'ଚାପ୍ଟର ପ୍ରୋସିଡିଙ୍ଗ' ହେଉଛି ପୋଲିସ ଦ୍ୱାରା ନିଆଯାଇଥିବା ପ୍ରିଭେଣ୍ଟିଭ (ପ୍ରତିଷେଧକ) ଆକ୍ସନ । ଯଦି ପୋଲିସ୍ ଅନୁଭବ କରେ ଯେ ଜଣେ ବ୍ୟକ୍ତି ସମାଜରେ ସମସ୍ୟା ସୃଷ୍ଟି କରିପାରେ କିମ୍ବା ସମାଜର ଶାନ୍ତି ଭଙ୍ଗ କରିପାରେ ।
Trending Photos
ନୂଆଦିଲ୍ଲୀ: ମୁମ୍ବାଇ ପୋଲିସ ଗତ ସପ୍ତାହରେ ରିପବ୍ଲିକ ଟିଭିର ସମ୍ପାଦକ ଅର୍ଣ୍ଣବ ଗୋସ୍ୱାମୀଙ୍କ ବିରୋଧରେ 'ଚେପ୍ଟର ପ୍ରୋସିଡିଙ୍ଗ' ଆରମ୍ଭ କରିଛି । ଏହି ମାମଲାରେ ମୁମ୍ବାଇ ପୋଲିସ ଅର୍ଣ୍ଣବ ଗୋସ୍ୱାମୀଙ୍କୁ ଶୁକ୍ରବାର ସନ୍ଧ୍ୟା ସୁଦ୍ଧା ହାଜର ହେବାକୁ କହିଛି । ଆସନ୍ତୁ ଜାଣିବା 'ଚାପ୍ଟର ପ୍ରୋସିଡିଙ୍ଗ' କ’ଣ, ଯାହା ଅର୍ଣ୍ଣବ ଗୋସ୍ୱାମୀଙ୍କ ବିରୋଧରେ ଆରମ୍ଭ ହୋଇଛି…
'ଚାପ୍ଟର ପ୍ରୋସିଡିଙ୍ଗ' ହେଉଛି ପୋଲିସ ଦ୍ୱାରା ନିଆଯାଇଥିବା ପ୍ରିଭେଣ୍ଟିଭ (ପ୍ରତିଷେଧକ) ଆକ୍ସନ । ଯଦି ପୋଲିସ୍ ଅନୁଭବ କରେ ଯେ ଜଣେ ବ୍ୟକ୍ତି ସମାଜରେ ସମସ୍ୟା ସୃଷ୍ଟି କରିପାରେ କିମ୍ବା ସମାଜର ଶାନ୍ତି ଭଙ୍ଗ କରିପାରେ । ତେବେ ପୋଲିସ୍ ଏପରି ବ୍ୟକ୍ତିଙ୍କ ବିରୋଧରେ 'ଚାପ୍ଟର ପ୍ରୋସିଡିଙ୍ଗ' ଆରମ୍ଭ କରିପାରେ ।
'ଚାପ୍ଟର ପ୍ରୋସିଡିଙ୍ଗ' ଦଣ୍ଡନୀୟ କାର୍ଯ୍ୟାନୁଷ୍ଠାନ ଅନ୍ତର୍ଗତ ହୋଇ ନଥାଏ । ଯେଉଁଥିରେ ଦଣ୍ଡ ପ୍ରଦାନ ଉଦ୍ଦେଶ୍ୟରେ FIR ରୁଜୁ କରାଯାଇଥାଏ । 'ଚାପ୍ଟର ପ୍ରୋସିଡିଙ୍ଗ'ରେ ପୋଲିସ୍ କୋଡ ଅଫ କ୍ରିମିନାଲ ପ୍ରୋସିଜରର ଧାରା ୧୧୧ ଅନୁଯାୟୀ ନୋଟିସ୍ ଦେଇଥାଏ । ଯେଉଁଥିରେ ସେହି ବ୍ୟକ୍ତିଙ୍କୁ କୁହାଯାଇଛି ଯେ ଆପଣଙ୍କ କାର୍ଯ୍ୟ ପାଇଁ ଆପଣଙ୍କୁ ମଧ୍ୟ ଦୋଷୀ ସାବ୍ୟସ୍ତ କରାଯାଇପାରେ ।
ଏଥିରେ CRPC ର ଧାରା ୧୧୧ ଅନୁଯାୟୀ ବ୍ୟକ୍ତିଙ୍କୁ ନୋଟିସ ଦିଆଯାଇଥାଏ । ତାଙ୍କୁ କାର୍ଯ୍ୟନିର୍ବାହୀ ମାଜିଷ୍ଟ୍ରେଟଙ୍କ ନିକଟରେ ହାଜର ହେବାକୁ କୁହାଯାଇଥାଏ । ଯଦି କାର୍ଯ୍ୟନିର୍ବାହୀ ମାଜିଷ୍ଟ୍ରେଟ୍ ସେହି ବ୍ୟକ୍ତିଙ୍କ ଉତ୍ତରରେ ସନ୍ତୁଷ୍ଟ ନୁହଁନ୍ତି, ତେବେ ତାଙ୍କୁ ଭଲ ଆଚରଣ ପାଇଁ ଏକ ଚୁକ୍ତିନାମା ସ୍ୱାକ୍ଷର କରିବାକୁ ପଡିପାରେ । ଏହା ସହିତ ଏକ ନିର୍ଦ୍ଦିଷ୍ଟ ପରିମାଣର ଅର୍ଥ ମଧ୍ୟ ସ୍ଥିର କରାଯାଇଥାଏ । ଯଦି ସେହି ବ୍ୟକ୍ତି ସର୍ତ୍ତଗୁଡିକର ଉଲ୍ଲଂଘନ କରନ୍ତି । ତେବେ ତାଙ୍କୁ ସେହି ଜରିମାନା ଦେବାକୁ ପଡିବ । କାର୍ଯ୍ୟାନୁଷ୍ଠାନରେ ଉପରୋକ୍ତ ବ୍ୟକ୍ତିଙ୍କୁ ଜରିମାନା ଦେବାକୁ ପଡିବ । ଯଦି ଜରିମାନା ନ ଦିଆଯାଏ ତେବେ ତାଙ୍କୁ ମଧ୍ୟ ଜେଲ ପଠାଯାଇପାରେ ।
ଏହି ପରିପ୍ରେକ୍ଷୀରେ ମୁମ୍ବାଇ ପୋଲିସ ମଧ୍ୟ ଅର୍ଣ୍ଣବ ଗୋସ୍ୱାମୀଙ୍କୁ ଚୁକ୍ତିନାମା ସ୍ୱାକ୍ଷର କରାଇପାରେ । ଏବଂ ଏହାକୁ ଉଲ୍ଲଂଘନ କରିବା ଉପରେ ତାଙ୍କୁ ୧୦ ଲକ୍ଷ ଟଙ୍କା ପର୍ଯ୍ୟନ୍ତ ଜୋରିମାନା ଦେବାକୁ ପଡିବ । ମୁମ୍ବାଇରେ ତାଲା ପଡିଥିବା ବେଳେ ରେଳ ଷ୍ଟେସନରେ ଏକତ୍ରିତ ଭିଡ଼ ଓ ପାଲଘର ଲିଞ୍ଚିଂର ରିପୋର୍ଟିଂକୁ ନେଇ ରୁଜୁ ଏଫଆଇଆରକୁ ଆଧାର କରି ମୁମ୍ବାଇ ପୋଲିସ ଧାରା ୧୧୧ ଅନୁଯାୟୀ ଅର୍ଣ୍ଣବଙ୍କୁ ଏକ ନୋଟିସ ପଠାଇଛି ।