ଆରପାରିରେ ଫ୍ଲାଇଂ ଶିଖ୍ ମିଲଖା ସିଂହ
Advertisement
Article Detail0/zeeodisha/odisha923526

ଆରପାରିରେ ଫ୍ଲାଇଂ ଶିଖ୍ ମିଲଖା ସିଂହ

ତାଙ୍କ ନିଧନକୁ ନେଇ ଦୁଃଖ ପ୍ରକାଶ କରି ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି ମଧ୍ୟ କହିଛନ୍ତି ଯେ, ଆମେ ଜଣେ ମହାନ ଖେଳାଳିଙ୍କୁ ହରାଇଛୁ ।

ଆରପାରିରେ ଫ୍ଲାଇଂ ଶିଖ୍ ମିଲଖା ସିଂହ

ନୂଆଦିଲ୍ଲୀ: ମହାନ ଭାରତୀୟ ଧାବକ ମିଲଖା ସିଂହ (Milkha Singh) ଆଉ ନାହାନ୍ତି । ଫ୍ଲାଇଙ୍ଗ୍ ଶିଖ୍ ମିଲଖା ସିଂହ ଏକ ମାସ ଧରି କୋରୋନା ସହିତ ଲଢ଼େଇ କରିବା ପରେ ଜୀବନର ଯୁଦ୍ଧରେ ହାରିଯାଇଛନ୍ତି । ଏହି ସପ୍ତାହରେ ତାଙ୍କ ପତ୍ନୀ ନିର୍ମଳ ମିଲଖା ସିଂହଙ୍କ ମଧ୍ୟ କୋରୋନା କାରଣରୁ ନିଧନ ଘଟିଥିଲା । ମିଲଖା ସିଂହ ୯୧ ବର୍ଷରେ ଓ ତାଙ୍କ ପତ୍ନୀ ନିର୍ମଲ ମିଲଖା ସିଂହ ୮୫ ବର୍ଷ ବୟସରେ ଶେଷ ନିଶ୍ୱାସ ତ୍ୟାଗ କରିଥିଲେ ।

ଅଧିକ ପଢ଼ନ୍ତୁ:-ଟିକିରୀ ସୀମାରେ ପେଟ୍ରୋଲ ଢାଳି ଜଣେ ବ୍ୟକ୍ତିଙ୍କୁ ଜାଳି ଦେଲେ ପ୍ରଦର୍ଶନକାରୀ!

ନିକଟ ଅତୀତରେ ମିଲଖା ସିଂହ କୋରୋନାରୁ ନେଗେଟିଭ ହୋଇଥିଲେ, କିନ୍ତୁ ହଠାତ୍ ତାଙ୍କ ସ୍ୱାସ୍ଥ୍ୟ ଖରାପ ହେବାକୁ ଲାଗିଲା, ପରେ ତାଙ୍କୁ ଚଣ୍ଡିଗଡ଼ର PGI ହସ୍ପିଟାଲରେ ଭର୍ତ୍ତି କରାଯାଇଥିଲା । ଯେଉଁଠାରେ ସେ ଶେଷ ନିଶ୍ୱାସ ତ୍ୟାଗ କରିଛନ୍ତି । ଏହି ସପ୍ତାହରେ ପତ୍ନୀ ନିର୍ମଲଙ୍କ ମୃତ୍ୟୁ ପରେ ମିଲଖା ସିଂହ ତାଙ୍କ ଅନ୍ତିମ ସଂସ୍କାରରେ ମଧ୍ୟ ଯୋଗ ଦେଇପାରିନଥିଲେ । କାରଣ ସେ ନିଜେ ଆଇସିୟୁରେ ଭର୍ତ୍ତି ହୋଇଥିଲେ ।

ଅଧିକ ପଢ଼ନ୍ତୁ:-ବେଲ ବଗିଚା ନାଁରେ ଲକ୍ଷାଧିକ ଟଙ୍କାର ଦୁର୍ନୀତି

ଚଣ୍ଡିଗଡ଼ର PGIMER ହସ୍ପିଟାଲ ମଧ୍ୟ ଏକ ବୟାନ ଜାରି କରି ତାଙ୍କ ମୃତ୍ୟୁ ବିଷୟରେ ସୂଚନା ଦେଇଛି । ହସ୍ପିଟାଲଟ ନିଜ ବୟାନରେ କହିଛି ଯେ, "ମିଲଖା ସିଂହଙ୍କୁ ଜୁନ୍ ୩ରେ PGIMER ହସ୍ପିଟାଲରେ ଭର୍ତ୍ତି କରାଯାଇଥିଲା । ତାଙ୍କର କୋରୋନା ଚିକିତ୍ସା ଏଠାରେ ୧୩ ତାରିଖ ପର୍ଯ୍ୟନ୍ତ ଚାଲିଥିଲା ।​ ଶେଷରେ ସେ କୋରୋନା ନେଗେଟିଭ ହୋଇଥିଲେ । ତେବେ ପରବର୍ତ୍ତୀ ସମୟରେ କୋଭିଡ ସମସ୍ୟା ହେତୁ ତାଙ୍କୁ କୋଭିଡ ହସ୍ପିଟାଲରୁ ମେଡିକାଲ ଆଇସିୟୁରେ ଭର୍ତ୍ତି କରାଯାଇଥିଲା । କିନ୍ତୁ ଡାକ୍ତରଙ୍କ ଦଳ ଦ୍ୱାରା କରାଯାଇଥିବା ସମସ୍ତ ଉଦ୍ୟମ ପରେ ମଧ୍ୟ ସେ ଗୁରୁତର ଅବସ୍ଥାରୁ ବାହାରି ପାରି ନଥିଲେ ଏବଂ ଜୁନ୍ ୧୮ ତାରିଖ ରାତି ୧୧.୩୦ରେ ସେ ସ୍ୱର୍ଗ ପାଇଁ ପ୍ରସ୍ଥାନ କରିଥିଲେ ।"

ଅଧିକ ପଢ଼ନ୍ତୁ:-ଲଗାତର ଚତୁର୍ଥ ଦିନ ୭୦ ହଜାରରୁ କମ୍ କୋରୋନା ମାମଲା ଚିହ୍ନଟ, ଆଖି ବୁଜିଲେ ଏତିକି ସଂକ୍ରମିତ

ତାଙ୍କ ନିଧନକୁ ନେଇ ଦୁଃଖ ପ୍ରକାଶ କରି ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି ମଧ୍ୟ କହିଛନ୍ତି ଯେ, ଆମେ ଜଣେ ମହାନ ଖେଳାଳିଙ୍କୁ ହରାଇଛୁ ।

ଆପଣଙ୍କୁ କହି ରଖୁଛୁ ଯେ ୧୯୬୦ରେ ରୋମ ଅଲିମ୍ପିକ୍ସର ୪୦୦ ମିଟର ଦୌଡ଼ର ଫାଇନାଲ ମ୍ୟାଚରେ ଫ୍ଲାଇଙ୍ଗ ଶିଖ ମିଲଖା ସିଂହ ଚତୁର୍ଥ ସ୍ଥାନ ଅଧିକାର କରିଥିଲେ ।