ବାବର ଆଜମ ଭାଙ୍ଗିଲେ କୋହଲିଙ୍କ ଏହି ବଡ଼ ରେକର୍ଡ
Advertisement
Article Detail0/zeeodisha/odisha1142512

ବାବର ଆଜମ ଭାଙ୍ଗିଲେ କୋହଲିଙ୍କ ଏହି ବଡ଼ ରେକର୍ଡ

Virat Kohli vs Babar Azam: ସିରିଜର ଶେଷ ତଥା ନିର୍ଣ୍ଣାୟକ ODI ରେ ବାବର ଆଜାମ ୧୧୫ ବଲରେ ୧୨ଟି ଚୌକା ସାହାଯ୍ୟରେ ୧୦୫ ରନ୍ ସଂଗ୍ରହ କରି ଦଳକୁ ବିଜୟ ପ୍ରଦାନ କରିଥିଲେ ।

ବାବର ଆଜମ ଭାଙ୍ଗିଲେ କୋହଲିଙ୍କ ଏହି ବଡ଼ ରେକର୍ଡ

ନୂଆଦିଲ୍ଲୀ: Virat Kohli vs Babar Azam: ପାକିସ୍ତାନ ଅଧିନାୟକ ବାବର ଆଜମ (Pakistan Captain Babar Azam) ଏହି ସମୟରେ ଜବରଦସ୍ତ ଫର୍ମରେ ରହିଥିବାର ନଜରକୁ ଆସୁଛି । ଅଷ୍ଟ୍ରେଲିଆ ବିପକ୍ଷ ଏକ ଦିବସୀୟ ସିରିଜ (ODI series against Australia) ରେ ବାବର ଦୁଇଟି ବ୍ୟାକ୍ ଟୁ ବ୍ୟାକ୍ ଶତକ କରି ଅଷ୍ଟ୍ରେଲିଆକୁ ୨-୧ରେ ପରାସ୍ତ କରିଛି । ନିକଟ ଅତୀତରେ ସେ ODI କ୍ରିକେଟରେ ଦ୍ରୁତତମ ୧୫ ଓ ୧୬ ଶତକ କରିବାର ରେକର୍ଡ ନିଜ ନାମରେ କରିଥିଲେ । ଆଉ ବର୍ତ୍ତମାନ ସେ ଏଭେରେଜ୍ ଦୃଷ୍ଟିରୁ ବିରାଟ କୋହଲି (Virat Kohli) ଙ୍କୁ ଅତିକ୍ରମ କରିଛନ୍ତି । ଅଷ୍ଟ୍ରେଲିଆ ବିପକ୍ଷରେ ଚମତ୍କାର ପ୍ରଦର୍ଶନ କରିବା ପରେ ବାବର ଆଜାମ (Babar Azam) ଙ୍କ ବ୍ୟାଟିଂ ଏଭେରେଜ ୫୯.୧୮ରେ ପହଞ୍ଚିଛି ଓ ସେ ବିରାଟ କୋହଲିଙ୍କ ରେକର୍ଡ ଭାଙ୍ଗିଛନ୍ତି ।

ଅତି କମରେ ୨୦୦୦ ରନ୍ ସ୍କୋର କରିଥିବା ଖେଳାଳିଙ୍କ ତାଲିକାରେ ବିରାଟ କୋହଲି (Virat Kohli) ଙ୍କ ଏଭେରେଜ୍ ୫୮.୦୭ ଥିବାବେଳେ ବାବର ଆଜାମ ତାଙ୍କୁ ପଛରେ ପକାଇ ଦେଇଛନ୍ତି । ୮୬ଟି ODI ଖେଳିଥିବା ବାବର ଆଜାମ (Babar Azam) ୫୯.୧୮ର ଚମତ୍କାର ଏଭେରେଜରେ ୪,୨୬୧ ରନ୍ ସଂଗ୍ରହ କରିଛନ୍ତି । ସେପଟେ ଅଷ୍ଟ୍ରେଲିଆ ସିରିଜ ପରେ ହମବତନ୍ ଇମାମ-ଉଲ-ହକଙ୍କ ଏଭେରେଜ୍ ୫୩.୯୭ରେ ପହଞ୍ଚିଛି । ବିରାଟ କୋହଲିଙ୍କ କ୍ୟାରିୟର ବିଷୟରେ କହିବାକୁ ଗଲେ ସେ ODI କ୍ରିକେଟରେ ୨୬୦ ମ୍ୟାଚ୍ ଖେଳିଛନ୍ତି ଓ ୫୮.୦୭ର ଏଭେରେଜ୍ ସହ ୧୨,୩୧୧ ରନ୍ କରିଛନ୍ତି ।

ଏହା ବି ପଢ଼ନ୍ତୁ:-କୋରୋନାର ଘାତକ ଭାରିଆଣ୍ଟକୁ ନେଇ ଚେତାବନୀ ଜାରି କଲା WHO, କହିଲା-ବହୁତ ଖରାପ ହୋଇପାରେ ସ୍ଥିତି

ବାବାର (Babar Azam) ଅଷ୍ଟ୍ରେଲିଆ ବିପକ୍ଷରେ ପାକିସ୍ତାନ ODI କ୍ୟାରିୟରର ସବୁଠାରୁ ବଡ଼ ରନ୍ ସ୍କୋରକୁ ପିଛା କରି ଦଳକୁ ସାହାଯ୍ୟ କରିଥିଲେ । ୩୪୯ ରନର ଏକ ବିଶାଳ ଟାର୍ଗେଟକୁ ପିଛା କରି ଅଧିନାୟକ ୧୧୪ ରନ୍ ସ୍କୋର କରିଥିଲେ । ଅଷ୍ଟ୍ରେଲିଆ ବିପକ୍ଷରେ କୌଣସି ପାକିସ୍ତାନ ବ୍ୟାଟ୍ସମ୍ୟାନଙ୍କ ଦ୍ୱାରା ଏହା ସର୍ବାଧିକ ସ୍କୋର ଥିଲା । ବାବର ଏହି ଇନିଂସ ସହ ପାକିସ୍ତାନର ପୂର୍ବତନ ଅଧିନାୟକ ତଥା ପ୍ରଧାନମନ୍ତ୍ରୀ ଇମ୍ରାନ ଖାନ (Imran Khan) ଙ୍କ ୩୨ ବର୍ଷ ପୁରୁଣା ରେକର୍ଡ ଭାଙ୍ଗିଛନ୍ତି । ଏହା ବାବରଙ୍କ ୧୫ ତମ ଶତକ ଥିଲା ଓ ସେ ଏହି ମାଇଲଖୁଣ୍ଟରେ ପହଞ୍ଚିବାରେ ଦ୍ରୁତତମ ଖେଳାଳୀ ହୋଇଛନ୍ତି ।

ସିରିଜର ଶେଷ ତଥା ନିର୍ଣ୍ଣାୟକ ODI ରେ ବାବର ଆଜାମ ୧୧୫ ବଲରେ ୧୨ଟି ଚୌକା ସାହାଯ୍ୟରେ ୧୦୫ ରନ୍ ସଂଗ୍ରହ କରି ଦଳକୁ ବିଜୟ ପ୍ରଦାନ କରିଥିଲେ ।