Advertisement
photoDetails0hindi

ପାକିସ୍ତାନରେ ପୁଣି ଭୟଙ୍କର ରୂପ ଧାରଣ କରୁଛି କୋରୋନା, ଚେତାବନୀ ଜାରି କଲା ସରକାର

ପାକିସ୍ତାନର ଯୋଜନା ଆୟୋଗ ମନ୍ତ୍ରୀ ଅସଦ ଉମର (Pakistan Planning Commission Minister Asad Umar) କୋରୋନା ସମ୍ପର୍କରେ ଚେତାବନୀ ଜାରି କରିଛନ୍ତି ।

1/9

ନୂଆଦିଲ୍ଲୀ: ବର୍ତ୍ତମାନ ଯାଏ ପାକିସ୍ତାନରେ କୋରୋନା ଭୂତାଣୁ (Coronavirus) ସଂକ୍ରମଣକୁ ନେଇ ସ୍ଥିତି ନିୟନ୍ତ୍ରଣରେ ଥିବାର ଦେଖାଯାଇଛି । ଏବଂ ବିଶ୍ୱ ସ୍ୱାସ୍ଥ୍ୟ ସଂଗଠନ (WHO) ଠାରୁ ଆରମ୍ଭ କରି ଅନେକ ସଂଗଠନ ମଧ୍ୟ ପାକିସ୍ତାନ ସରକାର (Pakistan Government) ଙ୍କ ପ୍ରଶଂସା କରିଛନ୍ତି । ତେବେ ବର୍ତ୍ତମାନ ପାକିସ୍ତାନରେ କୋରୋନା ଭୂତାଣୁ (COVID-19) ଭୟ ବଢ଼ିବାରେ ଲାଗିଛି ।

2/9

ପାକିସ୍ତାନର ଯୋଜନା ଆୟୋଗ ମନ୍ତ୍ରୀ ଅସଦ ଉମର (Pakistan Planning Commission Minister Asad Umar) କୋରୋନା ସମ୍ପର୍କରେ ଚେତାବନୀ ଜାରି କରିଛନ୍ତି । ଅସଦ ଓମାର କହିଛନ୍ତି ଯେ, ଦେଶରେ କୋରୋନା ପଜିଟିଭ (Coronavirus Positives) ହାର ବୃଦ୍ଧି ପାଉଛି ଏବଂ ଏହାକୁ ରୋକିବା ପାଇଁ ପ୍ରୋଟୋକଲକୁ ଯତ୍ନର ସହ ପାଳନ କରିବା ଆବଶ୍ୟକ ।

3/9

ଅସଦ ଓମାର ଟ୍ୱିଟ କରି କହିଛନ୍ତି ଯେ, କୋରୋନା ପଜିଟିଭ ହାର ୨.୩୭ ପ୍ରତିଶତକୁ ବୃଦ୍ଧି ପାଇଛି । ଯାହା ଗତ ୫୦ ଦିନ ମଧ୍ୟରେ ସର୍ବାଧିକ । ଏହାପୂର୍ବରୁ ଅଗଷ୍ଟ ୨୩ରେ ଏହି ପଜିଟିଭ ହାର ଦେଖାଯାଇଥିଲା ।

4/9

ଗୁରୁବାର ସୁଦ୍ଧା ପାକିସ୍ତାନରେ କୋରୋନା ଭୂତାଣୁ ସଂକ୍ରମଣର ମୋଟ ମାମଲା ହେଉଛି ୩,୨୧,୪୭୦ । ସେଥିମଧ୍ୟରୁ ୯,୨୦୯ ସକ୍ରିୟ ମାମଲା ରହିଛି । ଏହା ବ୍ୟତୀତ ବର୍ତ୍ତମାନ ପର୍ଯ୍ୟନ୍ତ ୬୫୦୦ ଲୋକଙ୍କର ମୃତ୍ୟୁ ହୋଇଛି ।

5/9

ଏହି ଭୂତାଣୁ ଯୋଗୁଁ ମୃତ୍ୟୁ ସଂଖ୍ୟା ବଢ଼ିବାରେ ଲାଗିଛି ବୋଲି ପାକିସ୍ତାନର ମନ୍ତ୍ରୀ ଉଲ୍ଲେଖ କରିଛନ୍ତି । ଓମାର ଲେଖିଛନ୍ତି, "ଏହି ସପ୍ତାହର ପ୍ରଥମ ଚାରି ଦିନରେ କୋରୋନାରୁ ହାରାହାରି ମୃତ୍ୟୁ ସଂଖ୍ୟା ୧୧ ଥିଲା, ଯାହା ଅଗଷ୍ଟ ୧୦ ପରେ ସର୍ବାଧିକ ଥିଲା । କୋରୋନା ମାମଲା ବୃଦ୍ଧି ହେବାର ଅନେକ ସଙ୍କେତ ମିଳୁଛି । ଯାହାକୁ ଅଣଦେଖା କରାଯିବା ଉଚିତ ନୁହେଁ ।"

ଅଧିକ ପଢ଼ନ୍ତୁ:-କୋରୋନା ଭ୍ୟାକ୍ସିନକୁ ନେଇ ଆଉ ଏକ ଖୁସି ଖବର ଦେଲା ଋଷ

6/9

ପାକିସ୍ତାନୀ ମନ୍ତ୍ରୀ କହିଛନ୍ତି ଯେ, ମୁଜାଫରବାଦରେ କୋଭିଡ ପଜିଟିଭିଟି ହାର ସର୍ବାଧିକ ଏବଂ ଲାହୋର ଏବଂ ଇସଲାମାବାଦରେ ଏହାର ମାମଲା ଧୀରେ ଧୀରେ ବୃଦ୍ଧି ପାଉଛି । ସମୟ ଆସିଛି ଯେ ଆମେ ସମସ୍ତେ ସମସ୍ତ ନିୟମକୁ ଗମ୍ଭୀରତାର ସହିତ ପାଳନ କରୁ, ନଚେତ୍ ଆମକୁ ଲୋକମାନଙ୍କର ଜୀବିକା ଉପରେ ପ୍ରଭାବ ପକାଇବା ଭଲି ପଦକ୍ଷେପ ନେବାକୁ ପଡିପାରେ ।

7/9

ଏହି ମାସରେ ପାକିସ୍ତାନ ପ୍ରଧାନମନ୍ତ୍ରୀ ଇମ୍ରାନ ଖାନ ଲୋକଙ୍କୁ ମାସ୍କ ପିନ୍ଧିବାକୁ ଏବଂ ସମସ୍ତ ସତର୍କତା ଅବଲମ୍ବନ କରିବାକୁ ନିବେଦନ କରିଥିଲେ । ଥଣ୍ଡା ହେତୁ ପାକିସ୍ତାନରେ କୋରୋନାର ଦ୍ୱିତୀୟ ତରଙ୍ଗର ସମ୍ଭାବନା ରହିଛି ।

ଅଧିକ ପଢ଼ନ୍ତୁ:-ଖୁସି ଖବର: ଦୁନିଆକୁ ମିଳିଲା ଆଉ ଏକ କୋରୋନା ଭ୍ୟାକ୍ସିନ !

8/9

ପାକିସ୍ତାନରେ କୋରୋନା ପଜିଟିଭ ହାର ବୃଦ୍ଧି ନେଇ ମେଡିକାଲ ଆସୋସିଏସନ ମଧ୍ୟ ଚେତାବନୀ ଦେଇଛି । ଆସୋସିଏସନ କହିଛି ଯେ, ଶିକ୍ଷାନୁଷ୍ଠାନ ଖୋଲିବା ପରେ କୋରୋନା ଭୂତାଣୁର ଦ୍ୱିତୀୟ ତରଙ୍ଗ ଆସିପାରେ । ଆସୋସିଏସନ କହିଛି ଯେ ଆମେରିକା, ଭାରତ ଏବଂ ଇରାନରେ କୋରୋନା ଭୂତାଣୁର ଦ୍ୱିତୀୟ ତରଙ୍ଗ ମଧ୍ୟ ଘଟିଛି ।

 

9/9

ମେଡିକାଲ ଆସୋସିଏସନ କହିଛି ଯେ, ଶୀତ ଆସିଛି ଏବଂ ବିଦ୍ୟାଳୟ ମଧ୍ୟ ଖୋଲାଯାଇଛି । କିନ୍ତୁ ସରକାର ଏବଂ ଲୋକମାନେ କରିଥିବା ଅବହେଳା କାରଣରୁ କୋରୋନାର ଦ୍ୱିତୀୟ ତରଙ୍ଗ ଆସିପାରେ । ତଥାପି ଗ୍ରାଉଣ୍ଡରେ ଅବସ୍ଥା ଅତ୍ୟନ୍ତ ଖରାପ ଏବଂ ବିଦ୍ୟାଳୟରେ ମାନକ ପାଳନ କରାଯାଉ ନାହିଁ । ଯାହା ଚିନ୍ତାଜନକ ଅଟେ ।