ଗୋଟିଏ ୱେବସାଇଟ୍ ଦାବି କରିଛି ଯେ, କୋରୋନା ଭୂତାଣୁ ମହାମାରୀ ଯୋଗୁଁ ଛାତ୍ରମାନେ ସ୍କୁଲ ଏବଂ କଲେଜ ଫି ଦେବାକୁ ଅସମର୍ଥ । ତେଣୁ ସରକାର ସମସ୍ତ ଛାତ୍ରଙ୍କୁ ୧୧,୦୦୦ ଟଙ୍କା ମାଗଣା ଅର୍ଥ ରାଶି ପ୍ରଦାନ କରୁଛନ୍ତି ।
Trending Photos
ନୂଆଦିଲ୍ଲୀ: ସୋସିଆଲ ମିଡିଆ (Social Media) ରେ ଏକ ପୋଷ୍ଟ ଭାଇରାଲ (Viral Post) ହୋଇଛି । ଦାବି କରାଯାଇଛି ଯେ, କୋରୋନା ମହାମାରୀ ଯୋଗୁଁ ମୋଦି ସରକାର (Modi Government) ସମସ୍ତ ସ୍କୁଲ ଓ କଲେଜର ଛାତ୍ରଛାତ୍ରୀ (School & Collage Students) ଙ୍କୁ ସେମାନଙ୍କ ଫିସ୍ (Fees) ଭରିବା ପାଇଁ ୧୧,୦୦୦ ଟଙ୍କା ପ୍ରଦାନ କରୁଛନ୍ତି । ଏହି ପୋଷ୍ଟରେ ଏକ ଲିଙ୍କ୍ ସେୟାର କରାଯାଉଛି ଏବଂ ଏହାର ସାହାଯ୍ୟରେ ଆପଣ ଟଙ୍କା ପାଇ ପାରିବେ ବୋଲି ଦାବି କରାଯାଉଛି ।
ଗୋଟିଏ ୱେବସାଇଟ୍ ଦାବି କରିଛି ଯେ, କୋରୋନା ଭୂତାଣୁ ମହାମାରୀ ଯୋଗୁଁ ଛାତ୍ରମାନେ ସ୍କୁଲ ଏବଂ କଲେଜ ଫି ଦେବାକୁ ଅସମର୍ଥ । ତେଣୁ ସରକାର ସମସ୍ତ ଛାତ୍ରଙ୍କୁ ୧୧,୦୦୦ ଟଙ୍କା ମାଗଣା ଅର୍ଥ ରାଶି ପ୍ରଦାନ କରୁଛନ୍ତି । ଯାହାଦ୍ୱାରା ସେମାନେ ନିଜର ଫିସ୍ ସହଜରେ ଦେଇପାରିବେ ।
ଅଧିକ ପଢ଼ନ୍ତୁ:-ମଧ୍ୟପ୍ରଦେଶ ଉପନିର୍ବାଚନ: ଚକ୍ରବ୍ୟୁହରେ ଜ୍ୟୋତିରାଦିତ୍ୟ ସିନ୍ଧିଆ !
दावा:- एक वेबसाइट पर दावा किया जा रहा है कि कोरोना महामारी के चलते केंद्र सरकार स्कूल और कॉलेजों के सभी छात्रों को उनकी फीस भरने के लिए 11,000 रुपए प्रदान कर रही है।#PIBFactCheck:- यह वेबसाइट फर्जी है। केंद्र सरकार द्वारा ऐसी कोई घोषणा नहीं की गई है। pic.twitter.com/kcD1jO8jZm
— PIB Fact Check (@PIBFactCheck) September 22, 2020
PIB Fact Check ଦାବି କରିଛି ଯେ ଏହି ୱେବସାଇଟ୍ ଫର୍ଜି । କେନ୍ଦ୍ର ସରକାର ଏଭଳି ଘୋଷଣା କରିନାହାଁନ୍ତି । ଅଜାଣତରେ ଲିଙ୍କ ଉପରେ କ୍ଲିକ୍ କରିବା କିମ୍ବା ଆପଣଙ୍କର ବ୍ୟକ୍ତିଗତ ସୂଚନା ବାଣ୍ଟିବା ମଧ୍ୟ ଆପଣଙ୍କ ପାଇଁ ବିପଜ୍ଜନକ ହୋଇପାରେ ।
ଅଧିକ ପଢ଼ନ୍ତୁ:-ସାବଧାନ ! ବିନା OTPରେ ହିଁ ସଫା ହୋଇଯିବ ଆପଣଙ୍କ ବ୍ୟାଙ୍କ ଆକାଉଣ୍ଟ, ରକ୍ଷା ପାଇବାର ଅଛି ତ କରନ୍ତୁ ଏହି କାମ
PIB Fact Check କ’ଣ କରେ ?
PIB Fact Check କେନ୍ଦ୍ର ସରକାରଙ୍କ ନୀତି / ଯୋଜନା / ବିଭାଗ / ମନ୍ତ୍ରଣାଳୟ ବିଷୟରେ ଭୁଲ ତଥ୍ୟର ପ୍ରସାରକୁ ରୋକିବା ପାଇଁ କାର୍ଯ୍ୟ କରିଥାଏ । ସରକାରଙ୍କ ସହ ଜଡିତ କୌଣସି ଖବର ସତ କି ମିଥ୍ୟା ତାହା ଜାଣିବା ପାଇଁ PIB ଫ୍ୟାକ୍ଟ ଚେକ୍ ର ସାହାଯ୍ୟ ନିଆଯାଇପାରେ । ଜଣେ ସ୍କ୍ରିନସଟ୍, ଟ୍ୱିଟ୍, ଫେସବୁକ୍ ପୋଷ୍ଟ କିମ୍ବା ହ୍ୱାଟସ୍ ଆପ୍ ନମ୍ବର 918799711259 ରେ URL କୁ PIB ଫ୍ୟାକ୍ଟ ଚେକକୁ ପଠାଇ ପାରିବେ କିମ୍ବା ଏହାକୁ pibfactcheck@gmail.com କୁ ମେଲ୍ କରିପାରିବେ ।