No-Confidence Motion Against Pakistan PM Imran Khan: ଏଠାରେ କହି ରଖୁଛୁ ଯେ, ପାକିସ୍ତାନ ସଂସଦରେ ଏପ୍ରିଲ୍ ୩ରେ ସଂଖ୍ୟାଗରିଷ୍ଠତା ପରୀକ୍ଷା ହେବ । ବିରୋଧୀ ଦଳ ଇମ୍ରାନ ଦଳର ଦୁଇ ଡଜନରୁ ଅଧିକ ସାଂସଦଙ୍କୁ ଭାଙ୍ଗିବାକୁ ଦାବି କରୁଛନ୍ତି, କିନ୍ତୁ ଇମ୍ରାନ ମଧ୍ୟ ମୁଣ୍ଡ ନୁଆଁଇବାକୁ ପ୍ରସ୍ତୁତ ନୁହଁନ୍ତି ଏବଂ ଶେଷ ନିଶ୍ୱାସ ପର୍ଯ୍ୟନ୍ତ ସେ ନିଜ ସରକାରକୁ ବଞ୍ଚାଇବାକୁ ଚେଷ୍ଟା କରୁଛନ୍ତି । ଆଜି ପର୍ଯ୍ୟନ୍ତ ପାକିସ୍ତାନ ଇତିହାସରେ କୌଣସି ଅନାସ୍ଥା ପ୍ରସ୍ତାବ ମାଧ୍ୟମରେ କୌଣସି ପ୍ରଧାନମନ୍ତ୍ରୀଙ୍କୁ କ୍ଷମତାରୁ ବହିଷ୍କାର କରାଯାଇ ପାରିନାହିଁ ଓ ଏହି ଚ୍ୟାଲେଞ୍ଜର ସମ୍ମୁଖୀନ ହୋଇଥିବା ଇମ୍ରାନ ଖାନ ହେଉଛନ୍ତି ତୃତୀୟ ପ୍ରଧାନମନ୍ତ୍ରୀ ।
Trending Photos
ଇସଲାମାବାଦ: No-Confidence Motion Against Pakistan PM Imran Khan: ପାକିସ୍ତାନ ରାଜନୀତିରେ ଝଡ଼ ସୃଷ୍ଟି ହୋଇଛି । ପ୍ରଧାନମନ୍ତ୍ରୀ ଇମ୍ରାନ ଖାନ (Pakistan PM Imran Khan) ଙ୍କ ଗାଦି ଯିବା ପ୍ରାୟ ନିଶ୍ଚିତ ହୋଇସାରିଛି । ବିରୋଧୀ ଇମ୍ରାନଙ୍କ ବିରୋଧରେ ଅନାସ୍ଥା ପ୍ରସ୍ତାବ (No-Confidence Motion) ଆଣିଛନ୍ତି । ଯାହା ଉପରେ ଏପ୍ରିଲ ୩ରେ ପାକିସ୍ତାନ ସଂସଦରେ ଭୋଟିଂ ହେବାର ଅଛି । ସେପଟେ ମାର୍ଚ୍ଚ ୨୭ରେ ଇସଲାମାବାଦରେ ଅନୁଷ୍ଠିତ ରାଲିରେ ପ୍ରଧାନମନ୍ତ୍ରୀ ଇମ୍ରାନ ଖାନ ଏକ ଚିଠି ଦେଖାଇ ଦାବି କରିଥିଲେ ଯେ ଏଥିରେ ଏହି କଥାର ପ୍ରମାଣ ରହିଛି ଯେ ତାଙ୍କ ସରକାରକୁ ହଟାଇବା ପାଇଁ ବିଦେଶରୁ ଷଡଯନ୍ତ୍ର କରାଯାଉଛି । ବିଦେଶୀ ଶକ୍ତିର ହାତ ଥିବାକୁ ନେଇ ଆମେରିକା (America) ବର୍ତ୍ତମାନ ନିଜ ଜବାବ ରଖିଛି ।
ଆମେରିକା କ’ଣ କହିଛି?
ଜିଓ ନ୍ୟୁଜରେ ପ୍ରକାଶିତ ଏକ ରିପୋର୍ଟରେ କୁହାଯାଇଛି ଯେ ଆମେରିକା (US) ଇମ୍ରାନ ଖାନ (Imran Khan) ଙ୍କ ବିରୋଧରେ ଅନାସ୍ଥା ପ୍ରସ୍ତାବରେ କୌଣସି ସମ୍ପୃକ୍ତିକୁ ସମ୍ପୂର୍ଣ୍ଣ ଭାବେ ଅସ୍ୱୀକାର କରିଛି । ଆମେରିକାର ସମ୍ପୃକ୍ତି ରହିଥିବାର ଅଭିଯୋଗ ଭିତ୍ତିହୀନ ବୋଲି ୱାଶିଂଟନ୍ କହିଛି । ଆମେରିକାର ବୈଦେଶିକ ବିଭାଗ କହିଛି ଯେ ଅନାସ୍ଥା ପ୍ରସ୍ତାବ (No-Confidence Motion) ରେ ଆମେରିକାର ସମ୍ପୃକ୍ତି ଓ ପ୍ରଧାନମନ୍ତ୍ରୀ ଇମ୍ରାନ ଖାନଙ୍କୁ 'ଧମକ ପତ୍ର' ଦେବା ଅଭିଯୋଗ ଭିତ୍ତିହୀନ । ଆମେରିକା ଆହୁରି କହିଛି ଯେ ବାଇଡେନ ସରକାର (Biden Government) ପାକିସ୍ତାନରେ ସାମ୍ବିଧାନିକ ପ୍ରକ୍ରିୟାକୁ ସମ୍ମାନ କରନ୍ତି ।
ଆମେରିକାକୁ ଚେତାବନୀ ଦେଲା ଚୀନ
ଚୀନ ସରକାରୀ ଗଣମାଧ୍ୟମ ସୂଚନା ଦେଇଛି ଯେ, ଯଦି ଆମେରିକା (America) ର ହସ୍ତକ୍ଷେପ ହୁଏ ତେବେ ଚୀନ (China) ପାକିସ୍ତାନ ସରକାର (Pakistan Government) ଙ୍କୁ ସମ୍ପୂର୍ଣ୍ଣ ତଥା ଅସାଧାରଣ ସମର୍ଥନ ପ୍ରଦାନ କରିବ । ଚୀନର ବରିଷ୍ଠ ଅଧିକାରୀମାନଙ୍କ ଠାରୁ ମିଳିଥିବା ସୂଚନା ଆଧାରରେ ଗଣମାଧ୍ୟମ ରିପୋର୍ଟ କରିଛି ଯେ, ଆମେରିକା (US) ଅନ୍ୟ ଦେଶର ଆଭ୍ୟନ୍ତରୀଣ କାର୍ଯ୍ୟରେ ସର୍ବଦା ହସ୍ତକ୍ଷେପ କରିଥାଏ, ଯାହାକୁ ବେଜିଂ ଦୃଢ଼ ବିରୋଧ କରୁଛି । ଚାଇନା ଉର୍ଦ୍ଦୁ (China Urdu) ଏହି ରିପୋର୍ଟ ପ୍ରଦାନ କରିଛି ।
ଏହା ବି ପଢ଼ନ୍ତୁ:-ଭାରତକୁ କଡ଼ା ଚେତାବନୀ ଦେଲା ଆମେରିକା, କହିଲା-ଯଦି ଚୀନ ଆକ୍ରମଣ କରେ ତ ବଞ୍ଚାଇବାକୁ ଆସିବନି ଋଷ
ଏହା ବି ପଢ଼ନ୍ତୁ:-ଜନତାଙ୍କୁ ପୁଣି ଲାଗିଲା ଝଟକା; LPG ସିଲିଣ୍ଡର ଦରରେ ବଡ଼ ଧରଣର ବୃଦ୍ଧି, ଜାଣନ୍ତୁ କ'ଣ ରହିଛି ନୂଆ ରେଟ୍
ଏହା ବି ପଢ଼ନ୍ତୁ:-ଚୀନର ଧମକ, କହିଲା-ଆମେରିକା ଯଦି ପାକିସ୍ତାନରେ କରେ ହସ୍ତକ୍ଷେପ ତ ନେବୁ ବଡ଼ ପଦକ୍ଷେପ
ଇମ୍ରାନ ଖାନ ଦାବି କରିଥିଲେ ପାକିସ୍ତାନ ବିରୋଧରେ ହୋଇଛି ଷଡଯନ୍ତ୍ର
ସୂଚନାଯୋଗ୍ୟ, ନିକଟରେ ପାକିସ୍ତାନର ପ୍ରଧାନମନ୍ତ୍ରୀ ଇମ୍ରାନ ଖାନ (Imran Khan) ଏକ ରାଲିରେ କହିଥିଲେ ଯେ ତାଙ୍କ ସରକାର ବିରୋଧରେ ବିଦେଶରୁ ଷଡଯନ୍ତ୍ର କରାଯାଉଛୁ । ସେ ହାତରେ ଏକ ଚିଠି ଦେଖାଇ ସେ କହିଛନ୍ତି ଯେ ଏହି ଚିଠିରେ ଷଡଯନ୍ତ୍ରର କିଛି ତଥ୍ୟ ଅଛି, କିନ୍ତୁ ମୁଁ ଆପଣଙ୍କୁ ଏହି ଚିଠିର ଭିତିରି କଥା କହି ପାରିବି ନାହିଁ । ଚିଠିର ବିଷୟବସ୍ତୁର ଖୁଲାସା ନକରି ସେ କହିଛନ୍ତି ଯେ ଏହାର ଉଦ୍ଦେଶ୍ୟ ପାକିସ୍ତାନ ବିରୁଦ୍ଧରେ ଏକ ଷଡଯନ୍ତ୍ର କାରଣ ମୁଁ ଏକ ସ୍ୱାଧୀନ ବୈଦେଶିକ ନୀତି ଆପଣେଇଛି । ପାକିସ୍ତାନର ସ୍ୱତନ୍ତ୍ର ବୈଦେଶିକ ନୀତି ହଟାଇବାକୁ ଚେଷ୍ଟା କରାଯାଉଛି ।
ଏଠାରେ କହି ରଖୁଛୁ ଯେ, ପାକିସ୍ତାନ ସଂସଦରେ ଏପ୍ରିଲ୍ ୩ରେ ସଂଖ୍ୟାଗରିଷ୍ଠତା ପରୀକ୍ଷା ହେବ । ବିରୋଧୀ ଦଳ ଇମ୍ରାନ ଦଳର ଦୁଇ ଡଜନରୁ ଅଧିକ ସାଂସଦଙ୍କୁ ଭାଙ୍ଗିବାକୁ ଦାବି କରୁଛନ୍ତି, କିନ୍ତୁ ଇମ୍ରାନ ମଧ୍ୟ ମୁଣ୍ଡ ନୁଆଁଇବାକୁ ପ୍ରସ୍ତୁତ ନୁହଁନ୍ତି ଏବଂ ଶେଷ ନିଶ୍ୱାସ ପର୍ଯ୍ୟନ୍ତ ସେ ନିଜ ସରକାରକୁ ବଞ୍ଚାଇବାକୁ ଚେଷ୍ଟା କରୁଛନ୍ତି । ଆଜି ପର୍ଯ୍ୟନ୍ତ ପାକିସ୍ତାନ ଇତିହାସରେ କୌଣସି ଅନାସ୍ଥା ପ୍ରସ୍ତାବ ମାଧ୍ୟମରେ କୌଣସି ପ୍ରଧାନମନ୍ତ୍ରୀଙ୍କୁ କ୍ଷମତାରୁ ବହିଷ୍କାର କରାଯାଇ ପାରିନାହିଁ ଓ ଏହି ଚ୍ୟାଲେଞ୍ଜର ସମ୍ମୁଖୀନ ହୋଇଥିବା ଇମ୍ରାନ ଖାନ ହେଉଛନ୍ତି ତୃତୀୟ ପ୍ରଧାନମନ୍ତ୍ରୀ ।