ଆଜିଠୁ ଦିଲ୍ଲୀରେ ନାଇଟ କର୍ଫ୍ୟୁ, କେଜ୍ରିୱାଲ ସରକାର କଲେ ଘୋଷଣା
Advertisement
Article Detail0/zeeodisha/odisha879225

ଆଜିଠୁ ଦିଲ୍ଲୀରେ ନାଇଟ କର୍ଫ୍ୟୁ, କେଜ୍ରିୱାଲ ସରକାର କଲେ ଘୋଷଣା

ନାଇଟ୍ କର୍ଫ୍ୟୁ ସମୟରେ ଲୋକମାନଙ୍କୁ ସର୍ବସାଧାରଣ ସ୍ଥାନରୁ ରାତିରେ ବୁଲିବାକୁ ବାରଣ ରହିଥାଏ ।

ଆଜିଠୁ ଦିଲ୍ଲୀରେ ନାଇଟ କର୍ଫ୍ୟୁ, କେଜ୍ରିୱାଲ ସରକାର କଲେ ଘୋଷଣା

ନୂଆଦିଲ୍ଲୀ: Night Curfew in Delhi: ଦିଲ୍ଲୀରେ ବଢୁଥିବା କୋରୋନା ମାମଲା (Coronavirus) କୁ ଦୃଷ୍ଟିରେ ରଖି ମଙ୍ଗଳବାର ରାତିରୁ କର୍ଫ୍ୟୁ (Night Curfew) ଘୋଷଣା କରାଯାଇଛି । ଏପ୍ରିଲ ୩୦ ପର୍ଯ୍ୟନ୍ତ ଲାଗୁ ହୋଇଥିବା ନାଇଟ୍ କର୍ଫ୍ୟୁ ଅନ୍ତର୍ଗତ ରାତି ୧୦ଟାରୁ ସକାଳ ୫ଟା ପର୍ଯ୍ୟନ୍ତ ଲୋକଙ୍କୁ ଘରୁ ବାହାରକୁ ଯିବାକୁ ବାରଣ ରହିବ । ଦିଲ୍ଲୀ ସରକାରଙ୍କ ସହ ଜଡିତ ଜଣେ ବରିଷ୍ଠ ଅଧିକାରୀ ସୋମବାର କହିଥିଲେ ଯେ ନାଇଟ୍ କର୍ଫ୍ୟୁ ଲାଗୁ କରିବାକୁ ପ୍ରସ୍ତାବ ଉପରେ ବିଚାର ଚାଲିଛି । କର୍ଫ୍ୟୁର ଅବଧି ରାତି ୧୦ଟାରୁ ସକାଳ ୫ଟା ପର୍ଯ୍ୟନ୍ତ ସ୍ଥିର କରାଯାଇଛି ।

ଅଧିକ ପଢ଼ନ୍ତୁ:-କେନ୍ଦ୍ର ସରକାରଙ୍କ ବଡ ନିଷ୍ପତ୍ତି, ଭିଜିଲାନ୍ସରେ ଗୋଟିଏ ସ୍ଥାନରେ ୫ ବର୍ଷ ପୂରଣ କରିଥିବା କର୍ମଚାରୀଙ୍କ ଟ୍ରାନ୍ସଫର ପାଇଁ ନିର୍ଦ୍ଦେଶ

ନାଇଟ୍ କର୍ଫ୍ୟୁ ସମୟରେ ଲୋକମାନଙ୍କୁ ସର୍ବସାଧାରଣ ସ୍ଥାନରୁ ରାତିରେ ବୁଲିବାକୁ ବାରଣ ରହିଥାଏ । ପ୍ରତ୍ୟେକ ସରକାର ଅନୁଯାୟୀ ଏହି ସମୟ ମଧ୍ୟ ବଦଳିଥାଏ । ଦିଲ୍ଲୀରେ ରାତି ୧୦ଟାରୁ ସକାଳ ୫ଟା ପର୍ଯ୍ୟନ୍ତ ନାଇଟ୍ କର୍ଫ୍ୟୁ ଲାଗୁ କରାଯିବ । ଏହି ସମୟ ମଧ୍ୟରେ ଲୋକମାନେ ଅନାବଶ୍ୟକ ଭାବରେ ଘରୁ ବାହାରି ପାରିବେ ନାହିଁ ।

ଅଧିକ ପଢ଼ନ୍ତୁ:-ଏବେ ମାତ୍ର ୯ ଟଙ୍କାରେ କିଣି ପାରିବେ LPG ଗ୍ୟାସ୍ ସିଲିଣ୍ଡର! ଜାଣନ୍ତୁ ଏହି ଖାସ୍ ଅଫର ବିଷୟରେ...

ଗତ କିଛି ଦିନ ହେବ ଦିଲ୍ଲୀରେ କୋରୋନା ଭାଇରସ ସଂକ୍ରମିତଙ୍କ ସଂଖ୍ୟା ଦ୍ରୁତ ଗତିରେ ବୃଦ୍ଧି ପାଇବାରେ ଲାଗିଛି । ସୋମବାର ଜାତୀୟ ରାଜଧାନୀରେ ୩,୫୪୮ ନୂଆ ମାମଲା ଚିହ୍ନଟ ହେବା ସହ ୧୫ ଜଣଙ୍କ ମୃତ୍ୟୁ ହୋଇଥିବା ସୂଚନା ମିଳିଛି । ଏହା କ୍ରମାଗତ ଚତୁର୍ଥ ଦିନ ଥିଲା ଯେ ଦିଲ୍ଲୀରେ ୩,୫୦୦ରୁ ଅଧିକ ନୂତନ କୋରୋନା ଭାଇରସ୍ ସଂକ୍ରମଣ ରିପୋର୍ଟ ହୋଇଥିଲା । ରବିବାର ଦିଲ୍ଲୀରେ ୪,୦୩୩ ନୂତନ ମାମଲା ସାମ୍ନାକୁ ଆସିଥିଲା, ଯାହା ଚଳିତ ବର୍ଷ  ସର୍ବାଧିକ ସଂକ୍ରମିତ ଥିଲା।