WHO ଏହିପରି କରିଥାଏ ମାରାତ୍ମକ କୋରୋନା ଭାରିଆଣ୍ଟର ନାମକରଣ, ଜାଣନ୍ତୁ ପୂରା ବିଷୟ...
Advertisement
Article Detail0/zeeodisha/odisha1037202

WHO ଏହିପରି କରିଥାଏ ମାରାତ୍ମକ କୋରୋନା ଭାରିଆଣ୍ଟର ନାମକରଣ, ଜାଣନ୍ତୁ ପୂରା ବିଷୟ...

ବିଭିନ୍ନ ଦେଶ ମନେ କରନ୍ତି ଯେ ଚୀନରୁ ଏହି ଭାଇରସ ସାରା ବିଶ୍ୱରେ ବ୍ୟାପିଛି । ତେବେ ଚୀନ୍ ଏହି ଅଭିଯୋଗକୁ ଭିତ୍ତିହୀନ ବୋଲି କହିଛି । ବିଶ୍ୱ ସ୍ୱାସ୍ଥ୍ୟ ସଂଗଠନ (WHO) କୋରୋନାର ଉତ୍ପତ୍ତିକୁ ନେଇ ନିଜେ ଯେଉଁ ଅନୁସନ୍ଧାନ କରିଛି ତା'ର ଅନ୍ତିମ ରିପୋର୍ଟରେ ଏହି ଅଭିଯୋଗକୁ ମଧ୍ୟ ଖାରଜ କରାଯାଇଛି । 

WHO ଏହିପରି କରିଥାଏ ମାରାତ୍ମକ କୋରୋନା ଭାରିଆଣ୍ଟର ନାମକରଣ, ଜାଣନ୍ତୁ ପୂରା ବିଷୟ...

ନୂଆଦିଲ୍ଲୀ: ଆଫ୍ରିକା ଓ ୟୁରୋପର ଅନେକ ଦେଶକୁ ଦ୍ରୁତ ଗତିରେ ବ୍ୟାପୁଥିବା କୋରୋନାର ନୂତନ ଭାରିଆଣ୍ଟ (New COVID-19 Variant) ସମଗ୍ର ବିଶ୍ୱରେ ଚିନ୍ତାର କାରଣ ପାଲଟିଛି । ବିଶ୍ୱ ସ୍ୱାସ୍ଥ୍ୟ ସଂଗଠନ (World Health Organization-WHO) ଏହାର ନାମ ଓମିକ୍ରୋନ୍ (Omicron) ରଖିଛି । ଏହାର ନାମକରଣର କାହାଣୀ ଅତ୍ୟନ୍ତ ଆକର୍ଷଣୀୟ । ବାସ୍ତବରେ, ଓମିକ୍ରୋନ୍ ହେଉଛି ଏକ ଗ୍ରୀକ୍ ଶବ୍ଦ । କିନ୍ତୁ ଓମିକ୍ରୋନ୍ ବ୍ୟତୀତ ବିଶ୍ୱ ସ୍ୱାସ୍ଥ୍ୟ ସଂଗଠନ (WHO) ପାଖରେ ଅନ୍ୟ କିଛି ବିକଳ୍ପ ଥିଲା, କିନ୍ତୁ ସେହି ନାମଗୁଡ଼ିକକୁ ନେଇ କୌଣସି ବିବାଦ ନ ହେଉ ସେଥି ପାଇଁ ସେଗୁଡ଼ିକ ବାଦ୍ ଦିଆଯାଇଥିଲା । ଆପଣଙ୍କୁ କହି ରଖୁଛୁ ଯେ ଗ୍ରୀକ୍ ଭାଷାରେ ଓମିକ୍ରୋନ୍ ପୂର୍ବରୁ ନୁ ଓ ସି ମଧ୍ୟ ଆସନ୍ତି । ଗ୍ରୀକ୍ ଭାଷାର ନୁ ଛାଡିବାର କାରଣ ହେଉଛି ଏହାର ଉଚ୍ଚାରଣରେ ଏକ ସମସ୍ୟା ଥିଲା । ଏଥି ସହିତ 'ସି' ଛାଡିବାର ମୁଖ୍ୟ କାରଣ ହେଉଛି ଚୀନର ରାଷ୍ଟ୍ରପତି (China President), ଯାହାଙ୍କ ନାମ ସି ଜିନପିଙ୍ଗ (Xi Jinping) ଓ କୋରୋନା ଭୂତାଣୁ (Coronavirus) ଉତ୍ପତ୍ତିକୁ ନେଇ ଚୀନକୁ ଦାୟୀ କରାଯାଇଥାଏ ।

ବିଭିନ୍ନ ଦେଶ ମନେ କରନ୍ତି ଯେ ଚୀନରୁ ଏହି ଭାଇରସ ସାରା ବିଶ୍ୱରେ ବ୍ୟାପିଛି । ତେବେ ଚୀନ୍ ଏହି ଅଭିଯୋଗକୁ ଭିତ୍ତିହୀନ ବୋଲି କହିଛି । ବିଶ୍ୱ ସ୍ୱାସ୍ଥ୍ୟ ସଂଗଠନ (WHO) କୋରୋନାର ଉତ୍ପତ୍ତିକୁ ନେଇ ନିଜେ ଯେଉଁ ଅନୁସନ୍ଧାନ କରିଛି ତା'ର ଅନ୍ତିମ ରିପୋର୍ଟରେ ଏହି ଅଭିଯୋଗକୁ ମଧ୍ୟ ଖାରଜ କରାଯାଇଛି । କିନ୍ତୁ ଯଦି ବିଶ୍ୱ ସ୍ୱାସ୍ଥ୍ୟ ସଂଗଠନ ଗ୍ରୀକ୍ ଶବ୍ଦ 'ସି'କୁ କୋରୋନାର ନୂତନ ଭାରିଆଣ୍ଟର ନାମ ଭାବରେ ଗ୍ରହଣ କରିଥାନ୍ତା, ତେବେ ନା କେବଳ ରାଷ୍ଟ୍ରପତି ସି ଜିନପିଙ୍ଗ ଏକ ବିଶ୍ୱସ୍ତରୀୟ ଉପହାସର ପାତ୍ର ହୋଇଥାନ୍ତେ, ବରଂ ଏହି ସଂସ୍ଥା ଉପରେ ମଧ୍ୟ ପ୍ରଶ୍ନ ଚିହ୍ନ ଉଠିଥାନ୍ତା । ଏହି ପରିସ୍ଥିତିକୁ ଏଡାଇବା ପାଇଁ ସଂଗଠନ ଏହାକୁ ବିଚାର କରିବା ପୂର୍ବରୁ ଏହି ଦୁଇଟି ନାମକୁ ଖାରଜ କରିଥିଲା ।

ଆପଣଙ୍କୁ କହି ରଖୁଛୁ ଯେ ଓମିକ୍ରୋନ୍ ହେଉଛି ଗ୍ରୀକ୍ ବର୍ଣ୍ଣମାଳାର ୧୫ ତମ ଅକ୍ଷର । ଏଥି ସହିତ ବିଶ୍ୱ ସ୍ୱାସ୍ଥ୍ୟ ସଂଗଠନ ଏହି ବର୍ଣ୍ଣମାଳା ଆଧାରରେ ପ୍ରକାର ବା ଭାରିଆଣ୍ଟର ନାମକରଣ କରେ । ଏହାପୂର୍ବରୁ ବିଶ୍ୱ ସ୍ୱାସ୍ଥ୍ୟ ସଂଗଠନ ଦ୍ୱାରା କୋରୋନାର ବିଭିନ୍ନ ପ୍ରକାରକୁ ଦିଆଯାଇଥିବା ଡେଲଟା, ବିଟା ଏବଂ ଗାମା ନାମ ମଧ୍ୟ ଏହି ବର୍ଣ୍ଣମାଳା ଅନୁଯାୟୀ ଥିଲା । ଚଳିତ ନଭେମ୍ବରରେ ଦକ୍ଷିଣ ଆଫ୍ରିକାରେ ବର୍ତ୍ତମାନର ଓମିକ୍ରୋନ୍ ଭାରିଆଣ୍ଟର ପ୍ରଥମ ମାମଲା ରିପୋର୍ଟ କରାଯାଇଥିଲା । ଏପର୍ଯ୍ୟନ୍ତ ଏହାର ମାମଲା ବିଶ୍ୱର ପ୍ରାୟ ଆଠଟି ଦେଶରେ ରିପୋର୍ଟ କରାଯାଇଛି ।

ଏହା ବି ପଢ଼ନ୍ତୁ:-ପୁରୁଷଙ୍କ ଯୌନ ସମସ୍ୟାକୁ ଦୂର କରିବାରେ ପ୍ରଭାବଶାଳୀ କେବଳ ୨ଟି ଖଜୁରୀ, ଏହି ଉପାୟରେ କରନ୍ତୁ ସେବନ ତା'ପରେ ଦେଖନ୍ତୁ କମାଲ!

ଏହା ବି ପଢ଼ନ୍ତୁ:-ବଡ଼ ଖବର! ମହଙ୍ଗା ଭତ୍ତାର କେଲକୁଲେଶନର ବଦଳିଲା ସୂତ୍ର! ଜାଣନ୍ତୁ ବର୍ତ୍ତମାନ କେତେ ମିଳିବ ଦରମା

ଏହା ବି ପଢ଼ନ୍ତୁ:-ଡିସେମ୍ୱର ୧ରୁ ବଦଳିଯିବ ବ୍ୟାଙ୍କିଂ ଓ LPG ସିଲିଣ୍ଡର ସହ ଜଡ଼ିତ ଏହି ନିୟମ, ଦେଶର କୋଟି କୋଟି ଲୋକ ହେବେ ପ୍ରଭାବିତ!