Advertisement
Photo Details/zeeodisha/odisha1143420
photoDetails0hindi

ବିଜୁଳି ବିଲ୍ ହୋଇଯିବ ଅଧାରୁ କମ୍! କେବଳ ଆପଣାନ୍ତୁ ଏହି ୫ଟି ଉପାୟ

Electricity Bill: ଗ୍ରୀଷ୍ମ ଋତୁ (Summer Season) ମଆସିଯାଇଛି ଓ ଏଭଳି ପରିସ୍ଥିତିରେ ଘରେ କୁଲର୍ (Cooler) ଓ ଏସି (Air Conditioner:AC) ଚାଲିବା ଆରମ୍ଭ ହୋଇସାରିଛି । ଯଦିଓ ଏହି ଉପକରଣଗୁଡ଼ିକ କେବଳ ଗ୍ରୀଷ୍ମ ଋତୁରେ ଆରାମ ପ୍ରଦାନ କରିଥାଏ, କିନ୍ତୁ  ଏହାକୁ ଦିନସାରା ଚାଲୁ ରଖିବା ଦ୍ୱାରା ଘରର ବିଦ୍ୟୁତ୍ ବିଲ୍ (Electricity Bill) ମଧ୍ୟ ଆକାଶଛୁଆଁ ହୋଇଯାଏ । ଆଜି ଆମେ ଆପଣଙ୍କୁ ଏପରି କିଛି ସହଜ ଟ୍ରିକ୍ ବିଷୟରେ କହିବାକୁ ଯାଉଛୁ, ଯାହା ଅନୁସରଣ କରି ଆପଣଙ୍କୁ ଏସି ଓ କୁଲର୍ ଚଲାଇବା ପୂର୍ବରୁ ଚିନ୍ତା କରିବାକୁ ପଡ଼ିବ ନାହିଁ । 

1/7

ନୂଆଦିଲ୍ଲୀ: Electricity Bill: ବର୍ତ୍ତମାନ ସମୟରେ ପ୍ରାୟ ସମସ୍ତଙ୍କ ଘରେ ବିଦ୍ୟୁତ ସଂଯୋଗ ରହିଛି । ବିଜୁଳି ବିଲ୍ (Electricity Bill) ସର୍ବଦା ମାସିକ ଖର୍ଚ୍ଚର ଏକ ବଡ଼ ଅଂଶ ହୋଇଥାଏ । ଏହି ଖର୍ଚ୍ଚକୁ କମ୍ କରିବା ପାଇଁ ଆମେ ବିଜୁଳି ବ୍ୟବହାରକୁ ହ୍ରାସ କରିବାକୁ ଚେଷ୍ଟା କରିଥାଉ । କିନ୍ତୁ ସମୟର ଅଭାବ ଯୋଗୁଁ ଅନେକ ଥର ଆମେ ଏପରି ଜିନିଷ ପ୍ରତି ଧ୍ୟାନ ଦେବା ସମ୍ଭବ ହୋଇନଥାଏ । ଆଜି ଆମେ ଆପଣଙ୍କୁ ବିଜୁଳି ବିଲ୍ ହ୍ରାସ କରିବାର ସହଜ ଉପାୟ ବିଷୟରେ କହିବାକୁ ଯାଉଛୁ । ଆସନ୍ତୁ ଜାଣିବା ଏହା ବିଷୟରେ ... 

2/7

ଗ୍ରୀଷ୍ମ ଋତୁ (Summer Season) ମଆସିଯାଇଛି ଓ ଏଭଳି ପରିସ୍ଥିତିରେ ଘରେ କୁଲର୍ (Cooler) ଓ ଏସି (Air Conditioner:AC) ଚାଲିବା ଆରମ୍ଭ ହୋଇସାରିଛି । ଯଦିଓ ଏହି ଉପକରଣଗୁଡ଼ିକ କେବଳ ଗ୍ରୀଷ୍ମ ଋତୁରେ ଆରାମ ପ୍ରଦାନ କରିଥାଏ, କିନ୍ତୁ  ଏହାକୁ ଦିନସାରା ଚାଲୁ ରଖିବା ଦ୍ୱାରା ଘରର ବିଦ୍ୟୁତ୍ ବିଲ୍ (Electricity Bill) ମଧ୍ୟ ଆକାଶଛୁଆଁ ହୋଇଯାଏ । ଆଜି ଆମେ ଆପଣଙ୍କୁ ଏପରି କିଛି ସହଜ ଟ୍ରିକ୍ ବିଷୟରେ କହିବାକୁ ଯାଉଛୁ, ଯାହା ଅନୁସରଣ କରି ଆପଣଙ୍କୁ ଏସି ଓ କୁଲର୍ ଚଲାଇବା ପୂର୍ବରୁ ଚିନ୍ତା କରିବାକୁ ପଡ଼ିବ ନାହିଁ । ଏହି ଟ୍ରିକ୍ ସହିତ ଆପଣଙ୍କ ବିଦ୍ୟୁତ୍ ବିଲ୍ ମୂଲ୍ୟ ଅଧା ହୋଇଯିବ ।

ଏହା ହେଉଛି ବିଦ୍ୟୁତ୍ ସଞ୍ଚୟ କରିବାର ବେସିକ୍ ଟ୍ରିକ୍

3/7
ଏହା ହେଉଛି ବିଦ୍ୟୁତ୍ ସଞ୍ଚୟ କରିବାର ବେସିକ୍ ଟ୍ରିକ୍

ବର୍ତ୍ତମାନ ଯେଉଁ ଟ୍ରିକ୍ କଥା ଆମେ କହୁଛି, ବୋଧହୁଏ ଏହା ବିଷୟରେ ଆପଣମାନେ ମଧ୍ୟ ଜାଣିଥିବେ । ଯଦି ଆପଣ ବିଦ୍ୟୁତ୍ ସଞ୍ଚୟ କରିବାକୁ ଚାହୁଁଛନ୍ତି ତ ବ୍ୟବହାର ପରେ ଆପଣଙ୍କର ଡିଭାଇସ୍ ବନ୍ଦ କରିବାକୁ ଭୁଲନ୍ତୁ ନାହିଁ । ଏହା ପ୍ରାୟତଃ ଘଟେ ଯେ ଫୋନ୍ ଚାର୍ଜ କରିବା ପରେ କିମ୍ବା ଟିଭି ଦେଖିବା ପରେ ଆପଣ ମେନ୍ ପ୍ଲଗ୍ ବନ୍ଦ କରିବାକୁ ଭୁଲିଯାଆନ୍ତି । ଏହା ଦ୍ୱାରା ଅଯଥାରେ ବହୁ ବିଦ୍ୟୁତ୍ ଅପଚୟ ହୋଇଥାଏ ।

ACର ଏହି ସେଟିଂକୁ ଧ୍ୟାନରେ ରଖନ୍ତୁ

4/7
ACର ଏହି ସେଟିଂକୁ ଧ୍ୟାନରେ ରଖନ୍ତୁ

ଯଦି ଆପଣ ଆପଣଙ୍କର AC କୁ ୨୪ ଡିଗ୍ରୀରେ ଚଲାନ୍ତି, ତେବେ ଏସି ଅଧିକ ବିଦ୍ୟୁତ୍ ଖର୍ଚ୍ଚ କରିବାକୁ ଦେବ ନାହିଁ ଏବଂ ଏହିପରି ଆପଣଙ୍କର ବିଦ୍ୟୁତ୍ ବିଲରେ ଏକ ବଡ଼ ପାର୍ଥକ୍ୟ ହୋଇପାରେ । ଆହୁରି ମଧ୍ୟ ଆପଣ ଟାଇମର୍ ବ୍ୟବହାର କରିପାରିବେ । ଏସିର ସେଟିଙ୍ଗ୍ ବଦଳାଇ ଆପଣ ପ୍ରତି ମାସରେ ଚାରିରୁ ହଜାରେ ଟଙ୍କା ସଞ୍ଚୟ କରିପାରିବେ ।

ଉତ୍ପାଦର ରେଟିଂକୁ ଧ୍ୟାନରେ ରଖନ୍ତୁ

5/7
ଉତ୍ପାଦର ରେଟିଂକୁ ଧ୍ୟାନରେ ରଖନ୍ତୁ

ଆହୁରି ମଧ୍ୟ କୌଣସି ବୈଦ୍ୟୁତିକ ଉପକରଣ କିଣିବା ପୂର୍ବରୁ ନିଶ୍ଚିତ ଭାବରେ ସେଗୁଡ଼ିକର ରେଟିଂ ଯାଞ୍ଚ କରନ୍ତୁ ଓ ସେହି ଉତ୍ପାଦଗୁଡିକ କିଣିବାକୁ ଚେଷ୍ଟା କରନ୍ତୁ, ଯାହାର ଉଚ୍ଚ ରେଟିଂ ଅଛି ଓ ଯାହା ବିଦ୍ୟୁତ୍ ସଞ୍ଚୟ କରେ ।

ଏହି ଉପକରଣର କରନ୍ତୁ ବ୍ୟବହାର

6/7
ଏହି ଉପକରଣର କରନ୍ତୁ ବ୍ୟବହାର

ଯଦି ଆପଣ ଚାହିଁବେ ତ ଏକାଧିକ ଡିଭାଇସ୍ ପାଇଁ ଏକ ଏକ୍ସଟେନ୍ସନ୍ ବୋର୍ଡ ମଧ୍ୟ ବ୍ୟବହାର କରିପାରିବେ, କାରଣ ଏହି ଉପାୟରେ ଆପଣ ଏକ ସୁଇଚ୍ ବନ୍ଦ କରି ଏକ ସମୟରେ ଅନେକ ଉପକରଣରୁ ଶକ୍ତି ସଞ୍ଚୟ କରିବାରେ ସକ୍ଷମ ହେବେ ।

ଏହା ବି ପଢ଼ନ୍ତୁ:-ସଙ୍କଟରେ ଝାରଖଣ୍ଡର ସୋରେନ ସରକାର! ୨୫ ନେତାଙ୍କୁ ଦିଲ୍ଲୀ ଡକାଇଲେ ସୋନିଆ ଗାନ୍ଧୀ

ଏହା ବି ପଢ଼ନ୍ତୁ:-'ପରମାଣୁ ଆକ୍ରମଣ କରି ସବୁକିଛି ଶେଷ କରିଦେବି ଯଦି...', କିମ ଜୋଙ୍ଗଙ୍କ ଭଉଣୀ ଦେଲେ ଧମକ

ଏହା ବି ପଢ଼ନ୍ତୁ:-ପ୍ରଚଣ୍ଡ ଖରାରେ ଅଦିନିଆ ବର୍ଷା, ଆସନ୍ତା ୩ ଦିନ ଏହି ସବୁ ଜିଲ୍ଲାରେ ବର୍ଷିବ!

ଏହିପରି କ୍ରୟ କରନ୍ତୁ

7/7
ଏହିପରି କ୍ରୟ କରନ୍ତୁ

ଯଦି ଆପଣ ନିଜ ଘର ପାଇଁ ଟ୍ୟୁବ୍ ଲାଇଟ୍ କିମ୍ବା ବଲ୍ବ ଆଣିବାକୁ ଯାଉଛନ୍ତି, ତେବେ CFL ବଦଳରେ ଏଲଇଡି ବଲ୍ବ ଓ ଲାଇଟ୍ (LED Bulb and Lights) ବ୍ୟବହାର କରିବାକୁ ଚେଷ୍ଟା କରନ୍ତୁ । 100W ସାଧାରଣ ବଲ୍ବ ୧୦ ଘଣ୍ଟାରେ ଗୋଟିଏ ୟୁନିଟ୍ ବିଦ୍ୟୁତ୍ ବ୍ୟବହାର କରେ, 15W CFL ୬୬.୫ ଘଣ୍ଟାରେ ଗୋଟିଏ ୟୁନିଟ୍ ବିଦ୍ୟୁତ୍ ବ୍ୟବହାର କରେ ଏବଂ ଯଦି ଆମେ ଏଲଇଡି ବଲ୍ବ ବିଷୟରେ ଆଲୋଚନା କରିବା, ତା’ହେଲେ ଏହା ଏକ ୟୁନିଟ୍ ବିଦ୍ୟୁତ୍ ବ୍ୟବହାର କରେ, ଯେତେବେଳେ ଏହା ୧୧୧ ଘଣ୍ଟା ପର୍ଯ୍ୟନ୍ତ ବ୍ୟବହୃତ ହୁଏ ।