Election Commission: ଭୋଟର ପରିଚୟ ପତ୍ର ପାଇଁ ଏହି ବୟସରୁ କରିପାରିବେ ଆବେଦନ
Advertisement
Article Detail0/zeeodisha/odisha1277865

Election Commission: ଭୋଟର ପରିଚୟ ପତ୍ର ପାଇଁ ଏହି ବୟସରୁ କରିପାରିବେ ଆବେଦନ

ଏଣିକି ଭୋଟର ପରିଚୟ ପତ୍ର (Voter Identity card) ପାଇବା ପାଇଁ ଆଉ ୧୮ ବର୍ଷ ପର୍ଯ୍ୟନ୍ତ ଅପେକ୍ଷା କରିବାକୁ ପଡ଼ିବ ନାହିଁ। ନିର୍ବାଚନ ଆୟୋଗ (Election Commissioner) ଦ୍ୱାରା ଜାରି କରାଯାଇଥିବା ନିର୍ଦ୍ଦେଶ ଅନୁଯାୟୀ ୧୭ ବର୍ଷରୁ ଅଧିକ ଯୁବକମାନେ କେବଳ ଏଥିପାଇଁ ଆବେଦନ କରିପାରିବେ। ମୁଖ୍ୟ ନିର୍ବାଚନ କମିଶନର (Chief Election Commission) ର

Election Commission: ଭୋଟର ପରିଚୟ ପତ୍ର ପାଇଁ ଏହି ବୟସରୁ କରିପାରିବେ ଆବେଦନ

ନୂଆଦିଲ୍ଲୀ: ଏଣିକି ଭୋଟର ପରିଚୟ ପତ୍ର (Voter Identity card) ପାଇବା ପାଇଁ ଆଉ ୧୮ ବର୍ଷ ପର୍ଯ୍ୟନ୍ତ ଅପେକ୍ଷା କରିବାକୁ ପଡ଼ିବ ନାହିଁ। ନିର୍ବାଚନ ଆୟୋଗ (Election Commissioner) ଦ୍ୱାରା ଜାରି କରାଯାଇଥିବା ନିର୍ଦ୍ଦେଶ ଅନୁଯାୟୀ ୧୭ ବର୍ଷରୁ ଅଧିକ ଯୁବକମାନେ କେବଳ ଏଥିପାଇଁ ଆବେଦନ କରିପାରିବେ। ମୁଖ୍ୟ ନିର୍ବାଚନ କମିଶନର (Chief Election Commission) ରାଜୀବ କୁମାର (Rajiv Kumar) ଏବଂ ନିର୍ବାଚନ କମିଶନର ଅନୁପ ଚନ୍ଦ୍ର ପାଣ୍ଡେ (Anup Chandra Pandey) ସମସ୍ତ ରାଜ୍ୟର ସିଇଓ (CEO) / ଇଆରଓ (ERO)/ ଏଇଆରଓମାନଙ୍କୁ (AEro) ଏପରି ଟେକ୍ନୋଲୋଜି ସମାଧାନ ଆଣିବାକୁ ନିର୍ଦ୍ଦେଶ ଦେଇଛନ୍ତି ଯାହା ଯୁବକମାନଙ୍କୁ ଆଗୁଆ ଆବେଦନ କରିବାରେ ସହଜ କରିଥାଏ।

ନିର୍ବାଚନ ଆୟୋଗଙ୍କ (Election Commission) ଦ୍ୱାରା ଜାରି କରାଯାଇଥିବା ନିର୍ଦ୍ଦେଶ ଅନୁଯାୟୀ, ୧ ଜାନୁଆରୀ ସୁଦ୍ଧା ଯୁବପିଢିଙ୍କୁ ୧୮ ବର୍ଷ ପର୍ଯ୍ୟନ୍ତ ବୟସ ସୀମାକୁ ଆଉ ଅପେକ୍ଷା କରିବାକୁ କୌଣସି ଆବଶ୍ୟକତା ନାହିଁ। ଏଣିକି ୧୭ ବର୍ଷରୁ ଅଧିକ ହୋଇଥିଲେ ହିଁ ଆବେଦନ କରିପାରିବେ।

ଭୋଟର ତାଲିକାକୁ ଆଧାର ସହିତ ଯୋଡିବା ପ୍ରସଙ୍ଗରେ ନିର୍ବାଚନ ଆୟୋଗ ପ୍ରସ୍ତୁତି ଆରମ୍ଭ କରିଛି। ଅଗଷ୍ଟ ପହିଲା ରୁ ଡିସେମ୍ବର ୩୧ ପର୍ଯ୍ୟନ୍ତ ଏହି ଅଭିଯାନ ଚଳାଇ ଭୋଟର ତାଲିକାରେ ଅନ୍ତର୍ଭୁକ୍ତ ପ୍ରତ୍ୟେକ ନାମର ଆଧାର ସଂଖ୍ୟା ସଂଗ୍ରହ କରାଯିବ। ଏହା ଆଧାର ସହିତ ସଂଯୁକ୍ତ ହେବ। ଏପ୍ରିଲ୍ ୨୦୨୩ ସୁଦ୍ଧା ଏହି ପ୍ରକ୍ରିୟା ସମାପ୍ତ କରିବାକୁ ଲକ୍ଷ୍ୟ ଧାର୍ଯ୍ୟ କରାଯାଇଛି। ସମସ୍ତ ଭୋଟରଙ୍କ ପାଖରେ ପହଞ୍ଚିବା ଏବଂ ସେମାନଙ୍କର ଆଧାର ନମ୍ବର ପାଇବା ପାଇଁ ଉଦ୍ୟମ କରାଯିବ। ଥରେ ଭୋଟରଙ୍କ ନାମ ଆଧାର ନମ୍ବର ସହିତ ସଂଯୁକ୍ତ ହୋଇଗଲେ, ଭୋଟର ତାଲିକାରେ କୌଣସି ନକଲ ନାମ ରହିବ ନାହିଁ। ଯଦି ଜଣେ ଭୋଟରଙ୍କର ଆଧାର ନମ୍ବର ନାହିଁ, ତେବେ ତାଙ୍କୁ ଏକ ଆଫିଡେଭିଟ୍ ଦେବାକୁ ପଡିବ। 

ଭୋଟରଙ୍କଠାରୁ ଆଧାର କାର୍ଡ ନମ୍ବର ପାଇବା ପାଇଁ ବୁଥସ୍ତରୀୟ ଅଧିକାରୀ (BLO) ଘର ଦ୍ୱାରକୁ ଯିବେ। ସେ ନୂଆ ଫର୍ମାଟରେ ଆସୁଥିବା ଫର୍ମ ୬-ବି ଉପରେ ଆଧାର କାର୍ଡ ସଂଖ୍ୟା ପ୍ରବେଶ କରିବେ। ନମ୍ବର ପାଇବା ପରେ ଏକ ସପ୍ତାହ ମଧ୍ୟରେ ଆଧାର କାର୍ଡ ନମ୍ବର ଭୋଟରଙ୍କ ନାମ ସହିତ ଲିଙ୍କ୍ ହେବାକୁ ପଡିବ। ଭୋଟରମାନେ ଅନଲାଇନରେ ଆଧାର କାର୍ଡ ନମ୍ବର ଦେବାରେ ସକ୍ଷମ ହେବେ। ଏହି ଫର୍ମ ପାଇଁ 6-ବି ମଧ୍ୟ ଅନଲାଇନରେ ଉପଲବ୍ଧ ହେବ।