ଆମେରିକାର ଚେତାବନୀକୁ ମଧ୍ୟ ବେଖାତିର; କିମ୍ ଜଙ୍ଗ ଉଠାଇଲେ ଏହି ବଡ଼ ପଦକ୍ଷେପ, ଦକ୍ଷିଣ କୋରିଆ ଓ ଜାପାନର ବଢ଼ିଲା ଚିନ୍ତା
Advertisement

ଆମେରିକାର ଚେତାବନୀକୁ ମଧ୍ୟ ବେଖାତିର; କିମ୍ ଜଙ୍ଗ ଉଠାଇଲେ ଏହି ବଡ଼ ପଦକ୍ଷେପ, ଦକ୍ଷିଣ କୋରିଆ ଓ ଜାପାନର ବଢ଼ିଲା ଚିନ୍ତା

ଉତ୍ତର କୋରିଆ ସ୍ପଷ୍ଟ କରିଛି ଯେ ସେ ପରମାଣୁ କାର୍ଯ୍ୟକ୍ରମ ବନ୍ଦ କରିବ ନାହିଁ । ତା'ର ଅସ୍ତ୍ରରୁ ସମଗ୍ର ଦୁନିଆକୁ ବିପଦ ରହିଛି । କିନ୍ତୁ ସବୁଠାରୁ ଅଧିକ ବିପଦ ଜାପାନ ଓ ଦକ୍ଷିଣ କୋରିଆକୁ ରହିଛି । ଡୋନାଲ୍ଡ ଟ୍ରମ୍ପ ଯେଉଁ ରଣନୀତି ଉତ୍ତର କୋରିଆ ବିରୋଧରେ ଆପଣାଇ ଥିଲେ, ତାହା ଅଧିକ ଭଲ ଥିଲା । ସେହି ସମୟରେ ଆଲୋଚନାର ରାସ୍ତା ଖୋଲା ଥିଲା, କିନ୍ତୁ ବର୍ତ୍ତମାନ ଏପରି ନୁହେଁ । ଆମେରିକା ଚୁପ୍ ବସିଛି ଓ କିମ୍ ତାକୁ ଉସକାଇବାକୁ ଚେଷ୍ଟା କରୁଛନ୍ତି । ଏହି ରଣନୀତି ବିପଜ୍ଜନକ ପରିଣାମ ଦେଇପାରେ । ଜାନୁଆରୀରେ ବାଇଡେନ କ୍ଷମତା ସମ୍ଭାଳିବା ପୂର୍ବରୁ କିମ୍ କ୍ଷେପଣାସ୍ତ୍ର ପରୀକ୍ଷା କରି ତାଙ୍କୁ ସଙ୍କେତ ଦେଇଥିଲେ ।

ଆମେରିକାର ଚେତାବନୀକୁ ମଧ୍ୟ ବେଖାତିର; କିମ୍ ଜଙ୍ଗ ଉଠାଇଲେ ଏହି ବଡ଼ ପଦକ୍ଷେପ, ଦକ୍ଷିଣ କୋରିଆ ଓ ଜାପାନର ବଢ଼ିଲା ଚିନ୍ତା

ନୂଆଦିଲ୍ଲୀ: North Korea Submarine Ballistic Missile: ଅନ୍ତର୍ଜାତୀୟ ଚାପ ସତ୍ତ୍ୱେ ଉତ୍ତର କୋରିଆର ଏକଛତ୍ରବାଦୀ ଶାସକ କିମ୍ ଜୋଙ୍ଗ ଉନ୍ (North Korean Dictator Kim Jong Un) ସୁଧିରିବାର ନାଁ ନେଉନାହାଁନ୍ତି । ଶନିବାର ଉତ୍ତର କୋରିଆ (North Korea) ଏକ ବୁଡ଼ାଜାହାଜ ବା ସବ୍-ମରିନ (Submarine) ରୁ ବାଲିଷ୍ଟିକ୍ କ୍ଷେପଣାସ୍ତ୍ର (Ballistic Missile) ନିକ୍ଷେପ କରିଛି । ଦକ୍ଷିଣ କୋରିଆ (South Korea) କହିଛି ଯେ, ଆମେରିକା (America) ର ଚେତାବନୀ ପରେ ୩ ଦିନ ମଧ୍ୟରେ ଉତ୍ତର କୋରିଆ ଦ୍ୱିତୀୟ କ୍ଷେପଣାସ୍ତ୍ର ଉତକ୍ଷେପଣ ଏହି ସଙ୍କେତ ଦେଉଛି କି ସେ ପରମାଣୁ ପରୀକ୍ଷଣ (Nuclear Tes) ପାଇଁ ପ୍ରସ୍ତୁତ ହେଉଛି । ଦକ୍ଷିଣ କୋରିଆର ସେନା (South Korean Army) ଦାବି କରିଛି ଯେ, ଉତ୍ତର କୋରିଆ ଶନିବାର ଏହାର ପୂର୍ବ ସମୁଦ୍ରରେ ଅତି କମରେ ଗୋଟିଏ ଅଜ୍ଞାତ କ୍ଷେପଣାସ୍ତ୍ର ନିକ୍ଷେପ କରିଛି ।

ଏହି ସପ୍ତାହରେ ଉତ୍ତର କୋରିଆ (North Korea) ର ଏହା ହେଉଛି ଦ୍ୱିତୀୟ କ୍ଷେପଣାସ୍ତ୍ର (Missile) ପରୀକ୍ଷା । ଏଥିରୁ ଏହି ସଙ୍କେତ ମିଳେ ଯେ ସେ ଆଗାମୀ ସପ୍ତାହ କିମ୍ବା ମାସ ମଧ୍ୟରେ ପରମାଣୁ ପରୀକ୍ଷା କରିପାରେ । ଦକ୍ଷିଣ କୋରିଆର ଜ୍ୱଏଣ୍ଟ ଚିଫ୍ ଷ୍ଟାଫ୍ ଏପର୍ଯ୍ୟନ୍ତ କହି ନାହାଁନ୍ତି ଯେ ଏହି କ୍ଷେପଣାସ୍ତ୍ରଟି ବାଲିଷ୍ଟିକ୍ କ୍ଷେପଣାସ୍ତ୍ର କି ଓ ଏହା କେତେ ଦୂର ଯାଇ ମାଡ଼ କରିଛି? ତିନି ଦିନ ପୂର୍ବରୁ ଦକ୍ଷିଣ କୋରିଆ ଓ ଜାପାନର ସେନା କହିଛି ଯେ, ଉତ୍ତର କୋରିଆ ବୁଧବାର ରାଜଧାନୀ ପ୍ୟୋଙ୍ଗୟାଙ୍ଗ (Pyongyang) ରୁ ଏକ ସନ୍ଦିଗ୍ଧ ବାଲାଷ୍ଟିକ୍ କ୍ଷେପଣାସ୍ତ୍ର ନିକ୍ଷେପ କରିଛି । ଏହି ନୂତନ ପରୀକ୍ଷଣ ଉତ୍ତର କୋରିଆର ଚଳିତ ବର୍ଷର ୧୫ତମ କ୍ଷେପଣାସ୍ତ୍ର ପରୀକ୍ଷା ହୋଇପାରେ ।

ଏପରି ମଧ୍ୟ ସଙ୍କେତ ମିଳିଛି ଯେ ଉତ୍ତର କୋରିଆ ଏକ ପରମାଣୁ ପରୀକ୍ଷଣ ସ୍ଥଳରେ ସୁରଙ୍ଗକୁ ପୁନଃ ଖୋଲୁଛି, ଯେଉଁଥିରୁ ଏହି ଆଶଙ୍କା ସୃଷ୍ଟି ହେଉଛି ସେ ପରମାଣୁ ପରୀକ୍ଷଣ କରିପାରେ । ଉତ୍ତର କୋରିଆ ଚଳିତ ବର୍ଷ କ୍ଷେପଣାସ୍ତ୍ର ଉତକ୍ଷେପଣକୁ ନାଟକୀୟ ଭାବରେ ବୃଦ୍ଧି କରିଛି । ୨୦୧୭ ପରଠାରୁ ପ୍ରଥମ ଥର ପାଇଁ ସମ୍ପୂର୍ଣ୍ଣ ରେଞ୍ଜର ଅନ୍ତରଦ୍ୱୀପ ବାଲାଷ୍ଟିକ୍ କ୍ଷେପଣାସ୍ତ୍ର ସମେତ ୧୫ଟି ଅସ୍ତ୍ରଶସ୍ତ୍ର ପରୀକ୍ଷା କରିଛି । କିଛି ଦିନ ପୂର୍ବେ ମେଗା ସାମରିକ ପରେଡ ସମୟରେ କିମ୍ ଜୋଙ୍ଗ ଉନ (Kim Jong Un) ନିଜର ପରମାଣୁ ଶକ୍ତିକୁ ଦ୍ରୁତ ଗତିରେ ବିକାଶ କରିବାକୁ ନେଇ କହିଥିଲେ ।

ଏହା ବି ପଢ଼ନ୍ତୁ:-ମଦ୍ୟପଙ୍କ ପାଇଁ ଖୁସି ଖବର! ରାଜଧାନୀରେ ଏଣିକି ରାତି ୩ଟା ପର୍ଯ୍ୟନ୍ତ ମିଳିବ ମଦ

ଏହା ବି ପଢ଼ନ୍ତୁ:-'ଆପଣ ୱାୟନାଡରୁ ମଧ୍ୟ ହାରିବେ, ଆସନ୍ତୁ ହାଇଦ୍ରାବାଦରୁ ନିଜ ଭାଗ୍ୟ ପରୀକ୍ଷା କରନ୍ତୁ', ରାହୁଲଙ୍କୁ ଓୱେସୀଙ୍କ ଚ୍ୟାଲେଞ୍ଜ

ଏହା ବି ପଢ଼ନ୍ତୁ:-'ଏହି ରାଜ୍ୟର ବିଧାୟକଙ୍କ ପୁଣି ବଢ଼ିବ ଦରମା, ଜାଣନ୍ତୁ ଆମ ରାଜ୍ୟର ବିଧାୟକଙ୍କ ଦରମା କେତେ?