Mossad: ଦୁନିଆର ସବୁଠାରୁ ଦୁର୍ଦ୍ଦଶ ଗୁଇନ୍ଦା ଏଜେନ୍ସି, ଯିଏ ବିନା ଅନୁମତିରେ ବିଦେଶରେ ଶତ୍ରୁକୁ କରେ ଶୀକାର
Advertisement
Article Detail0/zeeodisha/odisha1575819

Mossad: ଦୁନିଆର ସବୁଠାରୁ ଦୁର୍ଦ୍ଦଶ ଗୁଇନ୍ଦା ଏଜେନ୍ସି, ଯିଏ ବିନା ଅନୁମତିରେ ବିଦେଶରେ ଶତ୍ରୁକୁ କରେ ଶୀକାର

Israel Intelligence Agency: ଶତ୍ରୁ ପକ୍ଷକୁ ନିର୍ଦ୍ଦୟ ଜବାବ ଦେବାରେ ପାରଙ୍ଗମ ମୋସାଦ ସାକ୍ଷାତ ମୃତ୍ୟୁର ଦୂତ ଭାବେ ସମଗ୍ର ବିଶ୍ୱରେ ଜଣାଶୁଣା। ମୋସାଦ ଏଜେନ୍ସି ବିଶ୍ୱର ସବୁଠାରୁ ବିପଜ୍ଜନକ ଗୁପ୍ତଚର ସଂସ୍ଥା ଭାବରେ ବିବେଚନା କରାଯାଏ। ଗଠନ ହେବା ପର ଠାରୁ ଇସ୍ରାଏଲ ଗୁପ୍ତଚର ଏଜେନ୍ସି ମୋସାଦ ଅନେକ ବଡ ଅପରେସନ୍ କରିଛି। ମୋସାଦ ଭୟ ଏପରି ଯେ ସମଗ୍ର ବିଶ୍ୱର ଆତଙ୍କର ତାଣ୍ଡବ ମଚାଇଥିବା ଆଇଏସ ଭଳି ଆତଙ୍କୀ ସଙ୍ଗଠନ ଇସ୍ରାଏଲ ଉପରେ ଆକ୍ରମଣ କରିବାକୁ ସାହାସ ଜୁଟାଇ ପାରିନାହାଁନ୍ତି। 

Mossad: ଦୁନିଆର ସବୁଠାରୁ ଦୁର୍ଦ୍ଦଶ ଗୁଇନ୍ଦା ଏଜେନ୍ସି, ଯିଏ ବିନା ଅନୁମତିରେ ବିଦେଶରେ ଶତ୍ରୁକୁ କରେ ଶୀକାର

Israel Secret Agency Mossad: ବିଶ୍ୱର ପ୍ରତ୍ୟେକ ରାଷ୍ଟ୍ର ନିଜର ସୁରକ୍ଷା ପାଇଁ ସୈନ୍ୟବାହିନୀ ସହ ଗୁଇନ୍ଦା ଏଜେନ୍ସି ଗଠନ କରିଥାନ୍ତି। ଏହି କ୍ରମରେ ସାମରିକ ଦୃଷ୍ଟିକୋଣରୁ ବିଶ୍ୱର ଅନ୍ୟତମ ଶକ୍ତିଶାଳୀ ରାଷ୍ଟ୍ର ଇସ୍ରାଏଲ ପାଖରେ ରହିଛି ଏହାର ଗୁଇନ୍ଦା ଏଜେନ୍ସି। ଯାହାର ନାଁ ହେଉଛି ମୋସାଦ। ମୃତ୍ୟୁର ଦ୍ୱିତୀୟ ନାଁ ଭାବେ ଜଣାଶୁଣା ମୋସାଦ ବିଦେଶରେ ବିନା ଅନୁମତିରେ କରିଥାଏ ଶତ୍ରୁର ଶୀକାର। ଏକଥା ଶୁଣିବା ପରେ ଆପଣ ଆଶ୍ଚର୍ଯ୍ୟ ହୋଇଯାଉଥିବେ ହେଲେ ଏହା ସତ୍ୟ। କୁହାଯାଏ ଯେ ଯଦି କୌଣସି ଶତ୍ରୁର ନାଁ ମୋସାଦ ତାଲିକାରେ ସ୍ଥାନ ପାଇଯାଏ, ତାହେଲେ ତାହାର ବଞ୍ଚିବା ଅସମ୍ଭବ ହୋଇପଡେ। 

ଶତ୍ରୁ ପକ୍ଷକୁ ନିର୍ଦ୍ଦୟ ଜବାବ ଦେବାରେ ପାରଙ୍ଗମ ମୋସାଦ ସାକ୍ଷାତ ମୃତ୍ୟୁର ଦୂତ ଭାବେ ସମଗ୍ର ବିଶ୍ୱରେ ଜଣାଶୁଣା। ମୋସାଦ ଏଜେନ୍ସି ବିଶ୍ୱର ସବୁଠାରୁ ବିପଜ୍ଜନକ ଗୁପ୍ତଚର ସଂସ୍ଥା ଭାବରେ ବିବେଚନା କରାଯାଏ। ଗଠନ ହେବା ପର ଠାରୁ ଇସ୍ରାଏଲ ଗୁପ୍ତଚର ଏଜେନ୍ସି ମୋସାଦ ଅନେକ ବଡ ଅପରେସନ୍ କରିଛି। ମୋସାଦ ଭୟ ଏପରି ଯେ ସମଗ୍ର ବିଶ୍ୱର ଆତଙ୍କର ତାଣ୍ଡବ ମଚାଇଥିବା ଆଇଏସ ଭଳି ଆତଙ୍କୀ ସଙ୍ଗଠନ ଇସ୍ରାଏଲ ଉପରେ ଆକ୍ରମଣ କରିବାକୁ ସାହାସ ଜୁଟାଇ ପାରିନାହାଁନ୍ତି। 

ଇସ୍ରାଏଲ ଗୁଇନ୍ଦା ସଂସ୍ଥା ମୋସାଦ ବାବଦରେ କୁହାଯାଏ ଯେ, ଏହି ଏଜେନ୍ସି ଇସ୍ରାଏଲର ଶତ୍ରୁକୁ ଖୋଜି ଖୋଜି ମାରିଥାଏ। ଶତ୍ରୁ ପକ୍ଷ ବିଶ୍ୱରେ ଯେ କୌଣସି ସ୍ଥାନରେ ଲୁଚିଲେ ମଧ୍ୟ ମୋସାଦ ସତର୍କ ନଜର କବଳରୁ ବର୍ତ୍ତିପାରେ ନାହିଁ। ମୋସାଦ ଏଜେଣ୍ଟ ଏତେ ଦୁଃସାହାସୀ ଯେ ସେମାନେ ବିନା ଅନୁମତିରେ ବିଦେଶରେ ଲୁଚି ରହିଥିବା ଶତ୍ରୁକୁ ଶୀକାର କରିଥାନ୍ତି। ଏପରିକି ଶୀକାର କରିସାରିବା ପରେ ମଧ୍ୟ ନିଜର ଅଭିଯାନ ପାଇଁ ନିଜକୁ ଦାୟୀ କରିବାକୁ ପଛେଇନଥାଏ ମୋସାଦ। 

Also Read: Israel Spy Agency: ମୋସାଦ ନିର୍ଦ୍ଦେଶକ ଭାବେ ନିଯୁକ୍ତ ହେଲେ ମହିଳା Agent A

 

ଗୁଇନ୍ଦା ଜଗତରେ ଇସ୍ରାଏଲ ଗୁପ୍ତଚର ଗୁପ୍ତଚର ଏଲି କୋହେନ ସମଗ୍ର ବିଶ୍ୱରେ ପ୍ରସିଦ୍ଧ। ଏଲି ଇସ୍ରାଏଲ  ଗୁଇନ୍ଦା ସଂସ୍ଥାର ସବୁଠାରୁ ଦୁଃସାହସ ଗୁପ୍ତଚର ବୋଲି କୁହାଯାଏ। ଏଲି କୋହେନଙ୍କ ବାବଦରେ ଏହା କୁହାଯାଏ ଯେ ସେ ସିରିଆ ଯାଇ ସେଠାରେ ପ୍ରତିରକ୍ଷା ମନ୍ତ୍ରୀ ପଦ ସମ୍ଭାଳିଥାନ୍ତି। ହେଲେ ଗୋଟିଏ ଭୁଲ ପାଇଁ ସେ ଧରାପଡ଼ି ଯାଇଥିଲେ। ଏହା ପରେ ତାଙ୍କୁ ସର୍ବସମ୍ମୁଖରେ ଶହ ଶହ ଲୋକଙ୍କ ସାମ୍ନାରେ ଫାଶୀ ଦିଆଯାଇଥିଲା। 

ଇସ୍ରାଏଲ ଗୁଇନ୍ଦା ଏଜେନ୍ସି ମୋସାଦ ମୁଖ୍ୟାଳୟ ଦେଶର ରାଜଧାନୀ ତେଲ ଆଭିଭ ସହରରେ ଅବସ୍ଥିତ। ୧୯୪୯ ମସିହା ଡିସେମ୍ବର ୧୩ ତାରିଖରେ ଗଠିତ ହୋଇଥିଲା ମୋସାଦ। ଯାହା ସେଣ୍ଟ୍ରାଲ ଇନଷ୍ଟିଚ୍ୟୁସନ ଫର୍ କୋର୍ଡ଼ିନେସନ୍ ଭାବରେ ଗଠିତ ହୋଇଥିଲା। 

ମୋସାଦ ଇତିହାସରେ ସବୁଠାରୁ ଚର୍ଚ୍ଚିତ ଗୁଇନ୍ଦା ଅଭିଯାନ ହେଉଛି ଅପରେସନ ଏଣ୍ଟେବି। ୧୯୭୬ ମସିହାରେ ଏକ ପାଲେଷ୍ଟାଇନ ଆତଙ୍କବାଦୀ ସଙ୍ଗଠନ ଏୟାର ଫ୍ରାନ୍ସ ବିମାନ ଯୋଗେ ଯାତ୍ରା କରୁଥିବା କିଛି ଇସ୍ରାଏଲ ନାଗରିକଙ୍କୁ ଅପହରଣ କରିନେଇଥିଲେ। ପାଲେଷ୍ଟାଇନ ଆତଙ୍କବାଦୀ ଇସ୍ରାଏଲ ନାଗରିକଙ୍କୁ ନେଇ ଉଗାଣ୍ଡା ଏଣ୍ଟେବି ବିମାନ ବନ୍ଦରରେ ବନ୍ଧକ ରଖିଥିଲେ। ଏହି ଘଟଣା ସମ୍ପର୍କରେ ଖବର ପାଇବା ପରେ ଇସ୍ରାଏଲ ସେନା ଦେଶର ଗୁଇନ୍ଦା ସଂସ୍ଥା ସହାୟତାରେ ଏକ ବିପଜ୍ଜନକ ଅଭିଯାନ ଚଲାଇ ଏହାର ନାଗରିକଙ୍କୁ ସୁରକ୍ଷିତ ଭାବେ ଉଦ୍ଧାର କରିଥିଲା।