ଆପଣଙ୍କୁ କହିରଖୁଛୁ ଯେ ସତ୍ୟପାଲ ମଲିକ (Satyapal Malik) ପୂର୍ବରୁ କେନ୍ଦ୍ର ସରକାର ଆଣିଥିବା କୃଷି ଆଇନକୁ ବିରୋଧ କରିସାରିଛନ୍ତି । ମଲିକ ଏହା ମଧ୍ୟ କହିଛନ୍ତି ଯେ ଯଦି କୃଷକଙ୍କ ବିରୋଧ ଜାରି ରହେ, ତେବେ ମୁଁ ମୋ ପଦରୁ ଇସ୍ତଫା ଦେଇ ସେମାନଙ୍କ ସହ ଛିଡା ହେବାକୁ ପ୍ରସ୍ତୁତ ଅଛି ।
Trending Photos
ଜୟପୁର: କୃଷକ ଆନ୍ଦୋଳନ (Farmer Protest) ର ସମାଧାନ ନ ହେବାକୁ ନେଇ ମେଘାଳୟର ରାଜ୍ୟପାଳ (Meghalaya Governor) ସତ୍ୟପାଲ ମଲିକ (Satyapal Malik) ପୁଣି ଥରେ କେନ୍ଦ୍ରର ମୋଦି ସରକାର (Modi Government) ଓ ବଡ଼ ନେତାଙ୍କୁ ଟାର୍ଗେଟ କରିଛନ୍ତି । ସେ କହିଛନ୍ତି ଯେ, "ଦେଶରେ ଯଦି କୁକୁର ମରେ, ତେବେ ଦିଲ୍ଲୀରୁ ସମବେଦନା ବାର୍ତ୍ତା ଆସେ ତ ଏତେ ବଡ଼ ଆନ୍ଦୋଳନ ଉପରେ କାହିଁକି ନୀରବ ଅଛନ୍ତି ଯେଉଁଥିରେ ୬୦୦ ଲୋକ (କୃଷକ) ସହିଦ ହୋଇଛନ୍ତି ।" ଜୟପୁରରେ ତାଙ୍କ ସମ୍ୱୋଧନ ସମୟରେ ମଲିକ କୃଷକଙ୍କ ପାଇଁ ସ୍ୱର ଉତ୍ତୋଳନ କରିଛନ୍ତି । ସେ ବିର୍ଲା ଅଡିଟୋରିୟମରେ ତେଜା ଫାଉଣ୍ଡେସନର କାର୍ଯ୍ୟକ୍ରମରେ ଯୋଗଦେବାକୁ ସେଠାକୁ ଆସିଥିଲେ ।
ପଶୁମାନଙ୍କ ମୃତ୍ୟୁ ଉପରେ ଶୋକ ବ୍ୟକ୍ତ କରୁଥିବା ଲୋକମାନେ କାହିଁକି ମୌନ ଅଛନ୍ତି?
ମେଘାଳୟର ରାଜ୍ୟପାଳ ସତ୍ୟପାଲ ମଲିକ (Satyapal Malik) କହିଛନ୍ତି ଯେ ବର୍ତ୍ତମାନ ମହାରାଷ୍ଟ୍ରର ଡାକ୍ତରଖାନାରେ ୫-୭ ଜଣଙ୍କର ମୃତ୍ୟୁ ଘଟିଛି, ସେମାନଙ୍କ ମୃତ୍ୟୁରେ ଦିଲ୍ଲୀରୁ ସମବେଦନା ବାର୍ତ୍ତା ପଠାଯାଇଛି । କିନ୍ତୁ ଏତେ ସଂଖ୍ୟକ ଚାଷୀଙ୍କ ମୃତ୍ୟୁକୁ ନେଇ ଦିଲ୍ଲୀର ନେତାମାନେ କିଛି କହି ନାହାଁନ୍ତି । ଏଥି ସହିତ ସେ ଆହୁରି ମଧ୍ୟ କହିଛନ୍ତି ଯେ ଦେଶରେ ଆଜି ପର୍ଯ୍ୟନ୍ତ ଏତେ ବଡ଼ ଆନ୍ଦୋଳନ ଚାଲି ନାହିଁ ଯେଉଁଥିରେ ୬୦୦ ଲୋକ ସହିଦ ହୋଇଛନ୍ତି । ସାଧାରଣତଃ ଯଦି କୌଣସି ସ୍ଥାନରେ ଏକ ପଶୁ (କୁକୁର) ମଧ୍ୟ ମରିଯାଏ ତ ଦିଲ୍ଲୀର ନେତାଙ୍କ ସମବେଦନା ବାର୍ତ୍ତା ଆସେ, ଆମର ୬୦୦ କୃଷକ ସହିଦ ହୋଇଯାଇଛନ୍ତି କିନ୍ତୁ ସେମାନଙ୍କ ବିଷୟରେ କୌଣସି ନେତା କିଛି କହିନାହାଁନ୍ତି ।
#WATCH | 600 people have died in this farm movement... Even when an animal dies, Delhi 'netas' express condolences, but they could not pass the proposal of 600 farmers in Lok Sabha..: Meghalaya Governor Satya Pal Malik, in Jaipur pic.twitter.com/Mz8RiaCScC
— ANI (@ANI) November 7, 2021
ପୂର୍ବରୁ କୃଷକ ଆନ୍ଦୋଳନକୁ ସମର୍ଥନ କରିସାରିଛନ୍ତି
ସରକାରଙ୍କ ବିରୋଧରେ ମୋର୍ଚ୍ଚା ଖୋଲି ମଲିକ (Satyapal Malik) ଏହା ପୂର୍ବରୁ ମଧ୍ୟ କହିଥିଲେ ଯେ ମୁଁ କୌଣସି ଭୁଲ କରି ନାହିଁ, ସେଥିପାଇଁ ମୁଁ ବିନା ଭୟରେ କହୁଛି । ଆପଣଙ୍କୁ କହିରଖୁଛୁ ଯେ ସତ୍ୟପାଲ ମଲିକ (Satyapal Malik) ପୂର୍ବରୁ କେନ୍ଦ୍ର ସରକାର ଆଣିଥିବା କୃଷି ଆଇନକୁ ବିରୋଧ କରିସାରିଛନ୍ତି । ମଲିକ (Satyapal Malik) ଏହା ମଧ୍ୟ କହିଛନ୍ତି ଯେ ଯଦି କୃଷକଙ୍କ ବିରୋଧ ଜାରି ରହେ, ତେବେ ମୁଁ ମୋ ପଦରୁ ଇସ୍ତଫା ଦେଇ ସେମାନଙ୍କ ସହ ଛିଡା ହେବାକୁ ପ୍ରସ୍ତୁତ ଅଛି ।
ଏହା ବି ପଢ଼ନ୍ତୁ:-ଜାରି ହେଲା ସୁନା-ରୁପାର ନୂଆ ଦାମ୍, ଜାଣନ୍ତୁ କ'ଣ ରହିଛି ରେଟ୍