୬ କୋଟି PF ଖାତାଧାରୀଙ୍କ ପାଇଁ ଖରାପ ଖବର!
Advertisement
Article Detail0/zeeodisha/odisha858740

୬ କୋଟି PF ଖାତାଧାରୀଙ୍କ ପାଇଁ ଖରାପ ଖବର!

ଉଲ୍ଲେଖନୀୟ ବିଷୟ ହେଉଛି, ୨୦୨୦-୨୧ ଆର୍ଥିକ ବର୍ଷ ପାଇଁ ସୁଧ ହାର ଚୂଡ଼ାନ୍ତ କରିବାକୁ EPFO ​​ର କେନ୍ଦ୍ରୀୟ ଟ୍ରଷ୍ଟି ବୋର୍ଡ ମାର୍ଚ୍ଚ ୪ରେ ବୈଠକ କରିବାକୁ ଯାଉଛି । 

୬ କୋଟି PF ଖାତାଧାରୀଙ୍କ ପାଇଁ ଖରାପ ଖବର!

ନୂଆଦିଲ୍ଲୀ: EPF Interest Rate Cut: ମହଙ୍ଗା ପେଟ୍ରୋଲ-ଡିଜେଲ, ଲଗାତର ବଢ଼ୁଥିବା LPG ଦର  ଏବଂ CNG, PNG ର  ମୂଲ୍ୟ ବୃଦ୍ଧି ପରେ ଏବେ ଆଉ ଏକ ଝଟକା ସହିବାକୁ ପ୍ରସ୍ତୁତ ହୋଇଯାଆନ୍ତୁ । ଆର୍ଥିକ ବର୍ଷ ୨୦୨୦-୨୧ରେ EPF (Employees’ Provident Fund) ର ସୁଧ ହାର ପୁଣି ହ୍ରାସ କରାଯିବ । ଯଦି ଏହା ଘଟେ, ତେବେ ୬ କୋଟିରୁ ଅଧିକ ବେତନ ପ୍ରାପ୍ତ ଲୋକଙ୍କ ପାଇଁ ଏହା ଏକ ବଡ ଝଟକା ହେବ । ବର୍ତ୍ତମାନ ପର୍ଯ୍ୟନ୍ତ ଯେଉଁ ଇପିଏଫ୍ ଖାତାଧାରୀ ଗତ ବର୍ଷର ସୁଧ ନ ମିଳିବାକୁ ନେଇ ଚିନ୍ତିତ ଥିଲେ, ବର୍ତ୍ତମାନ ସେମାନଙ୍କୁ ଡବଲ ଝଟକା ଲାଗିବାକୁ ଯାଉଛି ।

ଅଧିକ ପଢ଼ନ୍ତୁ:-LPG ସିଲିଣ୍ଡରକୁ ନେଇ ସରକାର ନେଲା ବଡ଼ ନିଷ୍ପତ୍ତି, ଏହି ନିୟମକୁ କଲା ପରିବର୍ତ୍ତନ

ଉଲ୍ଲେଖନୀୟ ବିଷୟ ହେଉଛି, ୨୦୨୦-୨୧ ଆର୍ଥିକ ବର୍ଷ ପାଇଁ ସୁଧ ହାର ଚୂଡ଼ାନ୍ତ କରିବାକୁ EPFO ​​ର କେନ୍ଦ୍ରୀୟ ଟ୍ରଷ୍ଟି ବୋର୍ଡ ମାର୍ଚ୍ଚ ୪ରେ ବୈଠକ କରିବାକୁ ଯାଉଛି । ବିଶେଷଜ୍ଞମାନେ କହିଛନ୍ତି ଯେ ଚଳିତ ବର୍ଷ ପାଇଁ ସୁଧ ହାର ଆହୁରି ହ୍ରାସ କରାଯାଇପାରେ । ଗତ ଆର୍ଥିକ ବର୍ଷରେ ସୁଧ ହାର ସାତ ବର୍ଷର ସର୍ବନିମ୍ନ ସ୍ତର ୮.୫ ପ୍ରତିଶତ ରହିଛି । ଶ୍ରୀନଗରରେ ହେବାକୁ ଥିବା ଏହି ବୈଠକ ପାଇଁ କୌଣସି ଅଫିସିଆଲ୍ ଏଜେଣ୍ଡା ଜାରି କରାଯାଇ ନାହିଁ, କିନ୍ତୁ ଇଣ୍ଡିଆନ୍ ଏକ୍ସପ୍ରେସରେ ପ୍ରକାଶିତ ରିପୋର୍ଟ ଅନୁଯାୟୀ ଏହି ବୈଠକରେ ସୁଧ ହାରକୁ ନେଇ ବିଚାର କରାଯାଇପାରେ ।

ବାସ୍ତବରେ, କୋରୋନା ସଙ୍କଟ ସମୟରେ ଲୋକମାନେ ଅଗ୍ରୀମ ଭାବରେ ବହୁ ପରିମାଣର PF ଟଙ୍କା ବାହାର କରି ନେଇଛନ୍ତି ଏବଂ ଏହି ଆର୍ଥିକ ବର୍ଷରେ ନିଯୁକ୍ତି ହ୍ରାସ ହେତୁ PF ଅବଦାନ ମଧ୍ୟ ହ୍ରାସ ପାଇଛି । ଏହି ସମସ୍ତ କାରଣରୁ PF ର ମୋଟ ଜମା କମି ଯାଇଛି । ଯାହା ଫଳରେ ସ୍ୱାଭାବିକ ଭାବରେ ଏଥିରୁ ଆୟ ମଧ୍ୟ ହ୍ରାସ ପାଇବ ।

ଅଧିକ ପଢ଼ନ୍ତୁ:-ଏହି ରାଜ୍ୟର ସରକାରୀ କର୍ମଚାରୀଙ୍କ ପାଇଁ ଖୁସି ଖବର, ବଢ଼ିଲା ୩ ପ୍ରତିଶତ ମହଙ୍ଗା ଭତ୍ତା

ଇପିଏଫଓ ଅନୁଯାୟୀ, ଡିସେମ୍ବର ୩୧, ୨୦୨୦ ସୁଦ୍ଧା ୫୬.୬୭ ଲକ୍ଷ କ୍ଲେମ୍ ମାଧ୍ୟମରେ PF ରୁ ପ୍ରାୟ ୧୪,୩୧୦.୨୧ କୋଟି ଟଙ୍କା ପ୍ରତ୍ୟାହାର କରାଯାଇଛି । ଏପ୍ରିଲରୁ ଡିସେମ୍ବର ଯାଏ ୭୩,୨୮୮ କୋଟି ଟଙ୍କାରୁ ୧୯୭.୯୧ ଲକ୍ଷ ଟଙ୍କା ଫାଇନାଲ ସେଟଲମେଣ୍ଟ କରାଯାଇଛି, ଯେଉଁଥିରେ ଅଗ୍ରୀମ, ବୀମା ଏବଂ କର୍ମଚାରୀଙ୍କ ମୃତ୍ୟୁ ଉପରେ ଦିଆଯାଇଥିବା ପରିମାଣ ଇତ୍ୟାଦି ସାମିଲ ରହିଛି ।