପାରିବେ । ଏହା ବ୍ୟତୀତ ଆପଣ ଏହି ମୁଦ୍ରାଗୁଡ଼ିକର ନିଲାମୀ ସମୟରେ ମଧ୍ୟ ଦରଦାମ କରିପାରିବେ ।

ଅଧିକ ପଢ଼ନ୍ତୁ:-ଗେହଲଟ ବନାମ ପାଇଲଟ: ରାଜସ୍ଥାନ କଂଗ୍ରେସରେ ଝଡ଼ ପୂର୍ବର ନୀରବତା !

ଆପଣ ଏହି ମୁଦ୍ରାଗୁଡ଼ିକୁ କେଉଁଠାରେ ବିକ୍ରି କରିପାରିବେ ?

ଇଣ୍ଡିଆ ମାର୍ଟରେ ଏହି ମୁଦ୍ରାଗୁଡିକ ଘରେ ବସି ଭଲ ମୂଲ୍ୟରେ ବିକ୍ରି ହୋଇପାରିବେ । ଏହି ପ୍ଲାଟଫର୍ମରେ ମଧ୍ୟ ଆପଣ ଏହି କଏନ ପାଇଁ ବଡ଼ ମୂଲ୍ୟ ପାଇବେ । ଏହି କମ୍ପାନୀର ସାଇଟକୁ ଯାଇ ଆପଣ ଏହି ମୁଦ୍ରା ବିକ୍ରି କରିପାରିବେ । ଏହାର ପ୍ରତିବଦଳରେ ଆପଣ ଲକ୍ଷ ଲକ୍ଷ ଟଙ୍କା ପାଇପାରିବେ ।