ସାଧାରଣ ଜନତାଙ୍କୁ ଝଟକା: ପୁଣି ମହଙ୍ଗା ହେଲା ତୈଳ ଦର, ଜାଣନ୍ତୁ ଆଜିର ରେଟ୍
Advertisement

ସାଧାରଣ ଜନତାଙ୍କୁ ଝଟକା: ପୁଣି ମହଙ୍ଗା ହେଲା ତୈଳ ଦର, ଜାଣନ୍ତୁ ଆଜିର ରେଟ୍

ତୈଳ କମ୍ପାନୀଗୁଡିକ ମଙ୍ଗଳବାର ଦିଲ୍ଲୀ, ମୁମ୍ବାଇ, କୋଲକାତା, ଚେନ୍ନାଇ ଏବଂ ଭୁବନେଶ୍ୱରରେ ପେଟ୍ରୋଲର ମୂଲ୍ୟ ଯଥାକ୍ରମେ ୨୭ ପଇସା, ୨୬ ପଇସା, ୨୬ ପଇସା, ୨୪ ପଇସା ଓ ୫୯ ପଇସା ବୃଦ୍ଧି କରିଛନ୍ତି ।

ସାଧାରଣ ଜନତାଙ୍କୁ ଝଟକା: ପୁଣି ମହଙ୍ଗା ହେଲା ତୈଳ ଦର, ଜାଣନ୍ତୁ ଆଜିର ରେଟ୍

ନୂଆଦିଲ୍ଲୀ: Today Petrol-Diesel Rate May 6th 2021: ବୈଶ୍ୱିକ ବଜାରରେ ଅଶୋଧିତ ତୈଳ ଦରରେ ବୃଦ୍ଧି ରେକର୍ଡ କରାଯାଇଛି । ଯାହାର ପ୍ରଭାବ ଦେଶର ଘରୋଇ ବଜାରରେ ଦେଖିବାକୁ ମିଳୁଛି । ଲଗାତର ଦେଶରେ ତୈଳ ଦରରେ ବୃଦ୍ଧି ରେକର୍ଡ କରାଯାଉଛି ।  ଯାହା ପରେ ପେଟ୍ରୋଲ ଦର ପୁଣି ୧୦୦ ଟଙ୍କା ପାଖାପାଖି ପହଞ୍ଚିସାରିଛି । ଅନ୍ୟପକ୍ଷେ ଦେଶର ଅନେକ ସହରରେ ପେଟ୍ରୋଲ ଦର ୧୦୦ ପାର କରିସାରିଛି । ଆଜି (ମଙ୍ଗଳବାର) ପୁଣି ପେଟ୍ରୋଲ-ଡିଜେଲ ମୂଲ୍ୟରେ ବୃଦ୍ଧି ଘଟିଛି । ମଙ୍ଗଳବାର ଦେଶର ୪ଟି ମହାନଗରରେ ପେଟ୍ରୋଲ-ଡିଜେଲ ଦର (Petrol-Diesel Rate) ରେ ବୃଦ୍ଧ ଘଟିଛି । ସେହିପରି ରାଜଧାନୀ ଭୁବନେଶ୍ୱରରେ ମଧ୍ୟ ତୈଳ ଦରରେ ବୃଦ୍ଧି ଦେଖାଦେଇଛି । 

ଅଧିକ ପଢ଼ନ୍ତୁ:-ଦେଶରେ କୋରୋନା ଟେଷ୍ଟିଂ ହ୍ରାସ: ଦିନକରେ ୩.୨୯ ଲକ୍ଷ ମାମଲା ଚିହ୍ନଟ, ୩୮୭୯ ସଂକ୍ରମିତଙ୍କ ମୃତ୍ୟୁ

ତୈଳ କମ୍ପାନୀଗୁଡିକ ମଙ୍ଗଳବାର ଦିଲ୍ଲୀ, ମୁମ୍ବାଇ, କୋଲକାତା, ଚେନ୍ନାଇ ଏବଂ ଭୁବନେଶ୍ୱରରେ ପେଟ୍ରୋଲ (Petrol) ର ମୂଲ୍ୟ ଯଥାକ୍ରମେ ୨୭ ପଇସା, ୨୬ ପଇସା, ୨୬ ପଇସା, ୨୪ ପଇସା ଓ ୫୯ ପଇସା ବୃଦ୍ଧି କରିଛନ୍ତି । ଦିଲ୍ଲୀ, ମୁମ୍ବାଇ,  କୋଲକାତା, ଚେନ୍ନାଇ ଓ ଭୁବନେଶ୍ୱରରେ ଡିଜେଲର ମୂଲ୍ୟ ଯଥାକ୍ରମେ ୩୦ ପଇସା, ୩୧ ପଇସା, ୩୦ ପଇସା, ୩୧ ପଇସା ଓ ୫୨ ବୃଦ୍ଧି ପାଇଛି । 

ଅଧିକ ପଢ଼ନ୍ତୁ:-ରେଳ ଯାତ୍ରୀଙ୍କ ପାଇଁ ଗୁଡ୍ ନ୍ୟୁଜ୍! ରେଲୱେ ଘୋଷଣା କଲା ୪୦ଟି ସ୍ୱତନ୍ତ୍ର ଟ୍ରେନ୍, ଦେଖନ୍ତୁ ପୁରା ଲିଷ୍ଟ୍

ଆଜି ରାଜଧାନୀ ଦିଲ୍ଲୀରେ ଲିଟର ପିଛା ୯୧.୮୦ ଟଙ୍କାରେ ପେଟ୍ରୋଲ ବିକ୍ରି ହେଉଛି । ମୁମ୍ବାଇରେ ଲିଟର ପିଛା ୯୮.୧୨ ଟଙ୍କା ରହିଛି । କୋଲକାତା ଲିଟର ପିଛା ୯୧.୯୨ ଟଙ୍କାରେ ବିକ୍ରି ହେଉଛି । ଚେନ୍ନାଇରେ ପେଟ୍ରୋଲ ଲିଟର ପିଛା ୯୩.୬୨ ଟଙ୍କା ରହିଛି । ଅନ୍ୟପକ୍ଷେ ଆଜି ଭୁବନେଶ୍ୱରରେ ପେଟ୍ରୋଲ ଲିଟର ୯୨.୮୧ ଟଙ୍କା ରହିଛି ।

ସେହିପରି ଡିଜେଲର ମୂଲ୍ୟ ବିଷୟରେ କହିବାକୁ ଗଲେ ଦିଲ୍ଲୀରେ ଏହା ଲିଟର ପିଛା ୮୨.୩୬ ଟଙ୍କା ରହିଛି । ଡିଜେଲ ଲିଟର ପିଛା ମୁମ୍ବାଇରେ ୮୯.୪୮ ଟଙ୍କା ଏବଂ କୋଲକାତାରେ ଲିଟର ପିଛା ୮୫.୨୦ ଟଙ୍କା ରହିଛି । ଚେନ୍ନାଇରେ ଡିଜେଲ ଲିଟର ପିଛା ୮୭.୨୫ ଟଙ୍କା ରହିଛି । ଭୁବନେଶ୍ୱରରେ ଡିଜେଲ ଲିଟର ପିଛା ୮୯.୪୮ ଟଙ୍କା ଦରରେ ବିକ୍ରି ହେଉଛି ।

ଅଧିକ ପଢ଼ନ୍ତୁ:-ମେ'ରେ ଆଉ ୭ ଦିନ ବନ୍ଦ ରହିବ ବ୍ୟାଙ୍କ, କୋରୋନା କାଳରେ ଘରୁ ବାହାରିବା ପୂର୍ବରୁ ଦେଖନ୍ତୁ ଏହି ଲିଷ୍ଟ୍

ଏଠାରେ କହି ରଖୁଛୁ ଯେ, ପେଟ୍ରୋଲ ଏବଂ ଡିଜେଲ ମୂଲ୍ୟ ଭାରତରେ ପ୍ରତିଦିନ ସମୀକ୍ଷା କରାଯାଏ । ପେଟ୍ରୋଲିୟମ କମ୍ପାନୀଗୁଡିକ ପ୍ରତିଦିନ ସକାଳ ୬ଟାରେ ନୂଆ ମୂଲ୍ୟ ଜାରି କରନ୍ତି । ପେଟ୍ରୋଲ ଏବଂ ଡିଜେଲର ମୂଲ୍ୟରେ ଏକ୍ସାଇଜ୍ ଡ୍ୟୁଟି, ଭାଟ୍ ଏବଂ ଡିଜେଲ କମିଶନ ଅନ୍ତର୍ଭୁକ୍ତ ଥାଏ ।