ଦୁନିଆରେ ପୁଣି ବଢ଼ୁଛି କୋରୋନା ମାମଲା, ଜାଣନ୍ତୁ ଭାରତରେ କେବେ ଆସିବ ଚତୁର୍ଥ ଲହର?
Advertisement
Article Detail0/zeeodisha/odisha1122006

ଦୁନିଆରେ ପୁଣି ବଢ଼ୁଛି କୋରୋନା ମାମଲା, ଜାଣନ୍ତୁ ଭାରତରେ କେବେ ଆସିବ ଚତୁର୍ଥ ଲହର?

Coronavirus in India: ବୁଧବାର ଭାରତରେ ୪,୫୭୫ ନୂଆ କୋରୋନା ମାମଲା ଚିହ୍ନଟ ହୋଇଛି । ଏହାପୂର୍ବରୁ ମଙ୍ଗଳବାର ୩,୯୯୩ ନୂଆ ମାମଲା ସାମ୍ନାକୁ ଆସିଥିଲା । ୬୬୨ ଦିନ ମଧ୍ୟରେ ଏହା ସର୍ବନିମ୍ନ ଥିଲା । ଭାରତରେ ତୃତୀୟ ଲହରର ଶିଖର ଜାନୁଆରୀ ୨୧ରେ ଆସିଥିଲା ​। ଯେତେବେଳେ ଗୋଟିଏ ଦିନରେ ଦେଶରେ ୩,୪୭,୨୫୪ କୋରୋନା ମାମଲା ଚିହ୍ନଟ ହୋଇଥିଲା ।

ଦୁନିଆରେ ପୁଣି ବଢ଼ୁଛି କୋରୋନା ମାମଲା, ଜାଣନ୍ତୁ ଭାରତରେ କେବେ ଆସିବ ଚତୁର୍ଥ ଲହର?

ନୂଆଦିଲ୍ଲୀ: Coronavirus in India: ସମଗ୍ର ଦୁନିଆରେ ପୁଣି ଥରେ କୋରୋନା ମାମଲା (Coronavirus Cases) ଦ୍ରୁତ ଗତିରେ ବୃଦ୍ଧି ପାଇବାରେ ଲାଗିଛି । ଗତ ୨୪ ଘଣ୍ଟା ମଧ୍ୟରେ ସାରା ବିଶ୍ୱରେ ୧୭,୧୯,୯୦୭ ସଂକ୍ରମିତ ମାମଲା ଚିହ୍ନଟ ହୋଇଛି ଓ ୬,୬୮୭ ସଂକ୍ରମିତଙ୍କ ମୃତ୍ୟୁ ଘଟିଛି । ଗତକାଲି ସାରା ବିଶ୍ୱରେ ୧୬.୦୩ ଲକ୍ଷ କୋରୋନା ମାମଲା ରିପୋର୍ଟ ହୋଇଥିଲା । ଅନ୍ୟପଟେ ଭାରତରେ ଗତ ୨୪ ଘଣ୍ଟା ମଧ୍ୟରେ ୪,୧୯୪ ମାମଲା ସାମ୍ନାକୁ ଆସିଛି । ଏହାସହ ୨୫୫ ସଂକ୍ରମିତଙ୍କ ମୃତ୍ୟୁ (Covid19 Deaths) ଘଟିଛି । ଏଭଳି ପରିସ୍ଥିତିରେ ପ୍ରଶ୍ନ ଉଠୁଛି ଯେ ଚତୁର୍ଥ ଲହର ଭାରତରେ ଆସିବ କି ଓ କେବେ ଆସିବ? ଆସନ୍ତୁ ଜାଣିବା ଭାଇରୋଲୋଜିଷ୍ଟମାନେ ଏହା ଉପରେ କ’ଣ କହୁଛନ୍ତି?

ଭାରତରେ କୋରୋନାର ତୃତୀୟ ଲହର (Third Wave of COVID-19 in India) ପ୍ରାୟ ଶେଷ ହୋଇଛି । ଅବଶ୍ୟ, ସମଗ୍ର ବିଶ୍ୱରେ ମାମଲା ବୃଦ୍ଧି ଯୋଗୁଁ ଚତୁର୍ଥ ଲହର (Fourth Wave) ର ଭୟ ବଢ଼ିବାରେ ଲାଗିଛି । ତେବେ ଭାଇରୋଲୋଜିଷ୍ଟ ଡକ୍ଟର ଟି ଜୈକବ ଜନ୍ (Virologist Dr T Jacob John) କହିଛନ୍ତି ଯେ, ଭାରତରେ ଚତୁର୍ଥ ଲହର (Coronavirus Fourth Wave) ଆସିବ ନାହିଁ । ଭାଇରୋଲୋଜିଷ୍ଟ ଜନ୍ କହିଛନ୍ତି, ଯଦି କୋରୋନାର ନୂତନ ପ୍ରକାର ବା ଭାରିଆଣ୍ଟ (Coronavirus New Variant) ନ ଆସେ, ଯାହା ଭିନ୍ନ ଭାବରେ ପ୍ରତିକ୍ରିୟା କରେ, ତେବେ ଭାରତରେ ଚତୁର୍ଥ ଲହର ଆସିବ ନାହିଁ ।

ବୁଧବାର ଭାରତରେ ୪,୫୭୫ ନୂଆ କୋରୋନା ମାମଲା ଚିହ୍ନଟ ହୋଇଛି । ଏହାପୂର୍ବରୁ ମଙ୍ଗଳବାର ୩,୯୯୩ ନୂଆ ମାମଲା ସାମ୍ନାକୁ ଆସିଥିଲା । ୬୬୨ ଦିନ ମଧ୍ୟରେ ଏହା ସର୍ବନିମ୍ନ ଥିଲା । ଭାରତରେ ତୃତୀୟ ଲହରର ଶିଖର ଜାନୁଆରୀ ୨୧ରେ ଆସିଥିଲା ​। ଯେତେବେଳେ ଗୋଟିଏ ଦିନରେ ଦେଶରେ ୩,୪୭,୨୫୪ କୋରୋନା ମାମଲା ଚିହ୍ନଟ ହୋଇଥିଲା ।

ଭାଇରୋଲୋଜିରେ ମେଡିକାଲ୍ ରିସର୍ଚ୍ଚ ସେଣ୍ଟର ଅଫ୍ ଆଡଭାନ୍ସ ରିସର୍ଚ୍ଚର ଇଣ୍ଡିଆନ୍ କାଉନସିଲ (Indian Council for Medical Research's Center of Advanced Research in Virology) ର ପୂର୍ବତନ ନିର୍ଦ୍ଦେଶକ ଜନ୍ କହିଛନ୍ତି ଯେ, ଏହା ସହଜରେ କୁହାଯାଇପାରେ ଯେ ଭାରତରେ ତୃତୀୟ ଲହର ଶେଷ ହୋଇଛି ଓ ଭାରତ ମହାମାରୀର ଶେଷ ପର୍ଯ୍ୟାୟ (Epidemic) ରେ ପ୍ରବେଶ କରିଛି ।

ଏହା ବି ପଢ଼ନ୍ତୁ:-ପୁରୁଣା କୁଲର୍ ଘରକୁ କରିଦେବ କଶ୍ମୀର! କେବଳ ଆପଣାନ୍ତୁ ଏହି ୫ଟି ଟ୍ରିକ୍, ଲୋକ ମଧ୍ୟ ପଚାରିବେ-ନୂଆ AC କେବେ କିଣିଲେ...

ଏହା ବି ପଢ଼ନ୍ତୁ:-କ୍ଷମା ମାଗିଲେ 'କାଚା ବାଦାମ' ଗୀତର ଗାୟକ ଭୁବନ, କହିଲେ-ମୁଁ ପୁଣି ବାଦାମ ବିକିବି

ଏହା ବି ପଢ଼ନ୍ତୁ:-ୟୁକ୍ରେନ ସହ ଯୁଦ୍ଧ ବନ୍ଦ କରିବାକୁ ନେଇ ଋଷ ଦେଲା ବହୁତ ବଡ଼ ବୟାନ

ଏହା ବି ପଢ଼ନ୍ତୁ:-ଜାଣନ୍ତୁ କେତେ ସମ୍ପତ୍ତିର ମାଲିକ ଭାଗବନ୍ତ ମାନ, ଯାହାଙ୍କୁ ମିଳୁଛି ପଞ୍ଜାବ ସିଏମର ଗାଦି

 

ସେ କହିଛନ୍ତି ଯେ, ଏଣ୍ଡେମିକ୍ (Epidemic) ପର୍ଯ୍ୟାୟରେ ପ୍ରବେଶ କରିବା ପାଇଁ ମୋର ନିଜସ୍ୱ ପରିଭାଷା ଅଛି । ଅର୍ଥାତ ଏହି ପରିସ୍ଥିତିରେ ଦେଶରେ ଦୈନିକ କୋରୋନାର କମ୍ ଓ ସ୍ଥିର ମାମଲା ଆସିବ । ଏଗୁଡ଼ିକରେ ବହୁତ କମ୍ ହ୍ରାସବୃଦ୍ଧି ହେବ ଓ ଏହା କେବଳ ଚାରି ସପ୍ତାହ ହେବ । ଭାରତର ସମସ୍ତ ରାଜ୍ୟରେ ପରିସ୍ଥିତି ସମାନ ଦେଖାଯାଉଛି, ତେଣୁ ଏହା ମୋତେ ଅଧିକ ଆତ୍ମବିଶ୍ୱାସ ଦେଇଛି । ଏଣ୍ଡେମିକ୍ ପର୍ଯ୍ୟାୟ (Epidemic Stage) ହେଉଛି ଯେତେବେଳେ ଲୋକମାନେ ଭୂତାଣୁ ସହିତ ବଞ୍ଚିବାକୁ ଶିଖିଯାଆନ୍ତି । ଏହି ଏପିଡେମିକ ଷ୍ଟେଜ୍ ଅଲଗା ହୋଇଥାଏ, ଯେତେବେଳେ ଭୂତାଣୁର ପ୍ରଭାବ ଜନସଂଖ୍ୟା ଉପରେ ପଡ଼ିଥାଏ ।