ମହଙ୍ଗା ମାଡ଼: ପୁଣି ବଢ଼ିଲା ପେଟ୍ରୋଲ ଦର, ଜାଣନ୍ତୁ କ'ଣ ରହିଛି ଆଜି ଆପଣଙ୍କ ସହରରେ ରେଟ୍
Advertisement
Article Detail0/zeeodisha/odisha932965

ମହଙ୍ଗା ମାଡ଼: ପୁଣି ବଢ଼ିଲା ପେଟ୍ରୋଲ ଦର, ଜାଣନ୍ତୁ କ'ଣ ରହିଛି ଆଜି ଆପଣଙ୍କ ସହରରେ ରେଟ୍

ଏଠାରେ କହି ରଖୁଛୁ ଯେ, ପେଟ୍ରୋଲ ଏବଂ ଡିଜେଲ ମୂଲ୍ୟ ଭାରତରେ ପ୍ରତିଦିନ ସମୀକ୍ଷା କରାଯାଏ । ପେଟ୍ରୋଲିୟମ କମ୍ପାନୀଗୁଡିକ ପ୍ରତିଦିନ ସକାଳ ୬ଟାରେ ନୂଆ ମୂଲ୍ୟ ଜାରି କରନ୍ତି । ପେଟ୍ରୋଲ ଏବଂ ଡିଜେଲର ମୂଲ୍ୟରେ ଏକ୍ସାଇଜ୍ ଡ୍ୟୁଟି, ଭାଟ୍ ଏବଂ ଡିଜେଲ କମିଶନ ଅନ୍ତର୍ଭୁକ୍ତ ଥାଏ ।

ମହଙ୍ଗା ମାଡ଼: ପୁଣି ବଢ଼ିଲା ପେଟ୍ରୋଲ ଦର, ଜାଣନ୍ତୁ କ'ଣ ରହିଛି ଆଜି ଆପଣଙ୍କ ସହରରେ ରେଟ୍

ନୂଆଦିଲ୍ଲୀ: Today Petrol-Diesel Rate 2 July 2021:  ଦେଶରେ ଏଲପିଜି ସିଲିଣ୍ଡର ଠାରୁ ଆରମ୍ଭ କରି କ୍ଷୀର, ଖାଇବା ତେଲ ପରି ସାମଗ୍ରୀର ଦରଦାମ ବଢ଼ି ଚାଲିଛି । ଏହା ମଧ୍ୟରେ ଦେଶରେ କ୍ରମାଗତ ପେଟ୍ରୋଲ-ଡିଜେଲର ଦରରେ ମଧ୍ୟ ବୃଦ୍ଧି ରେକର୍ଡ କରାଯାଉଛି । ଏହି କ୍ରମରେ ଆଜି ଅର୍ଥାତ ଶୁକ୍ରବାର ଦେଶରେ ପେଟ୍ରୋଲ ମୂଲ୍ୟରେ ବୃଦ୍ଧି ଘଟିଛି । ସେହିପରି ବୈଶ୍ୱିକ ବଜାରରେ ତୈଳ ଦରରେ ବୃଦ୍ଧି ଘଟିଛି । ଯାହାର ପ୍ରଭାବ ଦେଶର ଘରୋଇ ବଜାରରେ ଦେଖିବାକୁ ମିଳୁଛି । ଦେଶରରେ ପେଟ୍ରୋଲ ଓ ଡିଜେଲ ଦର ରେକର୍ଡ ସ୍ତରରେ ପହଞ୍ଚିଛି । ମୁମ୍ୱାଇ, ହାଇଦ୍ରାବାଦ, ବେଙ୍ଗାଲୁରୁ, ପାଟନା, ତିଭେନ୍ଦ୍ରମ୍, ଜୟପୁର ଓ ଭୋପାଳ ପରି ଦେଶର ଅନେକ ସହରରେ ପେଟ୍ରୋଲ ଦର ୧୦୦ ଟଙ୍କା ପାର କରିସାରିଛି । ଆଜି ଦେଶର ୪ଟି ମହାନଗରରେ ପେଟ୍ରୋଲ ଦର (Petrol Rate) ରେ ବୃଦ୍ଧ ରେକର୍ଡ କରାଯାଇଛି । ସେହିପରି ରାଜଧାନୀ ଭୁବନେଶ୍ୱରରେ ତୈଳ ଦର ମଧ୍ୟ ୧୦୦ ଟଙ୍କା ପ୍ରତି ଲିଟର ପାଖାପାଖି ପହଞ୍ଚିସାରିଛି ।

ଅଧିକ ପଢ଼ନ୍ତୁ:-କେନ୍ଦ୍ର କର୍ମଚାରୀଙ୍କ ପାଇଁ ବହୁତ ବଡ଼ ଖୁସି ଖବର! ଏହି ମାସରେ ମିଳିବ ବର୍ଦ୍ଧିତ ମହଙ୍ଗା ଭତ୍ତା ସହ ଏରିୟର

ତୈଳ କମ୍ପାନୀଗୁଡିକ ଶୁକ୍ରବାର ଦିଲ୍ଲୀ, ମୁମ୍ବାଇ, କୋଲକାତା, ଚେନ୍ନାଇ ଏବଂ ଭୁବନେଶ୍ୱରରେ ପେଟ୍ରୋଲର ମୂଲ୍ୟ ଯଥାକ୍ରମେ ୩୫ ପଇସା, ୩୪ ପଇସା, ୪୦ ପଇସା, ୩୩ ପଇସା ଏବଂ ୧୭ ପଇସା ବୃଦ୍ଧି କରିଛନ୍ତି । ସେପଟେ ଭୁବନେଶ୍ୱରରେ ଡିଜେଲ ଦରରେ ୧୭ ପଇସା ହ୍ରାସ ଘଟିଛି ।

ଆଜି ରାଜଧାନୀ ଦିଲ୍ଲୀରେ ଲିଟର ପିଛା ୯୯.୧୬ ଟଙ୍କାରେ ପେଟ୍ରୋଲ ବିକ୍ରି ହେଉଛି । ମୁମ୍ବାଇରେ ଲିଟର ପିଛା ୧୦୫.୨୪ ଟଙ୍କା ରହିଛି । କୋଲକାତା ଲିଟର ପିଛା ୯୯.୦୪ ଟଙ୍କାରେ ବିକ୍ରି ହେଉଛି । ଚେନ୍ନାଇରେ ପେଟ୍ରୋଲ ଲିଟର ପିଛା ୧୦୦.୧୩ ଟଙ୍କା ରହିଛି । ଭୁବନେଶ୍ୱରରେ ପେଟ୍ରୋଲ ଲିଟର ୯୯.୭୭ ଟଙ୍କା ରହିଛି ।  ସେହିପରି ହାଇଦ୍ରାବାଦରେ ଲିଟର ପିଛା ପେଟ୍ରୋଲ ମୂଲ୍ୟ ୧୦୩.୦୫ ଟଙ୍କା ରହିଛି । ବେଙ୍ଗାଲୁରୁରେ ପେଟ୍ରୋଲ ଲିଟର ପିଛା ୧୦୨.୪୮ ଦରରେ ବିକ୍ରି ହେଉଛି । ସେପଟେ ରାଜସ୍ଥାନର ରାଜଧାନୀ ଜୟପୁରରେ ପେଟ୍ରୋଲ ଲିଟର ପିଛା ୧୦୬.୧୮ ଟଙ୍କା ଦରରେ ବିକ୍ରି ହେଉଛି । ସେହିପରି ପାଟନାରେ ୧୦୧.୪୯ ଓ ତିଭେନ୍ଦ୍ରମରେ ୧୦୦.୮୭ ଟଙ୍କା ପ୍ରତି ଲିଟର ଦରରେ ପେଟ୍ରୋଲ ବିକ୍ରି ହେଉଛି ।

ଅଧିକ ପଢ଼ନ୍ତୁ:-ଆମ୍ବ ରସ ଦୂର କରିବ BJP-TMC ସମ୍ପର୍କର ତିକ୍ତତା!

ସେହିପରି ଡିଜେଲର ମୂଲ୍ୟ ବିଷୟରେ କହିବାକୁ ଗଲେ ଦିଲ୍ଲୀରେ ଏହା ଲିଟର ପିଛା ୮୯.୧୮ ଟଙ୍କା ରହିଛି । ଡିଜେଲ ଲିଟର ପିଛା ମୁମ୍ବାଇରେ ୯୬.୭୨ ଟଙ୍କା ଏବଂ କୋଲକାତାରେ ଲିଟର ପିଛା ୯୨.୦୩ ଟଙ୍କା ରହିଛି । ଚେନ୍ନାଇରେ ଡିଜେଲ ଲିଟର ପିଛା ୯୩.୭୨ ଟଙ୍କା ରହିଛି । ଭୁବନେଶ୍ୱରରେ ଡିଜେଲ ଲିଟର ପିଛା ୯୭.୦୨ ଟଙ୍କା ଦରରେ ବିକ୍ରି ହେଉଛି ।

ଅଧିକ ପଢ଼ନ୍ତୁ:-ନବଜାତ କନ୍ୟାକୁ ନଦୀ କୂଳରୁ ଉଦ୍ଧାର କରି ଅପଣାଇନେଲେ ଆଦିବାସୀ ଦମ୍ପତି

ଏଠାରେ କହି ରଖୁଛୁ ଯେ, ପେଟ୍ରୋଲ ଏବଂ ଡିଜେଲ ମୂଲ୍ୟ ଭାରତରେ ପ୍ରତିଦିନ ସମୀକ୍ଷା କରାଯାଏ । ପେଟ୍ରୋଲିୟମ କମ୍ପାନୀଗୁଡିକ ପ୍ରତିଦିନ ସକାଳ ୬ଟାରେ ନୂଆ ମୂଲ୍ୟ ଜାରି କରନ୍ତି । ପେଟ୍ରୋଲ ଏବଂ ଡିଜେଲର ମୂଲ୍ୟରେ ଏକ୍ସାଇଜ୍ ଡ୍ୟୁଟି, ଭାଟ୍ ଏବଂ ଡିଜେଲ କମିଶନ ଅନ୍ତର୍ଭୁକ୍ତ ଥାଏ ।