ଚାଷୀଙ୍କୁ ବଡ଼ ଉପହାର ଦେଲେ ମୋଦି ସରକାର !
Advertisement

ଚାଷୀଙ୍କୁ ବଡ଼ ଉପହାର ଦେଲେ ମୋଦି ସରକାର !

କେନ୍ଦ୍ର ସରକାର କୃଷି ମୂଲ୍ୟ ଓ ଦର ଆୟୋଗ ପାଇଁ (CACP) ଆୟୋଗର ସୁପାରିଶ କ୍ରମେ କେନ୍ଦ୍ର ସରକାର କିଛି ଫସଲ ବୁଣିବା ପୂର୍ବରୁ ସର୍ବନିମ୍ନ ସହାୟତା ମୂଲ୍ୟ (MSP) ଘୋଷଣା କରିଛନ୍ତି ।

ଚାଷୀଙ୍କୁ ବଡ଼ ଉପହାର ଦେଲେ ମୋଦି ସରକାର !

ନୂଆଦିଲ୍ଲୀ: ସାରା ଦେଶରେ ନୂତନ କୃଷି ବିଧେୟକକୁ ନେଇ ଚାଷୀଙ୍କ ମଧ୍ୟରେ ଅସନ୍ତୋଷ ଦେଖାଦେଇଛି । ଏହା ମଧ୍ୟରେ କୃଷି ମୂଲ୍ୟ ଓ ଦର ଆୟୋଗ (Commission for Agricultural Costs and Prices) ର ସୁପାରିଶ ପରେ ମୋଦି ସରକାର (Modi Government) ରବି ଫସଲର ସର୍ବନିମ୍ନ ସହାୟତା ମୂଲ୍ୟ (MSP) ବୃଦ୍ଧି କରିବାକୁ ନିଷ୍ପତ୍ତି ନେଇଛନ୍ତି । ଫଳରେ ଗହମ, ଚନା ପରି ରବି ଫସଲର MSP ବଢ଼ିବ । 

ସୂଚନାଯୋଗ୍ୟ, ଆଜି(ସୋମବାର) ସକାଳେ ପ୍ରଧାନମନ୍ତ୍ରୀ ମୋଦି ସ୍ପଷ୍ଟ କରିଛନ୍ତି ଯେ ଏମଏସପି ପୂର୍ବ ପରି ଜାରି ରହିବ । ୨୦୨୨ ସୁଦ୍ଧା ଚାଷୀଙ୍କ ଆୟକୁ ଦ୍ୱିଗୁଣିତ କରିବାକୁ ଲକ୍ଷ୍ୟ ରଖି ମୋଦି ସରକାର କୃଷିଜାତ ଦ୍ରବ୍ୟ ବିକ୍ରୟ ପାଇଁ ରାଜ୍ୟର କୃଷି ଉତ୍ପାଦନ ମାର୍କେଟିଂ କମିଟି (ଏପିଏମସି) ଅଧିନିୟମ ଅନୁଯାୟୀ ପରିଚାଳିତ ମାଣ୍ଡି ବ୍ୟତୀତ ବିକଳ୍ପ ଚ୍ୟାନେଲ ଯୋଗାଇବା ପାଇଁ ଏକ ନୂତନ ଆଇନ ପ୍ରଣୟନ କରିଛନ୍ତି । ନୂତନ ନିୟମ ଅନୁଯାୟୀ, ଗହମ, ଚାଉଳ କିମ୍ବା ଅନ୍ୟାନ୍ୟ ମୋଟା ଶସ୍ୟ, ଡାଲି, ତୈଳବୀଜ, ଖାଇବା ତେଲ, ପନିପରିବା, ଫଳ, ବାଦାମ, ମସଲା, ଆଖୁ ଏବଂ କୁକୁଡ଼ା, ଘୁଷୁରି, ଛେଳି, ମାଛ ଏବଂ ଦୁଗ୍ଧଜାତ ଦ୍ରବ୍ୟ ସହିତ ଏପରି ଖାଦ୍ୟ ପଦାର୍ଥ, ଯାହାର ନୈସଙ୍ଗିକ ବା ପ୍ରକ୍ରିୟାକୃତ ରୂପେ ମଣିଷ ଉପଭୋଗ କରନ୍ତି, ସେଗୁଡିକ କୃଷିଜାତ ଦ୍ରବ୍ୟ ବୋଲି କୁହାଯାଇଛି ।

ଅଧିକ ପଢ଼ନ୍ତୁ:-ଚୀନ୍ ବିରୋଧରେ ପ୍ରସ୍ତୁତ ଭାରତର 'ବ୍ରହ୍ମାସ୍ତ୍ର', ଚାହିଁଲେ ବି ଶତ୍ରୁ କରିପାରିବ ନାହିଁ ଆକ୍ରମଣ

ମୂଲ୍ୟ ସମର୍ଥନ କାହିଁକି ?

କେନ୍ଦ୍ର ସରକାର କୃଷି ମୂଲ୍ୟ ଓ ଦର ଆୟୋଗ ପାଇଁ (CACP) ଆୟୋଗର ସୁପାରିଶ କ୍ରମେ କେନ୍ଦ୍ର ସରକାର କିଛି ଫସଲ ବୁଣିବା ପୂର୍ବରୁ ସର୍ବନିମ୍ନ ସହାୟତା ମୂଲ୍ୟ ଘୋଷଣା କରିଛନ୍ତି । ଏହା ଚାଷୀଙ୍କୁ ସୁନିଶ୍ଚିତ କରେ ଯେ ବଜାରରେ ସେମାନଙ୍କ ଫସଲର ମୂଲ୍ୟ ହ୍ରାସ ହେଲେ ମଧ୍ୟ ସରକାର ସେମାନଙ୍କୁ ଏକ ନିର୍ଦ୍ଦିଷ୍ଟ ମୂଲ୍ୟ ଦେବେ । ଏହା ମାଧ୍ୟମରେ ସରକାର ସେମାନଙ୍କର କ୍ଷତି କମ୍ କରିବାକୁ ଚେଷ୍ଟା କରନ୍ତି ।