Advertisement
Photo Details/zeeodisha/odisha747659
photoDetails0hindi

କୋରୋନାରୁ ରକ୍ଷା ପାଇବା ପାଇଁ ବିଜେପି ସାଂସଦ କେତେବେଳେ କରିଥିଲେ କାଦୁଅ ସ୍ନାନ ତ କେତେବେଳେ ନିଆଁ ମଧ୍ୟରେ ଧ୍ୟାନ, ଏବେ ହୋଇଛନ୍ତି ସଂକ୍ରମିତ

ବାସ୍ତବରେ, ବିଜେପି ସାଂସଦ (BJP MP) କୋରୋନା (Coronavirus) ପରି ମହାମାରୀ ବିଷୟରେ ମଧ୍ୟ କେନ୍ଦ୍ର ସରକାରଙ୍କ ନିର୍ଦ୍ଦେଶର ବିପରୀତ ନିଜ ପଦ୍ଧତିରେ ଚିକିତ୍ସାର ପ୍ରଚାର କରୁଥିଲେ । 

1/7

ନୂଆଦିଲ୍ଲୀ: ସାରା ଦେଶରେ କୋରୋନା ସଙ୍କଟ (Coronavirus Crisis) ଜାରି ରହିଛି । ଦେଶରେ ପ୍ରତିଦିନ ୯୦ ହଜାରରୁ ଅଧିକ ସଂକ୍ରମିତ ମାମଲା ସାମ୍ନାକୁ ଆସୁଛି । ଏହି ସମୟରେ ରାଜସ୍ଥାନର ଟୋଙ୍କରୁ ବିଜେପି ସାଂସଦ (BJP MP) ସୁଖବୀର ସିଂ ଜୌନପୁରିଆ (Sukhbir Singh Jaunapuria) ମଧ୍ୟ କୋରୋନା ସଂକ୍ରମିତ (COVID-19 Positive) ହୋଇଛନ୍ତି । ଆଜି (ସୋମବାର) ଯେଉଁ ୧୭ ଜଣ ସାଂସଦ ସଂକ୍ରମିତ ହୋଇଛନ୍ତି, ସେମାନଙ୍କ ମଧ୍ୟରୁ ଜୌନପୁରିଆ ହେଉଛନ୍ତି ଅନ୍ୟତମ । କିନ୍ତୁ ତାଙ୍କର କୋରୋନା ପଜିଟିଭ ଆସିବା ପରେ ଚର୍ଚ୍ଚା ଲାଗି ରହିଛି । ଏହାର କାରଣ ସେ କୋରୋନାରୁ ରକ୍ଷା ପାଇବା ପାଇଁ ଯେଉଁ ଚିକିତ୍ସା ବିଷୟରେ କହିଥିଲେ, ତାହା ବୋଧହୁଏ ତାଙ୍କ ଉପରେ ପ୍ରଭାବ ପକାଇ ନାହିଁ । 

2/7

ବାସ୍ତବରେ, ବିଜେପି ସାଂସଦ କୋରୋନା ପରି ମହାମାରୀ ବିଷୟରେ ମଧ୍ୟ କେନ୍ଦ୍ର ସରକାରଙ୍କ ନିର୍ଦ୍ଦେଶର ବିପରୀତ ନିଜ ପଦ୍ଧତିରେ ଚିକିତ୍ସାର ପ୍ରଚାର କରୁଥିଲେ । ଗୋଟିଏ ପଟେ ସରକାର ଗରମ ପାଣି ଗ୍ରହଣ କରିବା ଓ ଘରେ ରହିବା କଥା କହୁଛନ୍ତି । ଅନ୍ୟପଟେ ବିଜେପି ସାଂସଦ ସୁଖବୀର ସିଂ ଜୌନପୁରିଆ ଥଣ୍ଡା ପାଣି ବ୍ୟବହାର କରିବା ଓ ଘରୁ ବାହାରିବାକୁ ଉପଦେଶ ଦେଉଥିଲେ । ଯଦି ଆପଣ ତାଙ୍କର ଫେସବୁକ୍ ପେଜ୍ ସର୍ଚ୍ଚ କରନ୍ତି, ତେବେ ଆପଣ ଅନେକ ଭିଡିଓ ପାଇବେ । ଯେଉଁଥିରେ ସେ କୋରୋନାରୁ ରକ୍ଷା ପାଇବା ପାଇଁ ଅଜବ-ଗଜବ ଉପାୟ କହୁଛନ୍ତି । ସେହି ଉପାୟଗୁଡ଼ିକ ମଧ୍ୟ ନିଜେ ଆପଣାଇ ଲାଇଭ୍ ଡେମୋ ଦେଉଛନ୍ତି ।

3/7

ଯାହା ବି ହେଉ । ଆମେ ସେହି ଭିଡିଓଗୁଡ଼ିକରୁ ତିନି-ଚାରିଟି ଭିଡିଓକୁ ସର୍ଟଲିଷ୍ଟ କରିଛୁ । ଗୋଟିଏ ପରେ ଗୋଟିଏ ଜାଣନ୍ତୁ, ସାଂସଦ କେଉଁ ପ୍ରକାର ଚିକିତ୍ସା ବିଷୟରେ କହୁଛନ୍ତି ।

 

4/7

ଭାଇରାଲ୍ ହୋଇଥିବା ପ୍ରଥମ ଭିଡିଓରେ ସାଂସଦ କାଦୁଅରେ ବସିଛନ୍ତି । ବିଜେପି ସାଂସଦ କହୁଛନ୍ତି ଯେ, ସେ ନିଜ କ୍ଷେତରେ ଅଛନ୍ତି, ଯେଉଁଠାରେ ସେ ଅନେକ ଫଳ ଓ ପନିପରିବା ବୁଣିଛନ୍ତି । କାଦୁଅରେ ଭିଡିଓ ତିଆରି କରି ସମଗ୍ର ଶରୀରରେ କାଦୁଅ ଆବରଣ ଲଗାଇଛନ୍ତି । ଆଉ ସେ କହୁଛନ୍ତି ଯେ ଔଷଧ ଖାଇବା ଦ୍ୱାରା ରୋଗ ପ୍ରତିରୋଧକ ଶକ୍ତି ଆସିବ ନାହିଁ । ଏହା ପ୍ରାକୃତିକ ଉପାୟରେ ବଢ଼ିବ । ସୂର୍ଯ୍ୟ ଆଲୁଅରେ ଯିବାରୁ, ବର୍ଷାରେ ଓଦା ହେବା ଦ୍ୱାରା ରୋଗ ପ୍ରତିରୋଧକ ଶକ୍ତି ଦୃଢ଼ ହେବ । ଭିଡିଓରେ ବିଜେପି ସାଂସଦ କଞ୍ଚା ଭେଣ୍ଡି ମଧ୍ୟ ଖାଉଛନ୍ତି । ଆମ୍ବ, ଆମଲା ଏବଂଜାମୁ କୋଳିର ପତ୍ର ମଧ୍ୟ ଖାଉଛନ୍ତି । ଏବଂ କହୁଛନ୍ତି ଆମେ ଯେଉଁ ଫଳ ଖାଇପାରିବା, ସେଗୁଡ଼ିକର ପତ୍ରର ରସ ପିଇବା ଉଚିତ୍ । କାରଣ ଏହା ବହୁତ ଶକ୍ତି ଦେଇଥାଏ ।

ଅଧିକ ପଢ଼ନ୍ତୁ:-କୋରୋନା ମୁକାବିଲାରେ ସାରା ଦୁନିଆ ପାଇଁ ଉଦାହରଣ ପାଲଟିଲା ପାକିସ୍ତାନ, ଭୁରି ଭୁରି ପ୍ରଶଂସା କଲା WHO

5/7

ଦ୍ୱିତୀୟ ଭିଡିଓରେ ମଧ୍ୟ ବିଜେପି ସାଂସଦ ଭୂମିରେ ବସି ଓଦା ହେଉଛନ୍ତି । ବର୍ଷା ହେଉଛି । ସେ କହୁଛନ୍ତି ଯେ ଆଜିର ସମୟରେ ସମସ୍ତେ ପ୍ରାକୃତିକ ଜିନିଷରୁ ଦୂରେଇ ଯାଇଛନ୍ତି । ବର୍ଷାରେ ସ୍ନାନ କରିବା ଦ୍ୱାରା ଶରୀରର ଅନେକ ରୋଗ ଭଲ ହୋଇଥାଏ । ତାଙ୍କ ଅନୁସାରେ, ଲୋକମାନେ କୋରୋନାକୁ ନ ଡରୁ ଓ ଘର ଭିତରେ ନ ବସି ରୁହନ୍ତୁ । ବାହାରକୁ ଆସନ୍ତୁ ଏବଂ ବର୍ଷାରେ ଓଦା ହୁଅନ୍ତୁ । ଏହା ସହିତ ସେ ରାଜସ୍ଥାନ ସରକାରଙ୍କ ମନ୍ତ୍ରୀଙ୍କୁ ବର୍ଷାରେ ଓଦା ହୋଇ କାମ କରିବାକୁ ଏବଂ ଜନସାଧାରଣଙ୍କୁ ଭେଟିବାକୁ ନିବେଦନ କରୁଛନ୍ତି ।

ଅଧିକ ପଢ଼ନ୍ତୁ:-କୋରୋନାକୁ ନେଇ ସତ ଲୁଚାଉଛି ଭାରତ !

6/7

ତୃତୀୟ ଭିଡିଓରେ ବିଜେପି ସାଂସଦ ଜୌନପୁରିଆ କହୁଛନ୍ତି ଯେ, ଦିନରେ ନିଜ ଶରୀରରେ କାଦୁଅ ଲଗାନ୍ତୁ, ଶୋଇବା ଓ ଉଠିବା ସମୟକୁ ଠିକ୍ ରଖନ୍ତୁ । ସମୟ ମିଳିଲେ ଖରାରେ କାମ କରନ୍ତୁ । ଅର୍ଦ୍ଧ ଓଦା ପୋଷାକ ପିନ୍ଧି ସୂର୍ଯ୍ୟକିରଣରେ ବୁଲନ୍ତୁ । ଥଣ୍ଡା ପାଣିରେ ଗାଧାନ୍ତୁ, ଗରମ ପାଣିକୁ ପରିତ୍ୟାଗ କରନ୍ତୁ । ଏହା ପ୍ରତିରକ୍ଷା ପ୍ରଣାଳୀକୁ ମଜବୁତ କରିବ ବୋଲି ସାଂସଦ କହିଛନ୍ତି । 

ଅଧିକ ପଢ଼ନ୍ତୁ:-ଅତିଶୀଘ୍ର ଖୋଲିବ ସ୍କୁଲ, ସ୍ୱାସ୍ଥ୍ୟ ମନ୍ତ୍ରଣାଳୟ ଜାରି କଲା ଗାଇଡଲାଇନ୍

7/7

ଏହି ଭିଡିଓ ବ୍ୟତୀତ ସାଂସଦ ସୁଖବୀର ସିଂ ଜୌନପୁରିଆ ମଧ୍ୟ ଯୋଗ ଦିବସରେ ଏକ ନିଆରା କାର୍ଯ୍ୟ କରିଥିଲେ । ବହୁମୂତ୍ର ଭଳି ରୋଗକୁ ଦୂର କରିବା ପାଇଁ ସେ ଚାରିଆଡ଼େ ନିଆଁ ଜଳାଇ ମଝିରେ ବସିଥିଲେ । ସେ ତାଙ୍କ ଭିଡିଓରେ ଏହା ମଧ୍ୟ ଉଲ୍ଲେଖ କରିଛନ୍ତି । ତାଙ୍କର ଫଟୋ-ଭିଡିଓ ମଧ୍ୟ ବହୁତ ଭାଇରାଲ ହୋଇଥିଲା ।