ପେଟ୍ରୋଲ ଶସ୍ତା, LPG ସିଲିଣ୍ଡର ହେବ ମହଙ୍ଗା! ଜାଣନ୍ତୁ ମୋଦି ସରକାରଙ୍କ ନୂଆ ପ୍ଲାନ୍ ବିଷୟରେ...
Advertisement
Article Detail0/zeeodisha/odisha1150591

ପେଟ୍ରୋଲ ଶସ୍ତା, LPG ସିଲିଣ୍ଡର ହେବ ମହଙ୍ଗା! ଜାଣନ୍ତୁ ମୋଦି ସରକାରଙ୍କ ନୂଆ ପ୍ଲାନ୍ ବିଷୟରେ...

Petrol-Diesel Price , LPG Price Hike: ଆହୁରି ମଧ୍ୟ ଖବର ଅଛି ଯେ, ଏଲପିଜି ସିଲିଣ୍ଡର (LPG Cylinder)  ର ମୂଲ୍ୟ ପୁଣି ଥରେ ବଢ଼ିପାରେ । ଘରୋଇ LPG ସିଲିଣ୍ଡରର ମୂଲ୍ୟରେ କୌଣସି ପ୍ରକାରେ ବୃଦ୍ଧି ନକରିବାକୁ ସରକାର ଚେଷ୍ଟା କରୁଛନ୍ତି । ତଥାପି, ବାଣିଜ୍ୟିକ ଗ୍ୟାସ ସିଲିଣ୍ଡର (Commercial Gas Cylinders) ମହଙ୍ଗା ହୋଇପାରେ । ବର୍ତ୍ତମାନ ଦିଲ୍ଲୀର ଘରୋଇ ଏଲପିଜି ସିଲିଣ୍ଡରର ମୂଲ୍ୟ ୯୪୯.୫୦ ଟଙ୍କା ରହିଛି ।

ପେଟ୍ରୋଲ ଶସ୍ତା, LPG ସିଲିଣ୍ଡର ହେବ ମହଙ୍ଗା! ଜାଣନ୍ତୁ ମୋଦି ସରକାରଙ୍କ ନୂଆ ପ୍ଲାନ୍ ବିଷୟରେ...

ନୂଆଦିଲ୍ଲୀ: Petrol-Diesel Price , LPG Price Hike: ଦେଶରେ କ୍ରମାଗତ ତୈଳ ଦର (Fuel Price) ରେ ବୃଦ୍ଧି ଯୋଗୁଁ ସାଧାରଣ ଜନତାଙ୍କ ବୋଝ ବଢ଼ିବାରେ ଲାଗିଛି । ଏହା ସହ ଦେଶରେ ଲଗାତର ଦରଦାମ୍ ବୃଦ୍ଧି କାରଣରୁ ଜନତା ଚିନ୍ତାରେ ଅଛନ୍ତି । ଏହା ମଧ୍ୟରେ ସୂଚନା ମିଳୁଛି ଯେ, ସାଧାରଣ ଜନତାଙ୍କୁ ଖୁବ୍ ଶୀଘ୍ର ପେଟ୍ରୋଲ ଓ ଡିଜେଲର ମୂଲ୍ୟ (Petrol-Diesel Rate) ବୃଦ୍ଧିରୁ ରିହାତି ମିଳିବାକୁ ଯାଉଛି । ବିଜନେସ୍ ଟୁଡେରେ ପ୍ରକାଶିତ ଖବର ଅନୁଯାୟୀ, ପେଟ୍ରୋଲ-ଡିଜେଲ ଉପରେ ଏକ୍ସାଇଜ୍ ଡ୍ୟୁଟି (Excise Duty) ହ୍ରାସ କରିବାକୁ ସରକାର ବିଚାର କରୁଛନ୍ତି । ଯଦି ଏପରି ଘଟେ, ତେବେ ଘରୋଇ ବଜାରରେ ତୈଳ ମୂଲ୍ୟ ଉପରେ ଏହାର ସିଧାସଳଖ ପ୍ରଭାବ ପଡ଼ିବ ।

ବିଜନେସ ଟୁଡେରେ ପ୍ରକାଶିତ ଖବରରେ ସୂତ୍ରାନୁସାରେ ଦାବି କରାଯାଇଛି ଯେ, ପେଟ୍ରୋଲିୟମ ଓ ପ୍ରାକୃତିକ ଗ୍ୟାସ ମନ୍ତ୍ରଣାଳୟ ଏବଂ ଅର୍ଥ ମନ୍ତ୍ରଣାଳୟ ଏକ୍ସାଇଜ୍ ଡ୍ୟୁଟି ହ୍ରାସ କରିବାକୁ ଚିନ୍ତା କରୁଛନ୍ତି । ସେପଟେ ମଙ୍ଗଳବାର କ୍ରମାଗତ ଷଷ୍ଠ ଦିନ ପାଇଁ ତୈଳ କମ୍ପାନୀଗୁଡିକ ତେଲର ମୂଲ୍ୟ ପରିବର୍ତ୍ତନ କରିନାହାଁନ୍ତି । ମାର୍ଚ୍ଚ ୨୨ରୁ ଏପ୍ରିଲ ୬ ପର୍ଯ୍ୟନ୍ତ ପେଟ୍ରୋଲ ଓ ଡିଜେଲରେ ଲିଟର ପିଛା ୧୦ ଟଙ୍କା ବୃଦ୍ଧି ଘଟିଥିଲା । ଏହା ସାଧାରଣ ଲୋକଙ୍କ ବଜେଟକୁ ବିଗାଡ଼ି ଦେଇଛି ।

ଆହୁରି ମଧ୍ୟ ଖବର ଅଛି ଯେ, ଏଲପିଜି ସିଲିଣ୍ଡର (LPG Cylinder)  ର ମୂଲ୍ୟ ପୁଣି ଥରେ ବଢ଼ିପାରେ । ଘରୋଇ LPG ସିଲିଣ୍ଡରର ମୂଲ୍ୟରେ କୌଣସି ପ୍ରକାରେ ବୃଦ୍ଧି ନକରିବାକୁ ସରକାର ଚେଷ୍ଟା କରୁଛନ୍ତି । ତଥାପି, ବାଣିଜ୍ୟିକ ଗ୍ୟାସ ସିଲିଣ୍ଡର (Commercial Gas Cylinders) ମହଙ୍ଗା ହୋଇପାରେ । ବର୍ତ୍ତମାନ ଦିଲ୍ଲୀର ଘରୋଇ ଏଲପିଜି ସିଲିଣ୍ଡରର ମୂଲ୍ୟ ୯୪୯.୫୦ ଟଙ୍କା ରହିଛି ।

୨୦୨୧ରେ ଲୋକସଭାରେ ଅର୍ଥ ମନ୍ତ୍ରଣାଳୟ ପକ୍ଷରୁ କୁହାଯାଇଥିଲା ଯେ, ସରକାର ପେଟ୍ରୋଲ ପିଛା ୨୭.୯୦ ଟଙ୍କା ଓ ଏକ୍ସାଇଜ୍ ଡ୍ୟୁଟିରୁ ଡିଜେଲ ପିଛା ୨୧.୮୦ ଟଙ୍କା ଆୟ କରୁଛନ୍ତି । ନଭେମ୍ବର ୨୦୨୧ରେ କେନ୍ଦ୍ର ପେଟ୍ରୋଲ ଓ ଡିଜେଲ ଉପରେ ଏକ୍ସାଇଜ୍ ଡ୍ୟୁଟି ଯଥାକ୍ରମେ ୫ ଓ ୧୦ ଟଙ୍କା ହ୍ରାସ କରିଥିଲା । ଏବେ ଯଦି ସରକାର ପୁଣି ଏଥିରେ ହ୍ରାସ କରନ୍ତି, ତେବେ ପେଟ୍ରୋଲ ଓ ଡିଜେଲର ଦରରେ ପୁଣି ଥରେ କମି ଆସିପାରେ ।

ଏହା ବି ପଢ଼ନ୍ତୁ:-'..ତେବେ ମୁଁ ଇସ୍ତଫା ଦେବି', ଜାଣନ୍ତୁ ପିଏମ ଗାଦି ସମ୍ଭାଳିବା ମାତ୍ରେ ଏପରି କାହିଁକି କହିଲେ ଶାହବାଜ ସରିଫ

ଏହା ବି ପଢ଼ନ୍ତୁ:-ଏହି କାରଣରୁ ପୁଣି ଥରେ ଗୃହବନ୍ଦୀ ହେଲେ ମେହବୁବା ମୁଫତି

ଏହା ବି ପଢ଼ନ୍ତୁ:-ସାନ ଭାଇର ଖଣ୍ଡା ଚୋଟରେ ବଡ଼ ଭାଇର ପୁରା ପରିବାର ସଫା

 

ସୂଚନାଯୋଗ୍ୟ, ପାଞ୍ଚଟି ରାଜ୍ୟର ନିର୍ବାଚନ ଫଳାଫଳ ଘୋଷଣା ପରେ ତୈଳ କମ୍ପାନୀଗୁଡିକ ମାର୍ଚ୍ଚ ୨୨ରେ ପେଟ୍ରୋଲ ଓ ଡିଜେଲର ଦର ବୃଦ୍ଧି କରିଥିଲେ । ସେବେଠାରୁ ତେଲ ବର୍ତ୍ତମାନ ପର୍ଯ୍ୟନ୍ତ ଲିଟର ପିଛା ୧୦ ଟଙ୍କା ମହଙ୍ଗା ହୋଇଛି । ତେବେ, ଏପ୍ରିଲ୍ ୭ ଠାରୁ କମ୍ପାନୀଗୁଡିକ କୌଣସି ପ୍ରକାରର ତେଲର ମୂଲ୍ୟ ବୃଦ୍ଧି କରିନାହାଁନ୍ତି ।