ରକ୍ଷା କରିପାରିବେ କି 'ମହାରାଜ' ନିଜର ପ୍ରତିଷ୍ଠା ନା ଭାଙ୍ଗି ଯିବ ଶିବରାଜ ସରକାର!
Advertisement
Article Detail0/zeeodisha/odisha781883

ରକ୍ଷା କରିପାରିବେ କି 'ମହାରାଜ' ନିଜର ପ୍ରତିଷ୍ଠା ନା ଭାଙ୍ଗି ଯିବ ଶିବରାଜ ସରକାର!

ଏକଜିଟ୍ ପୋଲରେ ବିଜେପି (BJP) କୁ ସ୍ପଷ୍ଟ ଲାଭ ମିଳୁଥିବା ନଜରକୁ ଆସୁଛି । ଜାତୀୟ ନ୍ୟୁଜ୍ ଚ୍ୟାନେଲର ଏକଜିଟ୍ ପୋଲ୍ ଅନୁଯାୟୀ, ବିଜେପି ୧୬-୧୮ଟି ଆସନରେ ଜିତୁଥିବା ବେଳେ କଂଗ୍ରେସ (Congress) କୁ ୧୦-୧୨ଟି ଆସନ ମିଳିପାରେ ।

ରକ୍ଷା କରିପାରିବେ କି 'ମହାରାଜ' ନିଜର ପ୍ରତିଷ୍ଠା ନା ଭାଙ୍ଗି ଯିବ ଶିବରାଜ ସରକାର!

ନୂଆଦିଲ୍ଲୀ: MP Bypolls 2020: ବିହାର ବିଧାନସଭା ନିର୍ବାଚନ (Bihar Exit Poll 2020) ସହ ମଧ୍ୟପ୍ରଦେଶ ବିଧାନସଭାର ୨୮ଟି ଆସନରେ ହୋଇଥିବା ଉପନିର୍ବାଚନର ଫଳାଫଳକୁ ସମଗ୍ର ଦେଶ ଅପେକ୍ଷା କରି ବସିଛି ।  କାରଣ ଏହି ନିର୍ବାଚନର ପରିଣାମ ରାଜ୍ୟରେ ବର୍ତ୍ତମାନ ସରକାରର ଭବିଷ୍ୟତ ନିର୍ଦ୍ଧାରଣ କରିବ । ବର୍ତ୍ତମାନ ବିହାର ସହ ମଧ୍ୟପ୍ରଦେଶ ଉପନିର୍ବାଚନର ମଧ୍ୟ ଏକଜିଟ୍ ପୋଲ୍ (MP By Election Exit Poll 2020) ଆସିଯାଇଛି । ଯେଉଁଥିରେ ବିଜେପିର ସରକାର ସୁରକ୍ଷିତ ବୋଲି କୁହାଯାଉଛି । ଅନ୍ୟପକ୍ଷେ କମଲ ନାଥ (Kamal Nath) ଙ୍କୁ ପୁଣିଥରେ ନିରାଶ ହେବାକୁ ପଡ଼ିପାରେ ।   

ଅଧିକ ପଢ଼ନ୍ତୁ:-ସାଧାରଣ ଲୋକଙ୍କୁ ଝଟକା ! କୋରୋନା ଟୀକାକୁ ନେଇ ଏ କ'ଣ କହିଗଲେ ଏମ୍ସ ନିର୍ଦ୍ଦେଶକ

ଏକଜିଟ୍ ପୋଲରେ ବିଜେପି (BJP) କୁ ସ୍ପଷ୍ଟ ଲାଭ ମିଳୁଥିବା ନଜରକୁ ଆସୁଛି । ଜାତୀୟ ନ୍ୟୁଜ୍ ଚ୍ୟାନେଲର ଏକଜିଟ୍ ପୋଲ୍ ଅନୁଯାୟୀ, ବିଜେପି ୧୬-୧୮ଟି ଆସନରେ ଜିତୁଥିବା ବେଳେ କଂଗ୍ରେସ (Congress) କୁ ୧୦-୧୨ଟି ଆସନ ମିଳିପାରେ । ୨୮ଟି ଆସନରେ ହୋଇଥିବା ଉପନିର୍ବାଚନ ମଧ୍ୟରୁ କଂଗ୍ରେସ ପାଖରେ ପୂର୍ବରୁ ୨୭ଟି ଆସନ ଥିଲା । ଏକଜିଟ୍ ପୋଲ୍ ଅନୁଯାୟୀ, କଂଗ୍ରେସ କେବଳ ୪୩ ପ୍ରତିଶତ ଭୋଟ୍ ପାଉଥିବା ବେଳେ ବିଜେପି ୪୬ ପ୍ରତିଶତ ଭୋଟ୍ ପାଇବ ବୋଲି ଆକଳନ କରାଯାଇଛି ।

ଅଧିକ ପଢ଼ନ୍ତୁ:-କେବଳ ଏହି ଏକ ମାତ୍ର ଏକଜିଟ୍ ପୋଲ୍ ଦେଖାଉଛି ବିହାରରେ ପୁଣି ଫେରିବ ନୀତିଶ ସରକାର

ମଧ୍ୟପ୍ରଦେଶ ବିଧାନସଭା ଉପନିର୍ବାଚନର ଏକଜିଟ୍ ପୋଲରେ ବିଜେପି ଜିତୁଥିବା ଦେଖାଯାଉଛି । ଇଣ୍ଡିଆ ଟୁଡେ-ଆକ୍ସିସ୍ ମାଇ ଇଣ୍ଡିଆ ଅନୁଯାୟୀ, ବିଜେପିକୁ ୧୬-୧୮ ଆସନ ଏବଂ କଂଗ୍ରେସକୁ ୧୦-୧୨ ଆସନ ମିଳୁଥିବାର ନଜରକୁ ଆସୁଛି । ଏଭଳି ପରିସ୍ଥିତିରେ ଶିବରାଜ ସିଂ ଚୌହାନ ରାଜ୍ୟରେ ନିଜ ସରକାରକୁ ବଞ୍ଚାଇଥିବାର ନଜର ଆସିଛନ୍ତି । ବିଜେପି ୪୬ ପ୍ରତିଶତ ଭୋଟ୍ ପାଇଥିବାବେଳେ କଂଗ୍ରେସ ୪୩ ପ୍ରତିଶତ ଭୋଟ୍ ପାଇବ ବୋଲି ଆଶା କରାଯାଉଛି । ତେବେ କଂଗ୍ରେସ ଛାଡି ବିଜେପିକୁ ଆସିଥିବା ଜ୍ୟୋତିରାଦିତ୍ୟ ସିନ୍ଧିଆ (Jyotiraditya Scindia) ଙ୍କ ଗଡ଼ରେ କମଲ ନାଥ ଭଲ ପ୍ରଦର୍ଶନ କରୁଥିବା ଦେଖିବାକୁ ମିଳିଛି ।