Advertisement
photoDetails0hindi

ଏବେ ଦେଶରେ କୋରୋନାର ନୂଆ ଷ୍ଟ୍ରେନର ଆତଙ୍କ, ଏହି ୭ଟି ଲକ୍ଷଣରୁ ରୁହନ୍ତୁ ସାବଧାନ

ଭାରତରେ କୋରୋନାର ନୂଆ ଷ୍ଟ୍ରେନ୍ (Coronavirus New Strain) ଅଧିକ ସଂକ୍ରାମକ ହୋଇପାରେ । ଏମ୍ସ  ନିର୍ଦ୍ଦେଶକ ଡକ୍ଟର ରଣଦୀପ ଗୁଲେରିଆ (AIIMS chief Dr. Randeep Guleria) ଏହି ଆଶଙ୍କା ବ୍ୟକ୍ତ କରିଛନ୍ତି ।

1/8

ନୂଆଦିଲ୍ଲୀ: ଗୋଟିଏ ପଟେ ଭାରତରେ କୋରୋନା ନିୟନ୍ତ୍ରଣ ପାଇଁ ଟିକାକରଣ (Vaccination) ଜାରି ରହିଛି । ଅନ୍ୟପଟେ କୋରୋନା ଭୂତାଣୁ (Coronavirus) ର ନୂତନ ଷ୍ଟ୍ରେନ୍ (New Strain) ପୁଣି ଆତଙ୍କ ସୃଷ୍ଟି କରିଛି । ବ୍ରିଟେନ (Britain) ରୁ ଭାରତକୁ ଫେରିଥିବା ଅନେକ ଲୋକଙ୍କ ଭିତରେ ଭୂତାଣୁର 'ନୂତନ ରୂପ' ମିଳିବାର ପୃଷ୍ଟି ହୋଇଛି । 

2/8

ଭାରତରେ କୋରୋନାର ନୂଆ ଷ୍ଟ୍ରେନ୍ (Coronavirus New Strain) ଅଧିକ ସଂକ୍ରାମକ ହୋଇପାରେ । ଏମ୍ସ  ନିର୍ଦ୍ଦେଶକ ଡକ୍ଟର ରଣଦୀପ ଗୁଲେରିଆ (AIIMS chief Dr. Randeep Guleria) ଏହି ଆଶଙ୍କା ବ୍ୟକ୍ତ କରିଛନ୍ତି । ଡକ୍ଟର ଗୁଲେରିଆ କହିଛନ୍ତି ଯେ କୋରୋନା ଭୂତାଣୁ ବିରୁଦ୍ଧରେ ହର୍ଡ ଇମ୍ୟୁନିଟ ତିଆରି ହେବା ଏକ କଳ୍ପନା ବ୍ୟତୀତ ଅନ୍ୟ କିଛି ନୁହେଁ । କାରଣ ଏଥିପାଇଁ ୮୦ ପ୍ରତିଶତ ଜନସଂଖ୍ୟାରେ କୋରୋନା ଭୂତାଣୁର ଆଣ୍ଟିବଡି ତିଆରି ଆବଶ୍ୟକ । ଯାହା ହର୍ଡ ଇମ୍ୟୁନିଟି ଅନ୍ତର୍ଗତ ସମଗ୍ର ଜନସଂଖ୍ୟାର ସୁରକ୍ଷା ପାଇଁ ଆବଶ୍ୟକ ଅଟେ ।

3/8

୨୦୧୯ର ଶେଷ ଭାଗରେ ଚାଇନାର ୱୁହାନ ସହରରୁ କୋରୋନା ଭୂତାଣୁ (COVID-19) ସମଗ୍ର ବିଶ୍ୱରେ ବ୍ୟାପିବା ଆରମ୍ଭ କରିଥିଲା । ଏହି ଭୂତାଣୁ ନୂଆ କୋରୋନା ଷ୍ଟ୍ରେନ୍ ଠାରୁ ଅଲଗା ଥିଲା । କୋରୋନାର ପ୍ରାରମ୍ଭିକ ଲକ୍ଷଣ ମଧ୍ୟରେ ଜ୍ୱର, କ୍ରମାଗତ କାଶ ଏବଂ ସ୍ୱାଦ-ଗନ୍ଧ ହରାଇବାର ଅଭିଯୋଗ ସାମିଲ ଥିଲା । କିନ୍ତୁ କୋରୋନାର ନୂଆ ଷ୍ଟ୍ରେନର ଲକ୍ଷଣ ଅଲଗା । ଅନୁସନ୍ଧାନକାରୀମାନେ ମନେ କରନ୍ତି ଯେ ନୂଆ ଷ୍ଟ୍ରେନର ଉତ୍ପତ୍ତି କୋରୋନାରେ ପରିବର୍ତ୍ତନ ବା ମ୍ୟୁଟେଶନ ହେତୁ ହୋଇଛି ।

4/8

ନୂତନ ଷ୍ଟ୍ରେନର ଲକ୍ଷଣ ମଧ୍ୟ ପୁରୁଣା କୋରୋନା ଭୂତାଣୁ ଠାରୁ କିଛି ଅଲଗା ବୋଲି ଜଣାପଡିଛି । ବ୍ରିଟେନର ଜାତୀୟ ସ୍ୱାସ୍ଥ୍ୟ ସେବା (NHS) ନୂତନ ଷ୍ଟ୍ରେନର ୭ଟି ଗୁରୁତ୍ୱପୂର୍ଣ୍ଣ ଲକ୍ଷଣ ବିଷୟରେ କହିଛି ।

ଅଧିକ ପଢ଼ନ୍ତୁ:-ଏହି ରାଜ୍ୟରେ ନିୟନ୍ତ୍ରଣ ବାହାରେ କୋରୋନା, ସ୍କୁଲ ହଷ୍ଟେଲରୁ ମିଳିଲେ ୧୯୦ ସଂକ୍ରମିତ ଛାତ୍ର

5/8

ଶରୀରରେ ଯନ୍ତ୍ରଣା ଓ ପୀଡ଼ା, ଗଳା ଯନ୍ତ୍ରଣା, ଆଖି ନାଲି ହେବା, ମୁଣ୍ଡବିନ୍ଧା, ଡାୟରିଆ, ଚର୍ମରେ ଦାଗ, ଗୋଡ଼ର ଆଙ୍ଗୁଠିର ରଙ୍ଗ ବିଗିଡ଼ିବା କୋରୋନାର ନୂଆ ଷ୍ଟ୍ରେନର ମୁଖ୍ୟ ଲକ୍ଷଣ । ଅନ୍ୟ କେତେକ ଗବେଷକ ମଧ୍ୟ ଏହାକୁ ନିଶ୍ଚିତ କରିଛନ୍ତି । 

6/8

ଅନୁସନ୍ଧାନକାରୀମାନେ ବିସ୍ତୃତ ତଥ୍ୟ ଅଧ୍ୟୟନ କରିଛନ୍ତି । ଏଥିରେ ସେମାନେ ଜାଣିବାକୁ ପାଇଲେ ଯେ କୋରୋନା ପ୍ରକୃତିର ପ୍ରଥମ ପରିବର୍ତ୍ତନ ସେପ୍ଟେମ୍ବରରେ ବ୍ରିଟେନର କେଣ୍ଟରେ ରେକର୍ଡ କରାଯାଇଥିଲା । ଦକ୍ଷିଣ ଆଫ୍ରିକାରେ କୋରୋନା ଭୂତାଣୁର ଦ୍ୱିତୀୟ ପ୍ୟାଟର୍ନ ଦେଖିବାକୁ ମିଳିଥିଲା । ଏହା ପରେ ବିଶ୍ୱର ଅନେକ ଦେଶରେ ଏହି କୋରୋନା ଷ୍ଟ୍ରେନ୍ ଦେଖିବାକୁ ମିଳିଛି ।

ଅଧିକ ପଢ଼ନ୍ତୁ:-ବିଜେପି ଜାଲରେ ଫସିଲେ ଚିରାଗ! ବିଧାନ ପରିଷଦରେ ଦଳର ଅସ୍ତିତ୍ୱ ଶେଷ

7/8

ଭୂତାଣୁର ପ୍ରକୃତିରେ ଚାରୋଟି ନୂତନ ପରିବର୍ତ୍ତନ ପରିଲକ୍ଷିତ ହୋଇଛି । ଏହା ସହିତ ଗବେଷକମାନେ ଜେନେଟିକ କୋଡରେ ୬ଟି ପରିବର୍ତ୍ତନ ମଧ୍ୟ ଆବିଷ୍କାର କରିଛନ୍ତି । ଏହାର ୧୨ରୁ ୯ଟି ପରିବର୍ତ୍ତନକୁ ଗମ୍ଭୀର ବୋଲି ବିବେଚନା କରାଯାଏ । ସେମାନେ ନୂତନ ଫର୍ମର ଜେନେଟିକ୍ କୋଡରେ ୬ଟି ପରିବର୍ତ୍ତନ ବିଷୟରେ ଉଲ୍ଲେଖ କରିଛନ୍ତି । ବିଶେଷଜ୍ଞମାନେ ଚେତାବନୀ ଦେଇଛନ୍ତି ଯେ ଜେନେଟିକ୍ କୋଡରେ ପରିବର୍ତ୍ତନ ସାମାନ୍ୟ, କିନ୍ତୁ ୧୨ ଅନ୍ୟ ଜିନର ପ୍ରଭାବ ଗୁରୁତର ହୋଇପାରେ ।

ଅଧିକ ପଢ଼ନ୍ତୁ:-ପିଏମ ମୋଦିଙ୍କ ସଂସଦୀୟ କ୍ଷେତ୍ରରେ ABVP କୁ ବଡ଼ ଝଟକା, କଂଗ୍ରେସର ଛାତ୍ର ସଂଗଠନ ଜିତିଲା ୮ରୁ ୬ଟି ଆସନ

8/8

କୋରୋନା ଭୂତାଣୁର ଲକ୍ଷଣ ଉପରେ ଏକ ବଡ଼ ଅଧ୍ୟୟନ କରାଯାଇଛି । ଏହି ଅଧ୍ୟୟନ କେନେଡିୟନ ମେଡିକାଲ ଆସୋସିଏସନ ଜର୍ଣ୍ଣାଲରେ ପ୍ରକାଶ ପାଇଛି । ଏଥିରେ ୭୦ ହଜାର ରୋଗୀଙ୍କ ତଥ୍ୟକୁ ଆଧାର କରି ସଂକ୍ରମଣର ଲକ୍ଷଣଗୁଡିକ ଶ୍ରେଣୀଭୁକ୍ତ କରାଯାଇଛି । ଅନୁସନ୍ଧାନକାରୀମାନେ ଲୋକଙ୍କ ତଥ୍ୟକୁ ତିନୋଟି ଶ୍ରେଣୀରେ ବିଭକ୍ତ କରିଛନ୍ତି । ପ୍ରଥମ ଆଉଟ ପେସେନ୍ଟ, ଦ୍ୱିତୀୟ ଇନ୍ ପେସେନ୍ଟ ଏବଂ ତୃତୀୟରେ ଆଇସିୟୁରେ ଭର୍ତ୍ତି ରୋଗୀ । ଏହି ତିନି ରୋଗୀଙ୍କ ମଧ୍ୟରେ ପାର୍ଥକ୍ୟ ଖୋଜିବା ପାଇଁ ଏକ ପ୍ରୟାସ କରାଯାଇଥିଲା । ୭୦.୨୮୮ ଜଣଙ୍କ ମଧ୍ୟରୁ ୫୩.୪ ପ୍ରତିଶତ ଡାକ୍ତରଖାନାରେ ଭର୍ତ୍ତି ହୋଇଥିଲେ । ୪.୭ ପ୍ରତିଶତ ଆଇସିୟୁରେ ଭର୍ତ୍ତି ହୋଇଥିଲେ ଏବଂ ଅବଶିଷ୍ଟ ୪.୬ ପ୍ରତିଶତ ଆଉଟ ପେସେନ୍ଟ ଥିଲେ ।