ମଧ୍ୟବିତ୍ତଙ୍କ ପାଇଁ ଖୁସି ଖବର, ଖୁବ୍ ଶୀଘ୍ର ଏହି ଉପହାର ଦେବାକୁ ଯାଉଛନ୍ତି ମୋଦି ସରକାର
Advertisement

ମଧ୍ୟବିତ୍ତଙ୍କ ପାଇଁ ଖୁସି ଖବର, ଖୁବ୍ ଶୀଘ୍ର ଏହି ଉପହାର ଦେବାକୁ ଯାଉଛନ୍ତି ମୋଦି ସରକାର

ନିର୍ମଳା ସୀତାରମଣ କହିଛନ୍ତି ଯେ, ବିଶ୍ୱରେ ବହୁତ କମ ଦେଶ ଅଛି ଯେଉଁଠାରେ କରଦାତାମାନଙ୍କ ପାଇଁ ଚାର୍ଟର୍ ଅଫ୍ ରାଇଟ୍ସ ଅଛି । ଏଥି ମଧ୍ୟରେ ଅଷ୍ଟ୍ରେଲିଆ, ବ୍ରିଟେନ ଏବଂ ଆମେରିକା ସାମିଲ ଅଛନ୍ତି । 

ମଧ୍ୟବିତ୍ତଙ୍କ ପାଇଁ ଖୁସି ଖବର, ଖୁବ୍ ଶୀଘ୍ର ଏହି ଉପହାର ଦେବାକୁ ଯାଉଛନ୍ତି ମୋଦି ସରକାର

ତମାଲ ବାକଚିନୂଆଦିଲ୍ଲୀ: କର ଦେଉଥିବା ମଧ୍ୟବିତ୍ତଙ୍କୁ ଏକ ବଡ ଉପହାର ଦେବାକୁ ପ୍ରସ୍ତୁତ ହେଉଛନ୍ତି ମୋଦି ସରକାର(Modi Government) । ଏହି ପରିପ୍ରେକ୍ଷୀରେ କେନ୍ଦ୍ର ଅର୍ଥମନ୍ତ୍ରୀ ନିର୍ମଳା ସୀତାରମଣ(Nirmala Sitharaman) ଏକ ଗୁରୁତ୍ୱପୂର୍ଣ୍ଣ ବୟାନ ଦେଇଛନ୍ତି । ଗୋଟିଏ କାର୍ଯ୍ୟକ୍ରମରେ ଅର୍ଥମନ୍ତ୍ରୀ କହିଛନ୍ତି ଯେ, କରଦାତାମାନେ ହେଉଛନ୍ତି ରାଷ୍ଟ୍ର ନିର୍ମାଣକାରୀ ।  ସରକାର ସେମାନଙ୍କ ପାଇଁ ଏକ ଚାର୍ଟର୍ ଅଫ୍ ରାଇଟ୍(Charter of Rights) ଆଣିବେ ।

ନିର୍ମଳା ସୀତାରମଣ କହିଛନ୍ତି ଯେ, ବିଶ୍ୱରେ ବହୁତ କମ ଦେଶ ଅଛି ଯେଉଁଠାରେ କରଦାତାମାନଙ୍କ ପାଇଁ ଚାର୍ଟର୍ ଅଫ୍ ରାଇଟ୍ସ ଅଛି । ଏଥି ମଧ୍ୟରେ ଅଷ୍ଟ୍ରେଲିଆ, ବ୍ରିଟେନ ଏବଂ ଆମେରିକା ସାମିଲ ଅଛନ୍ତି । ଏହି ଚାର୍ଟର୍ ଅଫ୍ ରାଇଟ୍ସରେ କରଦାତାଙ୍କ ଦାୟିତ୍ୱ ଏବଂ ଅଧିକାର ବିଷୟରେ ଉଲ୍ଲେଖ କରାଯିବ । କରଦାତାଙ୍କ ସ୍ୱାର୍ଥକୁ ଦୃଷ୍ଟିରେ ରଖି ଆମେ ଏହି ପ୍ରୟାସ କରୁଛୁ ବୋଲି ସେ କହିଛନ୍ତି ।

ଆମେ ଆପଣଙ୍କୁ କହି ରଖୁଛୁ ଯେ, ବଜେଟରେ ଟେକ୍ସପେୟର୍ସ ଚାର୍ଟର୍(Taxpayers Charter) ଘୋଷଣା କରାଯାଇଛି । ଏହା ଆଇନଗତ ମାନ୍ୟତା ପାଇବ ବୋଲି ଆଶା କରାଯାଉଛି ଏବଂ ଏହା ଆୟକର ବିଭାଗ ଦ୍ୱାରା ନିର୍ଦ୍ଦିଷ୍ଟ ସମୟ ମଧ୍ୟରେ ନାଗରିକମାନଙ୍କୁ ସେବା ନିଶ୍ଚିତ କରିବ ।

କରଦାତାମାନେ ମଧ୍ୟ ଏଥିରେ କିଛି ନୂତନ ଅଧିକାର ପାଇପାରନ୍ତି । ତେବେ ନିର୍ମଳା ସୀତାରମଣ ଏହି ଚାର୍ଟର୍ ଅଫ୍ ରାଇଟ୍ସ ବିଷୟରେ ବିସ୍ତୃତ ଭାବରେ କହି ନାହାଁନ୍ତି । ସୀତାରମଣ କହିଛନ୍ତି ଯେ କରଦାତାମାନଙ୍କ ପାଇଁ ଆମେ ଲଗାତର ଟିକସ ପ୍ରକ୍ରିୟାକୁ ସହଜ ଏବଂ ସରଳ କରିବାରେ ଲାଗୁଛୁ । ଏହି ଲକ୍ଷ୍ୟ ପୂରଣ ପାଇଁ ସରକାର ଅଧିକାରୀଙ୍କ ସମ୍ମୁଖୀନ ନହୋଇ ଆକଳନ, ଅନୁସନ୍ଧାନରେ ହ୍ରାସ ଏବଂ ପ୍ରଥମରୁ ପୂରଣ ଟିକସ ଫର୍ମ ସହିତ ଅନ୍ୟାନ୍ୟ ପଦକ୍ଷେପ ଗ୍ରହଣ କରିଛନ୍ତି ।