ବଢ଼ିଲା ପେଟ୍ରୋଲ-ଡିଜେଲ ଦର, ଜାଣନ୍ତୁ ଆଜିର ରେଟ୍
Advertisement

ବଢ଼ିଲା ପେଟ୍ରୋଲ-ଡିଜେଲ ଦର, ଜାଣନ୍ତୁ ଆଜିର ରେଟ୍

ତୈଳ କମ୍ପାନୀଗୁଡିକ ମଙ୍ଗଳବାର ଦିଲ୍ଲୀ, ମୁମ୍ବାଇ, କୋଲକାତା ଏବଂ ଚେନ୍ନାଇରେ ପେଟ୍ରୋଲର ମୂଲ୍ୟ ଯଥାକ୍ରମେ ୧୫ ପଇସା, ୧୨ ପଇସା, ୧୪ ପଇସା ଏବଂ ୧୨ ପଇସା ବୃଦ୍ଧି କରିଛନ୍ତି । 

ବଢ଼ିଲା ପେଟ୍ରୋଲ-ଡିଜେଲ ଦର, ଜାଣନ୍ତୁ ଆଜିର ରେଟ୍

ନୂଆଦିଲ୍ଲୀ: Today Petrol-Diesel Rate May 4th 2021: ବୈଶ୍ୱିକ ବଜାରରେ ଅଶୋଧିତ ତୈଳ ଦରରେ ବୃଦ୍ଧି ରେକର୍ଡ କରାଯାଇଛି । ଯାହାର ପ୍ରଭାବ ଦେଶର ଘରୋଇ ବଜାରରେ ଦେଖିବାକୁ ମିଳୁଛି । ଦୀର୍ଘ ଦିନ ପରେ ଦେଶରେ ପେଟ୍ରୋଲ-ଡିଜେଲ ଦରରେ କୌଣସି ପରିବର୍ତ୍ତନ ଘଟି ନଥିଲା । ଏହାସହ ମେ ମାସରେ ପ୍ରଥମ ଥର ପାଇଁ ତୈଳ ଦରରେ ବୃଦ୍ଧି ରେକର୍ଡ କରାଯାଇଛି । ଆଜି (ମଙ୍ଗଳବାର) ପେଟ୍ରୋଲ-ଡିଜେଲ ଦରରେ ବୃଦ୍ଧି ଘଟିଛି । ମଙ୍ଗଳବାର ଦେଶର ୪ଟି ମହାନଗରରେ ପେଟ୍ରୋଲ-ଡିଜେଲ ଦର (Petrol-Diesel Rate) ରେ ବୃଦ୍ଧ ଘଟିଛି । ସେପଟେ ରାଜଧାନୀ ଭୁବନେଶ୍ୱରରେ ମଧ୍ୟ ତୈଳ ଦରରେ ହ୍ରାସ ଦେଖାଦେଇଛି ।

ଅଧିକ ପଢ଼ନ୍ତୁ:-ଦିଲ୍ଲୀ-ମହାରାଷ୍ଟ୍ରରେ ଲକଡାଉନ୍ କାରଣରୁ ରେଲୱେ ବାତିଲ କଲା ଆହୁରି ଆନେକ ଟ୍ରେନ୍, ଦେଖନ୍ତୁ ସମ୍ପୂର୍ଣ୍ଣ ତାଲିକା 

ତୈଳ କମ୍ପାନୀଗୁଡିକ ମଙ୍ଗଳବାର ଦିଲ୍ଲୀ, ମୁମ୍ବାଇ, କୋଲକାତା ଏବଂ ଚେନ୍ନାଇରେ ପେଟ୍ରୋଲର ମୂଲ୍ୟ ଯଥାକ୍ରମେ ୧୫ ପଇସା, ୧୨ ପଇସା, ୧୪ ପଇସା ଏବଂ ୧୨ ପଇସା ବୃଦ୍ଧି କରିଛନ୍ତି । ଅନ୍ୟପଟେ ଭୁବନେଶ୍ୱରରେ ପେଟ୍ରୋଲ ମୂଲ୍ୟରେ ୩୧ ପଇସା ହ୍ରାସ ଘଟିଛି । ଦିଲ୍ଲୀ, ମୁମ୍ବାଇ, କୋଲକାତା ଏବଂ ଚେନ୍ନାଇରେ ଡିଜେଲର ମୂଲ୍ୟ ଯଥାକ୍ରମେ ୧୮ ପଇସା, ୧୭ ପଇସା, ୧୭ ପଇସା ଓ ୧୫ ପଇସା ବୃଦ୍ଧି ପାଇଛି । ସେପଟେ ରାଜଧାନୀ ଭୁବନେଶ୍ୱରରେ ଡିଜେଲ ମୂଲ୍ୟରେ ୨୫ ପଇସାର ହ୍ରାସ ଘଟିଛି ।

ଅଧିକ ପଢ଼ନ୍ତୁ:-ଜାଣନ୍ତୁ ମାନସିକ ବିଷାଦ ରୋଗର କାରଣ ଓ ନିରାକରଣ

ଆଜି ରାଜଧାନୀ ଦିଲ୍ଲୀରେ ଲିଟର ପିଛା ୯୦.୫୫ ଟଙ୍କାରେ ପେଟ୍ରୋଲ ବିକ୍ରି ହେଉଛି । ମୁମ୍ବାଇରେ ଲିଟର ପିଛା ୯୬.୯୫ ଟଙ୍କା ରହିଛି । କୋଲକାତା ଲିଟର ପିଛା ୯୦.୭୬ ଟଙ୍କାରେ ବିକ୍ରି ହେଉଛି । ଚେନ୍ନାଇରେ ପେଟ୍ରୋଲ ଲିଟର ପିଛା ୯୨.୫୫ ଟଙ୍କା ରହିଛି । ଅନ୍ୟପକ୍ଷେ ଆଜି ଭୁବନେଶ୍ୱରରେ ପେଟ୍ରୋଲ ଲିଟର ୯୧.୨୭ ଟଙ୍କା ରହିଛି ।

ସେହିପରି ଡିଜେଲର ମୂଲ୍ୟ ବିଷୟରେ କହିବାକୁ ଗଲେ ଦିଲ୍ଲୀରେ ଏହା ଲିଟର ପିଛା ୮୦.୯୧ ଟଙ୍କା ରହିଛି । ଡିଜେଲ ଲିଟର ପିଛା ମୁମ୍ବାଇରେ ୮୭.୯୮ ଟଙ୍କା ଏବଂ କୋଲକାତାରେ ଲିଟର ପିଛା ୮୩.୭୮ ଟଙ୍କା ରହିଛି । ଚେନ୍ନାଇରେ ଡିଜେଲ ଲିଟର ପିଛା ୮୫.୯୦ ଟଙ୍କା ରହିଛି । ଭୁବନେଶ୍ୱରରେ ଡିଜେଲ ଲିଟର ପିଛା ୮୮.୧୭ ଟଙ୍କା ଦରରେ ବିକ୍ରି ହେଉଛି ।

ଅଧିକ ପଢ଼ନ୍ତୁ:-କୋରୋନାରୁ ରକ୍ଷା କରେ ଭିଟାମିନ ସି: କେବଳ ଏହି ଖଟା ଫଳକୁ କରନ୍ତୁ ସେବନ, ଖାଇବାକୁ ପଡ଼ିବନି ଔଷଧ!

ଏଠାରେ କହି ରଖୁଛୁ ଯେ, ପେଟ୍ରୋଲ ଏବଂ ଡିଜେଲ ମୂଲ୍ୟ ଭାରତରେ ପ୍ରତିଦିନ ସମୀକ୍ଷା କରାଯାଏ । ପେଟ୍ରୋଲିୟମ କମ୍ପାନୀଗୁଡିକ ପ୍ରତିଦିନ ସକାଳ ୬ଟାରେ ନୂଆ ମୂଲ୍ୟ ଜାରି କରନ୍ତି । ପେଟ୍ରୋଲ ଏବଂ ଡିଜେଲର ମୂଲ୍ୟରେ ଏକ୍ସାଇଜ୍ ଡ୍ୟୁଟି, ଭାଟ୍ ଏବଂ ଡିଜେଲ କମିଶନ ଅନ୍ତର୍ଭୁକ୍ତ ଥାଏ ।