୬୨ ଲକ୍ଷ ଲୋକଙ୍କ ପାଇଁ ଖୁସି ଖବର, ମୋଦି ସରକାର ନେଲେ ଏହି ବଡ଼ ନିଷ୍ପତ୍ତି
Advertisement
Article Detail0/zeeodisha/odisha928865

୬୨ ଲକ୍ଷ ଲୋକଙ୍କ ପାଇଁ ଖୁସି ଖବର, ମୋଦି ସରକାର ନେଲେ ଏହି ବଡ଼ ନିଷ୍ପତ୍ତି

ଏସଏମଏସ ଓ ଇମେଲ ବ୍ୟତୀତ ବ୍ୟାଙ୍କଗୁଡ଼ିକ ହ୍ୱାଟସଆପରେ ପେନସନଭୋଗୀଙ୍କ ନିକଟକୁ ପେନସନ ସ୍ଲିପ୍ ପଠାଇପାରିବେ ।

୬୨ ଲକ୍ଷ ଲୋକଙ୍କ ପାଇଁ ଖୁସି ଖବର, ମୋଦି ସରକାର ନେଲେ ଏହି ବଡ଼ ନିଷ୍ପତ୍ତି

ନୂଆଦିଲ୍ଲୀ: 7th Pay Commission Latest News: ମହଙ୍ଗା ଭତ୍ତା (dearness allowance) ଉପରେ ନିଷ୍ପତ୍ତି ନେବା ପୂର୍ବରୁ କେନ୍ଦ୍ର ସରକାର (Central Govt) ଦେଶର ୬୨ ଲକ୍ଷ ପେନ୍‌ସନଭୋଗୀଙ୍କ ପାଇଁ ଏକ ବଡ଼ ନିଷ୍ପତ୍ତି ନେଇଛନ୍ତି । ବର୍ତ୍ତମାନ ପେନ୍‌ସନଭୋଗୀଙ୍କୁ ସେମାନଙ୍କୁ ପେନସନ ସ୍ଲିପ୍‌ ପାଇବାକୁ ବ୍ୟାଙ୍କ ଯିବାକୁ ପଡ଼ିବ ନାହିଁ । କେନ୍ଦ୍ର ସରକାରଙ୍କ ପର୍ସନାଲ ଡିପାର୍ଟମେଣ୍ଟ ତରଫରୁ ପେନସନ ପ୍ରଦାନକାରୀ ବ୍ୟାଙ୍କଗୁଡ଼ିକୁ କହିଛି ଯେ ପେନସନ ସ୍ଲିପ୍ ପେନସନଭୋଗୀଙ୍କ ମୋବାଇଲ କିମ୍ୱା ଇମେଲକୁ ପଠାନ୍ତୁ ।

ଅଧିକ ପଢ଼ନ୍ତୁ:-କୋରୋନାର ତୃତୀୟ ଲହରର ଭୟ: ଡେଲ୍ଟାର ୮ଟି ରାଜ୍ୟରେ ୫୦ ପ୍ରତିଶତ ମାମଲା, ଧୀରେ ଧୀରେ ବଢୁଛି ବିପଦ

ଆପଣଙ୍କୁ କହି ରଖୁଛୁ ଯେ, ଆଜି କେନ୍ଦ୍ର ସରକାରୀ କର୍ମଚାରୀଙ୍କ ପାଇଁ ଏକ ବଡ଼ ଦିନ । ଆଜି ଅର୍ଥାତ ଶନିବାର ସରକାର ଓ କେନ୍ଦ୍ରୀୟ କର୍ମଚାରୀଙ୍କ ସଂଘ ମଧ୍ୟରେ ଏକ ଗୁରୁତ୍ୱପୂର୍ଣ୍ଣ ବୈଠକ ଅନୁଷ୍ଠିତ ହେବ । ଏହି ବୈଠକରେ ମୋଟ ୨୯ଟି ପ୍ରସଙ୍ଗ ଉଠାଯିବ । ସେଥିମଧ୍ୟରୁ ୧୦ଟିରେ ମୋହର ବାଜିପାରେ । ଯେଉଁଥିରେ ମହଙ୍ଗା ଭତ୍ତାରେ ୧୧ ପ୍ରତିଶତ ବୃଦ୍ଧି ସହିତ ୧୮ ମାସର ବକେୟା ମଧ୍ୟ ସାମିଲ ରହିଛି । ଯଦି ସବୁକିଛି ଠିକ୍ ଚାଲିଥାଏ, ତେବେ କେନ୍ଦ୍ରୀୟ କର୍ମଚାରୀଙ୍କ ଆକାଉଣ୍ଟରେ ମୋଟା ଅଙ୍କର ଅର୍ଥ ରାଶି ଆସିପାରେ ।

ଅଧିକ ପଢ଼ନ୍ତୁ:-ଦେଶରେ ଦିନକରେ ସାମ୍ନାକୁ ଆସିଲା ଏତିକି ମାମଲା, ଏହି ୧୦ ରାଜ୍ୟରେ ସଂକ୍ରମଣ ହାର ଏବେ ବି ଚିନ୍ତାଜନକ

ଏସଏମଏସ ଓ ଇମେଲ ବ୍ୟତୀତ ବ୍ୟାଙ୍କଗୁଡ଼ିକ ହ୍ୱାଟସଆପରେ ପେନସନଭୋଗୀଙ୍କ ନିକଟକୁ ପେନସନ ସ୍ଲିପ୍ ପଠାଇପାରିବେ । କେନ୍ଦ୍ର ସରକାର ଏହା କହିଛନ୍ତି ଯେ ଏଥିପାଇଁ ବ୍ୟାଙ୍କକୁ ପେନ୍‌ସନଭୋଗୀଙ୍କ ପଞ୍ଜୀକୃତ ମୋବାଇଲ୍ ନମ୍ବରର ବ୍ୟବହାର କରିବାକୁ ପଡ଼ିବ । ଯାହା ଦ୍ୱାରା ଦେଶର ୬୨ ଲକ୍ଷ କେନ୍ଦ୍ର ପେନସନଭୋଗୀ ଉପକୃତ ହେବେ । ପେନ୍ସନ୍ ବିତରଣ କରୁଥିବା କେନ୍ଦ୍ରୀୟ ପେନସନ୍ ପ୍ରକ୍ରିୟାକରଣ କେନ୍ଦ୍ର ସହିତ ଏକ ବୈଠକରେ ପର୍ସନାଲ ଡିପାର୍ଟମେଣ୍ଟ ଏହି ନିର୍ଦ୍ଦେଶ ଜାରି କରିଛି । ସରକାର ଏହା ସ୍ପଷ୍ଟ କରିଛନ୍ତି ଯେ, ବ୍ୟାଙ୍କଗୁଡିକ ଏହି ସେବାକୁ କଲ୍ୟାଣକାରୀ କାର୍ଯ୍ୟକଳାପ ଭାବରେ ଗ୍ରହଣ କରିବା ଉଚିତ୍ ।

ଅଧିକ ପଢ଼ନ୍ତୁ:-ପୁଣି ମହଙ୍ଗା ହେଲା ତୈଳ ଦର: ଏହି ସବୁ ବଡ ସହରରେ ୧୦୦ ଟଙ୍କା ପାର କଲା ପେଟ୍ରୋଲ, ଜାଣନ୍ତୁ ଆପଣଙ୍କ ସହରର ଦାମ୍?

ଆୟକର ରିଟର୍ଣ୍ଣ ଦାଖଲ ପାଇଁ ପେନସନ୍ ପେ ସ୍ଲିପ୍ ଆବଶ୍ୟକ । ଅନ୍ୟପକ୍ଷରେ  ବକେୟା ସମ୍ପର୍କିତ କାର୍ଯ୍ୟରେ ମହଙ୍ଗା ଭତ୍ତା, ମହଙ୍ଗା ରିଲିଫ୍ ଏବଂ ଏହାର ଆବଶ୍ୟକତା ଉଭୟର ଏରିୟର ସହ ଜଡ଼ିତ କାମରେ ମଧ୍ୟ ଆସିଥାଏ । କେନ୍ଦ୍ର ସରକାର ପେନସନଭୋଗୀଙ୍କୁ ଇଜ୍ ଅଫ୍ ଲିଭିଂ ଅନ୍ତର୍ଗତ ସେବା ଯୋଗାଇବା ବିଷୟରେ  ଆଲୋଚନା କରିଛନ୍ତି । ସରକାରଙ୍କ ତରଫରୁ ବ୍ୟାଙ୍କମାନଙ୍କୁ କୁହାଯାଇଛି ଯେ ସେମାନେ ଏହି କାମ ପାଇଁ ହ୍ୱାଟସଆପ୍ ଭଳି ସୋସିଆଲ୍ ମିଡିଆ ଆପ୍ ମଧ୍ୟ ବ୍ୟବହାର କରିପାରିବେ । କେନ୍ଦ୍ର ସରକାରଙ୍କ ନିର୍ଦ୍ଦେଶ ଅନୁଯାୟୀ ପେନସନ ସ୍ଲିପ୍‌ରେ ମାସିକ ପେନସନର ସମ୍ପୂର୍ଣ୍ଣ ବିବରଣୀ ରହିବା ଆବଶ୍ୟକ ।