Ravi Kishan: ଠକାମିର ଶିକାର ହେଲେ ବିଜେପି ସାଂସଦ, ଲୁଟି ନେଲେ ଏତେ କୋଟି ଟଙ୍କା
Advertisement

Ravi Kishan: ଠକାମିର ଶିକାର ହେଲେ ବିଜେପି ସାଂସଦ, ଲୁଟି ନେଲେ ଏତେ କୋଟି ଟଙ୍କା

Ravi Kishan: ଏହି ଚେକ୍ ଗୁଡିକ ମୁମ୍ବାଇର ପିଏମ୍ ରୋଡ୍, ଭିଲେ ପାର୍ଲେରେ ଅବସ୍ଥିତ TJHD ସହକାରୀ ବ୍ୟାଙ୍କ ଲିମିଟେଡର ଥିଲା । ଡିସେମ୍ବର ୭, ୨୦୨୧ରେ ବ୍ୟାଙ୍କ ରୋଡରେ ଅବସ୍ଥିତ ଭାରତୀୟ ଷ୍ଟେଟ୍ ବ୍ୟାଙ୍କର ଶାଖାରେ ୩୪ ଲକ୍ଷ ଟଙ୍କାର ଏକ ଚେକ୍ ଜମା କରାଯାଇଥିଲା । କିନ୍ତୁ ଟଙ୍କା ବ୍ୟାଙ୍କ ଆକାଉଣ୍ଟରେ ପହଞ୍ଚି ନଥିଲା । 

Ravi Kishan: ଠକାମିର ଶିକାର ହେଲେ ବିଜେପି ସାଂସଦ, ଲୁଟି ନେଲେ ଏତେ କୋଟି ଟଙ୍କା

ମୁମ୍ୱାଇ: Ravi Kishan: ଠକାମିର ଶିକାର ହେଲେ ଭାରତୀୟ ଜନତା ପାର୍ଟିର ସାଂସଦ (BJP MP) ତଥା ଅଭିନେତା ରବି କିଶନ (Ravi Kishan) । ମୁମ୍ବାଇର ଜଣେ ବ୍ୟବସାୟୀ ଗୋରଖପୁର ଲୋକସଭା ନିର୍ବାଚନମଣ୍ଡଳୀରୁ ବିଜେପି ସାଂସଦ ରବି କିଶନ ଶୁକ୍ଲାଙ୍କ ୩.୨୫ କୋଟି ଟଙ୍କା ହଡ଼ପ କରିଛନ୍ତି । ଅଭିଯୋଗ ହୋଇଛି ଯେ,  ସାଂସଦ ଦଶ ବର୍ଷ ପୂର୍ବେ ବ୍ୟବସାୟୀଙ୍କୁ ଋଣ ଦେଇଥିଲେ । ଯେତେବେଳେ ଟଙ୍କା ଫେରସ୍ତ କରିବାକୁ ବ୍ୟବସାୟୀଙ୍କୁ ଚାପ ଦିଆଗଲା, ସେତେବେଳେ ସେ ଚେକ୍ ପ୍ରଦାନ କରିଥିଲେ । ଯାହା ବାଉନ୍ସ ହୋଇଯାଇଛି । ସାଂସଦଙ୍କ ଅଭିଯୋଗ ଉପରେ କ୍ୟାଣ୍ଟ ପୋଲିସ ମୁମ୍ବାଇର ବ୍ୟବସାୟୀ ଜୈନ ଜିତେନ୍ଦ୍ର ରମେଶଙ୍କ ବିରୋଧରେ ମାମଲା ରୁଜୁ କରିଛି । ଘଟଣାର ଅନୁସନ୍ଧାନ କରାଯାଉଛି ।

ସାଂସଦ ରବି କିଶନ ପୋଲିସ ଅଧିକାରୀଙ୍କ ନିକଟରେ ଏକ ପ୍ରାର୍ଥନା ପତ୍ରରେ ଲେଖିଛନ୍ତି ଯେ, ସେ ୨୦୧୨ ମସିହାରେ ପୂର୍ବ ମୁମ୍ବାଇର କମଲା ପାଲି ବିଲ୍ଡିଂର ବାସିନ୍ଦା ଜୈନ ଜିତେନ୍ଦ୍ର ରମେଶଙ୍କୁ ୩.୨୫ କୋଟି ଟଙ୍କା ଦେଇଥିଲେ । ଯେତେବେଳେ ଟଙ୍କା ଫେରସ୍ତ କରିବାର ସମୟ ଆସିଲା ତ ସେ ଦେବାକୁ ବାହାନ କରିବାକୁ ଲାଗିଲେ । ପରେ ଚାପ ପକାଇବାରୁ ୩୪-୩୪ ଲକ୍ଷ ଟଙ୍କାର ୧୨ଟି ଚେକ୍ ଦେଇଥିଲେ । ଏହି ଚେକ୍ ଗୁଡିକ ମୁମ୍ବାଇର ପିଏମ୍ ରୋଡ୍, ଭିଲେ ପାର୍ଲେରେ ଅବସ୍ଥିତ TJHD ସହକାରୀ ବ୍ୟାଙ୍କ ଲିମିଟେଡର ଥିଲା । ଡିସେମ୍ବର ୭, ୨୦୨୧ରେ ବ୍ୟାଙ୍କ ରୋଡରେ ଅବସ୍ଥିତ ଭାରତୀୟ ଷ୍ଟେଟ୍ ବ୍ୟାଙ୍କର ଶାଖାରେ ୩୪ ଲକ୍ଷ ଟଙ୍କାର ଏକ ଚେକ୍ ଜମା କରାଯାଇଥିଲା । କିନ୍ତୁ ଟଙ୍କା ବ୍ୟାଙ୍କ ଆକାଉଣ୍ଟରେ ପହଞ୍ଚି ନଥିଲା । 

ଅଧିକ ପଢ଼ନ୍ତୁ:-PFI କୁ ବେଆଇନ ସଂଗଠନ ବୋଲି ଘୋଷଣା କଲେ କେନ୍ଦ୍ର ସରକାର, ଲଗାଇଲେ ୫ ବର୍ଷର ବ୍ୟାନ୍

ଅଧିକ ପଢ଼ନ୍ତୁ:-ଚିନାବାଦାମ ଖାଇବା ଆପଣଙ୍କ ପାଇଁ ଲାଭଦାୟକ ନା କ୍ଷତିକାରକ? ଜାଣନ୍ତୁ ଶରୀର ଉପରେ କ'ଣ ପଡ଼ିଥାଏ ପ୍ରଭାବ

ଅଧିକ ପଢ଼ନ୍ତୁ:-ପାର୍ବଣ ଋତୁରେ ସୁନା-ରୁପା ଦରରେ ବଡ଼ ଧରଣର ହ୍ରାସ, ଜାଣନ୍ତୁ କ'ଣ ରହିଛି ନୂଆ ରେଟ୍

 

୧୬ ଫେବୃଆରୀ ୨୦୨୨ରେ ବ୍ୟାଙ୍କ ଅଧିକାରୀମାନେ ଏକ ଚିଠି ଲେଖିଥିଲେ ଯେ ଯେଉଁ ବ୍ୟାଙ୍କ ଆକାଉଣ୍ଟର ଚେକ୍ ଦିଆଯାଇଛି ସେଥିରେ କୌଣସି ଟଙ୍କା ନାହିଁ । ତେଣୁ, ଚେକ୍ ବାଉନ୍ସ ହୋଇଛି । ଏ ବାବଦରେ ବ୍ୟବସାୟୀ ଜୈନ ଜିତେନ୍ଦ୍ର ରମେଶଙ୍କ ସହ ମଧ୍ୟ ଆଲୋଚନା କରାଯାଇଥିଲା, କିନ୍ତୁ କୌଣସି ସନ୍ତୋଷଜନକ ଉତ୍ତର ମିଳିପାରି ନଥିଲା । ଚେକ୍ ବାଉନ୍ସ ହେବା ପରଠାରୁ ବିଜେପି ସାଂସଦ ଟଙ୍କା ମାଗୁଛନ୍ତି, କିନ୍ତୁ ବ୍ୟବସାୟୀ ଦେବାକୁ ପ୍ରସ୍ତୁତ ନୁହଁନ୍ତି । ଏହା ଦ୍ୱାରା ସେ ମାନସିକ ସ୍ତରରେ ବିଚଳିତ ଅଛନ୍ତି । ଆର୍ଥିକ ଅତ୍ୟାଚାରର ଶିକାର ହୋଇଛନ୍ତି । ବରିଷ୍ଠ ପୋଲିସ ଅଧିକାରୀଙ୍କ ନିର୍ଦ୍ଦେଶରେ କ୍ୟାଣ୍ଟ ପୋଲିସ ଷ୍ଟେସନ ମୁମ୍ବାଇ ବ୍ୟବସାୟୀଙ୍କ ବିରୋଧରେ ଟଙ୍କା ହଡ଼ପ କରିବା ମାମଲା ରୁଜୁ କରିଛି । କ୍ୟାଣ୍ଟ ଥାନା ପ୍ରଭାରି ଶଶିଭୂଷଣ ରାୟ କହିଛନ୍ତି ଯେ, ଏହି ପ୍ରସଙ୍ଗରେ ଏକ ମାମଲା ରୁଜୁ ହୋଇ ତଦନ୍ତ ଚାଲିଛି । ଅନୁସନ୍ଧାନ ଓ ପ୍ରମାଣ ଆଧାରରେ ଅଧିକ କାର୍ଯ୍ୟାନୁଷ୍ଠାନ ଗ୍ରହଣ କରାଯିବ ।