ଭାରତରେ ମାତ୍ର ୨୨୫ ଟଙ୍କାରେ ମିଳିବ ଅକ୍ସଫୋର୍ଡର କୋରୋନା ଟୀକା !
Advertisement

ଭାରତରେ ମାତ୍ର ୨୨୫ ଟଙ୍କାରେ ମିଳିବ ଅକ୍ସଫୋର୍ଡର କୋରୋନା ଟୀକା !

ଅକ୍ସଫୋର୍ଡ ୟୁନିଭର୍ସିଟିରେ କୋରୋନା ଟୀକା ବିକଶିତ ହେବାର ସଫଳ ପରୀକ୍ଷଣ ପରେ ସେରମ୍ ଇନଷ୍ଟିଚ୍ୟୁଟ୍ ଅଫ୍ ଇଣ୍ଡିଆ ଏହାକୁ ବହୁ ପରିମାଣରେ ଭାରତରେ ଉତ୍ପାଦନ କରିବ ।

ଭାରତରେ ମାତ୍ର ୨୨୫ ଟଙ୍କାରେ ମିଳିବ ଅକ୍ସଫୋର୍ଡର କୋରୋନା ଟୀକା !

ତମାଲ ବାକଚିନୂଆଦିଲ୍ଲୀ: ସମଗ୍ର ବିଶ୍ୱ ସମେତ ଭାରତରେ କୋରୋନା ଭୂତାଣୁ(Coronavirus) ସଂକ୍ରମଣ ମାମଲା ଦ୍ରୁତ ଗତିରେ ବୃଦ୍ଧି ପାଉଛି । ଏଭଳି ପରିସ୍ଥିତିରେ ବର୍ତ୍ତମାନ ଲୋକମାନେ କୋରୋନା ଟୀକା(COVID-19 Vaccine) ଟ୍ରାୟଲ ଉପରେ ଆଶା କରି ବସିଛନ୍ତି । ଏହି ପରିପ୍ରେକ୍ଷୀରେ ଅକ୍ସଫୋର୍ଡ ୟୁନିଭର୍ସିଟି ଟୀକା(Oxford University vaccine) ଠାରୁ ଲୋକଙ୍କର ସର୍ବାଧିକ ଆଶା ରହିଛି । ଯାହାର ମାନବ ପରୀକ୍ଷା ଶେଷ ପର୍ଯ୍ୟାୟରେ ଅଛି । ଇଂରାଜୀ ଖବରକାଗଜ ଇକୋନୋମିକ୍ ଟାଇମ୍ସ ଅନୁଯାୟୀ, ଭାରତର ଗରିବ ଓ ମଧ୍ୟବିତ୍ତ ପରିବାରକୁ ଏହି ଟୀକା ମାତ୍ର ୨୨୫ ଟଙ୍କାରେ ମିଳିପାରେ ।

ବିଶ୍ୱରେ କୋରୋନା ଭ୍ୟାକ୍ସିନ ବା ଟୀକା ବିକଶିତ କରୁଥିବା ଯେଉଁ କମ୍ପାନୀ ଓ ଦେଶମାନେ ଆଗରେ ଅଛନ୍ତି, ସେଥିରେ ଆମେରିକାର ମାଡର୍ନା, ରୁଷ ଏବଂ ଅକ୍ସଫୋର୍ଡ ବିଶ୍ୱବିଦ୍ୟାଳୟ ପ୍ରମୁଖ ସାମିଲ ରହିଛନ୍ତି । ବିଶ୍ୱର ସବୁଠୁ ବଡ ଟୀକା କମ୍ପାନୀରେ ସାମିଲ ସେରମ୍ ଇନଷ୍ଟିଚ୍ୟୁଟ୍ ଅଫ୍ ଇଣ୍ଡିଆ(Serum Institute of India) ମଧ୍ୟ ଅକ୍ସଫୋର୍ଡ ୟୁନିଭର୍ସିଟିରେ ବିକଶିତ କୋରୋନା ଟୀକାରେ ଅଂଶୀଦାର ରହିଛି ।

ଅକ୍ସଫୋର୍ଡ ୟୁନିଭର୍ସିଟିରେ କୋରୋନା ଟୀକା ବିକଶିତ ହେବାର ସଫଳ ପରୀକ୍ଷଣ ପରେ ସେରମ୍ ଇନଷ୍ଟିଚ୍ୟୁଟ୍ ଅଫ୍ ଇଣ୍ଡିଆ ଏହାକୁ ବହୁ ପରିମାଣରେ ଭାରତରେ ଉତ୍ପାଦନ କରିବ । ଏହି କମ୍ପାନୀର ସିଇଓ ଆଦର୍ଶ ପୁନାୱାଲା ବିଗତ ଦିନରେ କହିଥିଲେ ଯେ, ଏହି ଟୀକା ଭାରତରେ କୋଭିଶିଲ୍ଡ ନାମରେ ବିକ୍ରି ହେବ । ଏହାର ମୂଲ୍ୟ ଏକ ହଜାର ଟଙ୍କା ପର୍ଯ୍ୟନ୍ତ ହୋଇପାରେ ।

ତେବେ ଇକୋନୋମିକ୍ ଟାଇମ୍ସ ଦାବି ଅନୁଯାୟୀ, ସେରମ୍ କମ୍ପାନୀ ଭାରତରେ ମାତ୍ର ୨୨୫ ଟଙ୍କା ମୂଲ୍ୟରେ କୋରୋନା ଟୀକା ବିକ୍ରି କରିପାରେ । ଇଟି ରିପୋର୍ଟ ଅନୁଯାୟୀ, ସୁରକ୍ଷା ମଞ୍ଜୁର ପାଇବା ପରେ ସ୍ୱଳ୍ପ ଏବଂ ମଧ୍ୟବିତ୍ତ ଆୟ ଥିବା ଦେଶରେ ଅକ୍ସଫୋର୍ଡ-ଆଷ୍ଟ୍ରାଜେନେଙ୍କା(Oxford-AstraZeneca) କୋଭିଡ-19 (COVID-19) ଟୀକା କେବଳ ଲୋକଙ୍କୁ  ୨୨୫ ଟଙ୍କା ମୂଲ୍ୟରେ ବିକ୍ରି କରିପାରେ ।