କାହିଁକି ବଢୁଛି ପେଟ୍ରୋଲ-ଡିଜେଲ ଦର? ଧର୍ମେନ୍ଦ୍ର ପ୍ରଧାନ କହିଲେ ଏହି ଦୁଇଟି ବଡ଼ କାରଣ
Advertisement

କାହିଁକି ବଢୁଛି ପେଟ୍ରୋଲ-ଡିଜେଲ ଦର? ଧର୍ମେନ୍ଦ୍ର ପ୍ରଧାନ କହିଲେ ଏହି ଦୁଇଟି ବଡ଼ କାରଣ

ଇନ୍ଧନ ମୂଲ୍ୟ ବୃଦ୍ଧି ପଛରେ ଦୁଇଟି ମୁଖ୍ୟ କାରଣ ରହିଛି ବୋଲି କେନ୍ଦ୍ର ପେଟ୍ରୋଲିୟମ ଓ ପ୍ରାକୃତିକ ଗ୍ୟାସ ମନ୍ତ୍ରୀ ଧର୍ମେନ୍ଦ୍ର ପ୍ରଧାନ (Dharmendra Pradhan) କହିଛନ୍ତି । 

କାହିଁକି ବଢୁଛି ପେଟ୍ରୋଲ-ଡିଜେଲ ଦର? ଧର୍ମେନ୍ଦ୍ର ପ୍ରଧାନ କହିଲେ ଏହି ଦୁଇଟି ବଡ଼ କାରଣ

ନୂଆଦିଲ୍ଲୀ: ପେଟ୍ରୋଲ ଡିଜେଲ ମୂଲ୍ୟ (Petrol-Diesel Price) ଗତ କିଛି ଦିନ ହେବ ଦେଶରେ ନୂଆ ରେକର୍ଡ ସୃଷ୍ଟି କରୁଛି । ସେପଟେ ଅନ୍ତର୍ଜାତୀୟ ବଜାରରେ ଅଶୋଧିତ ତୈଳ (Crude Oil) ର ମୂଲ୍ୟ ମଧ୍ୟ ବହୁତ କମି ଯାଇଛି । କିନ୍ତୁ ଦେଶରେ ତେଲ ଦର କମିବାର ନାଁ ନେଉଁନାହିଁ । ବର୍ତ୍ତମାନ ଦେଶର ଲୋକମାନେ ଏକ ଲିଟର ଅଶୋଧିତ ତୈଳ ତୁଳନାରେ ପେଟ୍ରୋଲ (Petrol) ପାଇଁ ଚାରି ଗୁଣା ଅଧିକ ଅର୍ଥ ଦେଉଛନ୍ତି । ଏହି ସମୟରେ କେନ୍ଦ୍ର ପେଟ୍ରୋଲିୟମ ମନ୍ତ୍ରୀ ଧର୍ମେନ୍ଦ୍ର ପ୍ରଧାନ (Dharmendra Pradhan) ପେଟ୍ରୋଲ-ଡିଜେଲର କ୍ରମାଗତ ମୂଲ୍ୟ ବୃଦ୍ଧି ହେବାର ଦୁଇଟି ପ୍ରମୁଖ କାରଣ କହିଛନ୍ତି ।

ଅଧିକ ପଢ଼ନ୍ତୁ:-ଏହି ରାଜ୍ୟରେ ୧୨ ଟଙ୍କା ପ୍ରତି ଲିଟର ଶସ୍ତା ମିଳିଛୁ ପେଟ୍ରୋଲ, ଜାଣନ୍ତୁ ଏହାର କାରଣ

ଇନ୍ଧନ ମୂଲ୍ୟ ବୃଦ୍ଧି ପଛରେ ଦୁଇଟି ମୁଖ୍ୟ କାରଣ ରହିଛି ବୋଲି କେନ୍ଦ୍ର ପେଟ୍ରୋଲିୟମ ଓ ପ୍ରାକୃତିକ ଗ୍ୟାସ ମନ୍ତ୍ରୀ ଧର୍ମେନ୍ଦ୍ର ପ୍ରଧାନ (Dharmendra Pradhan) କହିଛନ୍ତି । ଅନ୍ତର୍ଜାତୀୟ ବଜାରରେ ଇନ୍ଧନ ଉତ୍ପାଦନ ହ୍ରାସ ପାଇଛି । ଉତ୍ପାଦନକାରୀ ଦେଶଗୁଡ଼ିକ ଅଧିକ ଲାଭ ପାଇବା ପାଇଁ କମ୍ ଇନ୍ଧନ ଉତ୍ପାଦନ କରୁଛନ୍ତି । ଏହା ଦ୍ୱାରା ଗ୍ରାହକ ଦେଶକୁ ଅସୁବିଧାର ସାମ୍ନା କରିବାକୁ ପଡୁଛି । କେନ୍ଦ୍ର ପେଟ୍ରୋଲିୟମ ମନ୍ତ୍ରୀ ଏହା ମଧ୍ୟ କହିଛନ୍ତି ଯେ ଆମେ ଲଗାତର ଓପେକ (OPEC) ଓ ଓପେକ ପ୍ଲସ୍ ଦେଶଗୁଡିକୁ ନିରନ୍ତର ଅନୁରୋଧ କରୁଛୁ ଯେ ଏମିତି ନ କରାଯାଉ । ଆମେ ଆଶା କରୁଛୁ ଶୀଘ୍ର ପରିବର୍ତ୍ତନ ଘଟିବ ।

ଅଧିକ ପଢ଼ନ୍ତୁ:-କୋରୋନା ପରେ ଆମେରିକାରେ ବରଫର ତାଣ୍ଡବ: ଘରେ-କାରରେ ମରୁଛନ୍ତି ଲୋକ, ଖାଦ୍ୟ-ଜଳ ପାଇଁ ଲାଗିଛି ଲମ୍ବା ଲାଇନ

ଧର୍ମେନ୍ଦ୍ର ପ୍ରଧାନ କହିଛନ୍ତି ଯେ, "ଅନ୍ୟ ଏକ କାରଣ ହେଉଛି କୋଭିଡ-19 (COVID-19) । ଆମକୁ ବିଭିନ୍ନ ବିକାଶମୂଳକ କାର୍ଯ୍ୟ କରିବାକୁ ପଡିବ । ଏଥିପାଇଁ କେନ୍ଦ୍ର ଓ ରାଜ୍ୟ ସରକାର ଟିକସ ସଂଗ୍ରହ କରୁଛନ୍ତି । ବିକାଶ କାର୍ଯ୍ୟରେ ଖର୍ଚ୍ଚ କଲେ ଅଧିକ ନିଯୁକ୍ତିର ସୁଯୋଗ ମିଳିବ ।  ସରକାର ନିଜ ପୁଞ୍ଜି ନିବେଶ ବୃଦ୍ଧି କରିଛି ଏବଂ ଏହି ବଜେଟରେ ୩୪ ପ୍ରତିଶତ ଅଧିକ ପୁଞ୍ଜି ଖର୍ଚ୍ଚ କରାଯିବ ।"

ଅଧିକ ପଢ଼ନ୍ତୁ:-ଏହା ରାଜ୍ୟର ବିଧାୟକଙ୍କୁ ମିଳିବ ଉପହାର, ଲାପଟପ୍ କିଣିବା ପାଇଁ ସରକାର ଦେବ ୫୦ ହଜାର ଟଙ୍କା

ସେ ଆହୁରି ମଧ୍ୟ କହିଛନ୍ତି ଯେ, "ରାଜ୍ୟ ସରକାରଙ୍କ ଖର୍ଚ୍ଚ ମଧ୍ୟ ବୃଦ୍ଧି ପାଇବ । ସେଥିପାଇଁ ଆମକୁ ଏହି ଟିକସ ଦରକାର କିନ୍ତୁ ସନ୍ତୁଳନର ମଧ୍ୟ ଆବଶ୍ୟକତା ରହିଛି । ମୋର ବିଶ୍ୱାସ ଯେ ଅର୍ଥମନ୍ତ୍ରୀ ଏହାର କୌଣସି ବାଟ ବାହାର କରିପାରିବେ ।"

ଅଧିକ ପଢ଼ନ୍ତୁ:-ପେଟ୍ରୋଲ-ଡିଜେଲକୁ ଶସ୍ତା କରିବା ପାଇଁ ଟିକସ କାହିଁକି ହ୍ରାସ କରୁନାହାଁନ୍ତି ମୋଦି ସରକାର?

ସୂଚନାଯୋଗ୍ୟ, ଗତ କିଛି ଦିନ ମଧ୍ୟରେ ଦେଶର କେତେକ ସ୍ଥାନରେ ପେଟ୍ରୋଲ ଦର ଶତକ ମାରିସାରିଛି । ଯେଉଁଥିରେ ମଧ୍ୟପ୍ରଦେଶର ଅର୍ଥନୈତିକ ରାଜଧାନୀ ଇନ୍ଦୌରରେ ପ୍ରିମିୟମ ପେଟ୍ରୋଲ ଲିଟର ପିଛା ୧୦୧.୩୮ ଟଙ୍କା ବିକ୍ରି ହେଉଥିଲା । ଏଥି ସହିତ ଭୋପାଳରେ ପ୍ରିମିୟମ ପେଟ୍ରୋଲର ମୂଲ୍ୟ ଲିଟର ପିଛା ୧୦୧.୧୧ ଟଙ୍କା ପହଞ୍ଚିଛି । ଏଥି ସହିତ ରାଜସ୍ଥାନର ଶ୍ରୀଗଙ୍ଗାନଗରରେ ପେଟ୍ରୋଲର ମୂଲ୍ୟ ବିଗତ ଦିନରେ ୧୦୦ ଟଙ୍କା ଅତିକ୍ରମ କରିଥିଲା ।