Advertisement
photoDetails0hindi

ଆମେରିକାର ଅନୁସନ୍ଧାନ ଗୋଷ୍ଠୀର ବଡ ଦାବି, ଅଗଷ୍ଟ ସୁଦ୍ଧା ଭାରତରେ କୋରୋନା ଯୋଗୁଁ ହେବେ ୧୦ ଲକ୍ଷ ମୃତ୍ୟୁ

କେନ୍ଦ୍ର ସ୍ୱାସ୍ଥ୍ୟ ମନ୍ତ୍ରଣାଳୟ (Union Ministry of Health) ଦ୍ୱାରା ମଙ୍ଗଳବାର ପ୍ରକାଶିତ ତଥ୍ୟ ଅନୁଯାୟୀ, ଗତ ୨୪ ଘଣ୍ଟା ମଧ୍ୟରେ ୩,୫୭,୨୨୯ ନୂତନ କୋରୋନା ମାମଲା (COVID-19 Cases) ଚିହ୍ନଟ ହୋଇଛି । ଯାହା ପରେ ଦେଶରେ ବର୍ତ୍ତମାନ ପର୍ଯ୍ୟନ୍ତ ୨,୦୨,୮୨,୮୩୩ ସଂକ୍ରମିତ ଚିହ୍ନଟ ହୋଇସାରିଛନ୍ତି । 

1/7

ନୂଆଦିଲ୍ଲୀ: Coronavirus in India: ଭାତରରେ କୋରୋନା ଭୂତାଣୁ (Coronavirus) ତାଣ୍ଡବ କରୁଛି । ପ୍ରତିଦିନ ୩ ଲକ୍ଷରୁ ଅଧିକ କୋରୋନା ମାମଲା ସାମ୍ନାକୁ ଆସୁଛି । ଭାରତରେ କୋଭିଡ-19 ମାମଲା ୨ କୋଟି ଅତିକ୍ରମ କରିଛି ଏବଂ ମାତ୍ର ୧୫ ଦିନ ମଧ୍ୟରେ ୫୦ ଲକ୍ଷରୁ ଅଧିକ ସଂକ୍ରମଣର ରିପୋର୍ଟ ହୋଇଛି । କେନ୍ଦ୍ର ସ୍ୱାସ୍ଥ୍ୟ ମନ୍ତ୍ରଣାଳୟ (Union Ministry of Health) ଦ୍ୱାରା ମଙ୍ଗଳବାର ପ୍ରକାଶିତ ତଥ୍ୟ ଅନୁଯାୟୀ, ଗତ ୨୪ ଘଣ୍ଟା ମଧ୍ୟରେ ୩,୫୭,୨୨୯ ନୂତନ କୋରୋନା ମାମଲା (COVID-19 Cases) ଚିହ୍ନଟ ହୋଇଛି । ଯାହା ପରେ ଦେଶରେ ବର୍ତ୍ତମାନ ପର୍ଯ୍ୟନ୍ତ ୨,୦୨,୮୨,୮୩୩ ସଂକ୍ରମିତ ଚିହ୍ନଟ ହୋଇସାରିଛନ୍ତି । ଏହାସହ ଗତ ୨୪ ଘଣ୍ଟା ମଧ୍ୟରେ ୩,୪୪୯ ସଂକ୍ରମିତ ମୃତ୍ୟୁ ବରଣ କରିଛନ୍ତି । ଯାହା ପରେ ଦେଶରେ ବର୍ତ୍ତମାନ ସୁଦ୍ଧା ୨,୨୨,୪୦୮ ସଂକ୍ରମିତଙ୍କ ମୃତ୍ୟୁ ଘଟିଛି ।

ସାରା ଦେଶରେ ୩୪.୪୭ ଲକ୍ଷ ସକ୍ରିୟ କୋରୋନା ମାମଲା

2/7
ସାରା ଦେଶରେ ୩୪.୪୭ ଲକ୍ଷ ସକ୍ରିୟ କୋରୋନା ମାମଲା

ସକାଳ ୮ଟା ପର୍ଯ୍ୟନ୍ତ ଉପଲବ୍ଧ ତଥ୍ୟ ଅନୁଯାୟୀ, ସକ୍ରିୟ କୋରୋନା ସଂକ୍ରମିତଙ୍କ ସଂଖ୍ୟା ୩୪,୪୭,୧୩୩କୁ ବୃଦ୍ଧି ପାଇଛି । ଯାହା ସମୁଦାୟ ସଂକ୍ରମଣର ୧୭ ପ୍ରତିଶତ ଅଟେ । କୋଭିଡ-19ରୁ ସୁସ୍ଥ ହେଉଥିବା ଲୋକଙ୍କ ହାର ହେଉଛି ୮୧.୯୧ ପ୍ରତିଶତ । ତଥ୍ୟ ଅନୁଯାୟୀ, ଏହି ରୋଗରୁ ସୁସ୍ଥ ହୋଇଥିବା ରୋଗୀଙ୍କ ସଂଖ୍ୟା ୧,୬୬,୧୩,୨୯୨ ଥିବାବେଳେ ମୃତ୍ୟୁ ହାର ୧.୧୦ ପ୍ରତିଶତ ରହିଛି ।

ଅଧିକ ପଢ଼ନ୍ତୁ:-ଆପଣ ମଧ୍ୟ ଏକରୁ ଅଧିକ ବ୍ୟାଙ୍କରେ ଖୋଲିଛନ୍ତି କି ଆକାଉଣ୍ଟ? ତେବେ ହୋଇପାରେ ଏହି ୪ଟି ବଡ କ୍ଷତି

ଅଗଷ୍ଟ ୨୦୨୧ ସୁଦ୍ଧା କୋରୋନାରେ ମରିପାରନ୍ତି ୧୦ ଲକ୍ଷ ଲୋକ

3/7
ଅଗଷ୍ଟ ୨୦୨୧ ସୁଦ୍ଧା କୋରୋନାରେ ମରିପାରନ୍ତି ୧୦ ଲକ୍ଷ ଲୋକ

ଭାରତରେ କୋଭିଡ-19 (COVID-19) ର ମାମଲା ଗତବର୍ଷ ଅଗଷ୍ଟ ୭ରେ ୨୦ ଲକ୍ଷ ଅତିକ୍ରମ କରିଥିଲା । ଏଥି ସହିତ ଆମେରିକାରେ ଅବସ୍ଥିତ ଶୀର୍ଷ ଗ୍ଲୋବାଲ ହେଲଥ ରିସର୍ଚ୍ଚ ସ୍ୱାସ୍ଥ୍ୟ ଆକଳନ କରିଛି ଯେ, ଯଦି 'କଠୋର ପଦକ୍ଷେପ' ଗ୍ରହଣ କରାନଯାଏ, ତେବେ ଅଗଷ୍ଟ ୧, ୨୦୨୧ ସୁଦ୍ଧା ଭାରତରେ ୧୦ ଲକ୍ଷରୁ ଅଧିକ କୋରୋନାରୁ ମୃତ୍ୟୁ ହୋଇପାରେ । ତେବେ ପୂର୍ବରୁ ଏହି ସଂସ୍ଥା ଏହି ତାରିଖ ପର୍ଯ୍ୟନ୍ତ ୯,୬୦,୦୦୦ ମୃତ୍ୟୁର ଅନୁମାନ କରିଥିଲା ।

ଏହି ଉପାୟରେ ବଢୁଛି କୋରୋନାର ଗତି

4/7
ଏହି ଉପାୟରେ ବଢୁଛି କୋରୋନାର ଗତି

ଏହା ପରେ ଅଗଷ୍ଟ ୨୩ରେ ୩୦ ଲକ୍ଷ, ସେପ୍ଟେମ୍ବର ୫ରେ ୪୦ ଲକ୍ଷ ଏବଂ  ସେପ୍ଟେମ୍ବର ୧୬ରେ ୫୦ ଲକ୍ଷ ଅତିକ୍ରମ କରିଥିଲା । ବୈଶ୍ୱିକ ମହାମାରୀ କୋରୋନା ମାମଲା ସେପ୍ଟେମ୍ବର ୨୮ରେ ୬୦ ଲକ୍ଷ, ଅକ୍ଟୋବର ୧୧ରେ ୭୦ ଲକ୍ଷ, ଅକ୍ଟୋବର ୨୯ରେ ୮୦ ଲକ୍ଷ, ନଭେମ୍ବର ୨୦ରେ ୯୦ ଲକ୍ଷ ଏବଂ  ଡିସେମ୍ବର ୧୯ରେ ଏକ କୋଟି ଅତିକ୍ରମ କରିଥିଲା । ଏପ୍ରିଲ ୧୯ରେ ଭାରତରେ କୋରୋନା ମାମଲା ୧.୫୦ କୋଟିରୁ ଅଧିକ ହୋଇଯାଇଥିଲା ।

ଅଧିକ ପଢ଼ନ୍ତୁ:-୨୪ ଘଣ୍ଟାରେ ଏହି ୩ ଜିଲ୍ଲାରେ ପ୍ରବଳ ବର୍ଷା ସମ୍ଭାବନା

୭୦ ପ୍ରତିଶତ ମୃତକଙ୍କୁ ପୂର୍ବରୁ ଥିଲା ରୋଗ

5/7
୭୦ ପ୍ରତିଶତ ମୃତକଙ୍କୁ ପୂର୍ବରୁ ଥିଲା ରୋଗ

ଦେଶରେ ଏହି ସଂକ୍ରାମକ ରୋଗ ହେତୁ ଏପର୍ଯ୍ୟନ୍ତ ୨,୨୨,୪୦୮ ଜଣଙ୍କର ମୃତ୍ୟୁ ହୋଇଛି । ସେଥିମଧ୍ୟରୁ ମହାରାଷ୍ଟ୍ରରେ ୭୦,୮୫୧, ଦିଲ୍ଲୀରେ ୧୭,୪୧୪, କର୍ଣ୍ଣାଟକରେ ୧୬,୨୫୦, ତାମିଲନାଡୁରେ ୧୪,୪୬୮, ଉତ୍ତରପ୍ରଦେଶରେ ୧୩,୪୪୭, ପଶ୍ଚିମବଙ୍ଗରେ ୧୧,୬୩୭, ପଞ୍ଜାବରେ ୯,୪୭୨ ଏବଂ ଛତିଶଗଡରେ ୯,୨୭୫ ଜଣ ପ୍ରାଣ ହରାଇଛନ୍ତି । ସ୍ୱାସ୍ଥ୍ୟ ମନ୍ତ୍ରଣାଳୟ କହିଛି ଯେ ମୃତ୍ୟୁବରଣ କରିଥିବା ଲୋକଙ୍କ ମଧ୍ୟରୁ ୭୦ ପ୍ରତିଶତରୁ ଅଧିକ ଅନ୍ୟ ରୋଗରେ ଆକ୍ରାନ୍ତ ଥିଲେ । ମନ୍ତ୍ରଣାଳୟ କହିଛି, ଆମର ତଥ୍ୟ ICMR ର ଆକଳନ ସହିତ ମେଳ ଖାଉଛି ।

ଅଧିକ ପଢ଼ନ୍ତୁ:-କୋରୋନାରୁ ରକ୍ଷା କରେ ଭିଟାମିନ ସି: କେବଳ ଏହି ଖଟା ଫଳକୁ କରନ୍ତୁ ସେବନ, ଖାଇବାକୁ ପଡ଼ିବନି ଔଷଧ!

ମହାରାଷ୍ଟ୍ରରେ କୋରୋନା ଯୋଗୁଁ ସର୍ବାଧିକ ମୃତ୍ୟୁ

6/7
ମହାରାଷ୍ଟ୍ରରେ କୋରୋନା ଯୋଗୁଁ ସର୍ବାଧିକ ମୃତ୍ୟୁ

ଇଣ୍ଡିଆନ୍ କାଉନସିଲ୍ ଅଫ୍ ମେଡିକାଲ୍ ରିସର୍ଚ୍ଚ (ICMR) ଅନୁଯାୟୀ, ମେ ୩ ପର୍ଯ୍ୟନ୍ତ ୨୯,୩୩,୧୦,୭୭୯ ନମୁନା ପରୀକ୍ଷା କରାଯାଇଥିଲା, ସେଥିମଧ୍ୟରୁ ସୋମବାର ୧୬,୬୩,୭୪୨ ନମୁନା ପରୀକ୍ଷା କରାଯାଇଥିଲା । ଗତ ୨୪ ଘଣ୍ଟା ମଧ୍ୟରେ କୋରୋନା ଭୂତାଣୁ ଯୋଗୁଁ ପ୍ରାଣ ହରାଇଥିବା ୩,୪୪୯  ଜଣଙ୍କ ମଧ୍ୟରୁ ୫୬୭ ଜଣ ମହାରାଷ୍ଟ୍ରରେ, ୪୪୮ ଜଣ ଦିଲ୍ଲୀରେ, ୨୮୫ ଜଣ ଉତ୍ତରପ୍ରଦେଶରେ, ୨୬୬ ଜଣ ଛତିଶଗଡରେ, ୨୩୯ ଜଣ କର୍ଣ୍ଣାଟକରେ, ୧୫୫ ଜଣ ପଞ୍ଜାବରେ ଏବଂ ୧୫୪ ଜଣ ରାଜସ୍ଥାନରେ ମୃତ୍ୟୁ ବରଣ କରିଛନ୍ତି । ଗୁଜୁରାଟ ଓ ହରିୟାଣାରେ ୧୪୦-୧୪୦ ଜଣ, ଝାଡଖଣ୍ଡରେ ୧୨୯ ଜଣ, ଉତ୍ତରାଖଣ୍ଡରେ ୧୨୮ ଜଣ ଏବଂ ତାମିଲନାଡୁରେ ୧୨୨ ଜଣଙ୍କର ମୃତ୍ୟୁ ଘଟିଛି ।

ଅଧିକ ପଢ଼ନ୍ତୁ:-ଭଲ ଖବର: ରାଜ୍ୟରେ ଗୋଟିଏ ଦିନରେ ସୁସ୍ଥ ହେଲେ ଆଉ ୬୧୬୪ କୋରୋନା ଆକ୍ରାନ୍ତ

ଡିସେମ୍ବର ୧୯ ପର୍ଯ୍ୟନ୍ତ ମିଳିସାରିଥିଲା ୧ କୋଟି କୋରୋନା ସଂକ୍ରମିତ

7/7
ଡିସେମ୍ବର ୧୯ ପର୍ଯ୍ୟନ୍ତ ମିଳିସାରିଥିଲା ୧ କୋଟି କୋରୋନା ସଂକ୍ରମିତ

ଭାରତରେ କୋଭିଡ-19 ମାମଲା ଗତ ବର୍ଷ ଡିସେମ୍ବର ୧୯ରେ ୧ କୋଟି ଅତିକ୍ରମ କରିଥିଲା, ଯାହା ପରେ ୧୦୭ ଦିନ ପରେ ଏପ୍ରିଲ ୫ରେ ସଂକ୍ରମଣ ମାମଲା ୧.୨୫ କୋଟିରେ ପହଞ୍ଚିଥିଲା । ତେବେ କୋରୋନା ମାମଲା ୧.୫୦ କୋଟି ସଂଖ୍ୟା ଅତିକ୍ରମ କରିବାକୁ ମାତ୍ର ୧୫ ଦିନ ସମୟ ଲାଗିଛି ।